spot_img
Home Blog Page 7304

‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର’ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର’ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ବିଜେତା ମାନଙ୍କୁ ଭେଟିବା ସହ ଆଲୋଚନା କରିଛନ୍ତି । ଏ ଅବସରରେ ମୋଦି କହିଛନ୍ତି ବୟସ ଯଦିଓ କମ, ତେବେ ବିଭିନ୍ନ କ୍ଷେତ୍ରରେ ଯେପରି ଭାବେ ସାହସିକତା ଦେଖାଇଛନ୍ତି ତାହା ପ୍ରଶଂସନୀୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏ ପୁରସ୍କାର ଆରମ୍ଭ ମାତ୍ର, ସମାଜ ଏବଂ ଦେଶ ପ୍ରତି ସାହସିକ ବାଳକମାନଙ୍କ କାର୍ଯ୍ୟ ଦେଖି ଗର୍ବଲାଗେ । କୁନି ବୟସରେ ଆପଣମାନେ ଯେଉଁ ସାହସ ଦେଖାଇଛନ୍ତି ତାହା ବଡଲୋକମାନେ ମଧ୍ୟ କରିବାକୁ ସାହସ କରିପାରିବେନି ।

Image result for pradhan-mantri-rastriya-bal-purashkar-

ଚଳିତବର୍ଷ  ୪୯ଜଣ ପିଲା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଛନ୍ତି । କଳା, ସଂସ୍କୃତି, ସମାଜସେବା, ଖେଳ ଏବଂ ସାହସିକତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।  ଗତ ବୁଧବାର ଏହି ପିଲାମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କୃତ କରିଥିଲେ ।

ଦନ୍ତା ଆତଙ୍କରେ ସମସ୍ତ ସ୍କୁଲ ହେଲା ବନ୍ଦ, ନେଲାଣି ୨ ଜୀବନ

ଯାଜପୁର: ହାତୀ ଭୟରେ ସ୍କୁଲ ବନ୍ଦ । ଯାଜପୁର ଜିଲ୍ଲା କୋରେଇ, ଦାନଗଦି ଓ ସୁକିନ୍ଦା ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆଜି ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗତକାଲି ଶଙ୍ଖଚିଲା ଅଞ୍ଚଳରେ ଦନ୍ତାହାତୀ ଆତଙ୍କ ଦେଖାଦେଇଥିଲା। ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ ।

ବନ ବିଭାଗ ପକ୍ଷରୁ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରାଯିବାରୁ ହାତୀଟି ଉଗ୍ର ହୋଇଥିଲା। ଏଣେ ତେଣେ ଦୌଡ଼ିବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା । ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋରେଇ, ଦାନଗଦି, ସୁକିନ୍ଦାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ବନ୍ଦ ରହିଛି ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଜଙ୍ଗଲରୁ ହାତୀ ଖାଦ୍ୟ ଅନ୍ୱେଷଣରେ ଦାନଗଦି ବ୍ଲକ ଶାଳିଜଙ୍ଗା ଅଞ୍ଚଳକୁ ପଶି ଆସିଥିଲା । ସେଠାରେ ହାତୀ ଆକ୍ରମଣରେ ଜଣେ ପ୍ରାଣ ହରାଇଥିଲେ । ପରେ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡ଼ାଯିବାରୁ ସେ କୋରେଇ ବ୍ଲକ ପାଟରଙ୍ଗା ଓ ରଗଡ଼ି ଜଙ୍ଗଲରେ ପଶିଯାଇଥିଲା । ସେଠାରେ ବ୍ୟାପକ କ୍ଷୟକ୍ଷତି କରିବା ସହ ରସୁଲପୁର ବ୍ଲକ ଟିକରପଡ଼ା ଅଞ୍ଚଳକୁ ପଳାଇଥିଲା ।

ପରେ କୋରେଇ ବ୍ଲକ ଶଙ୍ଖଚିଲାରେ ୨ଜଣଙ୍କୁ ଦଳି ମାରିବା ସହ ୨ଜଣଙ୍କୁ ଆହତ କରିଛି । ପରେ ହାତୀଟି ଦାନଗଦି ବ୍ଲକ ଉଲଳ ଜଙ୍ଗଲକୁ ଯାଇଥିବା ଜଣାପଡିଛି । ହାତୀଟି ପୁଣି ଜନବସଟି ଆଡ଼କୁ ଫେରିବା ଆଶଙ୍କାରେ ଆଜି ସ୍କୁଲ ଛୁଟି କରାଯାଇଛି । ଏବେ ନରହନ୍ତା ହାତୀଟି ଦାନଗଦି ବ୍ଲକ୍‌ ନଡ଼ିଆଭଙ୍ଗା ଅଞ୍ଚଳରେ ରହିଥିବା ଜଣାପଡ଼ିଛି।

୨ଟି ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ ୨ ଗୁରୁତର

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଧର୍ମପୁର ରାସ୍ତାରେ ଦୁର୍ଘଟଣା। ୨ଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଆହତ ହୋଇଛନ୍ତି। ଗୁରୁତରଙ୍କୁ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ମୃତକଙ୍କ ପରିଚୟ ମିଳିପାରିନି । ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚିଛି । ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଛି । ମୃତାହତମାନେ ସାନଖେମୁଣ୍ଡି ଟି. ଗୋବିନ୍ଦପୁର ପଞ୍ଚାୟତ ବୁରେଇପାହାଡ଼ ଗାଁ ଓ ନୂଆଗଡ଼ ଗାଁର ବୋଲି ଜଣାପଡିଛି।

ନିଜ ଇଚ୍ଛାରେ ଭିଟାମାଟି ଛାଡ଼ିବେ ୧୧୦ ପରିବାର

କରଞ୍ଜିଆ: ଶିମିଳିପାଳ ଛାଡ଼ିବେ ୧୧୦ ପରିବାର । ଶିମିଳିପାଳ ଜାତୀୟ ଉଦ୍ୟାନ ମଧ୍ୟରେ ରହୁଖିବା ଗୁରୁଗୁଡ଼ିଆ ଗ୍ରାମପଞ୍ଚାୟତ ଖେଜୁରୀଗାଁର ୧୧୦ ପରିବାର ଆଜି ସ୍ୱେଚ୍ଛାକୃତ ଭାବେ ଭିଟାମାଟି ଛାଡ଼ିବେ । ଜିଲ୍ଲା ପ୍ରଶାସନ ଏବଂ ବନବିଭାଗର ମିଳିତ ସହଯୋଗରେ ଏହି ପରିବାର  ସ୍ଥାନାନ୍ତର ହେବେ । NTCA, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିସ୍ଥାପନ ନିୟମରେ ଆକୃଷ୍ଟ ହୋଇ ଖେଜୁରୀବାସୀ ଭିଟାମାଟି ଛାଡୁଛନ୍ତି ।

ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ବନବିଭାଗ ପକ୍ଷରୁ  ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଠାକୁରମୁଣ୍ଡା ବ୍ଲକ ସାଲେଇବେଡ଼ାରେ ୧୨୦ଟି ଅସ୍ଥାୟୀ ଘର ତିଆରି କରାଯାଇଛି । ସ୍ଥାନାନ୍ତର ହୋଇଥିବା ବନବାସୀଙ୍କୁ ତିନିମାସ ମଧ୍ୟରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଏଥି ସହ ପୈତୃକ ଜମି ପାଇଁ ଏକର ପିଛା ଏକ ଲକ୍ଷ ଟଙ୍କା ଏବଂ ବିଜୁ ପକ୍କା ଘର ଯୋଗାଇଦିଆଯିବ ବୋଲି ଘୋଷଣା କରାଯାଇଛି । ଅନ୍ୟପଟେ ସ୍ଥାନାନ୍ତରଣ ବେଳେ ସପକ୍ଷବାଦୀ-ବିପକ୍ଷବାଦୀଙ୍କ ମଧ୍ୟରେ ଉତ୍ତେଜନା ଆଶଙ୍କା କରି ୧୧୭ଟି ଗାଡ଼ି ଏବଂ ପୋଲିସ ଫୋର୍ସର ବ୍ୟବସ୍ଥଆ କରାଯାଇଛି ।

ଭୁବନେଶ୍ୱର: ବିଜେବି କଲେଜ ଷ୍ଟୁଡେଣ୍ଟ କମନ ରୁମ୍ ଓ କ୍ୟାଣ୍ଟିନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ ଶହ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ୫୮୫ ଶଯ୍ୟା ବିଶିଷ୍ଟ ଛାତ୍ରୀବାସ, ମୁଖ୍ୟ ପ୍ରବେଶ ପଥର ନବୀକରଣର ଭିତ୍ତିପ୍ରସ୍ତର ସ୍ଥାପନ ।

ଭୁବନେଶ୍ୱର: ବିଜେବି କଲେଜ ଷ୍ଟୁଡେଣ୍ଟ କମନ ରୁମ୍ ଓ କ୍ୟାଣ୍ଟିନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ ଶହ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ୫୮୫ ଶଯ୍ୟା ବିଶିଷ୍ଟ ଛାତ୍ରୀବାସ, ମୁଖ୍ୟ ପ୍ରବେଶ ପଥର ନବୀକରଣର ଭିତ୍ତିପ୍ରସ୍ତର ସ୍ଥାପନ ।

ଚାଇନାରେ କରୋନା ଭାଇରସ ଆତଙ୍କ, ଭାରତୀୟ ମାନଙ୍କ ସୁରକ୍ଷା ପାଇଁ ଜାରି ହେଲା ଭାରତୀୟ ଦୂତାବାସ ହେଲପଲାଇନ ନମ୍ବର

ଚାଇନାରେ ଆତଙ୍କ ଖେଳାଇଛି କରୋନା ଭାଇରସ । ପ୍ରତି ଘଣ୍ଟାରେ ବଢୁଛି ମୃତ୍ୟୁ ସଂଖ୍ୟା । ଭାଇରସର ଶିକାର ହୋଇ ୨୫ଜଣଙ୍କ ଜୀବନ ଯାଇଥିବା ବେଳେ ୮୦୦ରୁ ଅଧିକ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପଡୋଶୀ ଦେଶ ଭିଏତନାମ, ସିଙ୍ଗାପୁର, ଥାଇଲାଣ୍ଡ, ଜାପାନ ଏବଂ ଦକ୍ଷିଣ କୋରିଆରେ ମଧ୍ୟ ଏହି ଭାଇରସ କାୟା ବିସ୍ତାର କଲାଣି । ଆମେରିକାରେ ମଧ୍ୟ ଏହି ଭାଇରସ ଚିହ୍ନଟ ହୋଇଛି ।

Image result for corona virus in china

ଅନ୍ୟପଟେ କରୋନା ଭାଇରସ ପାଇଁ ବୁହାନ ସମେତ ୮ଟି ସହରରେ ଟ୍ରାନସପୋର୍ଟ ବନ୍ଦ ରଖିଛି ଚାଇନା । ଏଥିସହ ବେଜିଂ ଏବଂ ଚାଇନାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି । ବୁହାନ ସହରରେ ପାଖାପାଖି ୭୦୦ ଭାରତୀୟ ଛାତ୍ର ପାଠ ପଢୁଥିବା ବେଳେ ସେମାନଙ୍କ ସହ ସୁବିଧା ପାଇଁ ହେଲପଲାଇନ ଜାରି କରିଛି ଭାରତୀୟ ଦୂତାବାସ ହେଲପଲାଇନ । ହେଲପଲାଇନ ନମ୍ବର ଗୁଡିକ ହେଲା- +8618612083629 ଏବଂ +8618612083617 । ଏହା ସହ ଛାତ୍ରମାନଙ୍କୁ ସହଯୋଗ ପାଇଁ ଚିନର ଅଧିକାରୀଙ୍କ ସହ କଥାବାର୍ତ୍ତା ଜାରି ରଖିଛି ଭାରତ । ସେପଟେ ବୁହାନରେ ୫ଛାତ୍ରଙ୍କ ସହ ୨୫ଭାରତୀୟ ଫସି ରହିଛନ୍ତି । ସେପଟେ ୟିଚାଙ୍ଗ ମେଡିକାଲରେ ୧୪ଜଣ ଭାରତୀୟ ଛାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ଚାଲିଛି । ସେମାନେ କୁନମିଙ୍ଗ ଏୟାରପୋର୍ଟରୁ କୋଲକତା ଯିବାକୁ ଉଦ୍ୟମ କରୁଥିଲେ । କରୋନା ଭାଇରସ ପାଇଁ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Image result for corona virus in china

ଭାଇରସକୁ କିପରି ରୋକାଯାଇପାରିବ ସେ ନେଇ ସ୍ଥିତିର ତଦାରଖ କରାଯାଉଛି । ଆବଶ୍ୟକ ପଡ଼ିଲେ ଜରୁରୀ କାଳିନ ସ୍ଥିତି ଘୋଷଣା କରାଯିବ ବୋଲି ନିଷ୍ପତି ନିଆଯାଇଛି । ଭାରତରେ ମଧ୍ୟ ଏହି ଭାଇରସକୁ ନେଇ ସତର୍କତା ମୁଳକ ପଦକ୍ଷେପ ନିଆଯାଇଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା, ବାଙ୍ଗାଲୁରୁ ଭଳି ସହରର ବିମାନ ବନ୍ଦରରେ ଥର୍ମାଲ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଯଞ୍ଚ କରାଯାଉଛି । ଭାରତରୁ ଯାଉଥିବା ଲୋକଙ୍କୁ ମଧ୍ୟ ଚୀନରେ କିପରି ସର୍ତ୍ତକ ରହିବେ ସେ ନେଇ ମଧ୍ୟ ଗାଇଡ ଲାଇନ ଜାରି କରାଯାଇଛି ।

ମାଆଙ୍କ ଦଶାହ କାର୍ଯ୍ୟ ଯୋଗୁଁ ୪ ଦିନ ପାଇଁ ଅନ୍ତରୀଣ ଜାମିନରେ ଆସିଲେ ପୁଞ୍ଜିଲାଲ ମେହେର

ବଲାଙ୍ଗିର: ଜେଲରୁ ବାହାରିଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର । ମାଆଙ୍କ ଦଶାହ କାର୍ଯ୍ୟ କରିବାକୁ ତାଙ୍କୁ ଜାମିନ ମିଳିଥିବା ବେଳେ ସେ ଆଜି ଜେଲରୁ ବାହାରିଛନ୍ତି । ଆଜିଠୁ ୨୮ ତାରିଖ ଯାଏଁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

୨୮ ତାରିଖ ଦିନ ୧୧ରେ ହାଜିର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୫୦ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ମୁଚାଲିକାରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଜାମିନ ଅବଧିରେ ଗଣମାଧ୍ୟମ ସହ ଯୋଗାଯୋଗରେ ନରହିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି । ବୁଧୁବାର ପୁଞ୍ଜିଲାଲଙ୍କୁ  ଅନ୍ତରୀଣ ଜାମିନ ପ୍ରଦାନ କରଥିଲେ ହାଇକୋର୍ଟ ।

ଗତ ୧୦ ତାରିଖ ଦିନ ପୁଞ୍ଜିଲାଲଙ୍କ ମାଆ ଇନ୍ଦୁମତିଙ୍କ ମୃତ୍ୟୁ ହୋଇଥିଲା । ଦଶାହ କାର୍ଯ୍ୟ କରିବାକୁ ପାଟଣାଗଡ଼ ଅତିରିକ୍ତ ଦୌରାଜଜ୍‌ କୋର୍ଟ ଜାମିନ ଆବେଦନ ଖାରଜ ପରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ପୁଞ୍ଜିଲାଲ ।

ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ଭେଣ୍ଡିଂ ଜୋନ୍‌ରେ ଜଳିଗଲା ୨୦ରୁ ଅଧିକ ଫଳ ଦୋକାନ

ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ରାଜମହଲ ଓ କଳ୍ପନା ଛକ ମଧ୍ୟରେ ଥିବା ଫଳ ମାର୍କେଟ୍‌ରେ ବିଳମ୍ବିତ ରାତିରେ ନିଆଁ ଲାଗିଯାଇ ଥିଲା । ସର୍ଟସାର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଅଗ୍ନିକାଣ୍ଡରେ ଭେଣ୍ଡିଂ ଜୋନ୍‌ରେ ଥିବା ପ୍ରାୟ ୨୦ରୁ ଅଧିକ ଫଳ ଦୋକାନ ଜଳିଯାଇଛି ।

ତେବେ ଘଟଣା ସ୍ଥଳରେ ୩ଟି ଦମକଳ ଆସି ନିଆଁ ଲିଭାଇଥିଲେ । ପ୍ରାୟ ଅଧ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଅଗ୍ନିକାଣ୍ଡରେ ୧୦ଲକ୍ଷରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।

ଯାଜପୁର: ହାତୀ ଉପଦ୍ରବକୁ ଦୃଷ୍ଟିରେ ରଖି ସୁକିନ୍ଦା ଓ ଦାନଗଦୀ ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆଜି ପାଇଁ ଛୁଟି ଘୋଷଣା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛୁଟି ଘୋଷଣା କଲା ପ୍ରଶାସନ ।

ଯାଜପୁର: ହାତୀ ଉପଦ୍ରବକୁ ଦୃଷ୍ଟିରେ ରଖି ସୁକିନ୍ଦା ଓ ଦାନଗଦୀ ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆଜି ପାଇଁ ଛୁଟି ଘୋଷଣା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛୁଟି ଘୋଷଣା କଲା ପ୍ରଶାସନ ।

ଭୁବନେଶ୍ୱର: ରାମକୃଷ୍ଣ ମଠ ଓ ମିଶନର ଶତବାର୍ଷିକୀ ଉତ୍ସବ ପାଳନ । ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ଦିନ ଧରି ଚାଲିବ ଉତ୍ସବ ।

ଭୁବନେଶ୍ୱର: ରାମକୃଷ୍ଣ ମଠ ଓ ମିଶନର ଶତବାର୍ଷିକୀ ଉତ୍ସବ ପାଳନ । ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ଦିନ ଧରି ଚାଲିବ ଉତ୍ସବ ।