ଲକଡାଉନ୍ ବୃଦ୍ଧି ନେଇ ନବୀନଙ୍କ ନିଷ୍ପତ୍ତି, କଣ କହୁଛନ୍ତି ସୋସିଆଲ୍ ମିଡିଆର ନେଟିଜେନ୍

1 min read

ଭୁବନେଶ୍ୱର: ନବୀନ ନା ମୋଦି ? କିଏ ନେଉଛନ୍ତି ପ୍ରଥମେ ନିଷ୍ପତ୍ତି ? କିଲର କରୋନାକୁ ନେଇ ଦେଶବ୍ୟାପୀ ଭୟ ରହିଥିବା ବେଳେ ଚର୍ଚ୍ଚାରେ ଓଡ଼ିଶା । ଓଡ଼ିଶାକୁ ଅନୁକରଣ କରୁଛି ଭାରତ । ଜିଲ୍ଲା ହେଉ କି ରାଜ୍ୟରେ ଲକଡାଉନ୍ ଅବା ବାହାର ରାଜ୍ୟରେ ଫସିଥିବା ଲୋକଙ୍କୁ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ସୋସିଆଲ୍ ମିଡିଆରେ ଢେର୍ ଚର୍ଚ୍ଚା । ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତିର ପ୍ରଶଂସା କରୁଛନ୍ତି ।

ଅର୍ଥନୀତି ଅପେକ୍ଷା ଜୀବନ ବଡ଼, ଏପ୍ରିଲ ୩୦ ଯାଏଁ ରାଜ୍ୟରେ ଜାରି ରହିବ ଲକ୍‌ଡାଉନ୍

ଏପ୍ରିଲ୍ ୧୪ରେ ଯାଏଁ ଦେଶରେ ଲକଡାଉନ୍ ଘୋଷଣା ହୋଇଛି । ଏହାକୁ ବୃଦ୍ଧି କରିବାକୁ ଅନ୍ୟ ରାଜ୍ୟମାନେ ଭାବୁଛନ୍ତି । ଏଭଳି ସ୍ଥିତିରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି ଓଡ଼ିଶା । ରାଜ୍ୟ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ୍ ୩୦ ଯାଏଁ ଲକଡାଉନକୁ ବୃଦ୍ଧି କରିଛନ୍ତି । ଏଥିସହ ଦେଶରେ ଲକଡାଉନ୍ ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି । ନବୀନଙ୍କ ଏହି ନିଷ୍ପତ୍ତିକୁ ଜନତାଙ୍କ ଠାରୁ ରାଜନେତା ସମସ୍ତେ ସ୍ୱାଗତ କରିଛନ୍ତି ।

ସୋସିଆଲ୍ ମିଡିଆରେ ନବୀନଙ୍କ ନିଷ୍ପତ୍ତିକୁ ନେଇ ଟ୍ୱିଟ୍ ରିଟ୍ୱିଟ୍ ପର୍ବ ଆରମ୍ଭ ହୋଇଛି ।  ଜଣାଶୁଣା ଲେଖକ ତଥା ଅଭିନେତା ସୁହେଲ ସେଠ୍ ଟ୍ୱିଟ୍ କରି ନବୀନଙ୍କୁ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି ଯେ, , ଯାହା ଓଡ଼ିଶା ଆଜି ଭାବେ, ସେହି କଥା ଭାରତ ଆସନ୍ତାକାଲି ଭାବେ । ଓଡ଼ିଶା ଏପ୍ରିଲ୍ ୩୦ ତାରିଖ ଯାଏଁ ଲକଡାଉନ ଅବଧି ବୃଦ୍ଧି କରିବାକୁ ନେଇ ଏମିତି କହିଛନ୍ତି ସୁହେଲ୍ ସେଠ୍ । ସୁହେଲଙ୍କ ଟ୍ୱିଟ୍ ନିରିଖି ପରୀକ୍ଷା କଲେ ଜଣା ପଡିବ ଯେ, ସ୍ୱାଧିନତା ସଂଗ୍ରାମ ବେଳେ ବଙ୍ଗ ପ୍ରଦେଶର ସ୍ଥାନ ଯାହା ଥିଲା ସେହି ସ୍ଥାନକୁ ସେ ଏବେ ଓଡ଼ିଶାକୁ ଦେବାକୁ ଚାହୁଁଛନ୍ତି । କାରଣ ସେତେବେଳେ କୁହାଯାଉଥିଲା,ଆଜି ଯାହା ବଙ୍ଗ ଭାବୁଛି ଆସନ୍ତାକାଲି ତାକୁ ଦେଶ ଭାବେ । ସୁହେଲଙ୍କ ଟ୍ୱିଟ୍ ଜୋରଦାର ଭାବେ ରିଟ୍ୱିଟ୍ ହେବାରେ ଲାଗିଛି । ଏହା ଉପରେ କମେଣ୍ଟ ମଧ୍ୟ ଆସୁଛି । ନଜର ପକାନ୍ତୁ କିଏ କଣ କହୁଛନ୍ତି ।

ଆଉ ଜଣେ ୟୁଜର୍ ରାକେଶ ଦେସାଇ ଲେଖିଛନ୍ତି, ଓଡ଼ିଶା ଆଉ କିଛି ହରାଇବାକୁ ଚାହୁଁନାହିଁ । ଅନ୍ୟଜଣେ ୟୁଜର୍ ଲେଖିଛନ୍ତି, ନବୀନ ସଙ୍କଟ ସମୟରେ କଷ୍ଟକର ନିଷ୍ପତ୍ତି ନିଅନ୍ତି । ଜାଭେଦ ଖାନ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଗୁରୁ ବୋଲି ଲେଖିଛନ୍ତି ।

ଡ. ବିବେକ ଲେଖିଛନ୍ତି, ଏବେ କେନ୍ଦ୍ରକୁ ଲକଡାଉନ୍ ଅବଧି ବୃଦ୍ଧି କରିବା ନିଷ୍ପତ୍ତି ନେବା ସହଜ ହେବ । ବିଶାଲ ଅଗ୍ରୱାଲ ଲେଖିଛନ୍ତି, ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଓଡ଼ିଶା ସୁରକ୍ଷିତ ଅନୁଭବ କରୁଛି ।

ସୁହେଲଙ୍କ ଟ୍ୱିଟ୍ ରିଟ୍ୱିଟ୍ କରି ଓମଫେଡ୍ ସିଜିଏମ୍ ସୋମେଶ ଉପାଧ୍ୟାୟ କରୋନା କାଳରେ ଓଡିଶା କେଉଁ କେଉଁ କାମରେ ପ୍ରଥମ ତାର ଗୋଟିଏ ତାଲିକା ମଧ୍ୟ ଦେଇଛନ୍ତି ।

Leave a Reply