ବସ୍‌କୁ ଅପେକ୍ଷା କରିଥିଲେ ଶ୍ରମିକ, ପୋଲିସ୍‌ କଲା ସାନିଟାଇଜର ସ୍ପ୍ରେ

1 min read

ଦିଲ୍ଲୀରୁ ଫେରିଥିବା ଶ୍ରମିକ ମାନଙ୍କୁ ସାନିଟାଇଜରରେ ଗାଧୁଆ । କରୋନା ଭାଇରସ୍‌ ପାଇଁ ରାସ୍ତା ଉପରେ ବସାଇ ସାନିଟାଇଜର ସ୍ପ୍ରେ କଲା ଉତ୍ତରପ୍ରଦେଶର ଜିଲ୍ଲା ପ୍ରଶାସନ । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ ତାର ଦୋଷକୁ ସ୍ୱୀକାର କରିଛି।

ସାମାଜିକ ଦୂରତା ରକ୍ଷା କରିନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି । ବରେଲିର ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି । ଏହି ସ୍ପ୍ରେରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସିଏମଓଙ୍କ ନିର୍ଦ୍ଦେଶରେ ଚିକିତ୍ସା କରାଯାଉଛି । ବରେଲି ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ଫାୟାର ବ୍ରିଗେଡ୍ର ଟିମ୍ ବସ୍ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସାମାଜିକ ଦୂରତା ରକ୍ଷା କରିନଥିବାରୁ ଯୋଗୁଁ ସେମାନେ ଏହା କରିଥିଲେ । ଯେଉଁ ମାନେ ଏହି ସ୍ପ୍ରେ କରିଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ ବରେଲିର ଏକ ବସ୍‌ ଷ୍ଟପରେ ଦିଲ୍ଲୀରୁ ଫେରୁଥିବା ଶ୍ରମିକମାନେ ବସକୁ ଅପେକ୍ଷା କରିଥିଲେ । ପୋଲିସ ସେଠାରେ ପହଞ୍ଚି ସମସ୍ତଙ୍କୁ ଏକ ଲାଇନରେ ବସାଇ ସୋଡିୟମ ହାଇପୋକ୍ଲୋରିଡ ସ୍ପ୍ରେ କରିଥିଲା । ଏହା ଫଳରେ କିଛି ଲୋକଙ୍କର ଆଖି ଲାଲ ହୋଇଗଲା ଏବଂ ଛୋଟ ପିଲା କାନ୍ଦିବାକୁ ଲାଗିଲେ ।

କର୍ତ୍ତବ୍ୟ ସାମ୍ନାରେ ହାର ମାନିଲା ଲକ୍‌ଡାଉନ୍‌ର ଲମ୍ବା ରାସ୍ତା

Leave a Reply