spot_img
Home Blog Page 7266

ମୋହନା: ଲୁଡ୍ରୁ ବାଳିକା ସେବାଶ୍ରମ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ । ୨ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର । ବାସି ଚୂଡ଼ା ଚକଟା ଖାଈ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ସୂଚନା ।

ମୋହନା: ଲୁଡ୍ରୁ ବାଳିକା ସେବାଶ୍ରମ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ । ୨ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର । ବାସି ଚୂଡ଼ା ଚକଟା ଖାଈ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ସୂଚନା ।

ମୋହନା: ଲୁଡ୍ରୁ ବାଳିକା ସେବାଶ୍ରମ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ । ୨ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର । ବାସି ଚୂଡ଼ା ଚକଟା ଖାଈ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ସୂଚନା ।

ମୋହନା: ଲୁଡ୍ରୁ ବାଳିକା ସେବାଶ୍ରମ ବିଦ୍ୟାଳୟର ୮ ଜଣ ଛାତ୍ରୀ ଅସୁସ୍ଥ । ୨ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର । ବାସି ଚୂଡ଼ା ଚକଟା ଖାଈ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ସୂଚନା ।

ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୋଲିବ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ ସିଏଚ୍‌ସି

ଭୁବନେଶ୍ୱର: ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବରଗଡ଼ର ପୁରୁଣା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଏକ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ ସିଏଚ୍‌ସି କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାସହିତ  ରୋଗୀମାନେ ଯେପରି ସୁବିଧାରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇପାରିବେ ସେଥିପାଇଁ ପୁରୁଣା ଡାକ୍ତରଖାନାରୁ ମାଗଣାରେ ଆମ୍ୱୁଲାନ୍ସ ଓ ବସ୍‌ ସେବା ଯୋଗାଇ ଦେବା ବ୍ୟବସ୍ଥା କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅର୍ବାନ ସିଏଚ୍‌ସିରେ  ଲୋକଙ୍କୁ ଜରୁରୀକାଳୀନ ଚିକିତ୍ସାସେବା, ଓପିଡି ସେବା ଯେଗାଇ ଦିଆଯିବ ।

ଆଜି ଲୋକସେବା ଭବନଠାରେ ମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ପୂର୍ବତନ ମନ୍ତ୍ରୀ ବିମ୍ୱାଧର କୁଅଁର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବରଗଡ଼ର ଜିଲ୍ଲା ନୂଆ ମୁଖ୍ୟ ଚିକିତ୍ସାଳୟ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଜନସାଧାରଣଙ୍କ ସମସ୍ୟାପ୍ରତି ରାଜ୍ୟ ସରକାର ସବୁବେଳେ ସହାନୁଭୂତିମୂଳକ ଦୃଷ୍ଟିଭଙ୍ଗୀ ପୋଷଣ କରିଆସିଛନ୍ତି । ତେଣୁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କ ପଦକ୍ଷେପରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

ରାଷ୍ଟ୍ରପତି ଭବନରେ ଓଡ଼ିଆ ବନ୍ଧୁ ବୀରଭଦ୍ର ସିଂହ

ନୂଆଦିଲ୍ଲୀ: ପୁରୁଣାବନ୍ଧୁଙ୍କୁ ଦେଇଥିବା କଥା ରଖିଲେ ରାଷ୍ଟ୍ରପତି । ଅନେକ ଦିନର ବନ୍ଧୁ ଓଡିଶାର ପୂର୍ବତନ ରାଜ୍ୟସଭା ସଦସ୍ୟ ବୀରଭଦ୍ର ସିଂହଙ୍କୁ ଭେଟିଲେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ପରିବାର ସହ ରାତ୍ରୀଭୋଜନ କରିବା ପରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଉପଭୋଗ କରିଥିଲେ ଦୁଇ ବନ୍ଧୁ ।

୨୦୧୯, ଡିସେମ୍ବର ୮ ତାରିଖରେ ଭୁବନେଶ୍ୱର ଗସ୍ତ ସମୟରେ ପୁରୁଣା ବନ୍ଧୁ ବୀରଭଦ୍ର ସିଂହଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଥିଲେ ରାଷ୍ଟ୍ରପତି । ନିମନ୍ତ୍ରଣ ରକ୍ଷା କରି ବୀରଭଦ୍ର ସିଂହ ସପରିବାର ଦିଲ୍ଲୀ ଯିବାସହ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ ।

ରଙ୍ଗ୍ ସାଇଡରେ ଗାଡ଼ି ଚଳାଇବା ବନ୍ଦ କରିବାକୁ କମିଶନରେଟ ପୋଲିସର ନୂଆ ପଦକ୍ଷେପ

ଭୁବନେଶ୍ୱର: ଏଣିକି ରଙ୍ଗସାଇଡ ଏଣ୍ଟ୍ରି କଲେ ଲିକ୍ ହେବ ଚକ । କାରଣ ଖୁବଶିଘ୍ର ଟ୍ୱିନସିଟିରେ ଲାଗିବ ସ୍ପାଇକ ବ୍ୟାରିୟର । ଏ ନେଇ କମିଶନରେଟ ପୋଲିସ ନିଷ୍ପତ୍ତି ନେଇଛି । ଯେଉଁଠି ରଙ୍ଗ୍ ସାଇଡରେ ବେଶୀ ଲୋକ ଯିବାଆସିବା ସ୍ଥାନରେ ଲଗାଯିବ । ଏପରିକି ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ପାଖ,ହସ୍ପିଟାଲ,ସପିଂମଲ,ମାର୍କେଟ ପାଖ ଅଞ୍ଚଳରେ ଏପରି ସ୍ପାଇକ ବାରିୟର ଲଗାଯିବ ।

ତେବେ ଏହି ବ୍ୟାରିୟର ୯୦ ଡିଗ୍ରୀ ଓ ୪୫ ଡିଗ୍ରୀରେ ଏଣ୍ଟ୍ରି କରୁଥିବା ଅଞ୍ଚଳରେ ଏପରି ଲଗାଯିବ ଯାହା ଦ୍ୱାରା ସଠିକ୍ ରୁଟରେ ଯାଉଥିବା ଲୋକ ସ୍ପାଇକ ବାରିୟର ଦେଇ ଏଣ୍ଟ୍ରି କଲେ ଗାଡିର କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ସାମ୍ନାପଟୁ ରଙ୍ଗରେ ଆସିଲେ ଲାଗିଥିବା କଣ୍ଟାଟି ଚକରେ ଫୁଟିଯିବ । ଯାଦ୍ୱାରା ଚକାଟି ତତକ୍ଷଣାତ ଲିକ୍ ହୋଇଯିବ । ଯାହା ଫଳରେ ରଙ୍ଗ ସାଇଡ୍ ଏଣ୍ଟ୍ରି ପାଇଁ ଲୋକେ ଭୟଭିତ ହେବେ ।

ଏଭଳି ବ୍ୟବସ୍ଥା ହାଇଦ୍ରାବାଦ,ନୋଇଡା,ପୁନେରେ କାର୍ଯ୍ୟକ୍ଷମ ହୋଇଛି ଏବେ ରାଜଧାନୀରେ ଖୁବଶିଘ୍ର ହେବାକୁ ଯାଉଛି । ପ୍ରଥମେ ପରୀକ୍ଷା ମୂଳକ ଭାବେ ରସୁଗଲ ସ୍ଥିତ ଏସପ୍ଲାନେଡ ମଲ ପାଖରେ ଲଗାଇବାକୁ ଯୋଜନା କରିଛି କମିଶନରେଟ ପୋଲିସ । ତେବେ ଏଠାରେ ବ୍ୟବସ୍ଥାଟି ସଫଳ ହେଲେ ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ୩୨ଟି ସମ୍ବେଦନଶୀଳ ସ୍ଥାନରେ ଏହି ବ୍ୟାରିୟର ।

ନ୍ୟୁଜିଲାଣ୍ଡର ବିଜୟ ସହ ଭାଙ୍ଗିଲା ଭାରତର ବିଜୟଧାରା

0

ହାମିଲଟନ୍‌: ହାମିଲଟନ୍‌ରେ ଖେଳାଯାଇଥିବା ପ୍ରଥମ ଦିନିକଆରେ ନ୍ୟୁଜିଲାଣ୍ଡ ବିଜୟୀ । ଭାରତ ବିପକ୍ଷ ପ୍ରଥମ ଦିନିକୁଆକୁ ୪ ଓ୍ୱିକେଟରେ ଜିତିଛି ଘରୋଇ ଦଳ । ରସ୍ ଟେଲର୍‌ଙ୍କ ଜବରଦସ୍ତ ଶତକ ଫଳରେ ମ୍ୟାଚ୍‌ ଜିତିନେଇଛି ନ୍ୟୁଜିଲାଣ୍ଡ । ଟେଲରଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଫଳରେ ୩୪୮ ରନ୍‌ର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିପାରିଛି କିଓ୍ୱି ଟିମ୍‌ । ୮୪ ବଲ୍‌ରେ ୧୦ଟି ଚୌକା ଏବଂ ୪ ଟି ଛକା ସହୟାତାରେ ୧୦୯ ରନ୍ କରି ନଟ୍‌ଆଉଟ୍ ରହିଥିଲେ । ପୂର୍ବରୁ ଟି-୨୦ ସିରିଜରେ ୨ଟି ସୁପରଓଭର ମ୍ୟାଚ୍‌ରେ ପରାଜୟ ହୋଇଥିବା କ୍ୱିବି ଟିମ୍ ୪୬ ଓଭରରେ ୨ଟି ଓ୍ୱିକେଟରେ ହରାଇବା ପରେ ସମାନ ଦିଗରେ ମ୍ୟାଚ୍‌ ଗଲା ଭଳି ମନେ ହେଉଥିଲା । କିନ୍ତୁ ଟେଲର ଏକାକୀ ନିଜ ଦମ୍‌ରେ ନ୍ୟୁଜିଲାଣ୍ଡକୁ ମ୍ୟାଚ୍‌ ବିଜୟୀ କରିଥିଲେ । ଭାରତୀୟ ବିଶୃଙ୍ଖଳିତ ବୋଲିଂ ନ୍ୟୁଜିଲାଣ୍ଡକୁ ଅଧିକ ସହାୟକ ହୋଇଥିଲା । ଭାରତୀୟ ବୋଲର ଅତିରିକ୍ତ ୨୯ ରନ୍‌ ଦେଇଥିଲେ । ଯେଉଁଥିରେ ୨୪ ଟି ଓ୍ୱାଇଡ୍‌ ବଲ୍‌ ରହିଛି । ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍‌ ନିର୍ଦ୍ଧାରିତ ଓଭରରେ ୪ ଓ୍ୱିକେଟ ହରାଇ ୩୪୭ ରନ୍‌ କରିଥିଲା । ଶ୍ରେୟାସ୍‌ ଆୟର୍‌ଙ୍କ ଶତକ, କୋହଲି ଓ କେ ଏଲ୍‌ ରାହୁଲ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ଏହି ବିଶାଳ ଲକ୍ଷ୍ୟ ରଖିଥିଲା ଟିମ୍‌ ଇଣ୍ଡିଆ ।

ଉନ୍ମେ।ଚିତ ହେଲା ଓପିଏସ୍‌ସିର ନୂଆ ୱେବ ପୋର୍ଟାଲ: ପରୀକ୍ଷା ଫଳ ସହ ସମ୍ପୂର୍ଣ୍ଣ ଖାତାର ନକଲ ଦେଖିପାରିବେ ଛାତ୍ରଛାତ୍ରୀ

କଟକ: ଉନ୍ମେ।ଚିତ ହେଲା ଓପିଏସ୍‌ସିର ନୂଆ ୱେବ ପୋର୍ଟାଲ । ଓପିଏସ୍‌ସି  ଓ ଏନ୍‌ଆଇସି ସହଯ଼ୋଗରେ ୱେବ ପୋର୍ଟାଲ ଉନ୍ମେ।ଚିତ ହୋଇଛି । ଏବେଠୁ ନୂଆ ୱେବ ପୋର୍ଟାଲ WWW.opsc.gov.inରେ  ସହଜରେ ନାମ ପଞ୍ଜିକରଣ କରିପାରିବେ ପରୀକ୍ଷାର୍ଥୀ । ଏହି ପୋର୍ଟାଲ ମାଧ୍ୟମରେ ପରୀକ୍ଷା ଫଳ ସହ ସମ୍ପୂର୍ଣ୍ଣ ଖାତାର ନକଲ ଦେଖିପାରିବେ ଛାତ୍ରଛାତ୍ରୀ । ସରକାରଙ୍କ 5-ଟି କାର୍ଯ୍ୟକ୍ରମ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଇଛି ।

ଏକାସାଥିରେ ଫାଶୀ ପାଇବେ ସମସ୍ତ ଦୋଷୀ: ୭ ଦିନ ମଧ୍ୟରେ ସମସ୍ତ ଆଇନଗତ ଉପାୟ ଅପଣାଇବାକୁ ନିର୍ଦ୍ଦେଶ

ନିର୍ଭୟା ଦୋଷୀଙ୍କୁ ଯଥାଶୀଘ୍ର ଫାଶୀ ଦେବା ନେଇ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସର ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ସମସ୍ତ ଦୋଷୀଙ୍କୁ ଏକାସମୟରେ ଫାଶୀ ଦିଆଯିବ । ଏଥିସହିତ ୭ ଦିନ ମଧ୍ୟରେ ସମସ୍ତ ନ୍ୟାୟିକ ଉପାୟ ଆପଣାଇବାକୁ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ ।

ସୂଚନାଯୋଗ୍ୟ ଯେ,  ନିର୍ଭୟା ଦୋଷୀଙ୍କୁ ଜାରି ଡେତ୍‌ ଓ୍ୱାରେଣ୍ଟ ୨ଥର ଟଳି ସାରିଛି । ଦୋଷୀମାନେ ପୃଥକ ପୃଥକଭାବେ ଆଇନଗତ ବିକଳ୍ପର ବ୍ୟବହାର କରୁଛନ୍ତି । ଏଥିଯୋଗୁଁ ସେମାନେ ଡେଥ୍‌ ଓ୍ୱାରେଣ୍ଟ ଟାଳିବାରେ ମଧ୍ୟ ସଫଳ ହୋଇଛନ୍ତି । କିନ୍ତୁ ଏଥର ହାଇକୋର୍ଟ ସେମାନଙ୍କୁ ୭ ଦିନ ମଧ୍ୟରେ ସମସ୍ତ ବିକଳ୍ପ ଉପାୟ ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ନିଜ ଆଦେଶରେ କହିଛନ୍ତି ଯେ, ଏକ ସପ୍ତାହ ପରେ ଡେଥ୍‌ ଓ୍ୱାରେଣ୍ଟ ଲାଗୁ ନେଇ ପ୍ରକ୍ରିୟା ଆରମ୍ଭ ହେବ ।

କୋର୍ଟ କହିଛନ୍ତି, ଦୋଷୀଙ୍କ ଅପରାଧ ଅତ୍ୟନ୍ତ ଘୃଣ୍ୟ, କ୍ରୁର ଏବଂ ସମାଜ ଉପରେ ଏହାର ପ୍ରଭାବ ପଡ଼ିଛି । କିନ୍ତୁ ସମ୍ୱିଧାନ ଅନୁଛେଦ ୨୧ ଅନୁଯାୟୀ ଆଇନଗତ ଅଧିକାର ତାଙ୍କର ମଧ୍ୟ ରହିଛି । ଯାହାର ସେମାନଙ୍କୁ ଭରପୂର ସୁଯୋଗ ମିଳିଛି । ୨୦୧୭ରେ ଆବେଦନ ଖାରିଜ ହେବ ପରେ ବି ଡେଥ୍‌ ଓ୍ୱାରେଣ୍ଟ ଜାରି କରାଯାଇନାହିଁ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କ ନିକଟରେ ଯୁକ୍ତି ରଖିଛନ୍ତି । ସେ କହିଛନ୍ତି, କୋର୍ଟଙ୍କ ପକ୍ଷରୁ ଶୁଣାଯାଇଥିବା ଦଣ୍ଡାଦେଶକୁ କାର୍ଯ୍ୟକାରୀରେ ବିଳମ୍ୱ ହେଉଥିବାରୁ ଦୋଷୀମାନେ ଫାଶୀରୁ ବର୍ତ୍ତିବା ପାଇଁ ସୁଚିନ୍ତିତ ଯୋଜନା ଆପଣାଉଛନ୍ତି ।

ବାଲିଘାଟକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ, ଗିରଫ ଭୟରେ ଗାଁ ଛାଡ଼ିଲେ ମହିଳା ଓ ପୁରୁଷ

ଆନନ୍ଦପୁର: ହାଟଡ଼ିହି ବ୍ଲକ କରଗୋଳା ଗାଁରେ ପୋଲିସର ଆତଙ୍କ । ଗିରଫଦାରୀ ଭୟରେ ରାତି ଅଧିଆ ଗାଁ ଛାଡ଼ୁଛନ୍ତି ପୁରୁଷ ଓ ମହିଳା । ଗତ ୨୮ ତାରିଖ ଦିନ ବୈତରଣୀ ନଦୀର ବାଲିଘାଟକୁ ନେଇ ପୋଲିସ ଓ ଗାଁଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ି ଭାଙ୍ଗି ଦେଇଥିଲେ । ଘଟଣାରେ ପୋଲିସ ଶତାଧିକ ଗାଁଲୋକଙ୍କ ନାମରେ ମାମଲା ରୁଜୁ କରିଥିଲା । ଗତ ୩ ତାରିଖରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେପଟେ ବାଲିଘାଟ ଲିଜ୍‌ଧାରୀ ଗୁଣ୍ଡାମାନେ ପୋଲିସ ଉପରେ ଆକ୍ରମଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ପୋଲିସର ଚଢ଼ାଉ ଓ ଲିଜ୍‌ଧାରୀ ଗୁଣ୍ଡାମାନଙ୍କ ଧମକରେ ୩ଶହରୁ ଉର୍ଦ୍ଧ୍ୱ ଲୋକେ ଗାଁ ଛାଡିଛନ୍ତି । ଏବଂ ରାମଚନ୍ଦ୍ରପୁର ଥାନା ମଧୁକେଶରୀ ଗାଁରେ ଆଶ୍ରୟ ନେଇଛନ୍ତି ।

ଏନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବାକୁ ଗାଁଲୋକେ ତୟାର ହୋଇଛନ୍ତି । ପୋଲିସର ବାଟ ଅବରୋଧ କରିବା ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ଗାଁଲୋକଙ୍କୁ ଗିରଫ କରାଯାଉଥିବା ପୋଲିସ ସୂଚନା ଦେଇଛି ।

 

ବାହାର ରାଜ୍ୟକୁ ଯାଇଥିଲେ ଦାଦନ ଖଟିବାକୁ, ଦୁର୍ଘଟଣାରେ ଚାଲିଗଲେ ଆରପାରିକୁ

ଧର୍ମଗଡ଼: ସଡ଼କ ଦୁର୍ଘଟଣା ଯୋଗୁଁ ରାଜ୍ୟ ବାହାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ମୃତକ ହେଉଛନ୍ତି କଳାହାଣ୍ଡି ଜୟପାଟଣା ଥାନା ବିଜମରା ଗଁ।ର ଟିକେ ରାମ ପଟେଲ ।

 

କିଛି ଦିନ ତଳେ କାମ କରିବାକୁ ବିଜେଓ୍ୱାଡା ଯାଇଥିଲେ ଟିକେ ରାମ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଟିକେ ରାମଙ୍କ ମୃତ୍ୟୁ ଖବର ପାଇବା ପରେ ଗଁ।ରେ ଶୋକର ଛାୟା ଖେଳିଯାଇଛି ।