ଅତ୍ୟାବଶକୀୟ ସାମଗ୍ରୀ କିମ୍ବା ଔଷଧ କିଣିବାକୁ ଯାଉଛନ୍ତି ଯଦି ତେବେ ମାସ୍କ ପିନ୍ଧି ଯାନ୍ତୁ.. ନହେଲେ ହାଇରାଣ ହେବେ

1 min read

ଗଞ୍ଜାମ: ଆଜିଠୁ ବାଧ୍ୟତା ମୂଳକ ହୋଇଛି ମାସ୍କ । ବିନା ମାସ୍କରେ ଘରୁ ବାହାରିବାକୁ ବାରଣ କରାଯାଇଛି । ଏହି ନିଷ୍ପତ୍ତି ଯେମିତି କଡାକଡି ଭାବେ  ଗଞ୍ଜାମରେ ଲାଗୁହୁଏ ସେଥିପାଇଁ ଜିଲ୍ଲାପାଳ ତତତ୍ପରତା ପ୍ରକାଶ କରିଛନ୍ତି । ଏହାସହ ସେ ଆଉ କିଛି ନୂଆ ଆଦେଶ ମଧ୍ୟ ଦେଇଛନ୍ତି ।

ଜିଲ୍ଲାପାଳଙ୍କ ଅଫିସରୁ ଜାରି ନିର୍ଦ୍ଦେଶନାମା ଅନୁସାରେ  ମାସ୍କ ନନ୍ଧି ନଥିବା ବ୍ୟକ୍ତିଙ୍କୁ ରାସନ ସାମଗ୍ରୀ , ଫଳ କି ପନିପରିବା କିମ୍ବା ଔଷଧ ଦିଆଯିବନି । ନୋ ମାସ୍‌କ- ନୋ ଗ୍ରୋସରି, ନୋ ଭେଜିଟେବ୍‌ଲ୍‌ସ, ନୋ ଫ୍ରୁଟ୍‌ସ, ନୋ ମେଡିସିନ୍‌ । ଗଞ୍ଜାମ ଜିଲ୍ଲାପାଳଙ୍କ ଏଭଳି କଟକଣାକୁ ସ୍ୱାଗତ କରାଯାଇଛି । କୈାଣସି ଗ୍ରାହକ ମାସ୍କ ପିନ୍ଧି ନଥିଲେ ତାଙ୍କୁ କୈାଣସି ସାମଗ୍ରୀ ବିକ୍ରି ନକରିବା ପାଇଁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦୋକାନୀମାନେ ମଧ୍ୟ ଏନେଇ ଦୋକାନରେ ବୋର୍ଡ ଲଗାଇବାକୁ ଓ ଗ୍ରାହକମାନଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରିବାକୁ କୁହାଯାଇଛି । କରୋନା ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏଭଳି ପଦକ୍ଷେପ ନେଇଛନ୍ତି ।

Leave a Reply