spot_img
Home Blog Page 7231

ବୈଜ୍ଞାନିକଙ୍କ ମତ: ଏବେ କରୋନା ଚିହ୍ନଟ କରିବ କୁକୁର

ଲଣ୍ଡନ: କରୋନା ଭୂତାଣୁ ଯୋଗୁ ସମଗ୍ର ବିଶ୍ୱବାସୀ ଚିନ୍ତାରେ। ଏହି ମାରାତ୍ମକ ଭୂତାଣୁ ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ହାନି ହୋଇସାରିଥିବା ବେଳେ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଦେଶର ବୈଜ୍ଞାନିକମାନେ ଦିନରାତି ଏକ କରି ଏହି ଭୂତାଣୁ ରୋକିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ କିଛି ବୈଜ୍ଞାନିକ ଏକ ନୂଆ ଉପାୟ ଖୋଜି ପାଇଛନ୍ତି। ଯାହାଦ୍ୱାରା ଏହି ଭୂତାଣୁ ବ୍ୟାପିବାକୁ ରୋକାଯାଇପାରିବ। ବାସ୍ତବରେ ଏହି ମହାମାରୀକୁ ରୋକିବାରେ କୁକୁରମାନଙ୍କ ସହାୟତା ନିଆଯିବ। କୁକୁର ଶୁଙ୍ଘି ଏହି ଭୂତାଣୁ ଚିହ୍ନଟ କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ସାଧାରଣତଃ ମଣିଷ ତୁଳନାରେ କୁକୁରର ଘ୍ରାଣଶକ୍ତି ୧୦ ହଜାର ଗୁଣ ଅଧିକ। ଖାଲି ଏତିକି ନୁହେଁ, ଡ୍ରଗ୍ସ ଏବଂ ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବାର କ୍ଷମତା ମଧ୍ୟ କୁକୁରମାନଙ୍କର ରହିଛି। ଲଣ୍ଡନ୍‌ ସ୍କୁଲ ଅଫ୍‌ ହାଇଜିନ୍‌ ଏବଂ ଟ୍ରପିକାଲ ମେଡିସିନ୍‌ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କୁକୁରମାନେ ଶ୍ୱାସରୋଗ ସହିତ ଜଡ଼ିତ ଯେକୌଣସି ରୋଗକୁ ସହଜରେ ଜାଣିପାରିଥାନ୍ତି। କୁକୁରମାନେ ଶୁଙ୍ଘି ମ୍ୟାଲେରିଆ ଭଳି ରୋଗ ମଧ୍ୟ ଚିହ୍ନଟ କରିବାରେ ସକ୍ଷମ ଅଟନ୍ତି।

ଏହି କଥା ଜଣାପଡ଼ିବା ପରେ ବ୍ରିଟେନ୍‌ର ଚାରିଟେବୁଲ ଟ୍ରଷ୍ଟ ବୈଜ୍ଞାନିକମାନଙ୍କ ସହିତ ମିଶି ଏହା ଉପରେ ଗବେଷଣା ଜାରି ରଖିଛି। କୁକୁର କରୋନା ଭାଇରସ୍‌ ଚିହ୍ନଟ କରିବାରେ ସହଯୋଗ କରିପାରିବ କି ନାହିଁ ତାହା ଜାଣିବା ପାଇଁ ଚେଷ୍ଟା ଚଳାଇଛି। ଅନୁଷ୍ଠାନ ପକ୍ଷରୁ କୁହାଯାଇଛି, ଏନେଇ କୁକୁରମାନଙ୍କୁ ସ୍ବତନ୍ତ୍ର ତାଲିମ ଦେବାକୁ ପଡ଼ିବ। ଏଥିସହ ଉକ୍ତ ସଂସ୍ଥା ଏହା ଉପରେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛି।

 

ଲଣ୍ଡନ ସ୍କୁଲ୍‌ ଅଫ୍‌ ହାଇଜିନ୍‌ ଏବଂ ଟ୍ରପିକାଲ ମେଡିସିନ୍‌ର ରୋଗ ନିୟନ୍ତ୍ରଣ ମୁଖ୍ୟ କହିଛନ୍ତି, କୁକୁରମାନେ ମ୍ୟାଲେରିଆକୁ ସଠିକ୍‌ ଭାବରେ ଚିହ୍ନଟ କରିବାରେ ସକ୍ଷମ ଅଟନ୍ତି। ତେଣୁ ମହାମାରୀ କରୋନା ଭୂତାଣୁ ଚିହ୍ନଟ କରିବାରେ କୁକୁରମାନେ ସହାୟକ ହେବେ ବୋଲି ଆଶା ଏବଂ ବିଶ୍ୱାସ।

କୁମ୍ଭକର୍ଣ୍ଣର ପୂର୍ବଜନ୍ମର ରହସ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

୧. କୁମ୍ଭକର୍ଣ୍ଣର ଭୋଜନ ଅଭ୍ୟାସ ପାଇଁ ଦେବତା ମଧ୍ୟ ଚିନ୍ତିତ ଥିଲେ

କୁମ୍ଭକର୍ଣ୍ଣ ରାମାୟଣର ଏକ ପ୍ରମୁଖ ଚରିତ୍ର । ରାବଣର ଏହି ଭାଇ ଏତେ ବିଶାଳ ଏବଂ ଭୟଙ୍କ ଥିଲା ଯେ ସେ ଏକା ସାଙ୍ଗରେ ୧୬ଟି ଗାଁର ଭୋଜନ ଖାଇ ଶେଷ କରିଦେଉଥିଲେ । ଖାଲି ସେତିକି ନୁହେଁ ଖାଦ୍ୟ ନମିଳିଲେ ସେ ପ୍ରଜା ମାନଙ୍କୁ ମଧ୍ୟ ଜୀବନ୍ତ ଖାଇଦେଉଥିଲେ । କୁମ୍ଭକର୍ଣ୍ଣର ଏହି ଅଭ୍ୟାସ ଦେଖି ସ୍ୱଂୟ  ବ୍ରହ୍ମା ମଧ୍ୟ ଚିନ୍ତିତ ଥିଲେ । ତେଣୁ ଯେତେବେଳେ କୁମ୍ଭକର୍ଣ୍ଣ ବ୍ରହ୍ମାଙ୍କୁ ତପସ୍ୟା କଲେ ବରଦାନ ମାଗିବା ସମୟରେ ମା ସରସ୍ୱତୀ କୁମ୍ଭକର୍ଣ୍ଣଙ୍କ କଣ୍ଠରେ ଯାଇ ବସିପଡ଼ିଲେ । ଏହାର ପରିଣାମ ସ୍ୱରୂପ କୁମ୍ଭକର୍ଣ୍ଣ ଇନ୍ଦ୍ରାଶନ କହିବା ବଦଳରେ ନିଦ୍ରାଶନ କହିଥିଲା । ବ୍ରହ୍ମା ଏଥିରେ ହସିଦେଇ ସୃଷ୍ଟିର ରକ୍ଷା ପାଇଁ ତାକୁ ତଥାସ୍ତୁ ବୋଲି କହିଥିଲେ  ।

୨. କୁମ୍ଭକର୍ଣ୍ଣର ପୂର୍ବଜନ୍ମ

ରାବଣର ଅନୁରୋଧ କ୍ରମେ କୁମ୍ଭକର୍ଣ୍ଣକୁ ୬ ମାସରେ ଥରେ ନିଦରୁ ଉଠିବା ପାଇଁ ବରଦାନ ଦିଆଗଲା । ଯାହାଫଳରେ କୁମ୍ଭକର୍ଣ୍ଣ ୬ ମାସରେ ଥରେ ଉଠି ଭୋଜନ କରି ପୁଣି ଶୋଇପଡୁଥିଲା । ଏହି ଭାୟଙ୍କର ରାକ୍ଷସର କାହାଣୀ କେବଳ ଏତିକି ନୁହେଁ । ରାମାୟଣରେ କୁମ୍ଭକର୍ଣ୍ଣର ପୂର୍ବଜନ୍ମର କାହାଣୀ ମଧ୍ୟ ଉଲ୍ଲେଖ ରହିଛି ।  ଏହି ଭୟଙ୍କର ରାକ୍ଷସ ମହାଭାରତରେ ଭଗବାନ ବିଷ୍ଣୁଙ୍କ ସହିତ ଯୁଦ୍ଧ ମଧ୍ୟ କରିସାରିଛି ।

୩. ଭଗବାନ ବିଷ୍ଣୁଙ୍କ ସହ ୫ ହଜାର ବର୍ଷ ଯାଏ କରିଥିଲା ଯୁଦ୍ଧ

ପୂର୍ବଜନ୍ମରେ ଭଗବାନ ବିଷ୍ଣୁଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ ଦେଇ ବୈକୁଣ୍ଠ ଯାଏ ପହଞ୍ଚଯାଇଥିଲା ଏହି ରାକ୍ଷସ । ନିଜ ଭାଇ ମାନଙ୍କୁ ନେଇ କୁମ୍ଭକର୍ଣ୍ଣ ଭଗବାନ ବିଷ୍ଣୁଙ୍କ ସହ ୫ ହଜାର ବର୍ଷ ଯୁଦ୍ଧ କରିଥିଲା ଯାହା ଦେବୀଭଗବତ ପୁରାଣରେ ଉଲ୍ଲେଖ ରହିଛି । ପୂର୍ବଜନ୍ମରେ କୁମ୍ଭକର୍ଣ୍ଣ ମଧୁ ନାମକ ଜଣେ ରାକ୍ଷସ ଥିଲା ଏବଂ ତା ଭାଇର ନାଁ କୈଟଭ ଥିଲା । ଭଗବାନ ବିଷ୍ଣୁଙ୍କ ସହ ଯୁଦ୍ଧ କରିବାର ଯେତେବେଳେ ୫ ହଜାର ବର୍ଶ ହୋଇଗଲା ସେତେବେଳେ ଦେବୀ ଯୋଗମାୟା ତାର ବୁଦ୍ଧିକୁ ହରଣ କରିନେଲେ ।  କୁମ୍ଭକର୍ଣ୍ଣ ଅହଂକାରରେ ଆସି ଭଗବାନ ବିଷ୍ଣୁଙ୍କୁ ବରଦାନ ମାଗିବାକୁ କହିଲା ଆଉ ବିଷ୍ଣୁଙ୍କ ଜାଲରେ ଫସିଗଲା ।

୪. ପୂର୍ବଜନ୍ମରେ କୁମ୍ଭକର୍ଣ୍ଣର ଏଭଳି ହୋଇଥିଲା ମୃତ୍ୟୁ   

ଭଗବାନ ବିଷ୍ଣୁ କହିଲେ ଯେ, ‘ତୁମେ ନିଜର ମୃତ୍ୟୁର ଉପାୟ କୁହ ।’ ନିଜ ବଚନରେ ମଧୁ ଏବଂ କୈଟଭ ଫସିଯାଇଥିଲେ । ସେ କହିଲା ତା ମୃତ୍ୟୁ କେବଳ ଭଗବାନଙ୍କ ଜଙ୍ଘରେ ହୋଇପାରିବ । ତାପରେ ଭଗବାନ ନିଜ ଶରୀରକୁ ବିସ୍ତାର କରି ନିଜ ଯଙ୍ଘରେ ଦୁଇ ଭାଇଙ୍କୁ ରଖି ସୁଦର୍ଶନ ଚକ୍ରରେ ଦୁହିଁଙ୍କ କର ମର୍ଦନ କରିଥିଲେ ।

୫. ମରିବା ପୂର୍ବରୁ କୁମ୍ଭକର୍ଣ୍ଣ ବିଭୀଷଣକୁ କ’ଣ କହିଥିଲା-

କୁମ୍ଭକର୍ଣ୍ଣ ରାକ୍ଷସ ହୋଇ ବି ରାମଙ୍କ ମାୟା ଜାଲକୁ ବୁଝିପାରିଥିଲା । ସେ ଭାଇ ରାମକୁ ମଧ୍ୟ ବୁଝାଇବାକୁ ଚେଷ୍ଟା କରିଥିଲା ଯେ ରାମ କୌଣସି ସାଧାରଣ ବ୍ୟକ୍ତି ନୁହଁନ୍ତି । ୟାଙ୍କ ସହ ଲଢ଼େଇ କଲେ ରାକ୍ଷସ ଜାତିର ବିନାଶ ହେବା ଥୟ ।  କିନ୍ତୁ ରାବଣ ନିଜ ଅହଂକାରରେ ବୁଡ଼ି ରହିଥିଲା । ସେ କୁମ୍ଭକର୍ଣ୍ଣକୁ ହି କଟୁକଥା କହିଥିଲା । ରାମଙ୍କ ହାତରେ ମରିଲେ ମୋକ୍ଷ ପାଇବେ ବୋଲି ଜାଣି ମଧ୍ୟ କୁମ୍ଭକର୍ଣ୍ଣ ଭାଇ ରାବଣର ଆଦେଶ ମାନି ଯୁଦ୍ଧ କ୍ଷେତ୍ରକୁ ଆସିଥିଲେ । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ କୁମ୍ଭକର୍ଣ୍ଣ ବିଭୀଷଣକୁ ଆସି ରାମଙ୍କ ସହିତ ମିଶି ଧର୍ମର ପାଳନ କରିବାକୁ ଆଦେଶ ଦେଲେ । ସେ କହିଥିଲେ, ଏହି ଯୁଦ୍ଧ ପରେ ରାକ୍ଷସ ଜାତିକୁ କେହି ଅଗ୍ନୀ ଦେବା ପାଇଁ ନଥିବେ । ଏହି ସମୟରେ କେବଳ ତୁମେ ହି ବଞ୍ଚିପାରିବା ଆଉ ମୋତେ ଅଗ୍ନି ଦେଇ ମୋ ଆତ୍ମାକୁ ମକ୍ତି ଦେଇପାରିବ ।

କରୋନାକୁ ହରାଇବା ପାଇଁ ଗବେଷଣା କରୁଛନ୍ତି ଦେଶର ୪ ନାମୀ ସଂସ୍ଥା

ନୂଆଦିଲ୍ଲୀ: କିଲର୍ କରୋନାକୁ ନେଇ ସାରା ଦୁନିଆରେ ଡର । ସଂକ୍ରମଣ ରୋକିବାକୁ ଦେଶରେ ଲାଗୁ ହୋଇଛି ଲକଡାଉନ୍ । ମହାମାରୀ କରୋନାକୁ ମାତ୍ ଦେବା ପାଇଁ ଆଗେଇ ଆସିଛନ୍ତି ଦେଶର ଅଗ୍ରଣୀ ୪ ସଂସ୍ଥା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ମହାମାରୀ ପାଇଁ ଭ୍ୟାକ୍ସିନ୍ ରିସର୍ଚ୍ଚ କରୁଥିବା ୪ ସଂସ୍ଥା ସମ୍ବନ୍ଧରେ ସୂଚନା ଦେଇଛି ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

କାଉନସିଲ୍ ଫର ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ

ଭାରତର ବିଜ୍ଞାନ ଓ ପ୍ରଦ୍ୟୋଗିକ ମନ୍ତ୍ରାଳୟ ଅଧୀନରେ ଆସୁଥିବା କାଉନସିଲ୍ ଫର ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ୧୯୪୨ ମସିହାରେ ସ୍ଥାପିତ ହୋଇଥିଲା । ଏହା ଅଧୀରେ ୩୯ଟି ଲ୍ୟାବ ଓ ୫୦ଟି କ୍ଷେତ୍ରୀୟ କାର୍ଯ୍ୟାଳୟ ଦେଶର ବିଭିନ୍ନ ଭାଗରେ ରହିଛି । ଏହି ସଂସ୍ଥା ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଗବେଷଣା କାମ କରୁଛି ।

ଡିପାର୍ଟମେଣ୍ଟ ଅଫ୍ ବାୟୋଟେକ୍ନୋଲଜି

ଏହି ସଂସ୍ଥା ମଧ୍ୟ ବିଜ୍ଞାନ ଓ ପ୍ରାଦ୍ୟୋଗିକ ମନ୍ତ୍ରାଳୟ ଅଧିନରେ କାମ କରେ । ଏହା ୧୯୮୬ ମସିହାରେ ଦେଶରେ ବାୟୋସାଇନ୍ସ କ୍ଷେତ୍ରରେ କାମ ପାଇଁ ପ୍ରତିଷ୍ଠା ହୋଇଥିଲା ।

ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜି

୧୯୭୧ ମସିହାରେ ଦେଶରେ ସାଇନ୍ସ ଆଣ୍ଡ ଟେକ୍ନୋଲଜି କ୍ଷେତ୍ରକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଏହା ପ୍ରତିଷ୍ଠା ହୋଇଥିଲା । ଏହା ବିଜ୍ଞାନ ଓ ପ୍ରାଦ୍ୟୋଗିକ ସମ୍ବନ୍ଧୀୟ ନୀତି ପ୍ରସ୍ତୁତ କରିବା ସହ ଜୈବ ଇନ୍ଧନ ଉତ୍ପାଦନ, ପ୍ରକ୍ରିୟାକରଣ, ମାନ ନିର୍ଦ୍ଧାରଣ ଓ ପ୍ରୟୋଗ ସହ ଜଡ଼ିତ ସ୍ୱଦେଶୀ ପ୍ରାଦ୍ୟୋଗିକ ମନ୍ତ୍ରାଳୟ ବିକାଶ ପାଇଁ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ମଧ୍ୟରେ ସମନ୍ୱୟ ରଖେ ।

ଡିପାର୍ଟମେଣ୍ଟ ଅଫ୍ ଆଟୋମିକ ଏନର୍ଜି

୧୯୫୪ ମସିହା ଅଗଷ୍ଟ ୩ ତାରିଖରେ ଆଣବିକ ଶକ୍ତି ବିଭାଗ ପ୍ରତିଷ୍ଠା ହୋଇଥିଲା । ଏହା ଆଣବିକ ଶକ୍ତି ଟେକ୍ନୋଲଜିର ବିକାଶ, ବିକିରଣ ଟେକ୍ନୋଲଜିର ବିଭିନ୍ନ କ୍ଷେତ୍ର ଯେପରିକି କୃଷି, ଚିକିତ୍ସା, ଶିଳ୍ପ ଆଦି ଗବେଷଣା କ୍ଷେତ୍ରରେ ସକ୍ରିୟ ଅଛି ।

କରୋନା ସହ ଏମିତି ଲଢିଥାନ୍ତି ରୋଗୀ, ସୁସ୍ଥ ହେବାକୁ ଲାଗିଥାଏ ୬ ସପ୍ତାହ

କାବୁରେ ଆସୁନି କରୋନା । କରୋନାଠୁ ବଞ୍ଚିବାକୁ ପ୍ରତ୍ୟେକ ଦେଶର ସରକାର କଠୋର ନିଷ୍ପତ୍ତି ନେଉଛନ୍ତି । ଏକ ଲକଡାଉନ ଏବଂ ସଟଡାଉନ କରି ଏହି ସଂକ୍ରମଣ ରୋକିବାକୁ ପ୍ରୟାସ କରାଯାଉଛି । ତଥାପି କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଭାରତରେ ମଧ୍ୟ କରୋନା ଯୋଗୁଁ ପ୍ରଥମ ପର୍ଯ୍ୟାୟ ୨୪ ମାର୍ଚ୍ଚରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ କରାଯାଇଥିବା ବେଳେ ପରେ ଏହାକୁ ବଢାଇ ଦ୍ୱିତୀୟ ପର୍ଯ୍ୟାୟ ୩ ମେ ପର୍ଯ୍ୟନ୍ତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ କରୋନା ଭୁତାଣୁ ଯୋଗୁଁ ୧୨୭୫୯ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ୪୨୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ବିଶ୍ୱବ୍ୟାପୀ କରୋନାରୁ ସଂକ୍ରମଣ ସଂଖ୍ୟା ୨୧.୫୧ ଲକ୍ଷରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ୧.୪୩ ଲକ୍ଷ ଟପିଛି ।

ସମଗ୍ର ବିଶ୍ୱରେ ୫.୨୬ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ଏବଂ ଭାରତରେ ୧୫୦୦ରୁ ଅଧିକ ଲୋକ କରୋନାକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଆପଣମାନଙ୍କ ମନରେ ଏକ ପ୍ରଶ୍ନ ଉଠୁଥିବ ଯେ, ଏହି ଭୂତାଣୁ ଶରୀରକୁ କିପରି ଆକ୍ରମଣ କରିଥାଏ ଏବଂ ଶରୀର କେଉଁସ୍ଥାନରେ ଆକ୍ରମଣ କରିଥାଏ । ଆପଣମାନଙ୍କ ମନରେ ପ୍ରଶ୍ନ ଥିବ ଆମ ଶରୀର କରୋନା ସହ କିପରି ଲଢେ । ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନର ଉତ୍ତର

କରୋନା ଭୂତାଣୁ ଶରୀର ଉପରେ କିପରି ଆକ୍ରମଣ କରେ?

କରୋନା ଭୂତାଣୁ ନାକ, ପାଟି କିମ୍ବା ଆଖି ଦେଇ ଶରୀରକୁ ପ୍ରବେଶ କରି ଶ୍ୱାସ ନଳି କିମ୍ବା ଫୁସଫୁସ ଭିତରକୁ ଯାଇ ସେଠାରେ ଲାଗି ରହିଥାଏ ।

ଭୂତାଣୁ ଧୀରେ ଧୀରେ ତା ଅଧିନକୁ ଆଣିବା ଆରମ୍ଭ କରିଦିଏ । ଏବଂ କୋଷ ଗୁଡ଼ିକୁ ମାରି ତାକୁ ନିଜ ଭଳି ଭାଇରସରେ ପରିଣତ କରିଦିଏ । ଏହା ପରେ, ସେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବିସ୍ତାର କରିବାର କ୍ଷମତା ହାସଲ କରେ ।

ଯେତେବେଳେ ଭୂତାଣୁ ଅନେକ କୋଷକୁ ମାରିବାରେ ସକ୍ଷମ ହୁଏ, ସେତେବେଳେ ଆମର ଇମ୍ୟୁନି ସିଷ୍ଟମ୍ ଏହାର ମୁକାବିଲା କରିବାକୁ ଲାଗେ, ଯାହାଫଳରେ ଆମକୁ ସାମାନ୍ୟ ଜଳନ ଅନୁଭବ କରାଇଥାଏ । ଯାହା ଫଳରେ ଫୁସଫୁସ ଭିତରେ ଥିବା ନଳିରେ ଏକ ତରଳ ପଦାର୍ଥ ଜମା ହେବାରେ ଲାଗିଥାଏ, ଯାହା ଶୁଖିଲା କାଶ ସହ ଶ୍ୱାସ ନେବାରେ ଅସୁବିଧା ସୃଷ୍ଟି କରାଏ ।

  • ଗୁରୁତର ଅବସ୍ଥାରେ ଫୁସଫୁସରେ ଜ୍ୱଳନ ଅନୁଭବ କାରଣରୁ ସାଇଟୋକାଇନ୍ ଷ୍ଟୋର୍ମ ଡର ସୃଷ୍ଟି କରିଦେଇଥାଏ । ଯାହା SARS ଏବଂ MERS ରୋଗୀଙ୍କ କ୍ଷେତ୍ରରେ ଏକ ସାଧାରଣ ଲକ୍ଷଣ ଥିଲା ।
  • ଯେତେବେଳେ ଅନେକ ଆଲଭୋଲି ଅର୍ଥାତ୍ ଫୁସଫୁସ ଭିତରେ ଥିବା ନଳି ଏହି ଭୂତାଣୁ କାରଣରୁ ନଷ୍ଟ ହୋଇଯାଏ, ତେବେ ରୋଗୀକୁ ଭେଣ୍ଟିଲେଟର ଆବଶ୍ୟକ ହୋଇଥାଏ । ଗୁରୁତର ଅବସ୍ଥା ହୋଇଯାଇଥିବାରୁ ଶରୀରର ଅନେକ ଅଂଶ ବିଫଳ ହେବା ଆରମ୍ଭ କରି ରୋଗୀମାନେ ପ୍ରାଣ ହରାଇଥାନ୍ତି ।

କରୋନାର ସାଧାରଣ ମାମଲାରେ କ’ଣ ହୁଏ?

ଜଣେ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ପ୍ରାୟ ୬ ସପ୍ତାହ ଲାଗିଥାଏ ଏବଂ ଅଧିକାଂଶ ରୋଗୀ କରୋନା ଭୂତାଣୁର ସାମାନ୍ୟ ଲକ୍ଷଣ ଦେଖନ୍ତି । କେବଳ ୧୫ରୁ ୨୦ ପ୍ରତିଶତ ମାମଲା ଅଧିକ ଗମ୍ଭୀର ଅଟେ । ସାମାନ୍ୟ ପରିସ୍ଥିତିରେ ସାମାନ୍ୟ କଫ, ଜ୍ୱର, ଛାତି ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣା ହେବାର ଜଣାପଡ଼ିଛି । ଏହିପରି ରୋଗୀମାନେ ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ସୁସ୍ଥ ହୁଅନ୍ତି । ଏହିପରି ଲୋକମାନେ ଆଇସେଲେସନ କରି ସୁସ୍ଥ ହୋଇପାରିବେ ।  ଯଦି ଏପରି କିଛି ରୋଗୀ ଅଛନ୍ତି ତେବେ ସେମାନେ ସଂକ୍ରମିତ ହୋଇ ଆରୋଗ୍ୟ ହୁଅନ୍ତି ଏବଂ ସେମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ।

ମଧ୍ୟମ ଧରଣ ମାମଲାରେ ହସ୍ପିଟାଲ ଯିବାକୁ ପଡେ

କମ୍ ଗୁରୁତର ସଂକ୍ରମଣ ମାମଲାରେ  ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।  ଏପରି ପରିସ୍ଥିତିରେ ରୋଗୀମାନେ ନିଶ୍ୱାସ ନେବାରେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି। କେତେକ ରୋଗୀ ଉଚ୍ଚ ଜ୍ୱର ଏବଂ ବଦହଜମି ଦେଖାଦିଏ । ଏହିପରି ରୋଗୀଙ୍କୁ ଆଇ ବି ଫ୍ଲୁଡ ଦେବା ଆବଶ୍ୟକ । ତେଣୁ ସେମାନଙ୍କୁ ହସ୍ପିଟାଲ ଯିବାକୁ ପଡେ ।

ଗୁରୁତର ମାମଲା ଜୀବନ ନେଇଥାଏ

କରୋନା ଭୂତାଣୁ ସଂକ୍ରମଣର ମାତ୍ର ୧୫-୨୦ ପ୍ରତିଶତ ମାମଲା ସାଂଘାତିକ ହୋଇପାରେ । ଏହିପରି ରୋଗୀଙ୍କ ଫୁସଫୁସରେ ଅତ୍ୟଧିକ ତରଳ ପଦାର୍ଥ ଜମା ହୋଇଯାଏ ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇଯାଏ ଏବଂ ଭେଣ୍ଟିଲେଟର ଆବଶ୍ୟକ ପଡ଼ିଥାଏ । କିଛି ସପ୍ତାହ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖିବା ଆବଶ୍ୟକ ହେବା ସହ ବୃଦ୍ଧ ଏବଂ ପୂର୍ବରୁ କୌଣସି ରୋଗ କିମ୍ବା ହୃଦ ରୋଗରେ ପୀଡିତ ରୋଗୀମାନେ କିଛିଟା ଏଥିରୁ ମୁକ୍ତି ପାଇବାକୁ ସକ୍ଷମ ହୋଇପାରନ୍ତି । ଏପରି ପରିସ୍ଥିତିରେ, ୩୦-୪୦ ପ୍ରତିଶତ ଲୋକ ମୃତ୍ୟୁ ବରଣ କରନ୍ତି । ଏହିପରି ରୋଗୀମାନଙ୍କୁ ଭେଣ୍ଟିଲେଟରରୁ ବାହାର କରିବା ପୂର୍ବରୁ ସେ କିଛି ଗିଳିବାରେ ସକ୍ଷମ ଅଛନ୍ତି କି ନାହିଁ ତାହାକୁ ନିଶ୍ଚିତ କରିବାକୁ ପଡେ । ଏହା କମ୍ ଅମ୍ଳଜାନ ଆବଶ୍ୟକ କରେ ଏବଂ କାର୍ବନ ଡାଇଅକ୍ସାଇଡ୍ ସଫା କରିବାର ସାହାଜ୍ୟ କରେ ।

କେତେବେଳେ ରୋଗୀ ଡିସଚାର୍ଜ ହୁଅନ୍ତି ?

କୌଣସି ରୋଗୀ ସେତେବେଳେ ଡିସଚାର୍ଜ ହୁଅନ୍ତି ଯେତେବେଳେ ତାଙ୍କ ରିପୋର୍ଟ କ୍ରମାଗତ ଦୁଇଥର ନେଗେଟିଭ୍ ଆସେ । ତଥାପି, ବିଭିନ୍ନ ଦେଶରେ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନିୟମ କରାଯାଇଛି । ଚାଇନାରେ, ଯଦି ଜଣେ ରୋଗୀ ୩-୪ ଦିନ ଜ୍ୱରରେ ପୀଡିତ ନୁହଁନ୍ତି ଏବଂ ଫୁସଫୁସରେ ଜ୍ୱଳନ ଅନୁଭବ କରନ୍ତି ନାହିଁ, ତେବେ ସେ ଆରୋଗ୍ୟ ହୋଇଥିବା ମାନିନିଆଯାଏ । ଏଥି ସହିତ, ଯୁକ୍ତରାଷ୍ଟ୍ରରେ ରୋଗୀଙ୍କଠାରେ  ସାମାନ୍ୟ ଲକ୍ଷଣ ଦେଖାଗଲେ ମଧ୍ୟ ତାଙ୍କୁ ଅତିକମରେ ସପ୍ତାହେ ପର୍ଯ୍ୟନ୍ତ ହସ୍ପିଟାଲରେ ରଖାଯାଏ । ଅନ୍ୟପକ୍ଷରେ ଭାରତ ଭଳି ଦେଶରେ, ଡିସଚାର୍ଜ ହେବା ପରେ ମଧ୍ୟ ଅତି କମରେ ୧୪ ଦିନ ସେଲ୍ଫ କ୍ୱାରେଣ୍ଟାଇନରେ ରହିବାକୁ ପଡିଥାଏ ।

କରୋନା ଭୟାବହତା: ୨୦୨୨ ଯାଏ ଜାରି କରାଯାଇପାରେ ସୋସିଆଲ ଡିସଣ୍ଟାସିଂ

ୱାଶିଂଟନ: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଅଦ୍ୟାବଧି ବିଶ୍ୱର କୌଣସି ରାଷ୍ଟ୍ର ଭାକ୍‌ସିନ ପ୍ରସ୍ତୁତ କରିପାରି ନାହାନ୍ତି। ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସିଂ ହିଁ ଏହି ଘାତକ ମହାମାରୀରୁ ମୁକ୍ତି ପାଇଁ ଏକମାତ୍ର ଔଷଧ ବୋଲି ବିବେଚନା କରାଯାଉଛି। ତେବେ ସୋସିଆଲ୍‌ ଡିଷ୍ଟାନ୍ସିଂ ଅବଲମ୍ବନ ଲାଗି କେବଳ ଗୋଟିଏ ଥର ଲକ୍‌ଡାଉନ୍‌ କରିଦେଲେ ଏହି ଭୂତାଣୁ ନିୟନ୍ତ୍ରଣକୁ ଆସିବ ନାହିଁ। ବର୍ଷ ବର୍ଷ ଧରି ମଝିରେ ମଝିରେ ଏହି ଉପାୟକୁ ଆପଣାଇବାକୁ ପଡ଼ିବ। ଅନ୍ତତଃ ୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡ଼ିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି।

ଜର୍ନାଲ ସାଇନ୍ସରେ ପ୍ରକାଶିତ ନିବନ୍ଧ ଅନୁସାରେ ଥରେ ଲକ୍‌ଡାଉନ୍‌ କରିଦେବା ଫଳରେ ମହାମାରୀ କରୋନା ନିୟନ୍ତ୍ରଣକୁ ଆସିବ ନାହିଁ। କଟକଣା ନିରନ୍ତର ଲାଗି ନ ରହିଲେ ଏହାର ଅତିରିକ୍ତ ବୃଦ୍ଧି ବର୍ତ୍ତମାନଠାରୁ ଆହୁରି ଭୟଙ୍କର ହୋଇପାରେ। ଏପରି କି ଭାକ୍‌ସିନ ନ ବାହାରିଲେ ଅଥବା ପ୍ରଭାବଶାଳୀ ଚିକିତ୍ସା କରା ନ ଗଲେ ୨୦୨୫ ପର୍ଯ୍ୟନ୍ତ କରୋନା ଭାଇରସ୍‌ ପୁଣି ମୁଣ୍ଡ ଟେକିପାରେ ବୋଲି ହାଭାର୍ଡ ୟୁନିଭର୍ସିଟିର ଏପିଡେମିଓଲୋଜି ପ୍ରଫେସର ମାର୍କ ଲିପ୍‌ଷ୍ଟିକ୍‌ ସତର୍କ କରାଇଦେଇଛନ୍ତି।

ବିଶ୍ୱବିଦ୍ୟାଳୟର ମହାମାରୀ ବିଜ୍ଞାନ ଆନୁକୂଲ୍ୟରେ ଅଧ୍ୟୟନର ନେତୃତ୍ୱ ନେଇଥିବା ଲିପ୍‌ଷ୍ଟିକ୍‌ କହିଛନ୍ତି, ସଂକ୍ରମଣ ମୁଖ୍ୟତଃ ଦୁଇ ପ୍ରକାର ଲୋକଙ୍କଠାରୁ ବଢ଼ିଥାଏ। ଗୋଟିଏ ହେଲା ସଂକ୍ରମିତ ଓ ଅନ୍ୟଟି ଅତି ସମ୍ବେଦନଶୀଳ ବ୍ୟକ୍ତିଙ୍କଠାରୁ। ଯଦି ପର୍ଯ୍ୟାପ୍ତ ପରିମାଣର ପ୍ରତିଷେଧକ ଉପଲବ୍ଧ ନ ଥିବ ତେବେ ବହୁସଂଖ୍ୟକ ଲୋକଙ୍କ ଜୀବନ ବିପଦ ମଧ୍ୟକୁ ଠେଲି ହୋଇଯିବା ଆଶଙ୍କା ରହିଛି।

୨୦୨୦ ଗ୍ରୀଷ୍ମରେ ଏହି ଭୂତାଣୁ ସଂକ୍ରମଣ ହ୍ରାସ ପାଇବ ବୋଲି ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ସମ୍ପୂର୍ଣ୍ଣ ଭାବେ ଭୁଲ ପ୍ରମାଣିତ ହୋଇଛି ବୋଲି ଲିପ୍‌ଷ୍ଟିକ୍‌ କହିଛନ୍ତି। ତାଙ୍କର ଏହି ରିପୋର୍ଟ ଆମେରିକା ସରକାରଙ୍କ ସାଇଣ୍ଟିଫିକ୍‌ ଆଡ୍‌ଭାଇଜରି ଗ୍ରୁପ୍‌ ଫର୍‌ ଏମର୍ଜେନ୍ସି (ସେଜ୍‌) ପକ୍ଷରୁ ଉନ୍ମୋଚିତ ହୋଇଛି। ହାଭାର୍ଡ ଟି.ଏଚ୍‌. ଚାନ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ଗବେଷକମାନେ ମଧ୍ୟ ଅନୁରୂପ ମତବ୍ୟକ୍ତ କରି ବିଶ୍ୱବାସୀଙ୍କୁ ସତର୍କ କରାଇଛନ୍ତି।

ଜାତୀୟ ହାରଠୁ ଓଡ଼ିଶାରେ ସଂକ୍ରମଣ ହାର କମ୍

ନୂଆଦିଲ୍ଲୀ: ଲକଡାଉନ୍ ପୂର୍ବ ଓ ପରର କରୋନା ସଂକ୍ରମଣ ସ୍ଥିତି ଆଙ୍କିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଲକଡାଉନ ପୂର୍ବରୁ ସଂକ୍ରମଣ ମାମଲା ତିନିଦିନରେ ଦୁଇଗୁଣ ବୃଦ୍ଧି ପାଉଥିଲା । ଦେଶବ୍ୟାପୀ ଲକଡାଉନ ପରେ ୬.୨ ଦିନରେ ସଂକ୍ରମଣ ଦ୍ୱିଗୁଣିତ ହେଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ ଶୁକ୍ରବାର ଏହି ସୂଚନା ଦେଇଛନ୍ତି ।

ଏଥିସହ ୧୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ସ୍ତର ଅପେକ୍ଷା କରୋନା ସଂକ୍ରମଣ ବୃଦ୍ଧିର ହାରାହାରି ଦୁଇଗୁଣରୁ କମ୍ ରହିଛି । ଖୁସି ଖବର ହେଉଛି ଏହି ରାଜ୍ୟ ତାଲିକାରେ ରହିଛି ଓଡ଼ିଶା । ରାଜ୍ୟରେ ଏଯାବତ୍ ୬୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏବେ ୪୦ ଜଣ ସକ୍ରିୟ ଥିବା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ରାଜ୍ୟର ପଜିଟିଭ୍‌ ହାର ଆଜି ୦.୭୯ ପ୍ରତିଶତ ରହିଛି ।

ଜାତୀୟ ସ୍ତରଠାରୁ ସଂକ୍ରମଣ ହାର କମ୍ ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହେଉଛି କେରଳ, ଉତ୍ତରାଖଣ୍ଡ, ହରିୟାଣା, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ଲଦାଖ, ପୁଡୁଚେରୀ, ଦିଲ୍ଲୀ, ବିହାର, ଓଡ଼ିଶା, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ପଞ୍ଜାବ, ଆସାମ ଓ ତ୍ରିପୁରା ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ବର୍ତ୍ତମାନ ଯାଏଁ ଦେଶରେ ୧୩ ହଜାର ୮୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭୬୬ ଜଣ ଆରୋଗ୍ୟ ହୋଇଛନ୍ତି । ଆରୋଗ୍ୟ ହାର ଦେଶରେ ୧୩.୬ ପ୍ରତିଶତ ରହିଛି । ବିଗତ ୨୪ ଘଣ୍ଟାରେ ୧ ହଜାର ୭୬ଟି ସଂକ୍ରମିତ ମାମଲା ଆସିଛି । ଗତ ୨୪ ଘଣ୍ଟାରେ ୨୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୫୨କୁ ବୃଦ୍ଧି ପାଇଛି ।

କରୋନାକୁ ନେଇ ପିଲାଙ୍କ ସଚେତନତା ବାର୍ତ୍ତା: ପ୍ରଧାନମନ୍ତ୍ରୀ ସେୟାର କଲେ ଭିଡ଼ିଓ

ଭୁବନେଶ୍ୱର: ପଲ୍ଲୀରୁ ଦିଲ୍ଲୀ ସବୁଆଡ଼େ କରୋନାକୁ ନେଇ ଭୟ । ସବୁ ସ୍ଥାନରେ ସବୁ ମୁହୁର୍ତ୍ତରେ କରୋନା ସଙ୍କଟ । କେଉଁଠୁ କେଉଁଠିକୁ ସଂକ୍ରମିତ ହେଉଛି ତାହାର ଟେର୍ ପାଇବା ବି ବହୁତ କଷ୍ଟ ସାଧ୍ୟ ହୋଇଯାଉଛି । ଏଭଳି ସ୍ଥିତିରେ କେମିତି ଡରି ଡରି ବଞ୍ଚିବାଟା ହେଉଛି ସାର । ଏବଂ ଏହା ବିରୋଧରେ ଲଢିବାର ଏକ ମାତ୍ର ବାଟ ହେଉଛି ସାମଜିକ ଦୂରତା । ତେଣୁ ଲକଡାଉନ କରାଯିବା ସହ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଭଳି ସ୍ଥିତିକୁ କେତକ ଅମାନିଆ ଲୋକ ଗମ୍ଭୀରତାର ସହ ନେଉ ନାହାଁନ୍ତି ଯାହାଙ୍କ ପାଇଁ କରୋନା ସଂକ୍ରମଣ ବଢିବାରେ ଲାଗିଛି । କିନ୍ତୁ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି କିଛି ପିଲା । ଏବଂ କରୋନାର ସଂକ୍ରମଣ କିପରି ବ୍ୟାପୁଛି ତାହାକୁ ମଧ୍ୟ ଅତି ସହଜରେ ନିଜ ଢଙ୍ଗରେ ବୁଝାଇ ଦେଖାଇଛନ୍ତି ।

ଏହି ପିଲାମାନଙ୍କର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେୟାର କରିଛନ୍ତି । ଭିଡ଼ିଓରେ ଦେଖାଯାଇଛି କିଭିଳି ସାମାଜିକ ଦୂରତା କରୋନା ପାଇଁ ଅତି ଜରୁରୀ । କିଛି ପିଲାମାନେ ଖେଳ ଖେଳରେ ଏହି ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ସକ୍ଷମ ହୋଇଛନ୍ତି ।

https://www.facebook.com/nandighoshatv/videos/935488350237890/

ଭିଡ଼ିଓରେ ଦେଖାଯାଇଛି ଇଟା ଗୁଡିକୁ ଲାଇନରେ ରଖାଯାଇଛି ଗୋଟିଏ ପିଲା ଗୋଟିଏ ଇଟା ପକାଇବା ଫଳରେ ଲାଇନରେ ଥିବା ସମସ୍ତ ଇଟା ଖସିଯାଉଛି । ଏବଂ ପରେ ପିଲାଟି ପୁଣି ଥରେ ଇଟାକୁ ପକାଏ ବନ୍ଦ ହୋଇଯାଏ ।  ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

କରୋନା କାଳ : ଲୋକଙ୍କୁ ବୁଝାଇବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ!

ରାଜସ୍ଥାନ: କରୋନା କର୍ମବୀରଙ୍କ ଉପରେ ଆକ୍ରମଣ ଥମିବାର ନାଁ ନେଉନାହିଁ । ରାଜସ୍ଥାନରେ ପୋଲିସ ଟିମ୍‌ ଉପରେ ହୋଇଛି ହମ୍‌ଲା । ଟୋଙ୍କ ଜିଲ୍ଲାରେ ପୋଲିସକୁ ଲୋକେ ଘେରି ଯାଇ ଆକ୍ରମଣ କରିଛନ୍ତି । ଠେଙ୍ଗା ଓ ଖଣ୍ଡାରେ ଆକ୍ରମଣ ଯୋଗୁଁ ତିନି ପୋଲିସ କର୍ମଚାରୀ ଆହତ ହୋଇ ଜିଲ୍ଲା ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ରାଜସ୍ଥାନର ଟୋଙ୍କର  କସାଇ ମୋହାଲା ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ଯାଇଥିବା ଏକ ପୋଲିସ୍ ଟିମ୍ ଉପରେ ଆକ୍ରମଣ ହୋଇଛି ।  ଫଳସ୍ୱରୂପ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଟୋଙ୍କ ପୋଲିସ ୧୨ ଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି । ଆହତ ପୋଲିସ କର୍ମଚାରୀଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟୋଙ୍କରେ ଅନେକ କରୋନାଭାଇରସ୍ ମାମଲା ତାଲିକାଭୁକ୍ତ ହୋଇଛି । ତେଣୁ କରୋନାଭାଇରସ୍ ହଟସ୍ପଟ୍ ଚାରିପାଖରେ କର୍ଫ୍ୟୁ ଲାଗୁ କରାଯାଇଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ କାସାଇ ମୋହଲା ଅଞ୍ଚଳରେ ଏକ ଜନସମାଗମ ଆରମ୍ଭ ହୋଇଥିଲା। ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ଘରେ ରହିବାକୁ ମନାଇବା ପାଇଁ ଏକ ପୋଲିସ ଦଳ ପଠାଯାଇଥିଲା । ତେବେ ବାହାରେ ଏକାଠି ହୋଇଥିବା ସ୍ଥାନୀୟ ଲୋକ ପୋଲିସ ଦଳ ଉପରେ ଆକ୍ରମଣ ଆରମ୍ଭ କରିଥିବା ଅଭିଯୋଗ ହୋଇଛି ।

ସେମାନଙ୍କ ମଧ୍ୟରୁ କେତେକ ଲୋକ ପୋଲିସ କଥା ମାନିବାକୁ ମନା କରିଦେଇଥିଲେ । ଏହାପରେ ପୋଲିସ ସେମାନଙ୍କୁ ବିରୋଧ କରିବା ପରେ ଉତ୍ୟକ୍ତ ଲୋକେ ପୋଲିସ ଉପରେ ଆକ୍ରମଣ କରିଥିଲେ । ଘଟଣାର ସୂଚନା ପାଇବା ମାତ୍ରେ ଅତିରିକ୍ତ ପୋଲିସ ଟିମ୍ ଉଦ୍ଧାର କରିବାକୁ ଆସିଥିଲେ । ପୋଲିସ ୧୨ ଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ କରି ସେମାନଙ୍କୁ ଅଟକ ରଖିଛି ।

ସେପଟେ ଗତ ୨୪ ଘଣ୍ଟାରେ ବିହାରର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ନେଇ ସରକାର ମୁହଁ ଖୋଲୁନଥିବାରୁ ସ୍ୱାସ୍ଥ୍ୟକର୍ମୀମାନେ ଅସନ୍ତୋଷ ଜାହିର କରିଛନ୍ତି । ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁରାଦାବାଦରେ ଏକ ମେଡିକାଲ ଟିମ୍‌ ଉପରେ ଆକ୍ରମଣ ହୋଇଥିଲା । କରୋନା ଜନିତ ଏକ ମୃତ୍ୟୁ ମାମଲାରେ ଯେତେବେଳେ ଡାକ୍ତରୀ ଟିମ୍‌ ପରିବାର ସଦସ୍ୟଙ୍କୁ କ୍ୱାରେଣ୍ଟାଇନ କରିବାକୁ ପହଞ୍ଚିଥିଲେ ସେତେବେଳେ ଲୋକେ ଘେରିଯାଇ ପଥର ମାଡ଼ କରିଥିଲେ । ଏଥିରେ ଡାକ୍ତର ସମେତ ଅନେକ ଆହତ ହୋଇଥିଲା । ପୋଲିସ ୧୭ ଜଣଙ୍କୁ ଗିରଫ କରିଥିଲା ।

ଟିକଟକ୍ ଉପରେ ପ୍ରତିବନ୍ଧକ ଲାଗାଇବାକୁ ଦାବି କଲେ ଅଭିନେତା କୁଶଲ ଟଣ୍ଡନ, କହିଲେ ଚାଇନାକୁ କାହିଁକି ଦେବା ବ୍ୟବସାୟର ସୁଯୋଗ

କରୋନା ଜୀବାଣୁ ସଂକ୍ରମଣ ଚାଇନାର ୱୁହାନ ସହରରୁ ସମଗ୍ର ବିଶ୍ୱକୁ ବ୍ୟାପିଛି। କରୋନାରୁ ମୁକ୍ତି ପାଇବା ପାଇଁ ସମସ୍ତ ଦେଶ ନିଜ ନିଜ ସ୍ତରରେ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି, କିନ୍ତୁ ଏହା ସତ୍ତ୍ୱେ କରୋନା ବିରୋଧରେ ମାନବ ସମାଜ ଲଢ଼େଇ ଜିତିପାରିନି । ଭାରତରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ କରୋନା ପଜିଟିଭ୍ ଅଛନ୍ତି ଏବଂ ଏହି ଜୀବାଣୁ ସଂକ୍ରମଣକୁ ସୀମିତ ରଖିବା ପାଇଁ ଲକଡାଉନ୍ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟରେ ଟିଭି ଅଭିନେତା କୁଶଲ ଟଣ୍ଡନ ଚୀନ୍ ସହ ଜଡିତ ଏକ ଆବେଦନ ବିରୋଧରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି।

କୁଶଲ ଟଣ୍ଡନ ଇନଷ୍ଟାଗ୍ରାମରେ ଅତି କ୍ରୋଧିତ ଢ଼ଙ୍ଗରେ ଲେଖିଛନ୍ତି, “ଚୀନ୍‌ର ଏହି ଅବହେଳା ପାଇଁ ସମଗ୍ର ବିଶ୍ୱ ଅସୁବିଧାରେ ପଡିଥିବାବେଳେ ସମସ୍ତ ଭାରତୀୟ ଏବଂ ଅନ୍ୟମାନେ ଚୀନ ମୋବାଇଲ ଆପ ଟିକ୍ ଟକ୍ ରେ ଭିଡିଓ କରି ଏହର ବ୍ୟବସାୟ ବଢ଼ାଉଛନ୍ତି । ସେ କହିଛନ୍ତି ଯେ ସମସ୍ତେ ଟିକ୍ ଟକ୍ ରେ ଭିଡିଓ ପ୍ରସ୍ତୁତ କରୁଛନ୍ତି । ଏସବୁ କରିବା ଦ୍ୱାରା ଚୀନର ବ୍ୟବସାୟରେ ବୃଦ୍ଧି ଘଟୁଛି । ତେଣୁ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ | ମୁଁ ଗର୍ବ ଅନୁଭବ କରୁଛି ଯେ ମୁଁ କେବେ ଟିକ୍ ଟକ୍ ବ୍ୟବହାର କରି ନାହିଁ ।

କମେଣ୍ଟ ବକ୍ସରେ ଲୋକମାନେ କୁଶଲ ଟଣ୍ଡନଙ୍କ ଏହି କଥାକୁ ମଧ୍ୟ ସମର୍ଥନ କରିଛନ୍ତି | ଜଣେ ଉପଭୋକ୍ତା ଲେଖିଛନ୍ତି, “ୱାହ ଭାଇ, ତୁମେ କଣ କହିଛ” | ଅନ୍ୟ ଜଣେ ଲେଖିଛନ୍ତି, ଠିକ୍ କଥା… ଟିକଟକ୍ ପ୍ରକୃତରେ ବନ୍ଦ ହେବା ଉଚିତ୍।  କୁଶଲଙ୍କ ପୋଷ୍ଟକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି ଏବଂ ଅନେକ ଲୋକ ଏହାକୁ ସମର୍ଥନ କରି ଟିକ୍ ଟକ୍ ବିରୋଧରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି।

ହ୍ୱାଟସ୍‌ ଆପ୍‌ର ନୂଆ ଫିଚର, ଲକଡାଉନରେ ମିଳିବ ଏହି ଲାଭ

ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମ ଜୁମ୍ ଏବେ ସାରା ବିଶ୍ୱରେ ଲୋକପ୍ରିୟ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅନ୍ୟ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କର ଭିଡିଓ କଲିଂ ସଫ୍ଟୱେରେ ପରିବର୍ତ୍ତନ କରୁଛନ୍ତି  । ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ମଧ୍ୟ ଭିଡିଓ କଲ୍ ରେ ଅଧିକ ଲୋକଙ୍କୁ ଯୋଡିବା ଉପରେ କାମ କରୁଛି । ହ୍ୱାଟସ ଆପ୍‌ରେ ଭିଡିଓ କଲିଂରେ ଏବେ ମାତ୍ର ୪ ଜଣ କଥା ହୋଇପାରୁଛନ୍ତି । ଯେତେବେଳେକି ଜୁମରେ ୧୨ ଜଣରୁ ଅଧି ଲୋକ ଏକାଥରକେ ଭିଡିଓ କଲ ମାଧ୍ୟମରେ କଥା ହେଇପାରିବେ ।

ଆଣ୍ଡ୍ରଏଡ୍ ପାଇଁ ରିଲିଜ୍ ହୋଇଥିବା ହ୍ୱାଟସ୍ ଆପ୍ ବେଟା ଠାରୁ ଏହି ସୂଚନା ମିଳିଛି ଯେ କମ୍ପାନୀ ଗ୍ରୁପ୍‌ ଭିଡିଓ କଲର ସୀମା  ଭଢ଼ାଇପାରେ। ବଢ଼ିବାର କାରଣ ହେଉଛି ଏବେ କରୋନା ପାଇଁ ସମସ୍ତ ଘରେ ରହୁଛନ୍ତି । ସାଙ୍ଗ ମାନଙ୍କ ସହ କଥା ହେବା ପାଇଁ ଜୁମ କିମ୍ବା DUO କୁ ବ୍ୟବହାର କରୁଛନ୍ତି । କାରଣ ଏହି ଦୁଇଟି ଆପ୍‌ରେ ୧୨ ଜଣରୁ ଅଧି ଲୋକ ଏହି ଆପ୍‌ରେ କଥାହୋଇପାରିବେ ।  ବର୍ତ୍ତମାନ ଏହା ସାମାଜିକ ଦୂରତା ପାଇଁ ଏକ ଆବଶ୍ୟକତା ପାଲଟିଛି  । ସେଥିପାଇଁ ହ୍ୱାଟସ ଆପ୍‌ ମଧ୍ୟ ତାର ଭିଡ଼ିଓ କଲ ସୀମାକୁ ବଢ଼ାଇପାରେ ।

ହ୍ୱାଟସ୍ ଆପର ୱେବସାଇଟ୍ ୱାବେଟେନ୍ଫୋ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆଣ୍ଡ୍ରଏଡ୍ ପାଇଁ ପ୍ରକାଶିତ ହ୍ୱାଟସ୍ ଆପ୍ v2.20.128 ବିଟା ରେ ଭିଡ଼ିଓ କଲ ବର୍ଦ୍ଧିତ ସୀମା ଦିଆଯାଇଛି । ତଥାପି, ଏହା ଏପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ କମ୍ପାନୀ ଦ୍ୱାରା ପରାମର୍ଶ ଦିଆଯାଇନାହିଁ ।

ବର୍ତ୍ତମାନ ସମୟରେ, ହ୍ୱାଟସ୍ ଆପରେ ଗ୍ରୁପ୍ କଲ୍ ପାଇଁ ସୀମା ବୃଦ୍ଧି କରି କେତେ କରାଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଶୀଘ୍ର କମ୍ପାନୀ ଏହା ଘୋଷଣା କରିପାରିବ ।