ଭଲ ଖବର : ଭାରତର ଏହି କମ୍ପାନୀ କରୋନା ଭୂତାଣୁ ଆଣ୍ଟିବଡି କିଟ୍ କରିଛି ପ୍ରସ୍ତୁତ,ଗେମ୍ ଚେଂଜର ସାବ୍ୟସ୍ତ ହୋଇପାରେ

1 min read

ସମଗ୍ର ବିଶ୍ୱ କରୋନା ସଙ୍କଟ ସହ ମୁକାବିଲା କରୁଛି। ଏହି ମହାମାରୀ ଯୋଗୁଁ ଅସଂଖ୍ୟ ଲୋକେ ପ୍ରଭାବିତ ହୋଇଛନ୍ତି । ଏଥି ସହିତ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି । ବିକଶିତ ଦେଶ ଗୁଡିକ ମଧ୍ୟ ଏହି ଭାଇରସର ଶିକାର ହୋଇଛନ୍ତି। ଭାରତରେ ଏହି ଭୂତାଣୁ କାୟା ବିସ୍ତାର କରୁଛି । ତେବେ ଏଭଳି ପରିସ୍ଥିତିରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। HLL ଲାଇଫ୍ କେୟାର ଲିମିଟେଡ୍ କରୋନାଭାଇରସ୍ ପାଇଁ ଏକ ଆଣ୍ଟିବଡି କିଟ୍ ପ୍ରସ୍ତୁତ କରିଛି ଯାହା କରୋନା ଭୂତାଣୁ ସହ ଲଢିବାରେ ସାହାଯ୍ୟ କରିବ ।

ଏହି କିଟ୍ କୁ NIV ତରଫରୁ ମଧ୍ୟ ଗ୍ରୀନ ସିଗନାଲ ମିଳିଛି । ଗଣମାଧ୍ୟମ ଅନୁଯାୟୀ ଏହି କିଟ୍ ବ୍ୟବହାର କରିବାକୁ ଅନୁମତି ମଧ୍ୟ ଦିଆଯାଇଛି। ଏହି କିଟ୍ ସାହାଯ୍ୟରେ ରୋଗୀର ସେରମ୍, ପ୍ଲାଜମା ଏବଂ ରକ୍ତକୁ ନେଇ ଆଣ୍ଟିବଡି ଜାଞ୍ଚ କରାଯିବ। HLL ଲାଇଫ୍ କେୟାର ଲିମିଟେଡ୍ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରେ ।

ଆଣ୍ଟିବଡି ରକ୍ତ ପରୀକ୍ଷା କିଟରେ ସାଧାରଣତଃ ରୋଗୀର ବ୍ଲଡ ସାମ୍ପଲ ନିଆଯାଏ । ଏହି ଟେଷ୍ଟରେ ରୋଗୀର ରକ୍ତ ପରୀକ୍ଷାର ଫଳାଫଳ ୧୫ ରୁ ୨୦ ମିନିଟ ମଧ୍ୟରେ ଆସେ । ଏହା ମାଧ୍ୟମରେ ଜଣା ପଡିବ ଯେ, କରୋନା ଭୂତାଣୁ ସହିତ ଲଢିବା ପାଇଁ ସନ୍ଦିଗ୍ଧଙ୍କ ରକ୍ତରେ ଆଣ୍ଟିବଡି କାମ କରୁଛି ନା ନାହିଁ । ଯେଉଁ ଲୋକଙ୍କର କରୋନା ଭାଇରସ ଲକ୍ଷଣ ଆରମ୍ଭ ହୋଇଥାଏ ଏହି ଟେଷ୍ଟ ସେମାନଙ୍କ ପାଇଁ ଅତ୍ୟନ୍ତ ସହାୟକ ହେବ । ଅବଶ୍ୟ, ରାପିଡ୍ ଆଣ୍ଟିବଡି ବ୍ଲଡ୍ ଟେଷ୍ଟ କିଟ୍ ଦ୍ୱାରା କରୋନା ଭାଇରସ୍ ସଂକ୍ରମିତ ହୋଇଛି ନା ନାହିଁ ତାହା ଜଣା ପଡିବ ନାହିଁ । କିନ୍ତୁ ଏହି ଟେଷ୍ଟ ସାହାଯ୍ୟରେ କେଉଁ ଅଞ୍ଚଳରେ କରୋନା ମାମଲା ଅଧିକ ଗତି କରୁଛି ତାହା ଜଣାପଡିବ ।

ଯଦି ରୋଗୀରର ରାପିଡ ଆଣ୍ଟିବଡି ରକ୍ତ ପରୀକ୍ଷା ନେଗେଟିଭ ଆସେ , ତାହେଲେ ଏହାକୁ RT-PCR ଟେଷ୍ଟ କରାଯାଏ  ।  ଯଦି RT-PCR ର ଫଳାଫଳ ପଜିଟିଭ ଆସେ ତାହେଲେ ପ୍ରୋଟୋକଲ୍ ଅନୁସାରେ ରୋଗୀକୁ ଆଇସୋଲେଶନରେ ରଖି ଚିକିତ୍ସା କରାଯାଏ । ଏହା ସହ ସେମାନଙ୍କ ସନ୍ସପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଖୋଜାଯାଏ ।

Leave a Reply