ହ୍ୱାଟସ୍‌ ଆପ୍‌ର ନୂଆ ଫିଚର, ଲକଡାଉନରେ ମିଳିବ ଏହି ଲାଭ

1 min read

ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମ ଜୁମ୍ ଏବେ ସାରା ବିଶ୍ୱରେ ଲୋକପ୍ରିୟ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅନ୍ୟ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କର ଭିଡିଓ କଲିଂ ସଫ୍ଟୱେରେ ପରିବର୍ତ୍ତନ କରୁଛନ୍ତି  । ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ମଧ୍ୟ ଭିଡିଓ କଲ୍ ରେ ଅଧିକ ଲୋକଙ୍କୁ ଯୋଡିବା ଉପରେ କାମ କରୁଛି । ହ୍ୱାଟସ ଆପ୍‌ରେ ଭିଡିଓ କଲିଂରେ ଏବେ ମାତ୍ର ୪ ଜଣ କଥା ହୋଇପାରୁଛନ୍ତି । ଯେତେବେଳେକି ଜୁମରେ ୧୨ ଜଣରୁ ଅଧି ଲୋକ ଏକାଥରକେ ଭିଡିଓ କଲ ମାଧ୍ୟମରେ କଥା ହେଇପାରିବେ ।

ଆଣ୍ଡ୍ରଏଡ୍ ପାଇଁ ରିଲିଜ୍ ହୋଇଥିବା ହ୍ୱାଟସ୍ ଆପ୍ ବେଟା ଠାରୁ ଏହି ସୂଚନା ମିଳିଛି ଯେ କମ୍ପାନୀ ଗ୍ରୁପ୍‌ ଭିଡିଓ କଲର ସୀମା  ଭଢ଼ାଇପାରେ। ବଢ଼ିବାର କାରଣ ହେଉଛି ଏବେ କରୋନା ପାଇଁ ସମସ୍ତ ଘରେ ରହୁଛନ୍ତି । ସାଙ୍ଗ ମାନଙ୍କ ସହ କଥା ହେବା ପାଇଁ ଜୁମ କିମ୍ବା DUO କୁ ବ୍ୟବହାର କରୁଛନ୍ତି । କାରଣ ଏହି ଦୁଇଟି ଆପ୍‌ରେ ୧୨ ଜଣରୁ ଅଧି ଲୋକ ଏହି ଆପ୍‌ରେ କଥାହୋଇପାରିବେ ।  ବର୍ତ୍ତମାନ ଏହା ସାମାଜିକ ଦୂରତା ପାଇଁ ଏକ ଆବଶ୍ୟକତା ପାଲଟିଛି  । ସେଥିପାଇଁ ହ୍ୱାଟସ ଆପ୍‌ ମଧ୍ୟ ତାର ଭିଡ଼ିଓ କଲ ସୀମାକୁ ବଢ଼ାଇପାରେ ।

ହ୍ୱାଟସ୍ ଆପର ୱେବସାଇଟ୍ ୱାବେଟେନ୍ଫୋ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆଣ୍ଡ୍ରଏଡ୍ ପାଇଁ ପ୍ରକାଶିତ ହ୍ୱାଟସ୍ ଆପ୍ v2.20.128 ବିଟା ରେ ଭିଡ଼ିଓ କଲ ବର୍ଦ୍ଧିତ ସୀମା ଦିଆଯାଇଛି । ତଥାପି, ଏହା ଏପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ କମ୍ପାନୀ ଦ୍ୱାରା ପରାମର୍ଶ ଦିଆଯାଇନାହିଁ ।

ବର୍ତ୍ତମାନ ସମୟରେ, ହ୍ୱାଟସ୍ ଆପରେ ଗ୍ରୁପ୍ କଲ୍ ପାଇଁ ସୀମା ବୃଦ୍ଧି କରି କେତେ କରାଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଶୀଘ୍ର କମ୍ପାନୀ ଏହା ଘୋଷଣା କରିପାରିବ ।

 

Leave a Reply