ଭୁବନେଶ୍ୱର: କରୋନା ମୁକାବିଲା ଲାଗି ସାରା ଦେଶରେ ଲାଗୁ ହୋଇଛି ଲକ୍ଡାଉନ୍ । ଠପ୍ ହୋଇଯାଇଛି ଆର୍ଥକ କାରବାର । ଦୋହଲି ଯାଇଛି ଦେଶର ଆର୍ଥିକ ମେରୁଦଣ୍ଡ । ଏଭଳି ପରିସ୍ଥିତିରେ ସ୍ଥିତି ସ୍ୱାଭାବିକ କରିବାକୁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଲକ୍ଡାଉନ୍ ପରେ ଶିଳ୍ପାନୁଷ୍ଠାନ ଖୋଲିବାକୁ ଗାଇଡ୍ଲାଇନ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଗାଇଡଲାଇନ୍ରେ ଲକ୍ଡାଉନ୍ ପରର ପ୍ରଥମ ସପ୍ତାହରେ ପରୀକ୍ଷାମୂଳକ ଭାବେ ଉତ୍ପାଦ ଶିଳ୍ପ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ ନିରାପତ୍ତା ନିୟମ ସହ ଅଧିକ ଉତ୍ପାଦନ ଟାର୍ଗେଟ ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିଳ୍ପାନୁଷ୍ଠାନରେ ଖୋଲା ଥିବା ଷ୍ଟୋରେଜ୍ ଭେସେଲ୍, କଣ୍ଟେନର ଯାଞ୍ଚ ନିର୍ଦ୍ଦେଶ । ସାଇତା ହୋଇଥିବା ବିଷାକ୍ତ ରାସାୟନିକ ପଦାର୍ଥ ସ୍ଥାନକୁ ସୁରକ୍ଷିତ ରଖ । ଉକ୍ତ ଅଞ୍ଚଳକୁ ପ୍ରବେଶ ପାଇଁ ଭେଣ୍ଟିଲେସନ୍, ଉପଯୁକ୍ତ ଆଲୋକ ବ୍ୟବସ୍ଥା କର । କୌଣସି ଗନ୍ଧ, ଧୂଆଁ ବାହାରିଲେ କିମ୍ୱା ବିଦ୍ୟୁତ ତାର ଛିଡ଼ିଥିଲେ ମରାମତି କର । ପାଇପ୍ ଲାଇନ୍/ଭାଲ୍ବ ସ୍ୱାଭାବିକ କାର୍ଯ୍ୟ କରୁଛି କି ନାହିଁ ନିୟମିତ ଯାଞ୍ଚ କର । କୌଣସି ଅଘଟଣ ନ ଘଟିବା ଦିଗରେ ନ ଘଟିବା ଦିଗରେ ଦୃଷ୍ଟି ଦେବାକୁ ସମ୍ପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ।
କ୍ୱାରେଣ୍ଟାଇନ କେନ୍ଦ୍ର ନିକଟକୁ ନ ଯିବା ଲାଗି ଜିଲ୍ଲାପାଳଙ୍କ ବାରଣ
ଗଞ୍ଜାମ: ବଢୁଛି ଗଞ୍ଜାମ ଜିଲ୍ଲାରେ କରୋନା ଗ୍ରାଫ୍ । ଶହେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗଞ୍ଜାମରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୧୧୮ ଥିବା ବେଳେ, ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗଞ୍ଜାମବାସୀଙ୍କୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅନୁରୋଧ କରିଛନ୍ତି । ସଙ୍ଗରୋଧ କେନ୍ଦ୍ର/ଟିଏମ୍ସିକୁ ନଯିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ସଙ୍ଗରୋଧରେ ଥିବା ସମସ୍ତେ ହଟସ୍ପଟ୍ ଅଞ୍ଚଳରୁ ଆସିଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରରେ ଥିବା ଆକ୍ରାନ୍ତଙ୍କ ଉପଯୁକ୍ତ ଯତ୍ନ ନିଆଯାଉଛି । କିଛିଲୋକ ନିଜ ନିଜର ସଂପର୍କୀୟଙ୍କୁ ଭେଟିବା ସହ ବାହାରୁ ଖାଦ୍ୟ ଦେଉଛନ୍ତି । କ୍ୱାରେଣ୍ଟାଇନ କେନ୍ଦ୍ର ନିକଟକୁ ନ ଯିବା ଲାଗି ବାରଣ କରାଯାଇଛି । କୋଭିଡ ନିୟମକୁ ଉଲଘଂନ କଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
ସୁବାସଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ
ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଟ୍ୱିଟ୍ ଜରିଆରେ ଶୋକ ପ୍ରକାଶ କରିବା ସହ ଦୁଃଖିତ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଓଡ଼ିଶାବାସୀଙ୍କ ପାଇଁ ଶ୍ରୀ ଚୌହାନଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବରିଷ୍ଠ ରାଜନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) May 10, 2020
ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜ ଟ୍ୱିଟ୍ ଜରିଆରେ ସୁବାସଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ସୁବାଷ ଚୌହ୍ୱାନଙ୍କ ଅକାଳ ବିୟୋଗ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ସୁବାଷ ଭାଇଙ୍କ ସହ ଦୀର୍ଘ ବର୍ଷ ଧରି କାମ କରିବାର ଅନେକ ସ୍ମୃତି ତାଙ୍କ ପାଖରେ ଅଛି । ତାଙ୍କର ଅକାଳ ବିୟୋଗ ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନ ପାଇଁ ଏକ ବଡ କ୍ଷତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହା ସହ ସୁବାସଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ଶ୍ରୀଯୁକ୍ତ ସୁବାଷ ଚୌହ୍ୱାନଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସୁବାଷ ଭାଇଙ୍କ ସହ ଦୀର୍ଘ ବର୍ଷ ଧରି କାମ କରିବାର ଅନେକ ସ୍ମୃତି ମୋ ପାଖରେ ଅଛି । ତାଙ୍କର ଅକାଳ ବିୟୋଗ ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନ ପାଇଁ ଏକ ବଡ କ୍ଷତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।
— Dharmendra Pradhan (@dpradhanbjp) May 10, 2020
ସେହିଭଳି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ଶୋକପ୍ରକାଶ କରିଛନ୍ତି । ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଯ଼ୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମୁନ୍ନା ଖାଁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସର୍ବଂସହା ସେ… କେତେ କେତେ ଅଳିଅର୍ଦ୍ଦଳି ବରଦାସ୍ତ କରିଛି ହସି ହସି… ମୋ ମା’
ଭୁବନେଶ୍ୱର: କଅଁଳ ଶିଶୁଟିର ଦରଦୀ ଓଠରୁ ଝରିପଡିଥିବା ପ୍ରଥମ ଅର୍ଥବୋଧକ ଶବ୍ଦଟି ‘ମା’ । ଏଇ ଗୋଟିଏ ଶବ୍ଦ ଭିତରେ କୋଟିଏ ଆବେଗ । ଜନ୍ମ ନେବା ପୂର୍ବରୁ ଜଠ ଭିତରେ ଯତ୍ନ ନେବାଠୁ ଜୀବନର ପ୍ରତିଟି ପାଦରେ ତାର ସ୍ନେହାଶିଷ ହୋଇଥାଏ ସନ୍ତାନର ସହଚର । ସ୍ୱର୍ଗାଦପୀ ଗରିୟସୀ ସେ , ମମତାର ସୀମାହୀନ ସାଗର । ଅସରନ୍ତି ଅମୃତର ସ୍ରୋତସ୍ୱିନୀ ନଇଟିଏ ସେ । ତାରି ଛାତିର ଅମୃତ, ରକ୍ତ, ମାଂସ, ଅସ୍ତି ମଜ୍ଜା ଭିତରେ ସଂଜିବନୀ ହୋଇ ଜୀବନକୁ ଜିଇଁବାର, ଯନ୍ତ୍ରଣାକୁ ଜିତିବାର ଶକ୍ତି ଅହରହ ଯେଗାଇଥାଏ । ଜୀବନ ଓ ମୃତ୍ୟୁର ଉର୍ଦ୍ଧ୍ୱରେ ସେ । ବର୍ତ୍ତମାନ ଆଉ ଅବର୍ତ୍ତମାନ ଭିତରେ ସେ ବାନ୍ଧି ହୁଏନା । ସେ ଅପାର୍ଥିବ, ଅଜ୍ଞାତ ସ୍ଥାନରେ ଥାଇ ବି ଅଦ୍ଭୁତ ଭାବେ ଆନନ୍ଦର ଅବହାଓ୍ୱା ତିଆରି କରୁଥାଏ ସନ୍ତାନ ପାଇଁ । କେବେ କେବେ କାହିଁ କେତେ ଦୂରରେ ଥାଇ ବି ଦଲକାଏ ଶୀତଳ ପବନ ଭଳି ପ୍ରଶାନ୍ତିରେ ଭରିଦିଏ ସନ୍ତାନର ସତ୍ତାକୁ – ଟିକିଏ ସ୍ମରରଣରେ ।
କେତେ କଷ୍ଟ ସହିଛି ସେ ଜନ୍ମ ଦେଲାବେଳେ । କେତେ କଷ୍ଟ ସହିଛି ସେ ଏଡୁଟିଏରୁ ଏଡେଟିଏ କଲାବେଳେ । କେତେ ବିନିଦ୍ର ରଜନୀ କଟାଇଛି । କେବେ ଗରମରୁ ବଂଚାଇବା ପାଇଁ ରାତିସାରା ପଙ୍ଖା କରିଛି ତ କେବେ ମଶା ଦାଉରୁ ରକ୍ଷା କରିବା ପାଇଁ । କେତେ ତ୍ୟାଗ କରିଛି ସେ – ପାଠ ପଢାଇବା ପାଇଁ । କେତେ ଉପବାସ, ବ୍ରତ କରି ନିଜକୁ କଷ୍ଟ ଦେଇଛି- ସନ୍ତାନର କଷ୍ଟ ଲାଘବ ପାଇଁ । ନିଜେ ଜଳିଛି ଦିକ ଦିକ ହୋଇ ଜଳୁଥିବା ଦୀପ ଭଳି – ସନ୍ତାନର ଜୀବନକୁ ଆଲୋକିତ କରିବା ପାଇଁ ।
ସର୍ବଂସହା ସେ । କେତେ କେତେ ଅଳିଅର୍ଦ୍ଦଳି ବରଦାସ୍ତ କରିଛି ହସି ହସି । କ୍ଷମାର ଖିରାବ୍ଧି ସେ । ନିଃସର୍ତ୍ତ ଭାବେ କ୍ଷମା କରିଛି ସନ୍ତାନର ସବୁ ଭୁଲକୁ । ଆଙ୍ଗୁଠି ଧରି ବାଟ ଚାଲିବା ଶିଖେଇଛି । ବର୍ଷ ବର୍ଷ ଧରି ତପସ୍ୟା କରିଛି ସନ୍ତାନକୁ ବର୍ଷିୟାନ କରିବା ପାଇଁ । ଏ ତପସ୍ୟା ପ୍ରତ୍ୟାଶାହୀନ ତପସ୍ୟା । ନିଜ ପଣତରେ ତିଆରି କରିଛି ଅଜସ୍ର, ଅପ୍ରମେୟ, ଅକୁତୋଭୟ ଆଶ୍ରୟ । ସେ ପଣତ ତଳେ ସନ୍ତାନ ପାଇଛି ପରମ ପ୍ରଶାନ୍ତି, ପର୍ଯ୍ୟାପ୍ତ ପ୍ରାପ୍ତି ।
କେବେ ତା କୋଳ ଝୁଲଣା, ତକେବେ ସେ କୋଳ କଷ୍ଟ ଲାଘବର କାଉଁରୀ ସ୍ପର୍ଶ । ମାର ମମତାକୁ କଣ ଭାଷାରେ ବର୍ଣ୍ଣନା କରିହେବ । ବର୍ଣ୍ଣନାତୀତ ତାର ଅବଦାନ । ସନ୍ତାନ ତା ପାଇଁ ଖାଲି ସନ୍ତାନ । ରୂପ, ରଙ୍ଗ, ସକ୍ଷମ, ଭିନ୍ନକ୍ଷମ ସବୁ ତା ଆଗରେ ସମାନ । ଖାଲି ସନ୍ତାନ । ଭିନ୍ନକ୍ଷମ ସନ୍ତାନଟିର ବୋଝକୁ ବୋହିଲା ବେଳେ କେବେ ତା ଅଣ୍ଟା ନଇଁପଡିନି ବୟସର ଅପରାହ୍ନରେ ବି । ସେ ମାର ଚରଣରେ କୋଟି ଦଣ୍ଡବତ ବି କମ ପଡିଯାଏ । ସେ ମାର ଯେତେ ସେବା କଲେ ବି କମ ପଡିଯାଏ । କଲ୍ୟାଣୀ ସେ, ଚଳନ୍ତି ଠାକୁରାଣୀ ସେ । ତାସ୍ନେହର ସୀମା ନାହିଁ, ତା ପ୍ରେମର ପଟ୍ଟ।ନ୍ତର ନାହିଁ ।
ହେଲେ ବେଳେବେଳେ ସେ ମମତାମୟୀର ମମତ୍ୱକୁ ଆଘାତ ଲାଗେ । ଅକୃତଜ୍ଞ ସନ୍ତାନର ସ୍ୱଭାବ ତା ଆଖିରେ ଭରିଦିଏ ତତଲା ଲୁହ । କେବେ ନିଜ ଆଭିଜାତ୍ୟର ଅଂହକାରରେ ତ କେବେ ବ୍ୟକ୍ତିଗତ ସ୍ୱାର୍ଥର ଶିକାର ହୋଇ ହତାଦର କରେ ମା’କୁ । ଭୁଲିଯାଏ ସବୁକଥା, ଶେଷ ସମୟରେ ସେବା କରିବା ତ ଦୂରର କଥା, ପଦଟିଏ ବି ପଚାରେନି ମା’ କେମିତି ଅଛୁ । ଏ ନିଷ୍ଠୁର ସତ୍ୟ, ଏ ଘୃଣ୍ୟ ବାସ୍ତବତା ସହ ସମସ୍ତେ ପରିଚିତ । ଆଜି ବିଶ୍ୱ ମାତୃ ଦିବସରେ ଆସନ୍ତୁ ସଂକଳ୍ପ କରିବା ମା ପାଖରେ କୃତଜ୍ଞ ହେବା । କୃତାଞ୍ଜଳି ପୁଟ୍ଟରେ ତା ଚରଣରେ ପ୍ରଣତି କରିବା । ଆଉ କହିବା ମା’ଟି ମୋର କେଡେ ନିଜର ।
ଜଣଙ୍କୁ ଛାଡ଼ିଦେଲେ ୫୭ ଜଣ ସଂକ୍ରମିତ କେଉଁଠୁ ଆସିଲେ ଜାଣନ୍ତୁ…
ଭୁବନେଶ୍ୱର: ରାଜ୍ୟର କରୋନା ତାଲିକାରେ ସଂଖ୍ୟା ବଢ଼ି ଚାଲିଛି । ଦିନକୁ ଦିନ ତୁହାକୁ ତୁହା ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଫେରନ୍ତାଙ୍କ ମାଧ୍ୟମରେ କରୋନା ଏବେ ରାଜ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଆଜି ଚିହ୍ନଟ ହୋଇଛନ୍ତି ନୂଆ ୫୮ ଜଣ କରୋନ ସଂକ୍ରମିତ । ସେଥି ବଧ୍ୟରୁ ଅଧିକାଂଶ ହହେଉଛନ୍ତି ଫେରନ୍ତା ପ୍ରବାସୀ ଓଡ଼ିଆ ।
ଆଜି ଚିହ୍ନଟ ହୋଇଥିବା ଗଞ୍ଜାମର ୨୯ ଜଣ କରୋନା ସଂକ୍ରମିତ ହେଉଛନ୍ତି ସୁର ଫେରନ୍ତା । ସେମାନେ ସମନ୍ତେ ସୁରତରେ ରହି କାମ କରୁଥିଲେ । ଏପର୍ଯ୍ୟନ୍ତ ଗଞ୍ଜାମର ସମସ୍ତ ସଂକ୍ରମିତ ହେଉଚନ୍ତି ସୁରତ ଫେରନ୍ତା । ମୟୁରଭଞ୍ଜରୁ ଚିହ୍ନଟ ହୋଇଥିବା ସଂକ୍ରମିତ ମଧ୍ୟ ସୁରତ ଫେରନ୍ତା ।
ବାଲେଶ୍ୱରରୁ ମଧ୍ୟ ୧୫ ଜଣ ଚିହ୍ନଟ ହୋଇଛନ୍ତି । ୧୫ ଜଣଙ୍କ ମଧ୍ୟରୁ ୫ ଜଣ ସଂକ୍ରମିତ ହେଉଛନ୍ତି କର୍ଣ୍ଣାଟ ଫେରନ୍ତା । ଏବଂ ବଳକା ୧୦ ଜଣ ହେଉଛନ୍ତି ପଶ୍ଚିବ ବଙ୍ଗ ଫେରନ୍ତା । ପୂର୍ବରୁ ମଧ୍ୟ ବାଲେଶ୍ୱ ବଙ୍ଗ ଫେରନ୍ତାଙ୍କୁ ନେଇ ଘାଣ୍ଟି ହେଉଛି ।
ଜିଲ୍ଲାପାଳ କ୍ଷମତାର ବ୍ୟବହାର କଲେ ମହିଳା ସରପଞ୍ଚ: ପଞ୍ଚାୟତକୁ ୭ ଦିନ ପାଇଁ କଲେ ସଟ୍ଡାଉନ୍
ସେହିଭଳି କରୋନାର ନୂଆ ତାଲିକାରେ ଆସିଛି ଅନୁଜୁଳ ଜିଲ୍ଲା । ଅନୁଗୁଳ ଜିଲ୍ଲା ପୂର୍ବରୁ ଗ୍ରୀନ୍ ଜୋନରେ ରହିଥିଲା । ତେବେ ଆଜି ଏକାଥରକରେ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୩ ଜଣଙ୍କ ମଧ୍ୟରୁ ୧୧ ଜଣ ହେଉଛନ୍ତି ସୁରତ ଫେରନ୍ତା, ଜଣେ ମହାରାଷ୍ଟ୍ର ଏବଂ ଆଉଜଣେ ସ୍ଥାନୀୟ ପଜିଟିଭଙ୍କ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।
ନେପାଳ-ଭାରତ ସୀମା ବିବାଦ, ମାନସରୋବର ଲିଙ୍କ୍ ରୋଡ୍ ନିର୍ମାଣକୁ ନେପାଳର ବିରୋଧ
ନୂଆଦିଲ୍ଲୀ: ଭାରତରୁ କୈଳାଶ ମାନସରୋବର ପାଇଁ ଲିଙ୍କ୍ ରୋଡ୍ ନିର୍ମାଣକୁ ନେପାଳ ବିରୋଧ କରିଛି ଏବଂ କହିଛି ଯେ ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ଥିବା ବୁଝାମଣାର ବିରୁଦ୍ଧ ଅଟେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଥୋରାଗଡ-ଧର୍ଚୁଲାଠାରୁ ଲିପୁଲେଖକୁ ସଂଯୋଗ କରୁଥିବା ରାସ୍ତାର ଉଦ୍ଘାଟନ କରିଛନ୍ତି । ଏହି ସମୟରେ ରାଜନାଥ ସିଂ କହିଥିଲେ ଯେ, କୈଳାଶ-ମାନସରୋବରକୁ ଯାଉଥିବା ତୀର୍ଥଯାତ୍ରୀମାନେ ବର୍ତ୍ତମାନ ତିନି ସପ୍ତାହ ପରିବର୍ତ୍ତେ ଗୋଟିଏ ସପ୍ତାହରେ ଯାତ୍ରା ଶେଷ କରିପାରିବେ । ଏହି ଲିଙ୍କ୍ ରାସ୍ତା ଗିଆବାଗଡରୁ ଆରମ୍ଭ ହୋଇ ଲିପୁଲେଖ ପାସ୍, କୈଳାଶ-ମାନସରୋବର ପ୍ରବେଶ ପଥରେ ଶେଷ ହୁଏ ।

ନେପାଳ ସୀମା ମଧ୍ୟରେ କୌଣସି କାର୍ଯ୍ୟକଳାପ ନକରିବାକୁ ଭାରତକୁ କହିଛି। ନେପାଳର ବୈଦେଶିକ ମନ୍ତ୍ରଣାଳୟର କହିବାନୁଯାୟୀ, ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦ କୁଟନୈତିକ ଢ଼ଙ୍ଗରେ ସମାଧାନ ହେବ। ନେପାଳ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, ଶୁକ୍ରବାର ଲିପୁଲେଖକୁ ସଂଯୋଗ କରୁଥିବା ଲିଙ୍କ୍ ରାସ୍ତାକୁ ଭାରତ ଉଦ୍ଘାଟନ କରିଛି ଯାହାକି ନେପାଳ ସୀମ ଭିତରେ ଦେଇ ଯାଉଛି ବୋଲି ନେପାଳ ସରକାର ଜାଣିବାକୁ ପାଇଛନ୍ତି ।

ନେପାଳ ସରକାରଙ୍କ କହିବାନୁଯାୟୀ, ଏହା ସ୍ପଷ୍ଟ ଯେ ସୁଗୁଲି ଚୁକ୍ତିନାମା (1816) ଅନୁଯାୟୀ କାଳୀ ନଦୀର ପୂର୍ବ, ଲିମ୍ପିଆଡୁରା, କଳାପାଣି ଏବଂ ଲିପୁଲେଖ ନେପାଳ ସୀମା ଅନ୍ତର୍ଭୁକ୍ତ ଅଟେ । ନେପାଳ ସରକାର ପୂର୍ବରୁ ଅନେକ ଥର ଏବଂ ନିକଟ ଅତୀତରେ ମଧ୍ୟ ଭାରତ ସରକାରଙ୍କୁ ଏକ ନୂତନ ରାଜନୈତିକ ମାନଚିତ୍ର ଜାରି କରିବାକୁ ଭାରତ ସରକାରଙ୍କୁ ଅନେକ ଥର କୁହାଯାଇଛି ।

ନେପାଳ ଏହି ପଦକ୍ଷେପକୁ ଏକପାଖିଆ ବୋଲି କହିଛି । ଦୁଇ ଦେଶ ସୀମା ବିବାଦକୁ ବୁଝାମଣା ଏବଂ ସହମତି ମାଧ୍ୟମରେ ସମାଧାନ କରିବା ଉଚିତ୍, ଭାରତର ଏହି ପଦକ୍ଷେପ ଚୁକ୍ତି ବିରୁଦ୍ଧ । ଏହି ଜମି ବିବାଦ ଐତିହାସିକ ଚୁକ୍ତିନାମା, ଦସ୍ତାବିଜ୍, ତଥ୍ୟ ଏବଂ ମାନଚିତ୍ର ମାଧ୍ୟମରେ ସମାଧାନ କରିବାକୁ ଚାହୁଁଛି ନେପାଳ । ସୂଚନାଯୋଗ୍ୟ, ଏହି ରାସ୍ତାର ନିର୍ମାଣ ୨୦୦୮ରେ ଆରମ୍ଭ ହୋଇଥିଲା ଏବଂ ୨୦୧୩ ରେ ଶେଷ ହେବାର ଥିଲା । କିନ୍ତୁ ନାଜଙ୍ଗ ଠାରୁ ବୁନ୍ଦି ଗାଁ ମଧ୍ୟରେ ଥିବା କଠିନ ଅଞ୍ଚଳ ଯୋଗୁଁ କାମ ବିଳମ୍ବ ହୋଇଥିଲା ।

କରୋନା ଗ୍ରାଫରେ ସାମିଲ ହେଲା ଅନୁଗୁଳ, ଏକାଥରକେ ୧୩ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଗ୍ରୀନ୍ ଜୋନ୍କୁ ଆଟାକ୍ କରୁଛି କରୋନା । ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ଧିରେ ଧିରେ ନିଜ ଅକ୍ତିଆରକୁ ନେଲାଣି ମାରାତ୍ମକ ଭାଇରସ୍ । ପୂର୍ବରୁ ୧୯ ଟି ଜିଲ୍ଲା କରୋନା କବଳରେ ଥିବା ବେଳେ ଏବେ ୨୦ରେ ପହଞ୍ଚିଛି । ୨୦ ନମ୍ବରରେ ସାମିଲ ହୋଇଛି ଅନୁଗୁଳ ଜିଲ୍ଲା ।
ଯାହା ପୂର୍ବରୁ ଗ୍ରୀନ୍ ଜୋନରେ ଥିଲା ସେଠାରେ ଆଜି ଏକା ଥରକେ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସକାଳୁ ୫୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ଜିଲ୍ଲାପାଳ କ୍ଷମତାର ବ୍ୟବହାର କଲେ ମହିଳା ସରପଞ୍ଚ: ପଞ୍ଚାୟତକୁ ୭ ଦିନ ପାଇଁ କଲେ ସଟ୍ଡାଉନ୍
ସେହି ତାଲିକାରେ ଅନୁଗୁଳର ସଂକ୍ରମିତଙ୍କ ସଂଖ୍ୟା ୧୩ରେ ରହିଥିଲା । ରାଜ୍ୟରେ ଏବେ କରୋନା କରୋନା ସଂଖ୍ୟା ୩୫୨ରେ ପହଞ୍ଚିଥିବାବେଳେ ସକ୍ରିୟ ରହିଛନ୍ତି ୨୮୧ ଜଣ । ସେଥିମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।
ରାଜ୍ୟରେ ଆଉଜଣେ କରୋନା ରୋଗୀଙ୍କର ମୃତ୍ୟୁ, ୩କୁ ବୃଦ୍ଧି ହେଲା ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର: କରୋନା ଭୟରେ ପୁରା ରାଜ୍ୟ । ବିଶ୍ୱ ଭଳି ରାଜ୍ୟରେ ମଧ୍ୟ କରୋନା ତାର କାୟା ବିସ୍ତାର କରିଚାଲିଛି । ଧିରେ ଧିରେ ରାଜ୍ୟ ମଧ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଗ୍ରାସ କରିବାରେ ଲାଗିଛି ଭୁତାଣୁ ରୁପି ରାକ୍ଷସ ।
ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଗଞ୍ଜାମରେ ୧୧୮ ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହା ସହ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି ।
ଜିଲ୍ଲାପାଳ କ୍ଷମତାର ବ୍ୟବହାର କଲେ ମହିଳା ସରପଞ୍ଚ: ପଞ୍ଚାୟତକୁ ୭ ଦିନ ପାଇଁ କଲେ ସଟ୍ଡାଉନ୍
ଆଜି ସକାଳୁ ଆଉଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସେ ଗଞ୍ଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି । ପୂର୍ବରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।
କରୋନା କବଳରେ ପୁରା ଗଞ୍ଜାମ, ପୁଣି ୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ
କରୋନା କବଳରେ ପୁରା ଗଞ୍ଜାମ, ପୁଣି ୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଫେରନ୍ତାଙ୍କ ଚିନ୍ତାରେ ଘାଣ୍ଟି ହେଉଛି ଗଞ୍ଜାମ । ଯାହା ଫଳରେ ଦିନକୁ ଦିନ କରୋନା ସଂଖ୍ୟାରେ ବଡ଼ ଧରଣରୁ ପରିବର୍ତ୍ତନ ହେଉଛି । ରାଜ୍ୟରେ ଆଜି ପୁଣି ୫୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ କେବଳ ୨୯ ଜଣ ସଂକ୍ରମିତ ରହିଛନ୍ତି । ଏହା ସହ ଗଞ୍ଜାମ କରୋନାର ତିନି ଅଙ୍କକୁ ଛୁଇଁଛି ।
୧୧୮ ରେ ପହଞ୍ଚିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଯଦି ଆମେ ଦେଖିବା ଏଇ କିଛି ଦିନ ମଧ୍ୟରେ ଗଞ୍ଜାମର ସ୍ଥିତି ବହୁତ ସାଙ୍ଘାତିକ ରୂପ ନେଲାଣି । ହୁ ହୁ ହୋଇ ମାଡ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସୁରତ ଫେରନ୍ତା। ସମସ୍ତଙ୍କ ନଜରରେ ଏବେ ଗଞ୍ଜାମ ରହିଛି । କରୋନା ହିଟ ଲିଷ୍ଟରେ ରହିଛି ଗଞ୍ଜାମ ।
ଜିଲ୍ଲାପାଳ କ୍ଷମତାର ବ୍ୟବହାର କଲେ ମହିଳା ସରପଞ୍ଚ: ପଞ୍ଚାୟତକୁ ୭ ଦିନ ପାଇଁ କଲେ ସଟ୍ଡାଉନ୍
ତେବେ ଗଞ୍ଜାମରେ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ଦୃଢ଼ ପଦକ୍ଷେପ ମାନ ନିଆଯାଇଛି । ଗଞ୍ଜାମ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି କି କ୍ୱାରେଣ୍ଟାଇନ୍ ସେଣ୍ଟର ପାଖରୁ ସ୍ଥାନୀୟ ଲୋକଙ୍କୁ ଦୂରେଇ ରହିବା ପାଇଁ । କାରଣ ସମସ୍ତେ ହଟସ୍ପଟରୁ ଫେରିଛନ୍ତି । କିଛି ଅସୁବିଧା ହେବନାହିଁ । ଆମେ ସମସ୍ତଙ୍କର ଦାୟିତ୍ୱ ନେଉଛୁ । ଯେଉଁମାନେ ନିୟମ ଭାଙ୍ଗିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠ ନିଆଯିବ । ରାଜ୍ୟରେ ଏବେ କରୋନା କରୋନା ସଂଖ୍ୟା ୩୫୨ରେ ପହଞ୍ଚିଥିବାବେଳେ ସକ୍ରିୟ ରହିଛନ୍ତି ୨୮୧ ଜଣ । ସେଥିମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

