ଭୁବନେଶ୍ୱର: ଜାତୀୟ ସାହସିକତା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ କେନ୍ଦ୍ରାପଡ଼ା ଜିଲ୍ଲାର ସବିତା ଗିରି ଓ ପୂର୍ଣ୍ଣିମା ଗିରିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦୁଇ ଭଉଣୀଙ୍କ ସାହସିକତାର ପ୍ରଶଂସା କରି ସେମାନେ ପଢୁଥିବା ହାଇସ୍କୁଲରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ୧କୋଟି ୨୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ଏହାର କାମ ଆରମ୍ଭ କରିବାକୁ ମୁଖ୍ୟମୁନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ଣ୍ଣିମା ଓ ସବିତା ଏହାର ଭିତ୍ତିପ୍ରସ୍ତର ଦେବେ ବୋଲି ନିଷ୍ପତ୍ତି ହୋଇଛି । କେନ୍ଦ୍ରାପଡ଼ାର ନିପାଣିଆ ଘାଟରେ ଡଙ୍ଗା ବୁଡ଼ି ଘଟଣାରେ ଏହି ଦୁଇ ଭଉଣୀ ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିଲେ । ଏଥିପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ମନିତ କରିସାରିଛନ୍ତି ।
ନକଲି ଓ୍ୱେବସାଇଟ୍ ଖୋଲି ଲୁଟୁଥିଲେ କୋଟି କୋଟି ଟଙ୍କା: ଓ୍ୱାର୍ଣ୍ଣିଂ ମେଲ୍ ଜାରି କଲା IRCTC
ଭୁବନେଶ୍ୱର: ବେଆଇନ ଇ-ଟିକେଟିଂ ରାକେଟର ପର୍ଦ୍ଦାଫାସ କରିଛି ରେଳବାଇ ସୁରକ୍ଷା ବାହିନୀ । ନକଲି ଓ୍ୱେବସାଇଟ୍ ଖୋଲି ଲୋକଙ୍କୁ ଠକୁଥିଲେ । ଏହା ପରେ ରେଳବାଇ ପକ୍ଷରୁ ତାହାର ପଞ୍ଜିକୃତ ଗ୍ରାହଙ୍କୁ ଜାରି କରାଯାଇଛି ଓ୍ୱାର୍ଣ୍ଣିଂ ମେଲ୍ ।

ଯେଉଁଥିରେ ଏଭଳି ନକଲି ଓ୍ୱେବସାଇଟ୍ ସମ୍ପର୍କରେ ଅବଗତ କରାଯାଇଛି । ମେଲ୍ରେ କୁହାଯାଇଛି www.irctctour.com ନାଁରେ ଆଇଆରସିଟିସିର ଏକ ଅବିକଳ ନକଲ ଓ୍ୱେବସାଇଟ୍ ଖୋଲଯାଇଛି । ଯେଉଁଥିରେ ଲୋକଙ୍କୁ ବିଭିନ୍ନ ଟୁର୍ ପ୍ୟାକେଜ ଅଫର୍ କରାଯାଉଛି । ସେଥିରେ ନେଣ ଦେଣ କରୁଥିବା ଯାତ୍ରୀଙ୍କୁ ନକଲି ଟିକଟ୍ ଦେବା ସହ ସେମାନଙ୍କୁ ଠକୁଥିବା କୁହାଯାଇଛି । ଏଥିସହ ଏହି ନକଲି ଓ୍ୱେବସାଇଟ୍ ନାଁରେ ଆଇଆରସିଟିସି ପକ୍ଷରୁ ଅଫିସିଆଲ୍ ଅଭିଯୋଗ ମଧ୍ୟ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଗତ କାଲି ଏହି ବଡ଼ ଧରଣ ବେଆଇନ୍ ଇ-ଟିକେଟିଂ ରାକେଟ୍ର ପର୍ଦ୍ଦାଫାସ କରାଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଆରପିଏଫ୍ ଡିଜି ଅରୁଣ କୁମାର ସାହୁ । ଏହି ମାଷ୍ଟର ମାଇଣ୍ଡ ଗୁଲାମ ମୁସ୍ତାଫାକୁ ଗିରଫ କରି ପଚରାଉଚରା କରୁଛି ଆରପିଏଫ୍ । ଗିରଫ ଅଭିଯୁକ୍ତ ଝାଡଖଣ୍ଡର ଏକ ସଫ୍ଟଓ୍ୱେୟାର ଇଞ୍ଜିନିୟର । ଏଭଳି ଜାଲିଆତି କରି ମାସିକ ପ୍ରାୟ ୧୦ରୁ ୧୫ କୋଟି ଆୟ କରୁଥିବା ପଚରାଉଚରା ବେଳେ ଆରପିଏଫ୍ ଜାଣିବାକୁ ପାଇଛି । ଏହି ଟଙ୍କାକୁ ମନି ଲର୍ଣ୍ଡିଂ ଓ ଟେରର୍ ଫଣ୍ଡିରେ ବ୍ୟବହାର କରୁଥିବା ସୂଚନା ରହିଛି । ତା’ ପାଖରୁ ଏଏନ୍ଏମ୍ଏସ୍ ନାମକ ସପ୍ଟଓ୍ୱେୟାର ଏବଂ ୨ଟି ଲାପଟପ୍ ଜବତ କରାଯାଇଛି । ଏଥିସହ ୫୬୩ ଆଇଆରସିଟିସି ଆଇଡି, ୨୪୦୦ ଏସ୍ବିଆଇ ଏବଂ ୬୦୦ ଗ୍ରାମୀଣ ବ୍ୟାଙ୍କର ଖାତା ଜବତ କରିଛି ଆରପିଏଫ୍ । ୨୦୧୯ରେ ଉତ୍ତରପ୍ରଦେଶର ଏକ ବିଦ୍ୟାଳୟରେ ଘଟିଥିବା ଏକ ବିସ୍ଫୋରଣ ମାମଲାରେ ସାମିଲ ଥିବା ମଧ୍ୟ ଜଣାପଡ଼ିଛି ।
ମୃତ୍ୟୁର ଆଭାସ ପାଇସାରିଥିଲେ ନିର୍ଭୟା ! ବାପା-ମାଆଙ୍କୁ ଡାକି କହିଥିଲେ କିଛି ଏମିତି କଥା
ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ୧ ଫେବୃୟାରୀ ସକାଳ ୬ଟାରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଫେବୃଆରୀ ୨୨ରେ ଫାଶୀ ଦେବାନେଇ ଡେଥ୍ ୱାରେଣ୍ଟ ଜାରି କରିଥିଲେ ମାନ୍ୟବର କୋର୍ଟ । ଡେଥ୍ ୱାରେଣ୍ଟ ଜାରି ହେବା ପରେ ମୁକେଶଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟରେ ହୋଇଥିଲେ ରାଜକ୍ଷମା ଆବେଦନ । ରାଷ୍ଟ୍ରପତିଙ୍କ ପକ୍ଷରୁ ଆବେଦନ ଖାରଜ ପରେ ନୂଆ ଡେଥି ୱାରେଣ୍ଟ ଜାରି କରିଥିଲେ କୋର୍ଟ । ଏଥି ମଧ୍ୟରେ ଘଟଣା ସମୟରେ ନାବାଳକ ଥିବା ନେଇ ପୱନ ଗୁପ୍ତାଙ୍କ ତରଫରୁ ହୋଇଥିବା ଦଲିଲକୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଏହାପରେ ଜାନୁଆରୀ ୨୨ ବଦଳରେ ଫେବ୍ରୁଆରୀ ୧ ତାରିଖରେ ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦିଆଯିବାକୁ ନିଷ୍ପତି ନିଆଯାଇଥିଲା । ନୂଆ ତାରିଖ ଘୋଷଣା କରିଥିଲେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ । ରାଜକ୍ଷମାକୁ ଖାରଜ କରିବା ପରେ ସାଧାରଣତଃ ଆଇନ ଅନୁସାରେ ଦୋଷୀକୁ ମାନସିକ ସ୍ଥରରେ ଦୃଢ ହେବା ପାଇଁ କିଛି ସମୟ ଦିଆଯାଇଥାଏ । ତେଣୁ ଫାଶୀ ତାରିଖକୁ ୨୨ରୁ ୧କୁ ଘୁଞ୍ଚାଇ ଦିଆଯାଇଥିଲା । ଏହିପରି ଆବେଦନ ଅନ୍ୟ ୩ ଜଣ ଦୋଷୀ ଆଉ କରିପାରିବେ ନାହିଁ ବୋଲି ମଧ୍ୟ କୁହାଯାଇଥିଲା । ତେବେ ବର୍ତ୍ତମାନ ଏହି ଦୋଷୀ ମାନେ ଦିନ ଗଡ଼ାଇବାକୁ ଅନ୍ୟ କେଉଁ ବିକଳ୍ପ ଆପଣାଉଛନ୍ତି ତାହା ଦେଖିବା ବାକି ରହିଲା ।

ଅନ୍ୟପଟେ ଦିନ ଯେତିକି ଗଡ଼ି ଚାଲିଛି ନିର୍ଭୟାଙ୍କ ମା’, ବାପାଙ୍କ ମନ ସେତିକି ଅସ୍ଥିର ହେଉଛି । ଆଖିରୁ ନିଦ ହଜାଇ ଦେଇଛି ଏହି ତାରିଖ । ନିର୍ଭୟାଙ୍କ ବାପା ଏହାକୁ ନେଇ କହିଛନ୍ତି ଯେ, ଝିଅର ନିଶ୍ୱାସ ଛଡ଼ାଇ ନେଇଥିବା ଏହି ଦୋଷୀଙ୍କ ଆଳାପ ତାଙ୍କ ହୃଦୟ ସ୍ପନ୍ଦନକୁ ଦ୍ରୁତ କରାଇ ଦେଉଛି । ସେହି ରାତିର ଘଟଣା ଆଜିବି ମନେପଡ଼ । ୧୩ ଦିନ ଧରି ମୃତ୍ୟୁ ସହ ଲଢ଼େଇ କରିଥିଲା ନିର୍ଭୟା । ଶେଷରେ ହାର ମାନିଯାଇ ମୃତ୍ୟୁକୁ ସାଥି କରି ଚାଲି ଯାଇଥିଲା ପଶୁ ସଦୃଶ ଲୋକଙ୍କ ଭିଡ଼ରୁ ବହୁ ଦୂରକୁ ।

ପୁର୍ବ ଘଟଣା ଅନୁଯାୟୀ ୧୬ ଡିସେମ୍ବର, ୨୦୧୨ ରାତିରେ ୨୩ ବର୍ଷିୟା ନିର୍ଭୟାଙ୍କୁ ଚଳନ୍ତା ବସରେ ୬ ଜଣ ଦୁର୍ବୃତ୍ତ ମିଶି ଗଣଦୁଷ୍କର୍ମ କରିବା ପରେ ରାସ୍ତାକୁ ଫୋପାଡ଼ି ଦେଇଥିଲେ । ସାଙ୍ଗରେ ଥିବା ପୁରୁଷ ବନ୍ଧୁ ମଧ୍ୟ ଦୁର୍ବୃତ୍ତ ମାନଙ୍କ ଆକ୍ରମଣର ଶିକାର ହେଇଥିଲେ । ଘଟଣା ସ୍ଥଳରେ ନିର୍ଭୟା ଗୁରୁତର ଭାବେ ଆହତ ହୋଇଥିଲେ ଓ ୨୯ ଡିସେମ୍ବର ଦିନ ସିଙ୍ଗାପୁରର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନିର୍ଭୟା ।
୧୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ନିର୍ଭୟା ଜୀବନ ସହ ପ୍ରତ୍ୟେକ ମୁହୁର୍ତ୍ତ ଲଢ଼ି ଚାଲିଥିଲେ । ଆଉ ସେହି ମୁହୁର୍ତ୍ତରେ ତାଙ୍କସହ ସ୍ତମ୍ଭ ପରି ଠିଆ ହୋଇଥିଲେ ତାଙ୍କ ମାଆ ବାପା । ଝିଅର ପ୍ରତିଟି ନିଶ୍ୱାସକୁ ସେଠାରେ ଅନୁଭବ କରିପାରୁଥିଲେ ସେମାନେ ।
ମୃତ୍ୟୁଦିନ ନିର୍ଭୟା ନିଜେ ତାଙ୍କ ମାଆଙ୍କୁ ଶୀଘ୍ର ଖାଇସାରି ଫେରିବାକୁ ପଠାଇ ଦେଇଥିଲେ ଆଉ ଫେରି ଆସିଲା ବେଳକୁ ଆଖି ବୁଜିସାରିଥିଲେ ନିର୍ଭୟା ।
‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?
ମୃତ୍ୟୁ ନେଇ ବୋଧେ ଆଗରୁ ଜାଣିପାରିଥିଲା ନିର୍ଭୟା ଏଣୁ ସେହି ଦିନ ତାଙ୍କ ବାପାଙ୍କୁ ଡାକି Sorry କହିଥିଲା ବୋଲି କହିଛନ୍ତି ନିର୍ଭୟାଙ୍କ ମାଆ । ‘ମୁଁ ତମ ଦୁଇ ଜଣଙ୍କୁ ବହୁ କଷ୍ଟ ଦେଇ ସାରିଲିଣି’ ଏହା କହି ତାଙ୍କ ମା’ଙ୍କ ହାତ ଆଣି କୁଣ୍ଢେଇ ପକାଇଥିଲେ । ତା’ଙ୍କ ମା’ଙ୍କ କହିବାନୁସାରେ ନିର୍ଭୟା ପ୍ରତ୍ୟେକ ଦିନ ସିଙ୍ଗାପୁରରେ ନିଜ ହାତରେ କିଛି ଗୋଟେ ଗଣୁଥିବାର ସେ ଅନୁଭବ କରିଛନ୍ତି । ସତେ ଯେମିତି ସେ ମୃତ୍ୟୁ ଦିନକୁ ଗଣୁଥିଲା । ଏହା ସହ ସେ ମା’ଙ୍କୁ ସବୁବେଳେ ଆଜି କଉଦିନ ହେଲା ବୋଲି ମଧ୍ୟ ପଚାରୁଥିଲେ । ଆଉ ଶୀଘ୍ର ଘରକୁ ଯିବାକୁ ଇଚ୍ଛା ପ୍ରକାଶ କରୁଥିଲେ । ଆଉ ଯେବେ ନର୍ସ ତାଙ୍କ ଦେହ ଠିକ୍ ନାହିଁ ବୋଲି କହୁଥିଲେ ସେତେବେଳେ ହତାଶ ହେଇଯାଉଥିବା ଆଶାଦେବୀ କହିଛନ୍ତି ।
ଲୋକଙ୍କୁ ଭକୁଆ ବନାଉଛନ୍ତି ଆମାଜନ୍ ଓ ଫ୍ଳିପ୍କାର୍ଟ !: ତଦନ୍ତ ନିର୍ଦ୍ଦେଶ ଦେଲେ ସିସିଆଇ
ନୂଆଦିଲ୍ଲୀ: ଦେଶରେ ସର୍ବାଧିକ ବ୍ୟବହୃତ ଇ-କମର୍ସ ଓ୍ୱେବ୍ସାଇଟ ଆମାଜାନ୍ ଓ ଫ୍ଳିପ୍କାର୍ଟ ପକ୍ଷରୁ ଦିଆଯାଉଥିବା ଡିସ୍କାଉଣ୍ଟର ହେବ ତଦନ୍ତ । ଏନେଇ ନିର୍ଦ୍ଦେଶ ଦେଇଛି କମ୍ପିଟିସନ୍ କମିଶନ ଅଫ୍ ଇଣ୍ଡିଆ ବା ସିସିଆଇ ।

ଏହି ୨ ଓ୍ୱେବସାଇଟ୍ ନିର୍ଦ୍ଦିଷ୍ଟ ଭାବେ କିଛି ସେଲରଙ୍କୁ ସେମାନଙ୍କ ପ୍ରଡକ୍ଟ ବିକ୍ରି ନିମନ୍ତେ ସହଯୋଗ କରିବା ସହ ସେମାନଙ୍କ ସାମଗ୍ରୀଙ୍କୁ ଅଧିକ ପ୍ରମୋଟ୍ କରୁଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀ ବ୍ୟବସାୟୀ ମହାସଂଘ ପକ୍ଷରୁ ଅଭିଯୋଗ ପରେ ସିସିଆଇ ପକ୍ଷରୁ ତଦନ୍ତ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।

ସିସିଆଇ ପକ୍ଷରୁ ଦିଆଯାଇଥିବା ୧୧ ପୃଷ୍ଠା ବିଶିଷ୍ଟ ନିର୍ଦ୍ଦେଶନାମାରେ ଆମାଜନ୍ ଓ ଫ୍ଳିପ୍କାର୍ଟ ଦ୍ୱାରା ୪ଟି ଆଣ୍ଟି କମ୍ପିଟିସନ୍ ପ୍ରାକ୍ଟିସ୍ ହୋଇଥିବା ଦେଖାଯାଇଛି । ଏକ୍ସକ୍ଳୁସିଭ୍ ମୋବାଇଲ୍ ଫୋନ୍ ବିକ୍ରି ବେଳେ କିଛି ନିର୍ଦ୍ଦିଷ୍ଟ ସେଲରଙ୍କୁ ପ୍ରମୋଟ କରାଯାଉଥିବା କୁହାଯାଉଛି ।
ଅପରପକ୍ଷରେ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତକୁ ସ୍ୱାଗତ କରିଛି ଆମାଜନ୍ । ସେହିପରି ସିସିଆଇ ପକ୍ଷରୁ ଜାରି ନିର୍ଦ୍ଦେଶର ସମୀକ୍ଷା କରାଯାଉଥିବା କହିଛିନ୍ତି ଫ୍ଳିପ୍କାର୍ଟର ସିନିୟର ଭାଇସ୍ ପ୍ରେସିଡେଣ୍ଟ ।

ସିସିଆଇ କ’ଣ: ୨୦୦୨ରେ ସଂସଦରେ ଦି କମ୍ପିଟସନ୍ ଆକ୍ଟ-୨୦୦୨ ପାସ୍ କରାଯାଇଥିଲା । ତଦ୍ନୁଯାୟୀ ୧୪ ଅକ୍ଟୋବର ୨୦୦୩ରେ କମ୍ପିଟିସନ୍ କମିଶନ୍ ଅଫ୍ ଇଣ୍ଡିଆ ଗଠନ ହୋଇଥିଲା । ଯାହା ମାର୍କେଟରେ କମ୍ପିଟିସନ୍ ବଜାୟ ରଖିବା ନେଇ ଧ୍ୟାନ ଦେବ । ଯାହା ଦ୍ୱାରା ଦେଶର ଜନସାଧାରଣର କମରୁ କମ୍ ଦାମରେ ସେମାନଙ୍କ ଆବଶ୍ୟକ ସାମଗ୍ରୀ ପାଇପାରିବେ । ଗ୍ରାହକଙ୍କୁ ହାନି ପହଞ୍ଚାଇଲା ଭଳି ପ୍ରଡକ୍ଟକୁ ମାର୍କେଟରୁ ହଟାଇବା ଦିଗରେ ମଧ୍ୟ କାର୍ଯ୍ୟ କରେ ସିସିଆଇ ।
ହରଭଙ୍ଗାରେ ସ୍ଥାୟୀ ବିଡ଼ିଓ ନିଯ଼ୁକ୍ତି ଦାବି, ୩ୟ ଦିନରେ ପହଁଚିଲା ଆନ୍ଦୋଳନ
ବୌଦ୍ଧ: ଜୋର ଧରିଛି ସ୍ଥାୟୀ ବିଡ଼ିଓ ନିଯ଼ୁକ୍ତି ଦାବି । ୩ୟ ଦିନରେ ପହଁଚିଛି ଆନ୍ଦୋଳନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ସମିତି ସଭ୍ୟ ଓ ସରପଞ୍ଚ ସଂଘ ପକ୍ଷରୁ ଜାରି ରହିଛି ଧାରଣା । ଫଳରେ ବ୍ଲକରେ କାମ ବନ୍ଦ ହୋଇଯାଇଛି । କିଛି ଦିନ ତଳେ ବ୍ୟାପକ ଅନିୟମିତତା ନେଇ ହରଭଙ୍ଗା ବିଡ଼ିଓଙ୍କୁ ନିଲମ୍ବନ କରାଯାଇଥିଲା । ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ବିଡ଼ିଓ ନିଯ଼ୁକ୍ତି ହୋଇପାରି ନାହିଁ । ତେଣୁ ତିନି ଦିନ ଧରି ଧାରଣା ଜାରି ରହିଛି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇ ନଥିବା ଜଣାପଡ଼ିଛି ।
ଗଗନଯାନରେ ଯିବ ରୋବଟ ବ୍ୟୋମମିତ୍ରା: ମହାକାଶର ତାପମାତ୍ରା ମାପିବା ସହ ହୃଦୟ ସ୍ପନ୍ଦନ ରେକର୍ଡ କରିବ ରୋବଟ
ବାଙ୍ଗାଲୁଗୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ୨୦୨୨ରେ ଗଗନୟାନ ମିଶନ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହା ପୂର୍ବରୁ ମାନବ ରୋବୋଟ ବ୍ୟୋମମିତ୍ରାକୁ ଏକ ମାନବ ବିହୀନ ରକେଟରେ ମହାକାଶକୁ ପଠାଯିବାର ଯୋଜନା କରାଯାଇଛି ।
Bengaluru: ISRO's half humanoid 'Vyommitra' to be placed in the first unmanned mission under #Gaganyaan to simulate most of the human body functions. Sam Dayal, ISRO scientist says, "It will try to simulate a human & report back to us. We are doing this as an experiment". pic.twitter.com/tikJJLierO
— ANI (@ANI) January 22, 2020
ବୁଧବାର ବ୍ୟୋମମିତ୍ରାର ଫଟୋ ଏବଂ ଭିଡ଼ିଓ ଇସ୍ରୋ ପକ୍ଷରୁ ଜାରି କରାଯାଇଛି। ଏହା ମଣିଷ ଭଳି ଆଚରଣ ପ୍ରଦର୍ଶନ କରିବାକୁ ସକ୍ଷମ । କେତେକ ପ୍ରଶ୍ନରେ ଏହି ରୋବୋଟ ବିଶ୍ଲେଷଣାତ୍ମକ ସମୀକ୍ଷା କରିପାରିବ ବୋଲି ଇସ୍ରୋ ବୈଜ୍ଞାନିକ ସୈମ୍ ଦୟାଲ ସୂଚନା ଦେଇଛନ୍ତି।
Humanoid for Gaganyaan unveiled. This is the prototype humanoid which will go as trial before #gaganyaan goes with astronauts. This humanoid speaks too and is named Vyom Mitra . pic.twitter.com/TKX6pbLyrb
— PB-SHABD (@PBSHABD) January 22, 2020
୨୦୨୦ ଡିସେମ୍ବର ଏବଂ ୨୦୨୧ ଜୁଲାଇରେ ରୋବୋଟ ବ୍ୟୋମମିତ୍ରାକୁ ମହାକାଶକୁ ପଠାଯିବ ବୋଲି ଇସ୍ରୋ ମୁଖ୍ୟ କେ. ଶିବନ କହିଛନ୍ତି।

ଇସ୍ରୋର ଗଗନୟାନ ମାନବ ମିଶନରେ ସାମିଲ୍ ହେବାକୁଥିବା ୪ ଜଣ ମହାକାଶଚାରୀଙ୍କୁ ଚଳିତ ବର୍ଷ ଜାନୁୟାରୀ ଶେଷ ସପ୍ତାହରେ ତାଲିମ ପାଇଁ ରୁଷିଆ ପଠାଯିବାର କାର୍ଯ୍ୟକ୍ରମ ରହିଛି। ଗଗନୟାନ ମିଶନ କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ବହୁ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବ। ଇସ୍ରୋର ଏହି ମିଶନରେ କୌଣସି ମହିଳା ମହାକାଶଚାରୀ ସାମିଲ୍ ହେବେ ନାହିଁ।

ତେବେ ମାନବ ବିହୀନ ମିଶନରେ ମହିଳାଙ୍କ ପ୍ରତିକୃତି ସଦୃଶ ରୋବୋଟ ବ୍ୟୋମମିତ୍ରକୁ ପଠାଯିବ। ଏହା ମହାକାଶର ତାପମାତ୍ରା ମାପିବା ସହିତ ହୃଦୟ ସ୍ପନ୍ଦନ ରେକର୍ଡ କରିବା ଆଦି ବହୁ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପନ୍ନ କରିବ। ପରେ ଏହାକୁ ମାନବ ମିଶନରେ ମଧ୍ୟ ସାମିଲ୍ କରାଯିବ ବୋଲି ଶିବନ୍ କହିଛନ୍ତି ।
ଭିଜିଲାନ୍ସ ହାତରେ ଧରା ପଡିଲେ ୨ ଶ୍ରମ ବିଭାଗ କର୍ମଚାରୀ
ବାଲେଶ୍ୱର: ଭିଜିଲାନ୍ସ ଜାଲରେ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟର ୨କର୍ମଚାରୀ । ଲାଇସେନ୍ସ ରିନ୍ୟୁ ପାଇଁ ୩ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । କିରାଣୀ ସତ୍ୟବ୍ରତ ବେହେରା ଓ ମିନାକ୍ଷୀ ସିଂ ଗିରଫ ହୋଇଛନ୍ତି ।


ସୂଚନା ମୁତାବକ ବାଲେଶ୍ୱର କାହାଳିଆ ଅଞ୍ଚଳର ରାକେଶ ମହଲଙ୍କଠାରୁ ଲାଇସେନ୍ସ ରିନ୍ୟୁ ପାଇଁ ଟଙ୍କା ନେଉଥିବାବେଳେ ବନ୍ଧା ହେଲେ ୨କର୍ମଚାରୀ ।
ନବବଧୂଙ୍କୁ ମାରି ଅଖାରେ ପୂରେଇ ଫିଙ୍ଗିଦେଲେ
ଢ଼େଙ୍କାନାଳ: ହିନ୍ଦୋଳର ରାସୋଳ ଥାନା କଲୋନୀ ସାହିରେ ଘଟିଯାଇଛି ଏକ ନୃଶଂସ ହତ୍ୟାକାଣ୍ଡ । ଜଣେ ନବ ବିବାହିତା ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ହତ୍ୟା ଏକ ଜରି ବସ୍ତାରେ ବାନ୍ଧି ସ୍କୁଟି ଯୋଗେ ଜଙ୍ଗଲରେ ଭିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ନିଜ ସ୍ୱାମୀ ସୁଜିତ୍ ସାହୁ ଏବଂ ଶାଶୁ କୁମୁଦିନୀ ସାହୁ ନିକଟସ୍ଥ ଦଣ୍ଡିରି ଗ୍ରାମ ନିକଟ ଘଞ୍ଚ ଜଙ୍ଗଲ ମହିଳାଙ୍କୁ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ।

ଝିଅ ଘର ଲୋକଙ୍କ ଅଭିଯୋଗ ପରେ ପୋଲିସ ଛାନଭିନ କରି ଅଭିଯୁକ୍ତ ସ୍ୱାମୀ ସୁଜିତ୍ ସାହୁ, ଶଶୁର ନିରଞ୍ଜନ ସାହୁ ଏବଂ ଶାଶୁ କୁମୁଦିନୀ ସାହୁ ଙ୍କୁ ଗିରଫ କରିଛି ।

ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି ।ପୋଲିସ ପ୍ରାଥମିକ ସୁଚନା ଅନୁସାରେ ବୋହୁ କୁ ପ୍ରଥମେ ଘରେ ମାରି ଦେବା ପରେ ଜଙ୍ଗଲରେ ଫିଙ୍ଗି ଦେଇ ଥିବାର ଜଣାପଡିଛି।

ବିମାନ ଚଳାଚଳ କ୍ଷେତ୍ରରେ ବଡ଼ ଯୋଜନା, ଉଡ଼ିବ ୧୪ ନୂଆ ବିମାନ
ଭୁବନେଶ୍ୱର: ରାଜଧାନୀରେ ଏୟାରଲାଇନ୍ସ ସିଇଓଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱରରୁ ଆନ୍ତର୍ଜାତିକ ବିମାନ ଚଳାଚଳ ସମ୍ପର୍କରେ ଏଥିରେ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏହି ଅବସରରେ ମଧ୍ୟପ୍ରାଚ୍ୟକୁ ବିମାନ ଚଳାଚଳ ଫୋକସରେ ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

ମିଡିଲ ଇଷ୍ଟର ସବୁ ଦେଶକୁ ବିମାନ ଉଡ଼ାଣ ଲକ୍ଷ୍ୟ ରହିଛି । ଆବୁଧାବି ଓ ଦୁବାଇକୁ ବିମାନ ଚଳାଚଳ ହେବ । ସେପଟେ କୁଆଲାଲମ୍ପୁର ଓ ବ୍ୟାଙ୍କକକକୁ ଭଲ ବ୍ୟବସାୟ ହେଉଛି । ଝାରସୁଗୁଡ଼ା ବିମାନ ବନ୍ଦରରୁ ବିଦେଶକୁ ବିମାନ ଯାତ୍ରା ଯୋଜନା ରଖିଛନ୍ତି ସରକାର ।

ସେହିପରି ଜୟପୁର, ରାଉରକେଲା ଓ ଉତ୍କେଲାରୁ ବିମାନସେବା ଆରମ୍ଭ କରିବାକୁ ଯୋଜନା କରାଯାଉଛି । ମେ’ ମାସରୁ ରାଉରକେଲାରୁ ଭୁବନେଶ୍ୱର ବିମାନସେବା ଆରମ୍ଭ କରିବ ଆଲିଆନ୍ସ ଏୟାର । ଭୁବନେଶ୍ୱରରୁ କଳାଇଲୁଣ୍ଡାକୁ ବି ଆଲିଆନ୍ସ ଏୟାରର ଉଡ଼ିବ ବିମାନ । ସେହିପରି ସ୍ପାଇସଜେଟ ବିମାନ ଝାରସୁଗୁଡ଼ାରୁ ମୁମ୍ବାଇ, କୋଲକାତାରୁ ଝାରସୁଗୁଡ଼ା ବିମାନସେବା ଆରମ୍ଭ ହେବ ।

ଯଦି ଦେଶ ଭିତରେ ଦେଖିବା ତେବେ ଭୁବନେଶ୍ୱରରୁ ବେଙ୍ଗାଲୁରୁ, ସୁରଟ, ବାରଣାସୀ ବିମାନ ଉଡ଼ିବ । ସେପଟେ ସିଙ୍ଗାପୁର, ଆବୁଧାବି, ହଂକଂ ଓ ଦୁବାଇ ପାଇଁ ନୂଆ ପଲିସି ତିଆରି କରାଯିବ । ଭୁବନେଶ୍ୱର ବିମାନବନ୍ଦର ପାଇଁ ଅଧିକ ଜମି ଦିଆଯାଇଛି । ତେବେ ଟ୍ରାଫିକ ଇନିସିଏଟିଭ ଏବଂ ଆନ୍ତର୍ଜାତିକ ବିମାନସେବା ପାଇଁ ଭ୍ୟାଟ୍ ନେବେନି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଡୋମେଷ୍ଟିକ ଉଡ଼ାଣ ପାଇଁ ୧ ପ୍ରତିଶତ ଭ୍ୟାଟ୍ ଧାର୍ଯ୍ୟ କରାଯାଇଛି । ବୈଠକରେ ୨୧ ଟି ବିମାନ କମ୍ପାନୀର ପ୍ରତିନିଧିଙ୍କ ସହ ୫ ଜଣ ସିଇଓ ଯୋଗ ଦେଇଛନ୍ତି । ଇଣ୍ଡିଗୋ, ଏୟାର ଏସିଆ, ମାଲଡିଭିଆନ, ସିଙ୍ଗାପୁର ଓ ଥାଇ ଏୟାରଓ୍ୱେଜର ପ୍ରତିନିଧି ରହିଛନ୍ତି ।
ଓଡ଼ିଶା ଫେରିବ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ
ଭୁବନେଶ୍ୱର: ଓଡିଶା ଫେରିବ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଦୀର୍ଘଦିନ ହେଲା କୋଲକାତା ଏୟାରପୋର୍ଟରେ ପଡ଼ି ନଷ୍ଟ ହେଉଥିବା ଡାକୋଟା ବିମାନ ଫେରାଇ ଆଣିବାକୁ କସରତ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ଚେୟାରମ୍ୟାନଙ୍କୁ ଚିଠି ଲେଖାଯାଇଛି ।

ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ୧୦ କୋଟି ଟଙ୍କା ବ୍ୟୟ ବରାଦ କରିଛି । ଡାକୋଟା ଡିସି-୩ ବିମାନ ଓଡ଼ିଶା ଫେରିଲେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପ୍ରଦର୍ଶନ ଲାଗି ରଖାଯିବ । ଏହା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଲାଗି ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଚିଠିରେ ଦର୍ଶାଯାଇଛି ।

