spot_img
Home Blog Page 730

ଛତିଶଗଡ଼ ସୁକମାରେ ୧୬ ମାଓବାଦୀଙ୍କ ଆତ୍ମସମର୍ପଣ

ସୁକମା: ଛତିଶଗଡ଼ ସୁକମାରେ ୧୬ ମାଓବାଦୀଙ୍କ ଆତ୍ମସମର୍ପଣ। ପିଏଲଜିଏ ବାଟାଲିୟନର ୨ ଜଣ ହାର୍ଡକୋର ମାଓବାଦୀ ସମେତ ୧୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଓ ପୁରୁଷ ମାଓବାଦୀଙ୍କ ନାଁରେ ୮ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ଥିଲା। ସେହିପରି ୬  ମାଓବାଦୀ  ନାଁରେ ମୋଟ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ଥିଲା।  ସମସ୍ତ

ଙ୍କୁ ସରକାରୀ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଆତ୍ମସମର୍ପଣ ଯୋଜନାରେ ପ୍ରଭାବିତ ଏମାନେ ଆତ୍ମସମର୍ପଣ କରିଛନ୍ତି। ଏସ୍ପି କିରଣ ଚୌହାନ, ଅତିରିକ୍ତ ଏସ୍ପି ଉମେଶ ଗୁପ୍ତା ଏବଂ ସିଆରପିଏଫ ଏବଂ ପୋଲିସ ଅଧିକାରୀଙ୍କ ଆଗରେ ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି।

ରାଜ୍ୟରେ ବିଜେପି ସରକାର ଆସିଲା ପରେ ବହୁ ଅନୁଷ୍ଠାନ ପଙ୍ଗୁ: କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ନାବାଳିକା ଓ ମହିଳା ନିର୍ଯାତନା ବୃଦ୍ଧି ପାଇଛି । ରାଜ୍ୟରେ ବିଜେପି ସରକାର ଆସିଲା ପରେ ବହୁ ଅନୁଷ୍ଠାନ ପଙ୍ଗୁ ହୋଇଯାଇଛି । ଓଡ଼ିଶା ଲୋକାୟୁକ୍ତ ପଦବୀ ବର୍ଷେ ହେବ ଖାଲି ପଡିଛି । ଶିଶୁ ସୁରକ୍ଷା କମିଶନ, ମହିଳା କମିଶନ ପଦବୀ ମଧ୍ୟ ଖାଲି ପଡ଼ିଛି l ବିଜେପି ରାଜ୍ୟରେ ଏକଛତ୍ରବାଦ ଶାସନ କରିବା ପାଇଁ ଏହି ପଦବୀକୁ ଖାଲି ରଖିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରଶ୍ନ କରିଛନ୍ତି, କେଉଁ ଆଧାରରେ ରାଜ୍ୟ ସରକାର ମହିଳା କମିଶନ ଓ ଏହାର ସମସ୍ତ ସଦସ୍ୟଙ୍କୁ କଢାଗଲା ? ରାଜ୍ୟ ସରକାର ଆଇନକୁ ସମ୍ମାନ ଦେଉଥିଲେ ତୁରନ୍ତ ଏହି ପଦବୀ ପୂରଣ କରନ୍ତୁ l ୪ ସପ୍ତାହ ମଧ୍ୟରେ ଖାଲି ପଡ଼ିଥିବା ପଦବୀ ପୂରଣ ନକଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି l ସେହିପରି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି, ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଥିଲା l ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ବର୍ଷକୁ ୭୦ ହଜାର ନିଯୁକ୍ତି ଦିଆଯିବ । ହେଲେ ମାତ୍ର ୭ ହଜାର ନିଯୁକ୍ତି ଦେଇଛନ୍ତି l ଓଡିଆ ଯୁବକ ଓ ଯୁବତୀମାନେ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି l ବର୍ଷ ପୂର୍ତ୍ତି ରେ ଆମେ ଜବାବ ମାଗୁଛୁ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ l ନହେଲେ ଯୁବ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ l ବାହାର ରାଜ୍ୟର କମ୍ପାନୀମାନେ ଏଠାରେ କାମ କରୁଛନ୍ତି l ହେଲେ ଓଡ଼ିଶାକୁ ନିଯୁକ୍ତି ନାହିଁ l ଏହା ଚଳିବନି ବୋଲି କହିଛନ୍ତି ରଞ୍ଜିତ । ବିଜେପି ସରକାରରେ ଅଣ ଓଡ଼ିଆ ନିଯୁକ୍ତି ବଢ଼ିଛି l ଏହା କଣ ବିଜେପି ସରକାରର ଓଡ଼ିଆ ଅସ୍ମିତା l ଓଡ଼ିଶାରେ ଓଡ଼ିଆ ମାନେ ଆଜି କାନ୍ଦୁଛନ୍ତି l ଅଣ ଓଡ଼ିଆ ଠିକାସଂସ୍ଥା ଆଜି ଓଡ଼ିଶାରେ କାମ କରୁଛନ୍ତି l ଓଡ଼ିଆ ଠିକାଦାର ମାନେ କାମ ପାଉନାହାଁନ୍ତି l ଏହା କଣ ଓଡିଆମାନଙ୍କ ପ୍ରତି ସ୍ୱାଭିମାନ l ୯୦ ପ୍ରତିଶତ କାମ ଏବେ ଅଣ ଓଡିଆ ଠିକାଦାର କାମ କରୁଛନ୍ତି l ରାଜ୍ୟରେ କଣ ଓଡିଆ ଠିକାଦାର ନାହାନ୍ତି କି ? ଓଡ଼ିଶାକୁ ବିକ୍ରି କରିଦେବାକୁ ସରକାର ଯୋଜନା କରିଛନ୍ତି l ଖଣିଖାଦାନକୁ ଅଣ ଓଡ଼ିଆ କମ୍ପାନୀ ମାନେ ଉତ୍ତୋଳନ କରୁଛନ୍ତି l ହେଲେ ଓଡିଆ ଠିକାଦାର ମାନେ କାମ ପାଉନାହାଁନ୍ତି l ଓଡ଼ିଆ ଲୋକଙ୍କୁ ସରକାର କାମ ଦିଅନ୍ତୁ ବୋଲି ଦାବି କରିଛନ୍ତି ଯୁବ କଂଗ୍ରେସ ନେତା ୟାସିର ନୱାଜ ।

ମିଳିଲା ଅଢ଼େଇ ଟନ୍ ବିସ୍ଫୋରକ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ

ରାଉରକେଲା: ୫ ଟନ ବିସ୍ଫୋରକ ମାଓବାଦୀ ଲୁଟି ନେବା ମାମଲାରେ ଆଜି ମିଳିଲା ଅଢ଼େଇ ଟନ୍ ବିସ୍ଫୋରକ । ସରଣ୍ଡା ଜଙ୍ଗଲରୁ ଅଢେଇ ଟନ ବିସ୍ଫୋରକ ଜବତ ହୋଇଛି । ସୁରକ୍ଷା ବାହିନୀ ଏହି ବିସ୍ଫୋରକ ଜବତ କରିଛି । ଓଡ଼ିଶା–ଝାଡଖଣ୍ଡ ପୋଲିସର ସର୍ଚ୍ଚ ଅପରେସନ ବେଳେ ମିଳିଲା ବିସ୍ଫୋରକ ।

ଗତ ମଙ୍ଗଳବାର ରାତିରେ ଲୁଟ ହୋଇଥିଲା ବିସ୍ଫୋରକ । ବାଙ୍କୋ ଅଂଚଳରୁ ଲୁଟ୍ ହୋଇଥିଲା ଏହି ବିସ୍ଫୋରକ । ୪୦ରୁ ଅଧିକ ମାଓବାଦୀ ବିସ୍ଫୋରକ ଲୁଟି ନେଇଥିଲେ । ସୁନ୍ଦରଗଡ଼ କେ-ବଲାଙ୍ଗ ବାଙ୍କୋ ପଥର ଖଣି ନିକଟରୁ ୫ ହଜାର କେଜି ଓଜନର ବିସ୍ଫୋରକ ସାମଗ୍ରୀ ମାଓବାଦୀ ଲୁଟି ନେଇଥିଲେ । ଲୁଟ ବିସ୍ଫୋରକ ଜବତ ପାଇଁ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା ।

ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ସୂଚନା ପାଇ ଓଡିଶା-ଝାଡଖଣ୍ଡ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ମାଓବାଦୀଙ୍କ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯିବା ସହ ଏକ କ୍ଵିଣ୍ଟାଲରୁ ଅଧିକ ଜିଲୋଟିନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଏହାସହ ଲୁଟ ହୋଇଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଜଵତ କରାଯାଇଥିଲା ।

 

ରାଜୀବ ଶୁକ୍ଳା ହେବେ ବିସିସିଆଇର ନୂଆ ସଭାପତି

ନୂଆଦିଲ୍ଲୀ: ରାଜୀବ ଶୁକ୍ଳା ହେବେ ବିସିସିଆଇର ନୂଆ ସଭାପତି । ସେ ଆସନ୍ତା ମାସରେ ବର୍ତ୍ତମାନର ଅଧକ୍ଷ ରୋଜର ବିନିଙ୍କ ସ୍ଥାନ ନେବେ । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ଏହି ଖବର ପ୍ରକାଶ ପାଇଛି । ୭୦ ବର୍ଷିୟ ବିନିଙ୍କ ଆସନ୍ତା ଜୁଲାଇ ୧୯ ତାରିଖରେ କାର୍ଯ୍ୟକାଳ ସରୁଛି । ଶୁକ୍ଳାଙ୍କୁ ପ୍ରଥମ ୩ ମାସ ପାଇଁ BCCIର କାର୍ଯ୍ୟକାରୀ ସଭାପତି କରାଯିବ । ତାଙ୍କୁ ୬୫ ବର୍ଷ ବୟସ ହୋଇଛି । ସେପ୍ଟେମ୍ବରରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହେବା ପରେ ଶୁକ୍ଳାଙ୍କୁ ପୂର୍ଣ୍ଣକାଳୀନ କରାଯିବ ।

ରୋଜର ବିନି ଅକ୍ଟୋବର ୨୦୨୨ରେ BCCIର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ସେ ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଥିଲେ । ଜୁଲାଇ ୧୯ ତାରିଖରେ ତାଙ୍କୁ ୭୦ ବର୍ଷରେ ପଦାର୍ପଣ କରୁଛନ୍ତି । ଏଥିପାଇଁ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଜଷ୍ଟିସ ଲୋଧା କମିଟି ସୁପାରିଶ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିସିସିଆଇର ଅଧିକାରୀ ୭୦ ବର୍ଷରୁ ଅଧିକ ବୟସର ହୋଇ ପାରିବେ ନାହିଁ ।

ବାହାରିଲା JEE ଆଡଭାନ୍ସ ରେଜଲ୍ଟ, ରଜିତ ଗୁପ୍ତା ସାରା ଦେଶରେ ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ପରୀକ୍ଷା ଫଳ । ଆଇଆଇଟି କାନପୁର ଏହି ପରୀକ୍ଷା ଫଳ ପ୍ରକାଶ କରିଛି । ରଜିତ ଗୁପ୍ତା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି । ରଜିତ ଗୁପ୍ତା ଜେଇଇ ମେନ୍ସ ୨୦୨୫ ପରୀକ୍ଷାରେ ଶହେ ପ୍ରତିଶତ ନମ୍ବର ରଖିଥିଲେ । ତାଙ୍କର ସର୍ବଭାରତୀୟ ସ୍ତରରେ ରାଙ୍କ ଥିଲା ୧୬ । ଏବେ ଜେଇଇ ଆଡଭାନ୍ସରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ମେ ୧୮ ତାରିଖରେ ଦେଶରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ରଜତ ଗୁପ୍ତା ହେଉଛନ୍ତି କୋଟା ମହାବୀର ନଗରର ବାସିନ୍ଦା । ତାଙ୍କ ବାପା ଦୀପକ ଗୁପ୍ତା BSNLର ଜଣେ ଇଞ୍ଜିନିୟର ଏବଂ ତାଙ୍କ ମାଆ ଜଣେ ପ୍ରଫେସର୍ । ରଜିତ ଦଶମ ପରୀକ୍ଷାରେ ୯୬.୮ ପ୍ରତିଶତ ମାର୍କ ରଖିଥିଲେ । ଏହା ସହ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଶଶାମ ଜିନ୍ଦଲ ଏବଂ ତୃତୀୟରେ ଅଛନ୍ତି ମାଜିଦ ମୁଜାହିଦ ହୁସେନ ।

ଘାଟିରେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଅଧିକ ଶ୍ରମିକ ଆହତ

ମାଲକାନଗିରି: ମାଲକାନଗିରିରେ ବସ ଦୁର୍ଘଟଣା। ମାଲକାନଗିରି ଜିଲ୍ଲା ବିଜା ଘାଟିରେ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୨୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ଆହତ ଶ୍ରମିକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ବସରେ ୩୦ରୁ ଅଧିକ ଶ୍ରମିକ ଫସି ରହିଥିଲେ। ସ୍ଥାନୀୟ ଲୋକ, ପୋଲିସ ଓ ଅଗ୍ନିଶମବାହିନୀ ଟିମ ସହାୟତାରେ ବସରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିଯାଇଥିଲା। ବ୍ରେକ ଫେଲ ଯୋଗୁଁ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲୋକେ କହିଛନ୍ତି। ଶ୍ରୀ ବାଲାଜି ନାମକ ଏହି ଘରୋଇ ବସ ହାଇଦ୍ରାବାଦରୁ କଣ୍ଟାବାଞ୍ଜି ଆସୁଥିବାବେଳେ ଦୁର୍ଘଟଣା ଘଟିଥିଲା। ବସରେ ପ୍ରାୟ ୭୦ରୁ ଅଧିକ ଶ୍ରମିକ ଥିଲେ। ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଇଟାଭାଟିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ନେଇ ଏହି ବସ ଆସୁଥିଲା। ୩ଟି ଇଟାଭାଟିର ଶ୍ରମିକ ଏହି ବସରେ ଥିଲେ।

ଖୋଲିବା ମାତ୍ରେ କ୍ରାସ କଲା ଷ୍ଟକ ମାର୍କେଟ

ନୂଆଦିଲ୍ଲୀ: ଜୁନ୍ ପ୍ରଥମ ଦିନରେ ଷ୍ଟକ୍ ବଜାର ଖୋଲିବା ସମୟରେ ନିବେଶକମାନେ ଆଶା କରିଥିଲେ ଯେ ବଜାର ସ୍ଥିର ରହିବ କାରଣ ଏହି ସପ୍ତାହରେ RBIର ମୁଦ୍ରା ନୀତି ଭଳି ଏକ ବଡ଼ ନିଷ୍ପତ୍ତି ଆସିବାକୁ ଯାଉଛି । କିନ୍ତୁ ବଜାରରେ ନିମ୍ନଗାମୀ ଧାରା ଦେଖିବାକୁ ମିଳିଥିଲା। ବଜାର ଖୋଲିବାର ମାତ୍ର ୪ ମିନିଟ୍ ପରେ BSE ସେନସେକ୍ସ ୬୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା ଏବଂ ୬ ମିନିଟ୍ ପରେ ଏହି ହ୍ରାସ ୭୫୦ ପଏଣ୍ଟ ଅତିକ୍ରମ କରିଥିଲା।

ଜୁନ୍ ୨ ତାରିଖରେ ଲଗାତାର ହ୍ରାସ ମଧ୍ୟରେ ବିଏସଇ ସେନସେକ୍ସର ଆରମ୍ଭ ଖରାପରୁ ହୋଇଥିଲା। ସେନସେକ୍ସ ୨୦୦ ପଏଣ୍ଟରୁ ଅଧିକ ହ୍ରାସ ସହିତ ୮୧,୨୧୪.୪୨ ପଏଣ୍ଟରେ ଖୋଲିଥିଲା, ଏହା ୭୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ୮୦,୬୫୪.୨୬ ପଏଣ୍ଟରେ ପହଞ୍ଚିଥିଲା। ଶୁକ୍ରବାର ଦିନ ସେନସେକ୍ସ 81,451.01 ପଏଣ୍ଟରେ ବନ୍ଦ ହୋଇଥିଲା।

NSE ନିଫ୍ଟି ୫୦ ରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଥିଲା। ବଜାର ଖୋଲିବା ସମୟରେ ଏଥିରେ ପ୍ରାୟ ୮୦ ପଏଣ୍ଟ ହ୍ରାସ ଦେଖାଯାଇଥିଲା। ଆଜି ନିଫ୍ଟି 50 24,669.70 ପଏଣ୍ଟରେ ଖୋଲିଛି। ଯେତେବେଳେ ଶୁକ୍ରବାର ଏହା 24,750.70 ପଏଣ୍ଟରେ ବନ୍ଦ ହୋଇଥିଲା। ବଜାର ଖୋଲିବାର ୧୫ ମିନିଟ୍ ମଧ୍ୟରେ ଏହା ୨୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇ 24,526.15 ପଏଣ୍ଟର ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା।

ଶୁକ୍ରବାର ଭାରତୀୟ ଷ୍ଟକ୍ ବଜାର ମଧ୍ୟ ନିମ୍ନଗାମୀ ଧାରା ସହିତ ବନ୍ଦ ହୋଇଥିଲା। ସୋମବାର ବଜାରରେ ଉନ୍ନତି ହେବ ବୋଲି ଆଶା କରାଯାଉଥିଲା। ସମ୍ଭବତଃ ନିବେଶକମାନେ RBIର ମୁଦ୍ରା ନୀତି ନିଷ୍ପତ୍ତିକୁ ଅପେକ୍ଷା କରି ଭୟଭୀତ ହୋଇ ପଡିଛନ୍ତି, ଯାହା ଯୋଗୁଁ ବଜାରରେ ନିମ୍ନଗାମୀ ଧାରା ଦେଖାଯାଇଛି। କେବଳ ଏତିକି ନୁହେଁ, ଗତ ସପ୍ତାହରେ ପ୍ରକାଶିତ GDP ତଥ୍ୟ ମଧ୍ୟ ନିବେଶକଙ୍କ ଭାବନାକୁ ଦୁର୍ବଳ କରିଛି।

କମିପାରେ ଗୃହଠୁ ଆରମ୍ଭ କରି କାର୍ ଋଣର EMI

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ୪ ଦିନ ପରେ ଆଶ୍ୱସ୍ତି ଦେଲା ଭଳି ଖବର ମିଳିପାରେ। ସାରା ଦେଶରେ ଗୃହ ଋଣ ଠାରୁ ଆରମ୍ଭ କରି କାର୍ ଋଣ ପର୍ଯ୍ୟନ୍ତ ଖୁଚୁରା ଋଣର EMI ପୁଣି ଥରେ ହ୍ରାସ ପାଇପାରେ। ଗତ ୬ ମାସ ମଧ୍ୟରେ, କେନ୍ଦ୍ରୀୟ ବ୍ୟାଙ୍କ RBI ଏହା ଦୁଇଥର କରିଛି ଏବଂ ଏବେ ଏହା ୬ ଜୁନରେ ଏ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି।

ପ୍ରକୃତରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୁଦ୍ରା ନୀତି କମିଟି (MPC)ର ବୈଠକ ୪ ରୁ ୬ ଜୁନ୍ ପର୍ଯ୍ୟନ୍ତ ଚାଲିବାକୁ ଯାଉଛି। ପ୍ରତି ଦୁଇ ମାସରେ ଅନୁଷ୍ଠିତ ଏହି ବୈଠକରେ, RBI ଦେଶର ମୁଦ୍ରାସ୍ଫୀତି ସ୍ତର ଯାଞ୍ଚ କରେ ଏବଂ ତା’ପରେ ସେହି ଅନୁସାରେ ଦେଶର ମୁଦ୍ରାନୀତି ସ୍ଥିର କରେ ଏବଂ ଏହାର ରେପୋ ହାର ପରିବର୍ତ୍ତନ କରେ। ଏହା ଆପଣଙ୍କ ଋଣ EMI ଉପରେ ସୁଧକୁ ପ୍ରଭାବିତ କରେ।

ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଫେବୃଆରୀ ଏବଂ ଏପ୍ରିଲରେ MPC ବୈଠକ କରିଥିଲା। ତା’ପରେ ଉଭୟ ଥର ରେପୋ ହାର ୦.୨୫-୦.୨୫ ପ୍ରତିଶତ ହ୍ରାସ କରାଯାଇଥିଲା। ଏହିପରି, ଗତ ୬ ମାସ ମଧ୍ୟରେ, ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋ ହାର ୦.୫୦ ପ୍ରତିଶତ ହ୍ରାସ ପାଇଛି। ବର୍ତ୍ତମାନ, ରେପୋ ହାର ୬ ପ୍ରତିଶତ ରହିଛି।

ବର୍ଷା, ବନ୍ୟା, ଭୂସ୍ଖଳନ: ଭାସୁଛି ଆସାମ, ମଣିପୁର, ସିକିମ

ନନ୍ଦିଘୋଷ ବ୍ୟୁରୋ: ବନ୍ୟାରେ ଭାସୁଛି ଆସାମ । ବ୍ରହ୍ମପୁତ୍ର ନଦୀର ପାଣିରେ ଉଟୁବୁଟୁ ହେଉଛି ପୁରା ରାଜ୍ୟ।ବର୍ଷା ଓ ବନ୍ୟାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଟି ଜିଲ୍ଲାର ପ୍ରାୟ ୮୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏପରିକି ଦିବ୍ରୁଗଡ଼ରେ ବିପଦ ସଂକେଟ ପାର୍ କରିଛି ବ୍ରହ୍ମପୁତ୍ର। ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି। କିଛି ଦିନ ହେଲା ଏହି ଅଞ୍ଚଳରେ ମୂଷଳଧାରାରେ ବର୍ଷା ଜାରି ରହିଛି। ଏଥିରେ ବ୍ୟାପକ ଧନଜୀବନ ହାନି ହୋଇଛି। ହଜାର ହଜାର ଲୋକ ବାସହରା ହୋଇଥିବାର ମଧ୍ୟ ସୂଚନା ମିଳିଛି। ଆସାମ ରାଇଫଲସ୍ ଓ ଏନଡିଆରଏଫ୍ ଲାଗିଛନ୍ତି ଉଦ୍ଧାର କାର୍ଯ୍ୟରେ। ପ୍ରାୟ ୩ ହଜାର ଲୋକଙ୍କୁ ରେସକ୍ୟୁ କରାଯାଇଛି । ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ କେତେକ ଜିଲ୍ଲାରେ ଜାରି କରାଯାଇଛି ରେଡ୍ ଆଲର୍ଟ।

ପ୍ରକୃତିର ତାଣ୍ଡବରେ ଛାରଖାର ମଣିପୁର । ଗତ ୪୮ ଘଣ୍ଟା ମଧ୍ୟରେ ମୋଟ ୩,୮୦୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ।  ୮୮୩ ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି । ବନ୍ୟା ଯୋଗୁ ବହୁ ସ୍ଥାନରେ ଭୂସ୍ଖଳନ ହୋଇଛି । ବର୍ଷା ଯୋଗୁଁ ରାଜ୍ୟର ୩, ୨୭୫ଟି ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ବିପର୍ଯ୍ୟୟରେ ଦୁଇ ଜଣ ଆହତ ଏବଂ ୬୪ ପଶୁଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି। ରାଜ୍ୟ ସାରା ୧୨ ଟି ଭୂସ୍ଖଳନ ରେକର୍ଡ କରାଯାଇଛି । ନଦୀ ଖୁରାଇ, ହିଙ୍ଗାଙ୍ଗ ଏବଂ ଚେକନ ଅଞ୍ଚଳରେ ଏହାର ବନ୍ଧ ଭାଙ୍ଗିଛି । ଯାହା ଫଳରେ ରାଜ୍ୟ ରାଜଧାନୀ ଇମ୍ଫାଲ ଏବଂ ଇମ୍ଫାଲ ପୂର୍ବ ଜିଲ୍ଲାର ବିଭିନ୍ନ ଅଂଶ ପ୍ରଚୁର ପରିମାଣରେ ଜଳମଗ୍ନ ହୋଇଛି । ଭାରତୀୟ ସେନା ଏବଂ ଆସାମ ରାଇଫଲ୍ସର କର୍ମଚାରୀମାନେ ଇମ୍ଫାଲ ପୂର୍ବରେ ଜଳମଗ୍ନ ଅଞ୍ଚଳରୁ ପ୍ରାୟ ୧୦୦୦ ଜଣଙ୍କୁ ସଫଳତାର ସହ ଉଦ୍ଧାର କରିଛନ୍ତି ।  ଯାହାକୁ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ଭାବରେ ଚିହ୍ନଟ କରାଯାଇଛି । ଚେକନ୍ ଅଞ୍ଚଳରେ ଇମ୍ଫାଲ ନଦୀର ପ୍ରବାହିତ ଜଳ ଅଲ୍ ଇଣ୍ଡିଆ ରେଡିଓ ଇମ୍ଫାଲ କମ୍ପ୍ଲେକ୍ସ ଏବଂ ସରକାରୀ ଜବାହରଲାଲ ନେହେରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ସମେତ ଅନେକ ପ୍ରମୁଖ ପ୍ରତିଷ୍ଠାନ ପରିସରରେ ଜଳବନ୍ଦୀ ସୃଷ୍ଟି କରିଥିଲା ।

ସିକିମରେ ମଧ୍ୟ ସମାନ ପରିସ୍ଥିତି। ବର୍ଷାରେ ଅନେକ ସ୍ଥାନରେ ହୋଇଛି ଭୂସ୍ଖଳନ। ଏହା ଦ୍ଵାରା ରାସ୍ତା ଅବରୋଧ ହୋଇଛି। ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ପର୍ଯ୍ୟଟକ। ୧୫୦୦ ପର୍ଯ୍ୟଟକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରି ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ତିସ୍ତା ନଦୀ ଭୟଙ୍କର ରୂପ ନେଇଛି। ଏହାର କରାଳ ସ୍ରୋତରେ ଅନେକ ବ୍ରିଜ ଭାସି ଯାଇଛି। ଦେଖୁ ଦେଖୁ ଭୁଶୁଡ଼ି ପଡ଼ିଥିଲା ଏକ ପୁରୁଣା ପୋଲ ଏବଂ ପାଣିର ସ୍ରୋତରେ ତାହା ଲୀନ ହୋଇ ଯାଇଥିଲା। ଗତ ଶନିବାର ପର୍ଯ୍ୟଟକଙ୍କ ଏକ ଗାଡ଼ି ତିସ୍ତା ନଦୀକୁ ଖସି ପଡ଼ିଥିଲା।୬ ଜଣ ଟୁରିଷ୍ଟ ନିଖୋଜ ହୋଇଛନ୍ତି। ସେମାନଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇପାରିନାହିଁ। ନିଖୋଜ ଟୁରିଷ୍ଟଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଓଡ଼ିଆ ବି ଅଛନ୍ତି। ସେମାନେ ଯାଜପୁରର।ସିକିମ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସବୁ ପ୍ରକାରର ସାହାଯ୍ୟ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

ଋଷର ୫ ବାୟୁସେନା ଘାଟି ଉପରେ ୟୁକ୍ରେନର ଆକ୍ରମଣ, ବ୍ୟାପକ କ୍ଷତି

ନନ୍ଦିଘୋଷ ବ୍ୟୁରୋ: ଋଷ ଉପରେ ୟୁକ୍ରେନର ବଡ଼ ଡ୍ରୋନ ହମଲାରେ ବ୍ୟାପକ କ୍ଷତି। ଋଷର ୪୦ ବିମାନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଗତକାଲି ଋଷ ସୀମା ଭିତରେ ୫ଟି ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା ୟୁକ୍ରେନ। ମୁର୍ମାନ୍ସକ, ଇର୍କୁଟସ୍କ, ଇଭାନୋଭୋ, ରିଆଜାନ ଏବଂ ଅମୁର ଅଞ୍ଚଳର ବିମାନ ବନ୍ଦରରେ ଡ୍ରୋନ୍ ଆକ୍ରମଣ କରିଛି। ଆକ୍ରମଣରେ ଜଡିତ କିଛି ଲୋକଙ୍କୁ ଅଟକ ରଖାଯାଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଆକ୍ରମଣରେ ଅନେକ ବିମାନରେ ନିଆଁ ଲାଗିଯାଇଛି। ଅତି କମରେ 40ଟି ବିମାନ କ୍ଷତିଗ୍ରସ୍ତ ହୋଇଥିବା ଦାବି କରିଛି ୟୁକ୍ରେନ। ଯେଉଁଥିରେ ପରମାଣୁ କ୍ଷମତାସମ୍ପନ୍ନ TU-95 ଏବଂ Tu-22 ରଣନୈତିକ ବୋମା ବିସ୍ଫୋରଣକାରୀ ବିମାନ ରହିଛି। ଏହି ଯୁଦ୍ଧ ବିମାନ ସହାୟତାରେ ୟୁକ୍ରେନ ଉପରକୁ ଲମ୍ବା ରେଞ୍ଜର ମିସାଇଲ ଆକ୍ରମଣ କରିଥିଲା ଋଷିଆ। ଆଜି ଇସ୍ତାନବୁଲରେ ରୁଷ ଏବଂ ୟୁକ୍ରେନ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଆରମ୍ଭ ହେବା ପୂର୍ବରୁ ଏହି ଆକ୍ରମଣ ହୋଇଛି। କ୍ରେମଲିନ୍ ସହଯୋଗୀ ଭ୍ଲାଦିମିର ମେଡିନସ୍କିଙ୍କ ନେତୃତ୍ୱରେ ରୁଷ ପ୍ରତିନିଧି ଦଳ ତୁର୍କୀରେ ପହଞ୍ଚି ସାରିଛନ୍ତି। ୟୁକ୍ରେନ ଏକ ବର୍ଷ ଧରି ଏହି ଡ୍ରୋନ ଆକ୍ରମଣ ଯୋଜନା କରିଥିଲା। ଡ୍ରୋନଗୁଡ଼ିକୁ ମୋବାଇଲ୍ କାଠ ସେଡ୍‌ରେ ଲୁଚାଇ ରଖାଯାଇଥିଲା। ଯାହାକୁ କାର୍ଗୋ ଟ୍ରକ୍‌ରେ ନିଆଯାଇଥିଲା।   ନିର୍ଦ୍ଦିଷ୍ଟ ସମୟରେ, ଟ୍ରକ୍‌ଗୁଡ଼ିକର ଛାତ ଦୂରରୁ ଖୋଲିଯାଉଥିଲା, ଯାହା ଡ୍ରୋନଗୁଡ଼ିକୁ ବାହାରକୁ ବାହାରି ମନୋନୀତ ଏୟାରବେସ୍‌ଗୁଡ଼ିକୁ ଟାର୍ଗେଟ କରିଥିଲା।