ଜନସଂଖ୍ୟାର ୬୦ ପ୍ରତିଶତକୁ କରୋନା ସଂକ୍ରମିତ କରିବାକୁ ଚାହୁଁଥିଲା ଏହି ଦେଶ ! ଜାଣନ୍ତୁ କାରଣ ?…

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ । ଦୁନିଆରେ ୧୧ ୩୦୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । କେଉଁଠି ଲୋକ ମେଡିକାଲରେ ଭର୍ତ୍ତି ହେଉଛନ୍ତି ତ ଆଉ କେଉଁଠି ଆଇସୋଲେସନ୍ ଓ କେଉଁଠି କ୍ୱାରେଣ୍ଟାଇନରେ ରଖାଯାଉଛି । କିନ୍ତୁ, ଏମିତି ଏକ ଦେଶ ଅଛି ଯାହାର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସରକାରଙ୍କୁ ଏମିତି ଉପଦେଶ ଦେଇଥିଲେ ଯାହା ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ମୁଖ୍ୟ ବୈଜ୍ଞାନିକ ଜଣଙ୍କ ଦେଶର ୬୦ ପ୍ରତିଶତ ଲୋକଙ୍କୁ କରୋନା ଆକ୍ରାନ୍ତ କରିବାକୁ ସରକାରଙ୍କୁ ଉପଦେଶ ଦେଇଥିଲେ । କିଛିଦିନ ପରେ ଆକ୍ରାନ୍ତଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯିବ ।

ଏହି ଦେଶ ହେଉଛି ୟୁନାଇଟେଡ୍ କିଙ୍ଗଡମ୍ । ଯାହାକୁ ସମସ୍ତେ ଲଣ୍ଡନ ଓ ବ୍ରିଟେନ୍ ନାଁରେ ଜାଣନ୍ତି । ଏହି ୟୁରୋପିଆନ୍ ଦେଶ ୟୁକେରେ ଇଂଲଣ୍ଡ, ଉତ୍ତର ଆୟର୍ଲାଣ୍ଡ, ବେଲ୍ସ ଓ ସ୍କଟଲାଣ୍ଡ ଆସେ । ୟୁକେର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପେଟ୍ରିକ ୱାଲେନ୍ସ ଏଭଳି ଭୟାନକ ଉପଦେଶ ଦେଇଥିଲେ । ତାଙ୍କର ଏହି ଉପଦେଶ ପଛରେ ରହିଥିଲା ଏକ ବଡ଼ ମେଡିକାଲ ପ୍ରକ୍ରିୟା । ମେଡିକାଲ ବିଜ୍ଞାନରେ ଏହାକୁ ହର୍ଡ ଇମ୍ୟୁନିଟି କୁହାଯାଏ । ଅର୍ଥାତ୍ କୌଣସି ବେମାରକୁ ଏକକାଳୀନ ଭାବେ ମୁକ୍ତି ଦେବା ।

ହର୍ଡ ଇମ୍ୟୁନିଟି ମେଡିକାଲ ବିଜ୍ଞାନର ଏକ ପୁରୁଣା ପ୍ରକ୍ରିୟା । ଏହା ଅନୁଯାୟୀ ଦେଶର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକଙ୍କୁ ଭାଇରସରେ ସଂକ୍ରମଣ କରିଦିଆଯାଏ । ଫଳରେ କେତକ ଆକ୍ରାନ୍ତଙ୍କ ଶରୀର ଭାଇରସ ପ୍ରତିରୋଧକ ହୋଇଯିବ । ଅର୍ଥାତ୍ ସେମାନଙ୍କ ଶରୀରରେ ଭାଇରସକୁ ଆଣ୍ଟିବଡିଜ୍ ତିଆରି ହେବ । ଫଳରେ ଭାଇରସ୍ ଭବିଷ୍ୟତରେ କେବେ ମଧ୍ୟ ସେମାନଙ୍କୁ ଆକ୍ରାନ୍ତ କରିପାରିବ ନାହିଁ ।

ଏହି ନିୟମ ଲାଗୁ ହୋଇଥିଲେ ୟୁକେର ୬୦ ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇଥାନ୍ତେ । ପରେ ଆଣ୍ଟିବଡିଜକୁ ନେଇ ଭାଇରସ୍ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଥାନ୍ତା । ଏଥିରୁ ସମସ୍ତଙ୍କର ଚିକିତ୍ସା ସମ୍ଭବ ହୋଇପାରିଥାନ୍ତା । କିନ୍ତୁ, ସରକାର କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଭାଇରସ୍ ସଂକ୍ରମିତ ନକରି ପୂରା ଦେଶରେ ଭାଇରସ ସଂକ୍ରମଣ କରିବାକୁ ଚାହୁଁଥିଲେ । ତେବେ, ସରକାର ପରେ ଏଭଳି ନିଷ୍ପତ୍ତିରୁ ଓହରି ଯାଇଥିଲେ ।

Leave a Reply