ବୋହୂଙ୍କ ଟ୍ୱିଟ୍ ପରେ ଶ୍ୱଶୁରଙ୍କ ପାଖରେ ପହଞ୍ଚିଲା ଔଷଧ…

1 min read

କରୋନା ମୁକାବିଲା ଦିଗରେ ବେଶ୍ ତତ୍ପରତା ପ୍ରକାଶ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଆଉ ସରକାରଙ୍କୁ ସ୍ୱାସ୍ଥ୍ୟକର୍ମୀ, ପୋଲସ ପ୍ରଶାସନ ଯଥା ସମ୍ଭବ ସହଯୋଗ କରୁଛନ୍ତି । ଯାହାର ଏକ ଝଲକ ନୋଏଡାରେ ଦେଖିବାକୁ ମିଳିଛି।

ଉତ୍ତରପ୍ରଦେଶର ନୋଏଡା ସହରରେ ରହୁଥିବା ଜଣେ ମହିଳା କନୁପ୍ରିୟା ସୋମବାର ରାତିରେ ତାଙ୍କ ଟ୍ୱିଟ ଦ୍ୱାରା ସରକାରୀ କର୍ମଚାରୀ ଏବଂ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କନୁପ୍ରିୟା କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନ, ସାଂସଦ ବରୁଣ ଗାନ୍ଧୀ ଏବଂ ରାଜ୍ୟର ମୁଖ୍ୟ ସଚିବ ତଥା ପିଲିଭୀତର ଡିଏମ ବୈଭଵ ଶ୍ରୀବାସ୍ତବଙ୍କୁ ଟ୍ୱିଟ କରିଛନ୍ତି। ତାଙ୍କ ଟ୍ଵିଟରେ ମହିଳା ଜଣକ ଲେଖିଛନ୍ତି ଯେ ତାଙ୍କ ଶ୍ୱଶୁର ପିଲିଭିତରେ ରୁହନ୍ତି ଏବଂ ସେ ଜଣେ ହୃଦଘାତ ପୀଡ଼ିତ। ମହିଳା ଜଣକ କହିଛନ୍ତି ଯେ ଏପ୍ରିଲ ୧୦ ସୁଦ୍ଧା ତାଙ୍କ ଶ୍ୱଶୁରଙ୍କ ପାଖରେ ଔଷଧ ପହଞ୍ଚିବା ଆବଶ୍ୟକ।

https://mobile.twitter.com/ladkiatrangi/status/1247223418472325126

ମହିଳାଙ୍କ ଟ୍ୱିଟକୁ ଦେଖି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସରକାରୀ କର୍ମଚାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ ମଙ୍ଗଳବାର ଦିନ ମହିଳାଙ୍କୁ କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗ କରିବାକୁ ସରକାର କହିଥିଲେ, କିନ୍ତୁ ମହିଳା ଜଣକ କହିଛନ୍ତି ଯେ କଣ୍ଟ୍ରୋଲ ରୁମ ନମ୍ବର କ୍ରମାଗତ ବ୍ୟସ୍ତ ରହୁଛି।

ଏହା ଉପରେ ପଲିଭିତ ଡିଏମ୍ ବୈଭବ ଶ୍ରୀବାସ୍ତବ ମହିଳାଙ୍କୁ ଟୁଇଟ୍ କରି ତାଙ୍କ ହ୍ଵାଟସ୍ ଆପ୍ ନମ୍ବର ପଚାରିଥିଲେ ଏବଂ ଔଷଧର ସମ୍ଭନ୍ଧରେ କିଛି ତଥ୍ୟ ମାଗିଥିଲେ। ଯେଉଁଥିରେ ମହିଳା ଜଣକ ଡିଏମଙ୍କୁ କହିଥିଲେ ଯେ ଔଷଧ କେବଳ ଲକ୍ଷ୍ନୌରେ ହିଁ ମିଳିବ।

ବୁଧବାର ଦିନ ମହିଳାଙ୍କଠାରୁ ଔଷଧ ବିଷୟରେ ସୂଚନା ପାଇବା ପରେ ଡିଏମ ବୈଭବ ଶ୍ରୀବାସ୍ତବ ଏହି ମାମଲାକୁ ଗୁରୁତର ସହ ନେଇ ସିଏମଓ ଡକ୍ଟର ସୀମା ଅଗରୱାଲଙ୍କ ଠାରୁ ଔଷଧ ବିଷୟରେ ସୂଚନା ନେଇଥିଲେ ଏବଂ ତୁରନ୍ତ ଔଷଧକୁ ମହିଳାଙ୍କ ଶ୍ୱଶୁରଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ସିଏମଓଙ୍କ ନିର୍ଦ୍ଦେଶରେ ଡକ୍ଟର ଆର.କେ ସିଂ ବୁଧବାର ଅପରାହ୍ନରେ ମହିଳାଙ୍କ ଶ୍ୱଶୁର ଘରକୁ ଯାଇ ଔଷଧ ଯୋଗାଇ ଦେଇଥିଲେ। କିଛି ସମୟ ପରେ ମହିଳା ଔଷଧ ଘରେ ପହଞ୍ଚିବା ବିଷୟରେ ଡିଏମଙ୍କୁ ଜଣାଇଥିଲେ। ଡିଏମ ବୈଭବ ଶ୍ରୀବାସ୍ତବ କହିଛନ୍ତି ଯେ ମହିଳାଙ୍କ ଟ୍ୱିଟକୁ ନେଇ ଔଷଧ ତାଙ୍କ ଘରେ ପହଞ୍ଚିଛି।

Leave a Reply