ଲକଡାଉନରେ ଡ୍ରୋନ୍ ଉଡ଼ାଇଲା କେରଳ ପୋଲିସ, ଲୁଚିଲେ ନିୟମ ଉଲ୍ଲଂଘନକାରୀ

1 min read

ବିଶ୍ୱବ୍ୟାପୀ କରୋନା ଯୋଗୁଁ ଏବେ ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଚାଲିଛି । ଦେଶରେ ଏବେ ଲକଡାଉନ ଚାଲୁଥିବା ବେଳେ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ଟ୍ୱିଟରରେ କେରଳ ପୋଲିସ ସେୟାର କରିଛି । ଲକଡାଉନ୍ ନିୟମ ମାନିବା ପାଇଁ ଡ୍ରୋନ୍ ବ୍ୟବହାର କରୁଥିବା କେରଳ ପୋଲିସ ଟ୍ୱିଟରରେ ଏକ ସିସିଟିଭି ଫୁଟେଜ୍ ପୋଷ୍ଟ କରିଛି। ଏହି ଭିଡିଓରେ କେରଳର ଲୋକେମାନେ ପୋଲିସ ଡ୍ରୋନ୍ ଦେଖି ଦୌଡୁଥିବାର ଦେଖିବାକୁ ମିଳିଛି ।

ଧାନ କ୍ଷେତରେ ଏବଂ ସମୁଦ୍ର କୂଳରେ ଥିବା ଲୋକମାନେ ଡ୍ରୋନ୍ ଉଡ଼ିବା ମାତ୍ରେ ଦୌଡି ପଳାଉଛନ୍ତି । କିଏ ନିଜ ମୁହଁକୁ ଘୋଡାଇବାକୁ ଚେଷ୍ଟା କରୁଛି, ତ କିଏ ଗଛ ପଛରେ ଲୁଚି ରହିଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଅନେକ ଲାଇକ୍ ଓ ସେୟାର କରାଯାଇଛି ।

ସୋମବାର କେରଳ ପୋଲିସ ଲକଡାଉନ୍ ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିବା ପାଇଁ ଡ୍ରୋନ୍ ସର୍ଭେ ଘୋଷଣା କରିଥିଲା । ଟ୍ୱିଟ୍ କରି କେରଳ ପୋଲିସ କହିଛି ଯେ, କେରଳରେ ପୋଲିସ ସବୁବେଳେ ଟେକ୍ନୋଲୋଜିର ବ୍ୟବହାରକୁ ନେଇ ଆଗରେ ଥାଏ । ତେବେ ଏହି ସର୍ଭେ ପୋଲିସର ଏକ ଭିନ୍ନ ଉପାୟ ସତ କିନ୍ତୁ ଏହା ଦ୍ୱାରା ଅଞ୍ଚଳରେ ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ ।

କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୭କୁ ପହଞ୍ଚିଛି । ଏଥିପାଇଁ ପୋଲିସ ସେଠାରେ କଡ଼ା ପଦକ୍ଷେପ ନେଇ ଲୋକଙ୍କ ମଧ୍ୟରେ ସଚେତନତା ଆଣିବାକୁ ଚାହୁଁଛି । ଜନସାଧାରଣ ଲକଡାଉନକୁ ଉଲ୍ଲଂଘନ ନକରି ସଠିକ୍ ଭାବେ ପାଳନ କଲେ ଏହି ମହାମାରୀଠୁ ଶୀଘ୍ର ମୁକ୍ତି ମିଳିବ । ସେଥିପାଇଁ ପୋଲିସ ନିଜ ନିଆରା ଢଙ୍ଗରେ ଏଭଳି କାର୍ଯ୍ୟ କରୁଛି । ଯାହା ସମସ୍ତଙ୍କ ପାଇଁ ଭଲ ହେବ ।

Leave a Reply