ପୁରୀ: ଶ୍ରୀକ୍ଷେତ୍ରରେ ୧୫ ଜଣିଆ ସଂସଦୀୟ କମିଟି । ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କମିଟିକୁ ସ୍ୱାଗତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ସଂସଦୀୟ କମିଟି ସଦସ୍ୟ ।
କଟକ: ଜାତୀୟ ହକି ଚାମ୍ପିଅନସିପରୁ ଓଡ଼ିଶା ହକି ବାଦ୍ ପଡ଼ିବା ପ୍ରସଙ୍ଗ । ହକି ଓଡ଼ିଶାକୁ ସାମିଲ୍ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ନିର୍ଦ୍ଧାରିତ ସମୟରେ ଖେଳାଳି ତାଲିକା ଦେଇ ନଥିବାରୁ ଚାମ୍ପିଅନସିପରୁ ବାଦ୍ ପଡ଼ିଥିଲା ହକି ଓଡ଼ିଶା ।
କଟକ: ଜାତୀୟ ହକି ଚାମ୍ପିଅନସିପରୁ ଓଡ଼ିଶା ହକି ବାଦ୍ ପଡ଼ିବା ପ୍ରସଙ୍ଗ । ହକି ଓଡ଼ିଶାକୁ ସାମିଲ୍ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ନିର୍ଦ୍ଧାରିତ ସମୟରେ ଖେଳାଳି ତାଲିକା ଦେଇ ନଥିବାରୁ ଚାମ୍ପିଅନସିପରୁ ବାଦ୍ ପଡ଼ିଥିଲା ହକି ଓଡ଼ିଶା ।
STF ହାତରେ ବାଂଲା ସେକ୍ସ ରାକେଟର କିଙ୍ଗପିନ୍ ଦିଦି, ଦଲାଲ ସମେତ ୮
ଭୁବନେଶ୍ୱର: ବାଂଲାଦେଶରୁ ଭୁବନେଶ୍ୱର, ଭାୟା କୋଲକାତା । ରାଜଧାନୀରେ ଦେହ ବେପାରରେ ସାମିଲ୍ ବାଂଲା ଯୁବତୀ । ନୂଆବର୍ଷ ପୂର୍ବରୁ ଏହି ଖବରକୁ ନେଇ କମିଶନରେଟ ପୋଲିସ ପଡ଼ିଥିଲା ଚିନ୍ତାରେ । ଆଜି ଏସଟିଏଫ ବାଂଲାଦେଶୀ ସେକ୍ସ ରାକେଟର ରାଣୀ ମହୁମାଛି ସହ ଦଲାଲ ଓ ୮ ଜଣଙ୍କୁ ଧରିଛି ।
ଏସଟିଏଫର ସ୍ୱତନ୍ତ୍ର ସ୍କ୍ୱାଡ୍ ପିପିଲି ଅଞ୍ଚଳରେ ଚଢ଼ାଉ କରି ଦେହ ଦଲାଲ ଇବ୍ରାହିମ୍, ମାଷ୍ଟର ମାଇଣ୍ଡ ଦିଦି ସମେତ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏଥିସହ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏସଟିଏଫ ଟିମ୍ ଚଢ଼ାଉ କରିଛି । ବାଂଲାଦେଶ ଲିଙ୍କର ଏସଟିଏଫ ତନାଘନା କରୁଛି ।
ନୂଆ ବର୍ଷ ପୂର୍ବରୁ ପୋଲିସ ରାଜଧାନୀରୁ ବାଂଲାଦେଶୀ ଦେହଜୀବୀଙ୍କୁ ଗିରଫ କରିଥିଲା । ଗିରଫ ଯୁବତୀ ଦେହ କାରବାରରେ ଜଣେ ଦିଦି ସମ୍ପୃକ୍ତ ଥିବା କହିଥିଲେ । ଯିଏ କି ଚାକିରି ନାଁରେ ଯୁବତୀଙ୍କୁ ଏଠାକୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲା । ଖୋଳତାଡ଼ ପରେ ଏସଟିଏଫ ଦଲାଲ ସହ ଦିଦିଙ୍କ ସମେତ ୮ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି । ଅନ୍ତର୍ଜାତୀୟ ଦେହ କାରବାରରେ ଆଉ କିଏ ସମ୍ପୃକ୍ତ ସେ ନେଇ ତନାଘନା କରୁଛି STF ।
ବାହାଘର ପୂର୍ବରୁ ପୁଅର ବାପା ସହ ଝିଅର ମାଆ ଫେରାର୍
ସୁରଟ: ଝିଅ ପାଇଁ ଖୋଜା ସରିଥିଲା ଜ୍ୱାଇଁ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ପଡ଼ିଥାନ୍ତା ହାତଗଣ୍ଠି । ହେଲେ, ଝିଅ-ଜ୍ୱାଇଁଙ୍କ ମିଳନ ପୂର୍ବରୁ ଭାଙ୍ଗିଯାଇଛି ବାହାଘର । କାରଣ ଝିଅର ମାଆ ସହ ପୁଅର ବାପା ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି । ବର୍ଷେ ହେଲା ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶେଷ ମୂହୁର୍ତ୍ତରେ ଆନନ୍ଦ ଫିକା ପଡ଼ିଛି ।
ସୁରଟର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି । ପେଷାରେ ବ୍ୟବସାୟୀ ଥିବା ଭାବନଗରର ରାକେଶ ନିଜ ବାନ୍ଧବୀ ସ୍ୱାତୀଙ୍କ ଝିଅ ସହ ପୁଅର ବାହାଘର ଠିକ୍ କରିଥିଲେ । ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଥିଲା । ତେବେ ୧୦ ଦିନ ହେବ ୪୮ ବର୍ଷୀୟ ରାକେଶ ଓ ୪୬ ବର୍ଷୀୟ ସ୍ୱାତୀ ନିଖୋଜ ହୋଇଯାଇଥିଲେ ।
ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନାନା ଚର୍ଚ୍ଚା ହେଉଛି । ସେମାନଙ୍କ କିଛି ଘନିଷ୍ଠ ବନ୍ଧୁଙ୍କ କହିବା ଅନୁଯାୟୀ ଦୁହେଁ କଲେଜ ବେଳରୁ ଦୁହିଁଙ୍କୁ ଭଲ ପାଉଥିଲେ । ଏପରିକି ପୂର୍ବରୁ ସମ୍ପର୍କରେ ଥିଲେ । ଉଭୟଙ୍କ ନିଖୋଜ ନେଇ ଦୁଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
ରାଜଧାନୀର ରୋଡ୍ ଉପରେ ଗାଡ଼ି ରଖୁଥିଲେ ସାବଧାନ !
ଭୁବନେଶ୍ୱର: ଆପଣ ଗାଡ଼ି ଜଲଦି ଜଲଦିରେ ରାସ୍ତା କଡ଼ରେ ପାର୍କିଂ କରୁଛନ୍ତି କି ? ମାର୍କେଟକୁ ଗଲାବେଳେ ରାସ୍ତା କଡ଼ରେ ଗାଡ଼ି ରଖି ପଳାଉଛନ୍ତି କି ? ଯଦି ଏଭଳି କରୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ । କାରଣ ଏଭଳି ପାର୍କିଂ କଲେ ଆପଣଙ୍କ ପର୍ସ ଖାଲି ହୋଇପାରେ ।
ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବିଏମସି ଓ କମିଶନରେଟ୍ ପୋଲିସ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛନ୍ତି । ବେଆଇନ୍ ପାର୍କିଂ ଉଚ୍ଛେଦ ଚାଲିଛି । ଏଣିକିରାସ୍ତା କଡ଼ରେ ଆଉ ୨ ଚକିଆ ଗାଡ଼ି ପାର୍କିଂ ହୋଇପାରିବ ନାହିଁ । କେବଳ ଚାରି ଚକିଆ ଗାଡ଼ି ପାର୍କିଂ ହେବ । ତାହା ପୁଣି ସମସ୍ତ କାର ୪୫ ଡିଗ୍ରୀରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ପାର୍କିଂ କରିବେ ।

ରାସ୍ତା କଡ଼ରେ ଦୁଇ ଚକିଆ ପାର୍କିଂକୁ ସମ୍ପୂର୍ଣ୍ଣ ବାରଣ କରିବ କମିଶନରେଟ ପୋଲିସ । ଆଗାମୀ ଦିନରେ ଏହି ନିୟମ ଭାଙ୍ଗିଲେ ଜରିମାନା ଆଦାୟ ହେବ ବୋଲି ଟ୍ରାଫିକ୍ ପୋଲିସ୍ ସୂଚନା ଦେଇଛି ।

ରାଜମହଲ ଠାରୁ ଏଜି ଛକ ଏବଂ ବାପୁଜୀନଗର ଠାରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ । ସେପଟେ ରାସ୍ତା କଡ଼ରୁ ସମସ୍ତ ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଉଠା ଦୋକାନୀଙ୍କ ପାଇଁ ରାସ୍ତାରେ ଅଧିକ ପରିମାଣରେ ଟ୍ରାଫିକ୍ ସମସ୍ୟା ଦେଖା ଦେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଟ୍ରାଫିକ୍ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି ।
କିଛିଦିନ ତଳେ ଡିପ୍ରେସନକୁ ଚାଲିଯାଇଥିଲେ ଦୀପିକା, ଏଥିପାଇଁ ମିଳିଲା ‘ଖ୍ରୀଷ୍ଟାଲ ଆୱାର୍ଡ’
ଭାରତରେ ପ୍ରତି ୭ ଜଣଙ୍କ ଭିତରେ ଜଣେ ବ୍ୟକ୍ତି ମାନସିକ ରୋଗାଗ୍ରସ୍ତ ଅଟନ୍ତି । ଏହି ରୋଗକୁ କେତେ ଲୋକ ସର୍ବସମ୍ମୁଖରେ ପରିପ୍ରକାଶ କରିବାକୁ ଲଜ୍ୟା ଅନୁଭବ କରନ୍ତି । ଏହି ଧାରାକୁ ସମ୍ପୂର୍ଣ୍ଣ ରୂପେ ଭୁଲ ପ୍ରମାଣିତ କରିଛନ୍ତି ବଲିଉଡ଼ ନାୟିକା ଦୀପିକା ପାଦୁକୋନ । ଦୀପିକା ଦୁନିଆ ସାମ୍ନାରେ କେବଳ ଏହି ମାନସିକ ରୋଗକୁ ସ୍ୱୀକାର କରିନାହାଁନ୍ତି ବରଂ ଏହା ବିରୁଧରେ ଏକ ଅଭିଜାନ ଆରମ୍ଭ କରିଦେଇଛନ୍ତି । ଏବେ ତାଙ୍କର ଏହି ପ୍ରୟାସ ପାଇଁ ତାଙ୍କୁ ୱାର୍ଲଡ ଇକୋନମିକ୍ ଫୋରମ ତରଫରୁ କ୍ରୀଷ୍ଟାଲ ଆୱାର୍ଡରେ ସମ୍ମାନୀତ କରାଯାଇଛି ।
https://www.instagram.com/p/B7jq7msjbd5/?utm_source=ig_web_copy_link
ସ୍ୱିଜରଲ୍ୟାଣ୍ଡର ଦାବେସ ଶହରରେ ଆୟୋଜିତ ୱାର୍ଲଡ ଇକୋନୋମିକ ଫୋରମ ତରଫରୁ ଦୀପିକାକୁ ୨୬ତମ ବାର୍ଷିକ କ୍ରୀଷ୍ଟାଲ ଆୱାର୍ଡରେ ସମ୍ମାନୀତ କରାଯାଇଛି । ଦୀପିକାଙ୍କୁ ମେଣ୍ଟାଲ ହେଲଥ୍ ସେକ୍ଟରରେ ତାଙ୍କର ଶାହାସିକତା କାର୍ଯ୍ୟପାଇଁ ଦିଆଯାଇଛି ଏହି ସମ୍ମାନ ।

ଆମେ ଆପଣଙ୍କୁ କହିରଖୁଛୁ ଯେ, ଦୀପିକା କିଛି ବର୍ଷତଳେ ଡିପ୍ରେସନରେ ଚାଲିଯାଇଥିଲେ । ଏବଂ ଏହି ରୋଗରେ ସେ ବହୁ ପ୍ରକାର ଅସୁବିଧାକୁ ସାମ୍ନା କରିଥିଲେ ।
ଫେବ୍ରୁଆରୀ ୧୪ରୁ ବଜେଟ୍ ଅଧିବେଶନ, ୧୮ରେ ସାଧାରଣ ବଜେଟ୍
ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ୧୪ ତାରିଖରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ । ୨ଟି ପର୍ଯ୍ୟାୟରେ ହେବାକୁ ଥିବା ଅଧିବେଶନ ଏପ୍ରିଲ୍ ୯ ତାରିଖ ଯାଏଁ ଚାଲିବ । ବଜେଟ୍ ଅଧିବେଶନ ଆରମ୍ଭ ଦିନରେ ରାଜ୍ୟପାଳ ଗୃହରେ ଅଭିଭାଷଣ ରଖିବେ ।
୧୫ ଓ ୧୭ ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା ହେବ । ଫେବ୍ରୁଆରୀ ୧୮ ତାରିଖରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ।
୨ଟି ପର୍ଯ୍ୟାୟରେ ବସିବାକୁ ଥିବା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୪ରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇ ଏପ୍ରିଲ୍ ୯ ତାରିଖରେ ସରିବ । ଏନେଇ ବିଧାନସଭା ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ ୩୧ ଦିନ ଧରି ଅଧିବେଶନ ବସିବାର କାର୍ଯ୍ୟକ୍ରମ । ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେବ ବଜେଟ୍ ।
ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ ୩୧ ଦିନ ଧରି ଅଧିବେଶନ ବସିବାର କାର୍ଯ୍ୟକ୍ରମ । ୧୮ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହେବ ବଜେଟ୍ ।
ପର୍ଯ୍ୟଟନର ବିକାଶ ପାଇଁ ନିଆଯିବ ପଦକ୍ଷେପ, ଜାଣନ୍ତୁ ଏହି ଲିଷ୍ଟରେ ଅଛି କେଉଁ କେଉଁ ପର୍ଯ୍ୟଟନ ସ୍ଥଳ ?
ସମ୍ବଲପୁର: ପ୍ରଥମେ ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ର ଆଉ ତାପରେ ବଳଦେବ ଜିଉ ମନ୍ଦିରର ବିକାଶ । ଏବେ ଫୋକସରେ ସମ୍ବଲପୁରର ପ୍ରସିଦ୍ଧ ସମଲେଶ୍ୱରୀ ମନ୍ଦିର । ମନ୍ଦିରର ଉନ୍ନତିକରଣ ସହ ପାରିପାର୍ଶ୍ୱିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସମ୍ବଲପୁର ଜିଲ୍ଲାରେ ପର୍ଯ୍ୟଟନ ବିକାଶ ପାଇଁ ଟେକ୍ନିକାଲ ଟିମ୍ ପଠାଯିବ। ସମଲେଶ୍ୱରୀ ମନ୍ଦିରର ଉନ୍ନୟନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସେହିପରି ହୀରାକୁଦ ଓ ଆଖପାଖ ଅଞ୍ଚଳର ପର୍ଯ୍ୟଟନର ବିକାଶ ପାଇଁ ପଦକ୍ଷେପ ନିଆଯିବ ।
ସମ୍ବଲପୁରରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରଗଡ଼ ପରେ ସମ୍ବଲପୁର ମନ୍ଦଲିଆ ପଡିଆରେ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ସେ ସମଲେଇ ମନ୍ଦିରକୁ ଯାଇଥିଲେ।
ମା’ ସମଲେଇଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ସମ୍ବଲପୁରର ପର୍ଯ୍ୟଟନ ବିକାଶ ପାଇଁ ଘୋଷଣା କରିଛନ୍ତି।
୭୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ୭ଟି ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ବରଗଡ଼: ବରଗଡ଼ ପାଇଁ ବିକାଶ ପ୍ୟାକେଜ୍ । ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ୟାନସର ହସପିଟାଲ। ବରଗଡ଼ ଟୁକୁର୍ଲାରେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସମସ୍ତଙ୍କୁ ଜୁହାର କହିବା ସହ ନୂଆବର୍ଷର ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ।

ଏଥିସହ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାଘରକୁ ସେ ଲୋକାର୍ପଣ କରିଛନ୍ତି। ବରଗଡ଼ ସହରଠାରୁ ୧୦ କିଲୋମିଟର ଦୂର ଟୁକୁର୍ଲା ଠାରେ ୪୫ କୋଟି ଟଙ୍କା ବ୍ୟୟରେ କୋଠା ନିର୍ମାଣ ହୋଇଛି ।

ଏହାସହ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସାଇନ୍ସ ପାର୍କକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ୭୦ କୋଟି ୬୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ୭ଟି ପ୍ରକଳ୍ପ ମଧ୍ୟ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୋହେଲା-ନୂଆପଡ଼ା ରାସ୍ତାରେ ଅଙ୍ଗ ନଦୀ ଉପରେ ହାଇଲେଭେଲ୍ ସେତୁ, ରାଜସ୍ୱ ବିଭାଗ ବିଶ୍ରାମାଗାର ଓ ପଦ୍ମପୁର ଅଞ୍ଚଳର ପାରିପାର୍ଶ୍ୱିକ ଉନ୍ନତିକରଣ, ବରଗଡ଼ ରାଜସ୍ୱ ନିରୀକ୍ଷକ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ୫୯କୋଟି ୪୪ଲକ୍ଷ ଟଙ୍କାର ୨୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

