spot_img
Home Blog Page 7234

ଆଜି ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ । କରୋନା ପାଇଁ ହେଉଛି ନିରାଡ଼ମ୍ବର ପାଳନ । ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ଉନ୍ନତି ଓ କଲ୍ୟାଣ ବିଜୁବାବୁଙ୍କ ମନ୍ତ୍ର । ଲୋକଙ୍କ ପାଇଁ କାମ କରିବାକୁ ଦେଲେ ଆହ୍ଵାନ ।

ଆଜି ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ । କରୋନା ପାଇଁ ହେଉଛି ନିରାଡ଼ମ୍ବର ପାଳନ । ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ଉନ୍ନତି ଓ କଲ୍ୟାଣ ବିଜୁବାବୁଙ୍କ ମନ୍ତ୍ର । ଲୋକଙ୍କ ପାଇଁ କାମ କରିବାକୁ ଦେଲେ ଆହ୍ଵାନ ।

କରୋନା ସଂକଟ ମଧ୍ୟରେ ଦେଶର ଅର୍ଥ ବ୍ୟବସ୍ଥାକୁ ରିଜର୍ଭ ବ୍ୟାଙ୍କର ଟନିକ୍ । ରିଭର୍ସ ରେପୋ ରେଟ୍ ହ୍ର।ସ । NHB, ନାବାର୍ଡ, ସିଡବିକୁ ମୋଟ୍ ୫୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ।

କରୋନା ସଂକଟ ମଧ୍ୟରେ ଦେଶର ଅର୍ଥ ବ୍ୟବସ୍ଥାକୁ ରିଜର୍ଭ ବ୍ୟାଙ୍କର ଟନିକ୍‌ । ରିଭର୍ସ ରେପୋ ରେଟ୍‌ ହ୍ର।ସ । NHB, ନାବାର୍ଡ, ସିଡବିକୁ ମୋଟ୍‌ ୫୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ।

ଢେଙ୍କାନାଳ ଓ ତାଳଚେରର କୋଭିଡ ହସ୍ପିଟାଲ ବୁଲି ଦେଖିଲେ 5ଟି ସଚିବ

ଭୁବନେଶ୍ୱର: କୋଭିଡ ହସ୍ପିଟାଲ ପରିଦର୍ଶନ କଲେ 5-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଉଭୟ ଅଧିକାରୀ ଆଜି ଢେଙ୍କାନାଳ ଓ ତାଳଚେରରେ କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଢେଙ୍କାନାଳ ଜିଲ୍ଲାରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଗତ ୧୩ ତାରିଖରେ ହସ୍‌ପିଟାଲକୁ କାର୍ଯ୍ୟକ୍ଷମ କରାଯାଇଥିଲା। କୋଭିଡ-୧୯ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ ସମୀକ୍ଷା କରିଥିଲେ 5-ଟି ସଚିବ ଓ ଉନ୍ନୟନ କମିଶନର ।

ସେହିପରି ତାଳଚେର ଯାଇ ଶତାବ୍ଦୀ ହସ୍‌ପିଟାଲରେ କାର୍ଯ୍ୟକ୍ଷମ ହେବାକୁ ଥିବା ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ ମଧ୍ୟ ପରିଦର୍ଶନ କରିଛନ୍ତି । ଏଠାରେ ୧୫୦ ଶଯ୍ୟାବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ପ୍ରସ୍ତୁତ କରାଯାଉଛି । ଏଠାରେ ୮ଟି ଆଇସିୟୁ ମଧ୍ୟ ରହିବ ।  ଜିଲ୍ଲା ଖଣିଜ ପାଣ୍ଠି ଏବଂ ଏମ୍‌ସିଏଲ୍‌ର ଆର୍ଥିକ ସହାୟତାରେ ଏହି ହସ୍‌ପିଟାଲ ପ୍ରସ୍ତୁତ କରାଯାଉଛି । 5-ଟି ସଚିବ ଭି.କେ ପାଣ୍ଡିଆନ୍‌ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ହସ୍‌ପିଟାଲ କର୍ତ୍ତୃପକ୍ଷ, ଡାକ୍ତର, କର୍ମଚାରୀ ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର ୩ଟି କୋଭିଡ୍ ହସ୍ପିଟାଲ ବୁଲି ଦେଖିଲେ 5-ଟି ସଚିବ

କରୋନା ପାଇଁ ଆମେରିକାର ସ୍ଥିତି ଗମ୍ଭୀର ଅନ୍ୟପଟେ ରାଜ୍ୟ ପାଇଁ କରୋନାକୁ ନେଇ ଆଶ୍ୱସ୍ତିର ଖବର

ଭୁବନେଶ୍ୱର: ଦେଶରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଏହି ପର୍ଯ୍ୟାୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଧାର୍ମିକ ଅନୁଷ୍ଠାନରେ ଏକଜୁଟ ନ ହେବା ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି ସରକାର । ସେପଟେ ଦେଶରେ କରୋନା ମୁକାବିଲା ସହ ଅନ୍ୟ ରୋଗୀମାନଙ୍କର ମଧ୍ୟ ଚିକିତ୍ସାକୁ ଗୁରୁତ୍ୱ ଦିଆଯାଉଛି । କରୋନା ଆଳରେ ସେମାନଙ୍କର ଯେମିତି କିଛି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦେଉଛନ୍ତି ସରକାର । ତେବେ ଏଜାବତ୍ ଦେଶରେ କରୋନାରେ ୧୩୩୮୭ଜଣ ସଂକ୍ରମିତ ହୋଇଥିବା ବେଳେ ୪୩୭ଜଣ ପ୍ରାଣ ହରାଇଛନ୍ତି ।

କିନ୍ତୁ କରୋନାକୁ ନେଇ ରାଜ୍ୟ ପାଇଁ ଆଶ୍ୱସ୍ତି। ଗତକାଲି ସବୁ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଗତ ୨ଦିନ ଧରି ରାଜ୍ୟରେ ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଗତକାଲି ସମୁଦାୟ ୮୪୩ଟି ନମୁନା ଟେଷ୍ଟ ହୋଇଥିଲା।  ତେବେ ଟେଷ୍ଟ ହୋଇଥିବା ସବୁ ନମୁନା ରିପୋର୍ଟ ନେଗେଟିଭ ଆସିଛି। ରାଜ୍ୟରେ ମୋଟ ୭୫୭୭ନମୁନା ଟେଷ୍ଟ ହୋଇଥିବା ବେଳେ ୬୦ଟିର ରିପୋର୍ଟ ପଜିଟିଭ୍‌ ଆସିଛି। ଏହାମଧ୍ୟରୁ ୪୦ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ବେଳେ ୧୯ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ସୂଚନା ଦିଆଯାଇଛି।

ବିଶ୍ୱରେ କରୋନା ମହାସଂକଟରେ ବେହାଲ୍‌ ପଡ଼ିଛି ଆମେରିକା । ଗୋଟିଏ ଦିନରେ ୨୫ଶହ ଜୀବନ ନେଇଛି ଭୟଙ୍କର ଭୂତାଣୁ । ସାରା ବିଶ୍ୱରେ କରୋନାରେ ସର୍ବାଧିକ ମୃତ୍ୟୁର ରେକର୍ଡ ହୋଇଛି। ଏଥିସହ ଆମେରିକାରେ କୋଭିଡ୍‌-୧୯ ମୃତ୍ୟୁସଂଖ୍ୟା ୩୪ହଜାର ଟପିଛି। ଏବଂ ସଂକ୍ରମଣ ଧିରେ ଧିରେ ବ୍ୟାପୁଛି । ଆମେରିକାରେ ସାଢେ ୬ଲକ୍ଷରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି । ଆମେରିକାର ନ୍ୟୁୟର୍କ ସହର ପାଲଟିଛି କରୋନା ସଂକ୍ରମଣର ହଟସ୍ପଟ୍ । ଗତ ୨୪ ଘଣ୍ଟାରେ ୬ଶହରୁ ଅଧିକ ପ୍ରାଣ ହରାଇଛନ୍ତି। ନ୍ୟୁୟର୍କରେ ଏଯାଏଁ କରୋନା ମୃତ୍ୟୁସଂଖ୍ୟା ୧୨ହଜାର ଟପିଛି । ସେପଟେ ଇଟାଲୀ ଓ ସ୍ପେନ୍‌ରେ ସ୍ଥିତି ସଂଗୀନ୍‌ ରହିଛି। ଇଟାଲୀରେ ମୃତ୍ୟୁସଂଖ୍ୟା ୨୨ହଜାର ଟପିଥିବା ବେଳେ ସ୍ପେନ୍‌ରେ ୧୯ହଜାରରୁ ଅଧିକ ପ୍ରାଣ ହରାଇଛନ୍ତି।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶୁକ୍ରବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, ‘ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବା ବିଜୁ ବାବୁଙ୍କ ମନ୍ତ୍ର ଥିଲା  ଯାହା ଲୋକଙ୍କ ସେବା ପାଇଁ ସର୍ବଦା ଆମକୁ ଅନୁପ୍ରାଣିତ କରିଆସିଛି। ସେହି ମହାନ ପୁଣ୍ୟାତ୍ମା, ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି।’

 

ରାଜ୍ୟ ପାଳୁଛି ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର: ଆଜି ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ । ରାଜ୍ୟବ୍ୟାପୀ ଏହା ପାଳନ କରାଯାଉଛି; କିନ୍ତୁ ନିରାଡ଼ମ୍ବର ଭାବରେ । ସଭାସମିତି ନକରି, ସାମାଜିକ ଦୂରତା ରଖି ନିଜ ଘରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦେଶ ତଥା ଓଡ଼ଆ ଜାତି ପାଇଁ ବିଜୁବାବୁଙ୍କ ତ୍ୟାଗପୂର୍ତ୍ତ ଜୀବନୀ ସଂପର୍କରେ ପରିବାର ସହ ଆଲୋଚନା କରିବାକୁ ମଧ୍ୟ କହିଛନ୍ତି ନବୀନ ।  ସେପଟେ ବିଜେଡି ପକ୍ଷରୁ ଆୟୋଜନ କରାଯାଉଥିବା ସମାଜସେବା କାର୍ଯ୍ୟକ୍ରମ ‘ଜୀବନବିନ୍ଦୁ’ ଜାରି ରହିଛି । ୧୯୯୭ ମସିହା  ଏପ୍ରିଲ’ ୧୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କର ପରଲୋକ ହୋଇଥିଲା ।

ରୋଗ ଯନ୍ତ୍ରଣାରୁ ମୁକ୍ତି ମିଳିବ, ଋଣ ସମସ୍ୟାର ସମାଧାନ ହେବ

ମେଷ

ଅଶ୍ୱିନୀ ନକ୍ଷତ୍ର-ଚାକିରୀ ସମସ୍ୟା ଦୁର ହେବ, ବ୍ୟବସାୟ ପାଇଁ ଯୋଜନା କରିବେ

ଦ୍ୱିଜା ନକ୍ଷତ୍ର-ଦୁଃଶ୍ଚିନ୍ତା ଦୁର ହେବ, ସମ୍ମାନ ପାଇବେ

କୃତ୍ତିକା ନକ୍ଷତ୍ର- ମାନହାନି ଘଟିବ, କୋର୍ଟକଚେରୀ ସମସ୍ୟା ଦେଖାଦେବ

ମା’ଲକ୍ଷ୍ମୀଙ୍କୁ ୩ଟି ପଦ୍ମଫୁଲରେ ପୂଜା କରନ୍ତୁ

ବୃଷ

କୃତ୍ତିକା ନକ୍ଷତ୍ର-ମାଙ୍ଗଳିକ କାମ ପାଇଁ ଯୋଜନା କରିବେ

ରୋହିଣୀ ନକ୍ଷତ୍ର-ଅଧୁରା କାମକୁ  ପୂରା କରିବେ, ସମ୍ମାନ ବଢିବ

ମଗଶିରା -ପ୍ରତି କାମରେ ବାଧା ରହିବ, ଅର୍ଥ ସମସ୍ୟା ରହିବ

ଶ୍ରୀବିଷ୍ଣୁଙ୍କୁ ପୂଜା କରନ୍ତୁ ସମସ୍ୟା ଦୂରେଇ ଯିବ

ମିଥୁନ

ମୃଗଶିରା ନକ୍ଷତ୍ର-ରୋଗ ଯନ୍ତ୍ରଣାରୁ ମୁକ୍ତି ମିଳିବ, ଋଣ ସମସ୍ୟାର ସମାଧାନ ହେବ

ଆଦ୍ରା ନକ୍ଷତ୍ର- ଆର୍ଥିକ ସହାୟତା ମିଳିବ, ଶରୀର ସୁସ୍ଥ ରହିବ

ପୁନର୍ବସୁ ନକ୍ଷତ୍ର-ମାନସିକ ଅଶାନ୍ତି ରହିବ,ଦୁର୍ଘଟଣାର ଯୋଗ ରହିଛି

ଘରେ ଅନ୍ନରେ କିଛି ଘିଅ ମିଶାଇ ଖାଆନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର-ଧନ ଲାଭର ଯୋଗ ରହିଛି, ପ୍ରେମ ସଂପର୍କ ଠିକ୍‌ ରହିବ

ପୁଷ୍ୟ।- ଅବିବାହିତ ମାନଙ୍କ ପାଇଁ ପ୍ରସ୍ତାବ ଆସିପାରେ

ଅଶ୍ଳୀଷା-ଶତବାଧା ଦେଖାଦେବ, ବେପାରରେ ସମସ୍ୟା

ମା’ଲକ୍ଷ୍ମୀଙ୍କୁ  ଗୋଲାପ ଫୁଲରେ ପୂଜା କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର-ଶତ୍ରୁମାନେ ବନ୍ଧୁଙ୍କ ପରି ଆଚରଣ କରିବେ,ପୂର୍ବରୁ ଲାଗିଥିବା ଶତ୍ରୁତାର ସମାଧାନ ହେବ

ପୂବାଫାଲଗୁନି-ଅସମ୍ଭବ କାମ ସବୁ ସମ୍ଭବ ହେବ, ଚାକିରୀ ସମସ୍ୟା ଦୂରେଇ ଯିବ

ଉତ୍ତରାଫାଲଗୁନି-ଯାହା ବି କିଛି କରିବେ ସେଥିରେ ବାଧା ଆସିବ

ମା’ଲକ୍ଷ୍ମୀଙ୍କୁ ଖେଚେଡି ଭୋଗ ଅର୍ପଣ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନି -ମହିଳାମାନଙ୍କ ପାଇଁ ଦିନଟି ଭଲରେ କଟିବ

ହସ୍ତା ନକ୍ଷତ୍ର-ଦୁର ଭ୍ରମଣର ଯୋଗ ରହିଛି, ସୁସମ୍ବାଦ ପାଇବେ

ଚିତ୍ରା ନକ୍ଷତ୍ର-ଚାକିରୀରେ ସମସ୍ୟା ହୋଇପାରେ, କୈାଣସି କାମ ଆଗେଇବ ନାହିଁ

ଶ୍ରୀବିଷ୍ଣୁଙ୍କୁ ପୂଜା କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର-କିଛି ଆର୍ଥିକ ସାହାଯ୍ୟ ପାଇବେ, ଘରେ ସୁଖ, ଶାନ୍ତି ପାଇବେ

ସ୍ୱାତୀ ନକ୍ଷତ୍ର-କେହି ଜଣେ ଆପଣଙ୍କୁ ସାହାଯ୍ୟ କରିପାରନ୍ତି

ବିଶାଖା ନକ୍ଷତ୍ର-ଦୁର୍ଘଟଣା ଘଟିପାରେ,ବନ୍ଧୁ ବିବାଦ ଦେଖାଦେବ

ମହାଦେବଙ୍କୁ ରକ୍ତ ଚନ୍ଦନରେ  ପୂଜା କରନ୍ତୁ, ମନୋସ୍କାମନା ପୂରଣ ହେବ

ବିଛା ରାଶି

ବିଶାଖା ନକ୍ଷତ୍ର-ବେପାରରେ ସଫଳତା ପାଇବେ, ଆର୍ଥିକ ଲାଭ ହେବ

ଅନୁରାଧା ନକ୍ଷତ୍ର-ନିଜର ଧୈଯ୍ୟ ଯୋଗୁ କାମରେ ସଫଳତା ପାଇବେ

ଜ୍ୟୋଷ୍ଠା ନକ୍ଷତ୍ର-ଝଗଡା ଭିତରେ ଦିନଟି କଟିବ, ଅଧାରେ ସବୁ କାମ ଅଟକି ଯିବ

ଶ୍ରୀହନୁମାନଙ୍କୁ ଗୋଗୁଳ ଧୂପ ଦେଇ ପୂଜା କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର-ମାନ,ସମ୍ମାନ ବଢିବ, ଘରେ ଶାନ୍ତି ରହିବ

ପୂବାଷାଢା-ମାଙ୍ଗଳିକ କାମରେ ଯ଼ୋଗଦାନ ସହିତ ବେପାରରେ ଲାଭ  ପାଇବେ

ଉତ୍ତରାଷାଢା-କୈାଣସି କାମ ବି ସଫଳ ହେବ ନାହିଁ, ଅର୍ଥ ଚିନ୍ତା ଲାଗି ରହିବ

ମା’ଲକ୍ଷ୍ମୀଙ୍କୁ ନିଷ୍ଠାର ସହିତ ପୂଜା କରନ୍ତୁ

ମକର ରାଶି

ଉତ୍ତରାଷାଢା-ମାଙ୍ଗଳିକ କାମ ହେବ,ନୂଆ କିଛି କରିବା ପାଇଁ ଯୋଜନା କରିବେ

ଶ୍ରବଣା-ରାଜନୀତିରେ ସଫଳ ହେବେ, ମାନ ସମ୍ମାନ ବଢିବ

ଧନିଷ୍ଠା ନକ୍ଷତ୍ର-ମାନସିକ ଦୁଃଶ୍ଚିନ୍ତା ଓ ଅର୍ଥ ଚିନ୍ତା ଲାଗି ରହିବ

ମହାଦେବଙ୍କୁ ଅପରାଜିତା ଫୁଲରେ ପୂଜା କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଦୁରଯାତ୍ରା ପାଇଁ କିଛି ଖବର ପାଇପାରନ୍ତି, ସରକାରୀ ଅର୍ଥ ମିଳିବ

ଶତଭିଷା ନକ୍ଷତ୍ର-କର୍ମନିଯୁକ୍ତିର ଯୋଗ ରହିଛି, ଇଛା ଯାହା ବି କରିଥିବେ ତାହା ପୂରଣ ହେବ

ପୂର୍ବଭାଦ୍ର-କାଯ୍ୟରେ ବାଧା ଆସିବ, ଅଶୁଭ ସମାଚାର ପାଇବେ

ଶନିଦେବଙ୍କୁ ମନ୍ଦାର ଫୁଲରେ ପୂଜା କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର-ଚାକିରୀରେ ସଫଳତା ପାଇବେ, ପ୍ରମୋଶନ ବି ପାଇପାରନ୍ତି

ଉତ୍ତରଭାଦ୍ର-ବିବାହ ଭଳି ଶୁଭ କାର୍ଯ୍ୟ ପାଇଁ କିଛି ଯୋଜନା କରିବେ

ରେବତୀ-ଚାକିରି ଓ ଋଣରେ ସମସ୍ୟା ଆସିପାରେ

ଦେବୀ ଦୁର୍ଗାଙ୍କୁ ପୂଜା କରନ୍ତୁ

                                                                                                   ଜ୍ୟୋତିର୍ବିଦ ବିପିନ୍‌ କୁମାର ରାଉତରାୟ

                                                                                                       ଯୋଗାଯୋଗ-9937343533

କରୋନା ଲକଡାଉନ୍: ଇଟାଲୀରେ ବାଲକୋନିରୁ ୱାଇନ୍ ପାର୍ଟି, ଭାଇରାଲ ହେଲା ଭିଡିଓ

(ସ୍ମୃତିଲଗ୍ନା ନନ୍ଦ) ଇଟାଲୀ ଦିନେ ବିଶ୍ୱର ଖୁସୀ ବାସିଆ ଦେଶଙ୍କ ତାଲିକାରେ ୩୬ ନମ୍ବରରେ ଥିଲା । ବିଶ୍ୱର ୧୯୫ ଦେଶ ଭିତରେ ଖୁସିବାସିଆ ଦେଶ ତାଲିକାର ୩୬ ନମ୍ବରରେ ରହିବା କିଛି ଛୋଟକଥା ନୁହଁ । କିନ୍ତୁ କରୋନା ସବୁକିଛି ବଦଳାଇ ଦେଇଛି । ଯେଉଁ ଦେଶର ଲୋକ ଦିନେ ନିଜ ହସ,ନିଜ ନାଚ ଓ ଗୀତ ପାଇଁ ପ୍ରସିଦ୍ଧ ଥିଲେ ଏବେ ସେମାନେ ଜିଉଁଛନ୍ତି ଡରି ଡରି । ମୃତ୍ୟୁ ସେଠିକି ଆସିଛି କରୋନା ରୂପରେ । ହଜାର ହଜାର ଲୋକଙ୍କ ଶବ ଦେଖି ସତେ ଯେମିତି ଇଟାଲୀ ପଥର ପାଲଟି ଯାଇଛି ।

କରୋନା ବିପତ୍ତି ଏବେ ଇଟାଲୀବାସିନ୍ଦାଙ୍କୁ ପ୍ରଭାବିତ କରିଛି । ସ୍ୱାଭାବିକ  ନାହିଁ ଜୀବନ ଯାତ୍ରା । ଲକଡ଼ାଉନର କଟକଣା ସହ ରକ୍ଷା ହେଉଛି ସାମାଜିକ ଦୂରତା । ଏ ଦେଶରେ ୨୦ଲକ୍ଷ ୭୨ହଜାର ଲୋକ କରୋନା ଆକ୍ରାନ୍ତ ହୋଇ ସାରିଥିବା ବେଳେ ମୃତ୍ୟୁସଂଖ୍ୟା ବଢିଯାଇଛି ।

https://www.facebook.com/nandighoshatv/videos/273920736955872/

ତଥାପି ମୃତ୍ୟୁର କଳାଛାୟା ଭିତରେ ବି ଜୀବନକୁ ଉପଭୋଗ କରିବାକୁ ଭୁଲିନାହାନ୍ତି ଇଟାଲୀ ନାଗରିକ । କରୋନା ଇଟାଲୀ ନାଗରିକଙ୍କୁ ଘରେ ଲକଡାଉନ୍ ଭିତରେ ରହିବାକୁ ବାଧ୍ୟ କରିଛି । କିନ୍ତୁ, ସେମାନଙ୍କ ମନୋବଳକୁ ଭାଙ୍ଗିପାରିନି । ଇଟାଲୀବାସୀ ମୃତ୍ୟୁକୁ ଆଙ୍ଗୁଠି ଦେଖାଉଛନ୍ତି । ଯାହାର ଉଦାହରଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଲକଡାଉନ୍ ଭିତରେ ବି ୱାଇନ୍ ପାର୍ଟି

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଇଟାଲୀର କୌଣସି ଏକ ସ୍ଥାନର ବାସିନ୍ଦା ନିଜ ନିଜ ବାଲକୋନୀରେ ଛିଡ଼ା ହୋଇ କରୁଛନ୍ତି ୱାଇନ୍ ପାର୍ଟି । ତେବେ, ସେମାନେ ଏହି ପାର୍ଟି କରିବାକୁ ସାମାଜିକ ଦୂରତା ନିୟମକୁ ଭାଙ୍ଗି ନାହାନ୍ତି ପରସ୍ପର ସହ କଥା ହେବା, ସୁଖଦୁଃଖ ବାଣ୍ଟିବା ଏମାନଙ୍କର ସବୁଦିନିଆ ଅଭ୍ୟାସ । ଲକଡ଼ାଉନର ଲକ୍ଷ୍ମଣ ରେଖା ଚୋରି କରିପାରିନି ଏମାନଙ୍କ ଓଠରେ ହସ । ଇରାଲିଆନଙ୍କର ଏ ଖୁସି ହେବାର ଅନ୍ଦାଜକୁ ଫେସବୁକରେ ପୋଷ୍ଟ କରିଥିଲେ ମୌର ରିକିଗ୍ଲାନୋ ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବର୍ତ୍ତମାନ ସୁଦ୍ଧା ୭ ମିଲିଅନ ଭିୟୁ ହାସଲ କରିପାରିଛି । ୨ ଲକ୍ଷ ୯୫ ହଜାର ବ୍ୟାକ୍ତି ଏହାକୁ ସେୟାର କରିଛନ୍ତି ।

ଏପ୍ରିଲ୍ ମାସର ବିଦ୍ୟୁତ୍ ବିଲରେ ସେସୁ ଦେବ ରିହାତି

ଭୁବନେଶ୍ୱର: ସଂଘର୍ଷ ସମୟରେ ଜାରି ରହିଛି ବିଦ୍ୟୁତ୍ ସେବା । ସେସୁ ପ୍ରାୟ ୨୭ ଲକ୍ଷ ପରିବାର ସହ ବିଭିନ୍ନ ସରକାରୀ ଓ ବାଣିଜ୍ୟିକ ଅନୁଷ୍ଠାନକୁ ସେବା ଯୋଗାଉଛି । କରୋନା ପାଇଁ ସାମାଜିକ ଦୂରତା ରକ୍ଷା ଜରୁରୀ ହୋଇ ପଡ଼ିଛି । ଫଳରେ ସେସୁ ମିଟର ରିଡିଂ, ବିଲିଂ ଓ ଦେୟ ଆଦାୟ କରିପାରୁନାହିଁ । ଏଥିପାଇଁ ସେସୁ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।

ବିଲିଂ ତଥ୍ୟ ମେସେଜ୍ ଓ ଇମେଲ୍ ମାଧ୍ୟମରେ ଗ୍ରାହକଙ୍କୁ ଦିଆଯିବା ସହ କଲ ସେଣ୍ଟର ମାଧ୍ୟମରେ ସୂଚନା ଦିଆଯାଉଛି । ଗ୍ରାହକ ଅନଲାଇନରେ ପେ ଟିଏମ୍, ଏୟାରଟେଲ୍ ସହ ଡେବିଟ ଓ କ୍ରେଡିଟ କାର୍ଡ ମାଧ୍ୟମରେ ଦେୟ ପ୍ରଦାନ କରିପାରିବେ । ଶେଷ ଥର ବିଲ୍ ହିସାବରେ ବିଲ୍ ତିଆରି କରାଯାଇ ପରେ ଆଡଜଷ୍ଟ କରାଯିବ । ବିଭିନ୍ନ ଅଫିସରେ ସେସୁ ପକ୍ଷରୁ ଚେକ୍ ବକ୍ସ ବସାଯାଇଛି ।

ଏଥିସହ ସେସୁ ବିଦ୍ୟୁତ୍ ବିଲରେ ୪ ପ୍ରତିଶତ ରିହାତି ଦେବାକୁ ଘୋଷଣା କରିଛି । ଯେଉଁ ଗ୍ରାହକ ଏପ୍ରିଲ ମାସର ବିଲ୍ ଚଳିତ ମାସରେ ପେମେଣ୍ଟ କରିବେ ତାଙ୍କୁ ଏହି ରିହାତି ମିଳିବ । ମାର୍ଚ୍ଚ ୨୨ରୁ ୩୧ ମଧ୍ୟରେ ବିଲ୍ ଦେଇପାରି ନଥିବା ଗ୍ରାହକଙ୍କୁ ମଧ୍ୟ ରିହାତି ମିଳିବ । ବର୍ତ୍ତମାନ ମିଳୁଥିବା ରିହାତି ବାଦ୍ ୪ ପ୍ରତିଶତର ସ୍ୱତନ୍ତ୍ର ରିହାତି ପାଇବେ ଗ୍ରାହକ ।

ଲକଡାଉନରେ ଘରେ ମଦ ଡେଲିଭରୀ କରୁଛି କୁକୁର

ଓ୍ବାଶିଂଟନ୍‌: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହାକୁ ରୋକିବା ପାଇଁ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିରୁ ମଧ୍ୟ ବାଦ୍‌ ପଡ଼ିନି ଆମେରିକା। ଏଠାରେ ମଧ୍ୟ ଲକ୍‌ଡାଉନ୍‌ ଜାରି ହୋଇଛି। ଏଭଳି ପରିସ୍ଥିତିରେ ଲୋକମାନେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରୁଛନ୍ତି। ଆମେରିକାର ମେରିଲ୍ୟାଣ୍ଡର ଏକ ମଦ ଦୋକାନ ସାମାଜିକ ଦୂରତାର ସମସ୍ତ ନିୟମ ଅନୁସରଣ କରି ଗ୍ରାହକଙ୍କୁ ମଦ ବିତରଣ କରିବାର ଏକ ନୂତନ ଉପାୟ ଅବଲମ୍ବନ କରୁଛି।

ବାସ୍ତବରେ, ଏକ କୁକୁର କ୍ୱାରାଣ୍ଟାଇନ୍‌ ସମୟରେ ଲୋକମାନଙ୍କୁ ମଦ ପରିବହନ କରୁଛି। ସୋଡା ନାମକ ଏହି କୁକୁରକୁ ମଦ ଦୋକାନରେ ସାହାଯ୍ୟ କରିବା ପାଇଁ ରଖାଯାଇଛି। କୁକୁର ମାଧ୍ୟମରେ ଗ୍ରାହକଙ୍କ ନିକଟରେ ମଦ ସହଜରେ ପହଞ୍ଚିପାରୁଛି। ‘ଷ୍ଟୋନ୍‌ ଅର୍ବାନ ଓ୍ବାଇନାରୀ’ ପକ୍ଷରୁ ନିଜର ଫେସ୍‌ବୁକ୍‌ ପେଜ୍‌ରେ କୁକୁରର ଫଟୋ ଏବଂ ଭିଡିଓଗୁଡ଼ିକୁ ଶେୟାର କରାଯାଇଛି। ଯାହାକୁ ଲୋକେ ବେଶ୍‌ ପସନ୍ଦ କରିଛନ୍ତି।

ଲୋକଙ୍କ ନିକଟରେ ମଦ ପହଞ୍ଚାଇବା ଲାଗି ସୋଡା ପିଠିରେ ଏକ କଷ୍ଟମାଇଜ୍‌ କପଡ଼ା ବନ୍ଧା ଯାଇଛି। ଯେଉଁଥିରେ ଏକ ସମୟରେ ଦୁଇଟି ମଦ ବୋତଲ ରଖାଯାଇପାରିବ। ଫଳରେ ଗ୍ରାହକଙ୍କର ଯେମିତି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। କରୋନା ସମୟରେ ସାମାଜିକ ଦୂରତା ରକ୍ଷା କରିଥିବା ଲୋକଙ୍କୁ ମଦଦୋକାନ ମାଲିକଙ୍କ ଏହି କୌଶଳ ବେଶ୍‌ ସୁହାଉଛି।