କରୋନା ପାଇଁ ରାଜ୍ୟର ୫ ଜିଲ୍ଲା ଲକ୍ ଡାଉନ୍

1 min read

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି କ୍ରମରେ ରାଜ୍ୟର ୫ ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ୨୨ ମାର୍ଚ୍ଚରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଖୋର୍ଦ୍ଧା, ଗଂଜାମ, କଟକ,କେନ୍ଦ୍ରାପଡା, ଅନୁଗୁଳ ଏବଂ ଏଥି ସହିତ ୮ଟି ସହର ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ଯାଜପୁର ରୋଡ୍, ଯାଜପୁର ଟାଉନ, ଝାରସୁଗୁଡ଼ା ଓ ଭଦ୍ରକ ସହରକୁ ମଧ୍ୟ ଲକ୍ ଡାଉନ୍ ଘୋଷଣା କରାଯାଇଛି ।

୨୨ ତାରିଖ ସକାଳ ୭ରୁ ୨୯ ତାରିଖ ରାତି ୯ ପର୍ଯ୍ୟନ୍ତ ଏହି ସବୁ ଅଂଚଳରେ ଲକ୍ ଡାଉନ୍ ଜାରି ରହିବ । ଗ୍ରସରୀ, ଔଷଧ ଦୋକାନ, କ୍ଲିନିକ୍, କ୍ଷୀର ଦୋକାନ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟ ଦୋକାନ ଖୋଲା ରହିବ । ତେବେ ଚା’ ଦୋକାନ ସବୁ ବନ୍ଦ ରହିବ ।

ବଜାରରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର

ବସ ଷ୍ଟାଣ୍ଡ, ବିମାନବନ୍ଦର ଓ ରେଳ ଷ୍ଟେସନ ଖୋଲା ରହିବ । ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ, ଓଡ୍ରାଫ, ବିଦ୍ୟୁତ, ଜଳଯୋଗାଣ, ପୌରସେବା, ବ୍ୟାଙ୍କ, ଏଟିଏମ, ପେଟ୍ରୋଲ ପମ୍ପ ଖୋଲା ରହିବା ସହ ଏହି ସବୁ ସେବାକୁ ସହଯୋଗ କରୁଥିବା ବା କରୋନା ଭାଇରସକୁ ପ୍ରତିହତ କରିବା କ୍ଷେତ୍ରରେ ସହଯୋଗ କରୁଥିବା ଘରୋଇ ସଂସ୍ଥା ମଧ୍ୟ ଖୋଲା ରହିବ । ଏହି ୫ ଜିଲ୍ଲା ଓ ୮ ସହରର ସମସ୍ତ ଜିଲ୍ଲାରେ ଭତ୍ତା ବଣ୍ଟନ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆପାତତଃ ସ୍ଥଗିତ କରାଯାଇଛି ।

ଏହି ସବୁ ଜିଲ୍ଲାକୁ ପ୍ରାୟ ୩ ହଜାର ବ୍ୟକ୍ତି ବିଦେଶରୁ ଫେରିଛନ୍ତି । ବିଦେଶରରୁ ଫେରିଥିବା ଏହି ସମସ୍ତ ବ୍ୟକ୍ତିଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଏହି ପାଞ୍ଚ ଜିଲ୍ଲା ଓ ୮ ସହରର ବାସିନ୍ଦା ହୋଇଥିବାରୁ ପ୍ରଥମ ପର୍ଯ୍ୟାୟରେ ଏହି ସବୁ ଅଞ୍ଚଳକୁ ଲକ୍ ଡାଉନ କରାଯାଇଛି । ମୁଖ୍ୟମନ୍ତ୍ରୀ ତାଙ୍କ ଘୋଷଣାରେ ସମସ୍ତଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିଛନ୍ତି ।

ଘୋଷଣାକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

Leave a Reply