spot_img
Home Blog Page 7270

ଦେଶରେ ବଢୁଛି କରୋନାର କାୟା । ୫ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ମହାରାଷ୍ଟ୍ରରେ ହଜାରେ ଟପିଲା । ଗଲାଣି ୧୬୦ ଜୀବନ । ଗୁଜରାଟ ଜାମନଗରରେ ସଂକ୍ରମଣରେ ୧୪ ମାସର ଶିଶୁର ମୃତ୍ୟୁ ।

ଦେଶରେ ବଢୁଛି କରୋନାର କାୟା । ୫ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ମହାରାଷ୍ଟ୍ରରେ ହଜାରେ ଟପିଲା । ଗଲାଣି ୧୬୦ ଜୀବନ  । ଗୁଜରାଟ ଜାମନଗରରେ ସଂକ୍ରମଣରେ ୧୪ ମାସର ଶିଶୁର ମୃତ୍ୟୁ ।

ଲକଡାଉନରେ ଡ୍ରୋନ୍ ଉଡ଼ାଇଲା କେରଳ ପୋଲିସ, ଲୁଚିଲେ ନିୟମ ଉଲ୍ଲଂଘନକାରୀ

ବିଶ୍ୱବ୍ୟାପୀ କରୋନା ଯୋଗୁଁ ଏବେ ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଚାଲିଛି । ଦେଶରେ ଏବେ ଲକଡାଉନ ଚାଲୁଥିବା ବେଳେ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ଟ୍ୱିଟରରେ କେରଳ ପୋଲିସ ସେୟାର କରିଛି । ଲକଡାଉନ୍ ନିୟମ ମାନିବା ପାଇଁ ଡ୍ରୋନ୍ ବ୍ୟବହାର କରୁଥିବା କେରଳ ପୋଲିସ ଟ୍ୱିଟରରେ ଏକ ସିସିଟିଭି ଫୁଟେଜ୍ ପୋଷ୍ଟ କରିଛି। ଏହି ଭିଡିଓରେ କେରଳର ଲୋକେମାନେ ପୋଲିସ ଡ୍ରୋନ୍ ଦେଖି ଦୌଡୁଥିବାର ଦେଖିବାକୁ ମିଳିଛି ।

ଧାନ କ୍ଷେତରେ ଏବଂ ସମୁଦ୍ର କୂଳରେ ଥିବା ଲୋକମାନେ ଡ୍ରୋନ୍ ଉଡ଼ିବା ମାତ୍ରେ ଦୌଡି ପଳାଉଛନ୍ତି । କିଏ ନିଜ ମୁହଁକୁ ଘୋଡାଇବାକୁ ଚେଷ୍ଟା କରୁଛି, ତ କିଏ ଗଛ ପଛରେ ଲୁଚି ରହିଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଅନେକ ଲାଇକ୍ ଓ ସେୟାର କରାଯାଇଛି ।

ସୋମବାର କେରଳ ପୋଲିସ ଲକଡାଉନ୍ ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିବା ପାଇଁ ଡ୍ରୋନ୍ ସର୍ଭେ ଘୋଷଣା କରିଥିଲା । ଟ୍ୱିଟ୍ କରି କେରଳ ପୋଲିସ କହିଛି ଯେ, କେରଳରେ ପୋଲିସ ସବୁବେଳେ ଟେକ୍ନୋଲୋଜିର ବ୍ୟବହାରକୁ ନେଇ ଆଗରେ ଥାଏ । ତେବେ ଏହି ସର୍ଭେ ପୋଲିସର ଏକ ଭିନ୍ନ ଉପାୟ ସତ କିନ୍ତୁ ଏହା ଦ୍ୱାରା ଅଞ୍ଚଳରେ ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ ।

କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୭କୁ ପହଞ୍ଚିଛି । ଏଥିପାଇଁ ପୋଲିସ ସେଠାରେ କଡ଼ା ପଦକ୍ଷେପ ନେଇ ଲୋକଙ୍କ ମଧ୍ୟରେ ସଚେତନତା ଆଣିବାକୁ ଚାହୁଁଛି । ଜନସାଧାରଣ ଲକଡାଉନକୁ ଉଲ୍ଲଂଘନ ନକରି ସଠିକ୍ ଭାବେ ପାଳନ କଲେ ଏହି ମହାମାରୀଠୁ ଶୀଘ୍ର ମୁକ୍ତି ମିଳିବ । ସେଥିପାଇଁ ପୋଲିସ ନିଜ ନିଆରା ଢଙ୍ଗରେ ଏଭଳି କାର୍ଯ୍ୟ କରୁଛି । ଯାହା ସମସ୍ତଙ୍କ ପାଇଁ ଭଲ ହେବ ।

କଣ୍ଟାକ୍ଟ ଟ୍ରେସିଂ ପରେ ଭୁବନେଶ୍ୱର ସତ୍ୟନଗର ସିଲ୍ । କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ବିଏମସି । ଘରୁ ବାହାରିବା ମନା, ଜରୁରୀ ଆବଶ୍ୟକତା ପୂରଣ ପାଇଁ ବିଏମସି ଟିମ୍, ହେଲ୍ପ ଲାଇନ୍ ନମ୍ବର ଜାରି ।

କଣ୍ଟାକ୍ଟ ଟ୍ରେସିଂ ପରେ ଭୁବନେଶ୍ୱର ସତ୍ୟନଗର ସିଲ୍‌ । କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ବିଏମ୍‌ସି । ଘରୁ ବାହାରିବା ମନା, ଜରୁରୀ ଆବଶ୍ୟକତା ପୂରଣ ପାଇଁ ବିଏମ୍‌ସି ଟିମ୍‌, ହେଲ୍‌ପ ଲାଇନ୍‌ ନମ୍ବର ଜାରି ।

ଦିଲ୍ଲୀ ନିଜାମୁଦ୍ଦିନ୍ ମରକଜର ବିବାଦୀୟ ମୌଲାନା ଅମୀର ସାଦ୍ ଗିରଫ । ସରକାରୀ କ୍ୱାରେଣ୍ଟାଇନଙ୍କୁ ପଠାଇଲା ପୋଲିସ । ଦେଶରେ ଅଧିକ କରୋନା ସଂକ୍ରମଣର କାରଣ ନିଜାମୁଦ୍ଦିନ୍ ଜମାତ୍ ତବଲିଗି ଲିଙ୍କ୍ ।

ଦିଲ୍ଲୀ ନିଜାମୁଦ୍ଦିନ୍ ମରକଜର ବିବାଦୀୟ ମୌଲାନା ଅମୀର ସାଦ୍‌ ଗିରଫ । ସରକାରୀ କ୍ୱାରେଣ୍ଟାଇନକୁ ପଠାଇଲା ପୋଲିସ । ଦେଶରେ ଅଧିକ କରୋନା ସଂକ୍ରମଣର କାରଣ ନିଜାମୁଦ୍ଦିନ୍‌ ଜମାତ୍‌ ତବଲିଗି ଲିଙ୍କ୍ ।

୧୪ପରେ ବଢିବ କି ଲକ୍ଡାଉନ୍ ଅବଧି ? ସଂସଦୀୟ ଦଳ ନେତାମାନଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା । ବିଜେଡିରୁ ପିନାକୀ ମିଶ୍ର ସାମିଲ । ଶନିବାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

୧୪ପରେ ବଢିବ କି ଲକ୍‌ଡାଉନ୍‌ ଅବଧି ? ସଂସଦୀୟ ଦଳ ନେତାମାନଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା । ବିଜେଡିରୁ ପିନାକୀ ମିଶ୍ର ସାମିଲ । ଶନିବାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

ଲକ୍ଡାଉନ୍ ବେଳେ ଦର ନିୟନ୍ତ୍ରଣ ଚ୍ୟାଲେଞ୍ଜ । ଏସେନ୍ସିଆଲ୍ କମୋଡିଟିଜ୍ ଆକ୍ଟ ଲାଗୁ ପାଇଁ ରାଜ୍ୟଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ପରାମର୍ଶ । ସେପଟେ ଖାଉଟିଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଆଶ୍ୱସ୍ତି, ମହଜୁଦ ଅଛି ଅତ୍ୟାବଶ୍ୟକ ସାମଗ୍ରୀ ।

ଲକ୍‌ଡାଉନ୍‌ ବେଳେ ଦର ନିୟନ୍ତ୍ରଣ ଚ୍ୟାଲେଞ୍ଜ । ଏସେନ୍‌ସିଆଲ୍‌ କମୋଡିଟିଜ୍‌ ଆକ୍‌ଟ ଲାଗୁ ପାଇଁ ରାଜ୍ୟଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ପରାମର୍ଶ । ସେପଟେ ଖାଉଟିଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଆଶ୍ୱସ୍ତି, ମହଜୁଦ ଅଛି ଅତ୍ୟାବଶ୍ୟକ ସାମଗ୍ରୀ ।

ଧୈର୍ଯ୍ୟ ସହ କରୋନା ମୁକାବିଲା କରୁଥିବାରୁ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ଧୈର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଭଳି ସଙ୍କଟ ପୂର୍ଣ୍ଣ ସମୟରେ ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ନିବେଦନ କରୁଛି ଯେ, ସମସ୍ତେ ନିଜ ନିଜ ଅଞ୍ଚଳର ଜଣେବି ବ୍ୟକ୍ତିକୁ ଭୋକିଲା ରହିବାକୁ ଦେବେ ନାହିଁ । ପ୍ରତି ଭୋକିଲା ବ୍ୟକ୍ତିକୁ ନିଜ ପରିବାରର ସଦସ୍ୟ ଭାବେ ବିବେଚନା କରି ଏଭଳି ସମୟରେ ଲୋକଙ୍କ ପାଖରେ ଛିଡ଼ା ହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ। ଏଭଳି କାର୍ଯ୍ୟକୁ ଏକ ସାମାଜିକ ଦାୟିତ୍ୱ ଭାବରେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବା ସହ ଏଭଳି ଏକ ଆପାତ୍ତକାଳୀନ ସ୍ଥିତିରେ ଜନସାଧାରଣ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଘୋଷଣା କରାଯାଉଥିବା ଗାଇଡ଼ ଲାଇନକୁ ଅନୁପାଳନ କରାନ୍ତୁ । ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି ତେବେ ମାସ୍କ ନିଶ୍ଚୟ ପିନ୍ଧିବାକୁ ଆହ୍ନାନ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅପିଲ୍‌କୁ ଗ୍ରହଣ କରିବା ସହିତ ଏହାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ନିବେଦନ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ।

ସମସ୍ତ ନିର୍ବାଚିତ ପ୍ରତିନିଧି(ଏମପି, ଏମଏଲଏ), ପୌର ପରିଷଦ, ମହାନଗର ନିଗମର ସମସ୍ତ  ପ୍ରତିନିଧି ବ୍ଲକ ଚେୟାରମେନ ତଥା ସମସ୍ତ ନିର୍ବାଚିତ ପ୍ରତିନିଧି ତଥା ବିଜୁ ଜନତା ଦଳର ଅଗଣିତ କର୍ମୀ ମାନଙ୍କୁ ନିବେଦନ ସେମାନେ “ଜୀବନ ବିନ୍ଦୁ”   କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ରକ୍ତ ଅଭାବକୁ ମୁକାବିଲା କରିବା ଏବଂ ଏହି ଘଡିସନ୍ଧି ସମୟରେ ଆମେ ଆମର ସାମାଜିକ ଦାୟିତ୍ୱ ନିର୍ବାହ କରିବା ସହିତ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ବିଜୁ ଜନତା ଦଳର ଅଗଣିତ କର୍ମୀ, ଶୁଭେଚ୍ଛୁ ଏହାକୁ ଆହ୍ଵାନ ଭାବରେ ଗ୍ରହଣ କରିବା ପାଇଁ ନିବେଦନ କରୁଛନ୍ତି ସଞ୍ଜୟ ଦାସବର୍ମା ।

ବ୍ରାଜିଲ ରାଷ୍ଟ୍ରପତି କହିଲେ ସଞ୍ଜୀବନୀ ଆଣିଦେଲା ଭାରତ

ନୂଆଦିଲ୍ଲୀ: ବିଶ୍ୱରେ ବଢିବାରେ ଲାଗିଛି କରୋନା ସଙ୍କଟ । ଦେଶ ଦେଶ  ପରସ୍ପରକୁ ସହାୟତାର ହାତ ବଢାଉଛନ୍ତି । ଏହା ଭିତରେ ଭାରତ ଅଧିକ ପ୍ରଭାବିତ ଦେଶମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା କରୁଛି । ଆମେରିକା ପରେ ବ୍ରାଜିଲ ମଧ୍ୟ ଏହି ସାହାଯ୍ୟ ପାଇଁ ଭାରତକୁ ଧନ୍ୟବାଦ ଦେଇଛି । ବ୍ରାଜିଲର ରାଷ୍ଟ୍ରପତି ଜେର ବୋଲସନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ଏହି ସହାୟତାକୁ ସେ ହନୁମାନ ଆଣିଥିବା ସଞ୍ଜୀବନୀ ବୁଟି ସହ ତୁଳନା କରିଛନ୍ତି ।

ଏପ୍ରିଲ ୭ରେ ବ୍ରାଜିଲ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରୋନା ଭୁତାଣୁ ପ୍ରସଙ୍ଗରେ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ ଭାରତ-ବ୍ରାଜିଲ ବନ୍ଧୁତା ବିଷୟରେ କହିଛନ୍ତି । ବ୍ରାଜିଲର ରାଷ୍ଟ୍ରପତି କହିଛନ୍ତି ଯେ, ଏହି ସଙ୍କଟ ସମୟରେ ଭାରତ ବ୍ରାଜିଲକୁ ସେହିପରି ସାହାଯ୍ୟ କରିଛି, ଯେମିତି ଶ୍ରୀରାମଙ୍କ ଭାଇ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ପାଇଁ ହନୁମାନ ସଞ୍ଜୀବନୀ ଆଣି ଦେଇଥିଲେ ଠିକ୍ ସେମିତି ବ୍ରାଜିଲର ଏହି ବିପଦ ସମୟରେ ମୋଦି କରିଛନ୍ତି ।

ସୂଚନା ଅନୁଯାଇ, ବ୍ରାଜିଲର ଏହି ପ୍ରଶଂସାର କାରଣ ହେଉଛି ଭାରତ ଦ୍ୱାରା ଦିଆଯାଇଥିବା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ।  ମଙ୍ଗଳବାର ଦିନ ଭାରତ କହିଥିଲା ଯେ, ଯେଉଁ ଦେଶରେ ଲୋକମାନେ ଅଧିକ କରୋନାରେ ଆକ୍ରାନ୍ତ ହେଉଛନ୍ତି ଏବଂ ଯେଉଁ ଦେଶ ଗୁଡ଼ିକ ଏହି ଔଷଧ ଅଧିକ ଦରକାର କରୁଛନ୍ତି ସେହି ଦେଶମାନଙ୍କୁ ନିଶ୍ଚିନ୍ତ ଔଷଧ ଦିଆଯିବ ।

ବ୍ରାଜିଲର ରାଷ୍ଟ୍ରପତି ତାଙ୍କ ଚିଠିରେ ଲେଖିଛନ୍ତି ଯେ, ତାଙ୍କ ଦେଶରେ ଦୁଇଟି ଲ୍ୟାବ ଅଛି ଯିଏ କି କରୋନା ଟିକା ପ୍ରସ୍ତୁତ କରୁଛି, କିନ୍ତୁ ସେମାନଙ୍କର ଯୋଗାଣ ସମ୍ପୂର୍ଣ୍ଣ ଭାରତ ଉପରେ ନିର୍ଭର କରୁଛି, ତେଣୁ ସହାୟତା ପାଇଁ ଭାରତରୁ ଆଶା ରହିଛି ।

ଏହି ପ୍ରସଙ୍ଗରେ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ସାମ୍ନାକୁ ଆସିଥିଲା । ଯେଉଁଠାରେ ସେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଯୋଗାଣ ପାଇଁ ଭାରତର ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ । ସେ କହିଛନ୍ତି ଯେ ପିଏମ ମୋଦୀ ବହୁତ ଭଲ, ସେ ବହୁତ ଭଲ କାମ କରୁଛନ୍ତି।

ଲକ୍ ଡାଉନ୍ ଡ୍ୟୁଟି : ଝିଅକୁ ଜନ୍ମ ଦେଲେ ପତ୍ନୀ, କିନ୍ତୁ ଘରକୁ ଯାଇ ପାରୁନାହାନ୍ତି ପତି !

ଭରୋଦରା: ଜଣେ ପୋଲିସ କର୍ମଚାରୀ ନିଜ କର୍ତ୍ତବ୍ୟନିଷ୍ଠର ଉଦାହରଣ ଦେଖାଇଛନ୍ତି | ଗୋଟେପଟେ ପତ୍ନୀ ପ୍ରସବ ପାଇଁ ୩ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟପଟେ ପୋଲିସ କର୍ମଚାରୀ ଜଣଙ୍କ ଏହି ଘଡିସନ୍ଧି ମୁହୂର୍ତ୍ତରେ ଡ୍ୟୁଟିରେ ନିଜର କର୍ତ୍ତବ୍ୟ କରୁଥିବା ଦେଖିବାକୁ ମିଳିଛି ।
ସେ କହିଛନ୍ତି ଯେ, ମୋ ଘରକୁ ଲକ୍ଷ୍ମୀ ଆସିଛନ୍ତି। ସ୍ତ୍ରୀ ହସ୍ପିଟାଲରେ ପ୍ରସବ ପୀଡ଼ା ରେ ଥିବା ବେଳେ ପ୍ରଥମେ ଦେଶ ସେବା ବୋଲି କର୍ମଚାରୀ ଜଣଙ୍କ କହିଛନ୍ତି। ଦେଶକୁ ମୋର ଆବଶ୍ୟକତା ରହିଛି। ଏହି ସମୟରେ ପରିବାର ଅପେକ୍ଷା ମୋର କର୍ତ୍ତବ୍ୟ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ଗୋରୱା ପୋଲିସ ଷ୍ଟେସନରେ କାର୍ଯ୍ୟରତ ପୋଲିସ ହିତେଶ ଭେଲାସିଭାଇ ମେଟାଲିଆଙ୍କ ପତ୍ନୀ ଜୋଶନା ବେନଙ୍କୁ ଗତ ୩ ଦିନ ଧରି ସୁରେନ୍ଦ୍ରନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ଦିନ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।
ହିତେଶ ଦ୍ୟୁଟିରେ ନିଯୋଗ ଥିବାରୁ ସେ ତାଙ୍କ ପତ୍ନୀଙ୍କ ନିକଟକୁ ଯାଇପାରିନଥିଲେ। ଯେତେବେଳେ ଶିଶୁ କନ୍ୟାଟି ଜନ୍ମ ହେଲା, ସେ ମୋବାଇଲରେ ଝିଅର ଚିତ୍ର ଦେଖିଥିଲେ।

ହିତେଶ ଭୋଇ ମେଟାଲିଆ କହିଛନ୍ତି ଯେ, ଲକ୍ଷ୍ମୀ ଆମ ଘରକୁ ଆସିଛନ୍ତି। ମୁଁ ବହୁତ ଖୁସି କିନ୍ତୁ ବର୍ତ୍ତମାନ ଦେଶ ମୋତେ ଆବଶ୍ୟକ କରୁଛି। ପରିସ୍ଥିତି ଏପରି ଯେ ଏହି ସମୟରେ ମୋ କର୍ତ୍ତବ୍ୟ ମୋ ପାଇଁ ସବୁଠୁ ଜରୁରୀ। ସେଥିପାଇଁ ମୁଁ ମୋର କର୍ତ୍ତବ୍ୟ ପାଳନ କରୁଛି।

ଭଲ ଖବର : ଭାରତର ଏହି କମ୍ପାନୀ କରୋନା ଭୂତାଣୁ ଆଣ୍ଟିବଡି କିଟ୍ କରିଛି ପ୍ରସ୍ତୁତ,ଗେମ୍ ଚେଂଜର ସାବ୍ୟସ୍ତ ହୋଇପାରେ

ସମଗ୍ର ବିଶ୍ୱ କରୋନା ସଙ୍କଟ ସହ ମୁକାବିଲା କରୁଛି। ଏହି ମହାମାରୀ ଯୋଗୁଁ ଅସଂଖ୍ୟ ଲୋକେ ପ୍ରଭାବିତ ହୋଇଛନ୍ତି । ଏଥି ସହିତ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ବିକଶିତ ଦେଶ ଗୁଡିକ ମଧ୍ୟ ଏହି ଭାଇରସର ଶିକାର ହୋଇଛନ୍ତି। ଭାରତରେ ଏହି ଭୂତାଣୁ କାୟା ବିସ୍ତାର କରୁଛି । ତେବେ ଏଭଳି ପରିସ୍ଥିତିରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। HLL ଲାଇଫ୍ କେୟାର ଲିମିଟେଡ୍ କରୋନାଭାଇରସ୍ ପାଇଁ ଏକ ଆଣ୍ଟିବଡି କିଟ୍ ପ୍ରସ୍ତୁତ କରିଛି ଯାହା କରୋନା ଭୂତାଣୁ ସହ ଲଢିବାରେ ସାହାଯ୍ୟ କରିବ ।

ଏହି କିଟ୍ କୁ NIV ତରଫରୁ ମଧ୍ୟ ଗ୍ରୀନ ସିଗନାଲ ମିଳିଛି । ଗଣମାଧ୍ୟମ ଅନୁଯାୟୀ ଏହି କିଟ୍ ବ୍ୟବହାର କରିବାକୁ ଅନୁମତି ମଧ୍ୟ ଦିଆଯାଇଛି। ଏହି କିଟ୍ ସାହାଯ୍ୟରେ ରୋଗୀର ସେରମ୍, ପ୍ଲାଜମା ଏବଂ ରକ୍ତକୁ ନେଇ ଆଣ୍ଟିବଡି ଜାଞ୍ଚ କରାଯିବ। HLL ଲାଇଫ୍ କେୟାର ଲିମିଟେଡ୍ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରେ ।

ଆଣ୍ଟିବଡି ରକ୍ତ ପରୀକ୍ଷା କିଟରେ ସାଧାରଣତଃ ରୋଗୀର ବ୍ଲଡ ସାମ୍ପଲ ନିଆଯାଏ । ଏହି ଟେଷ୍ଟରେ ରୋଗୀର ରକ୍ତ ପରୀକ୍ଷାର ଫଳାଫଳ ୧୫ ରୁ ୨୦ ମିନିଟ ମଧ୍ୟରେ ଆସେ । ଏହା ମାଧ୍ୟମରେ ଜଣା ପଡିବ ଯେ, କରୋନା ଭୂତାଣୁ ସହିତ ଲଢିବା ପାଇଁ ସନ୍ଦିଗ୍ଧଙ୍କ ରକ୍ତରେ ଆଣ୍ଟିବଡି କାମ କରୁଛି ନା ନାହିଁ । ଯେଉଁ ଲୋକଙ୍କର କରୋନା ଭାଇରସ ଲକ୍ଷଣ ଆରମ୍ଭ ହୋଇଥାଏ ଏହି ଟେଷ୍ଟ ସେମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହେବ । ଅବଶ୍ୟ, ରାପିଡ୍ ଆଣ୍ଟିବଡି ବ୍ଲଡ୍ ଟେଷ୍ଟ କିଟ୍ ଦ୍ୱାରା କରୋନା ଭାଇରସ୍ ସଂକ୍ରମିତ ହୋଇଛି ନା ନାହିଁ ତାହା ଜଣା ପଡିବ ନାହିଁ । କିନ୍ତୁ ଏହି ଟେଷ୍ଟ ସାହାଯ୍ୟରେ କେଉଁ ଅଞ୍ଚଳରେ କରୋନା ମାମଲା ଅଧିକ ଗତି କରୁଛି ତାହା ଜଣାପଡିବ ।

ଯଦି ରୋଗୀରର ରାପିଡ ଆଣ୍ଟିବଡି ରକ୍ତ ପରୀକ୍ଷା ନେଗେଟିଭ ଆସେ , ତାହେଲେ ଏହାକୁ RT-PCR ଟେଷ୍ଟ କରାଯାଏ  ।  ଯଦି RT-PCR ର ଫଳାଫଳ ପଜିଟିଭ ଆସେ ତାହେଲେ ପ୍ରୋଟୋକଲ୍ ଅନୁସାରେ ରୋଗୀକୁ ଆଇସୋଲେଶନରେ ରଖି ଚିକିତ୍ସା କରାଯାଏ । ଏହା ସହ ସେମାନଙ୍କ ସନ୍ସପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଖୋଜାଯାଏ ।