ଶ୍ରମିକ ପଳାୟନ ରୋକିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଦେଶ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଭାଗରୁ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ଉଦ୍ୟମ କରୁଛନ୍ତି । ରାଜଧାନୀ ଦିଲ୍ଲୀରେ ହଜାର ହଜାର ସଂଖ୍ୟକ ଶ୍ରମିକ ବିହାର, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶକୁ ପଳାୟନ କରୁଛନ୍ତି । ଏହି ଶ୍ରମିକ ପାଦରେ ଚାଲିଚାଲି ନିଜ ରାଜ୍ୟକୁ ଫେରୁଛନ୍ତି । ଫଳରେ ଲକ୍ ଡାଉନର ଅସଲ ଉଦ୍ଧେଶ୍ୟ ସଫଳ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଶ୍ରମିକଙ୍କୁ ନେଇ ବିଭିନ୍ନ ରାଜ୍ୟ ସରକାର ଅଲଗା ଅଲଗା ମତ ରଖୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯିଏ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁ ବୋଲି କହିଛନ୍ତି  । ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ଓ ରାଜସ୍ତାନ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟରେ ପଳାୟନ କରୁଥିବା ଶ୍ରମିକଙ୍କୁ ଗାଡି ଯୋଗାଇ ଦେବା କଥା କହିଛନ୍ତି ।

ଶାହଙ୍କ ଆଦେଶ

ଏହାଭିତରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେ ସମସ୍ତ ରାଜ୍ୟ  ଓ କେନ୍ଦ୍ର ସରକାରଙ୍କୁ ଶ୍ରମିକଙ୍କ ପଳାୟନ ରୋକିବା ପାଇଁ କହିଛନ୍ତି । ଶ୍ରମିକ, ନିରାଶ୍ରୟ ବ୍ୟକ୍ତିଙ୍କ ପାଇଁ ଘର, ବସ୍ତ୍ର, ଔଷଧର ତତ୍କାଳ ବ୍ୟବସ୍ଥା କରିବାକୁ କହିଛନ୍ତି ।

 

Leave a Reply