spot_img
Home Blog Page 7201

ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ଜଣେ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କାୟା ବିସ୍ତାର କରୁଛି କରୋନା ସଂକ୍ରମଣ । ଏଇ କିଛି ଦିନ ଭିତରେ କରୋନା ସଂକ୍ରମଣ କିଛି ମାତ୍ରାରେ ବଢ଼ିଯାଇଛି । ଫେରନ୍ତାଙ୍କ ଚିନ୍ତାରେ ପଢ଼ିଛି ସାରା ରାଜ୍ୟ । କାରଣ ଏଇ ଫେରନ୍ତାଙ୍କ ପାଇଁ ରାଜ୍ୟରେ ବଡ଼ିଛି କରୋନା ସଂକ୍ରମଣ । କିନ୍ତୁ ଏହାରି ଭିତରେ ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର । ସେ  AIMSରେ ଚିକିତ୍ସୀତ ହେଉଥିଲେ ।

ଯାଜପୁରରୁ ହଟିଲା ସଟ୍‌ଡାଉନ୍‌, ଖୋଲିବ ଏହି ସବୁ ଦୋକାନ

କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ବ୍ୟକ୍ତି ଜଣକ ଏ ପର୍ଯ୍ୟନ୍ତ ଡିସଚାର୍ଜ ହୋଇ ନାହାନ୍ତି । ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବା ପରେ ଡିସଚାର୍ଜ ହେବେ ଯୁବକଜଣକ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାବ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୫ ଜଣ ସୁସ୍ଥ ହୋଇଥିବାବେଳେ ୧୦୩ ଜଣ ସଂକ୍ରମିତ ହୋଇଛନ୍ତି । ସେହିଭଳି ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ଭାଇରସ: ଏୟାର କଣ୍ଡିସନର ବ୍ୟବହାରକୁ ନେଇ ସରକାର ଜାରି କଲେ ଆଡଭାଇଜରୀ

ନୂଆଦିଲ୍ଲୀ- ସାଧାରଣତଃ ଭାରତରେ ମାର୍ଚ୍ଚ- ଅପ୍ରେଲ ମାସ ଆସିବା ପରେ ଅଧିକାଂଶ ଅଞ୍ଚଳରେ ଗରମ ବଢ଼ିବାକୁ ଲାଗେ । ଏହି ଗରମରୁ ମଣିଷ ତ୍ରାହି ପାଇବା ପାଇଁ ଲୋକମାନେ କୁଲର, ଏୟାର କଣ୍ଡିସନର ଲଗାଇବା ଆରମ୍ଭ କରିଦିଅନ୍ତି । କିନ୍ତୁ ଚଳିତ ବର୍ଷ କରୋନା ଭାଇରସ ପରି ମହାମାରୀ କାରଣରୁ ଲୋକମାନେ ଏସି ଏବଂ କୁଲର ଚଲାଉ ନାହାନ୍ତି ।

 ଏବେ ବଢ଼ୁଥିବା ତାପମାତ୍ରା ଏବଂ କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ପହଞ୍ଚିବା ପରେ ସରକାର ଏୟାର କଣ୍ଡିସନର ଏବଂ କୁଲର ଚଲେଇବାକୁ ନେଇ ଆଡଭାଇଜରୀ ଜାରି କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ, ସାଧାରଣ ଲୋକ କେଉଁ ଭଳି ଭାବରେ ଏସି ଏବଂ କୁଲର ଚଲେଇ ପାରିବେ ।    

କେନ୍ଦ୍ର ସରକାର ଆଡଭାଇଜରୀ ଜାରି କରି କହିଛନ୍ତି ଯେ, ଲୋକମାନେ ୨୪ରୁ ୩୦ ଡିଗ୍ରୀ ତାପମାତ୍ରାରେ ହିଁ ଏସିକୁ ଚଲାନ୍ତୁ । ଘରେ ଏସିର ବ୍ୟବହାର ବେଳ ଆଦ୍ରତାକୁ ୪୦ ଡିଗ୍ରୀରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ରଖବାକୁ ପରୀମର୍ଶ ଦେଇଛନ୍ତି ।

କରୋନା ମହାମାରୀ ସମୟରେ ଲୋକମାନଙ୍କୁ ଏସିର ଥଣ୍ଡା ପବନ ପରିବର୍ତ୍ତେ ବାହାରର ଖୋଲା ପବନ ଉପଭୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ଭାରତ ସରକାର ତରଫରୁ ଅହି ଆଡଭାଇଜରୀ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ କମ୍ପାନୀକୁ ମଧ୍ୟ ପଠାଯାଇଛି । ଆଡଭାଇଜରୀ ପ୍ୟାନେଲ ପରାମର୍ଶ ଦେଇଛନ୍ତି ଯେ ଏସି ନଚଲାଇ ମଧ୍ୟ ରୁମକୁ ଥଣ୍ଡା ରଖାଯାଇପାରିବ ।  

ଏଥି ସହିତ ମରୁଭୂମି ଅଞ୍ଚଳରେ କୁଲର ବ୍ୟବହାର ନେଇ କୁହାଯାଇଛି ଯେ, ମରୁଭୂମି କୁଲରରେ ଏୟାର ଫିଲ୍ଟର ନଥାଏ । ଏହି ପରିପ୍ରେକ୍ଷୀରେ, ଧୂଳିର ପ୍ରବେଶକୁ ରୋକିବା ଏବଂ ବାୟୁ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବାହାର ପଟୁ ବାୟୁ ଫିଲ୍ଟରକୁ ଲଗାନ୍ତୁ | ଏଥି ସହିତ କୁଲର୍ ଟ୍ୟାଙ୍କକୁ ସଫା ଏବଂ ହାଇଜେନିକ ରଖିବା ଏବଂ ବାରମ୍ବାର ପାଣି ବଦଳାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି |

ଅନ୍ୟପକ୍ଷରେ, ବୈଦ୍ୟୁତିକ ପ୍ରଶଂସକ ବ୍ୟବହାର କରୁଥିବାବେଳେ ଝରକା ଗୁଡ଼ିକୁ ଆଂଶିକ ଖୋଲା ରଖିବାକୁ ସରକାର ପରାମର୍ଶ ଦେଇଛନ୍ତି। କେବଳ ଏତିକି ନୁହେଁ, ବାୟୁ ଭିତରକୁ ଯିବା ଏବଂ ବାହାରକୁ ଯିବା ପାଇଁ କୋଠରୀରେ ଭେଣ୍ଟିଲେସନର ଉପଯୁକ୍ତ ବ୍ୟବସ୍ଥା ହେବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଛି ।

ଯାଜପୁରରୁ ହଟିଲା ସଟ୍‌ଡାଉନ୍‌, ଖୋଲିବ ଏହି ସବୁ ଦୋକାନ

ଯାଜପୁର: ଯାଜପୁର ଜିଲ୍ଲାରୁ ସଟ୍‌ ଡାଉନ୍‌ ହଟିବା ପରେ ଏବେ ଲୋକଙ୍କୁ କିଛି ମାତ୍ରାରେ ଆସ୍ୱସ୍ତି ମିଳିଛି । ଲଗାତାର ଭାବେ ନୂଆ କରୋନା ମାମଲା ସାମ୍ନାକୁ ଆସିବାରୁ ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ୬୦ ଘଣ୍ଟା ପାଇଁ ସଟ୍‌ ଡାଉନ୍‌ ଘୋଷଣା କରାଯାଇଥିଲା । ତେବେ ଆଜି ୬୦ ଘଣ୍ଟାର ସଟ୍‌ ଡାଉନ୍‌ ଅବଧି ଶେଷ ହୋଇଛି । ଏଥିପାଇଁ ଯାଜପୁରରେ ଲକ୍‌ଡାଉନ୍‌ ନିମୟ ଲାଗୁ ରହିଥିଲେ ମଧ୍ୟ ବିଭିନ୍ନ କଟକଣାକୁ କୋହଳ କରାଯାଇଛି । ପ୍ରଶାସନ ପକ୍ଷରୁ କିଛି ଜରୁରୀ ଦୋକାନ ଖୋଲା ରଖିବାକୁ ଅନୁମତି ଦିଆଯାଇଛି ।

ସଟ୍‌ ଡାଉନ୍‌ ହଟିବା ପରେ ସେଠାରେ ପାଥୋ ଲାବ୍‌ ବା ଡାଇଗ୍ନୋଷ୍ଟିକ୍‌ କେନ୍ଦ୍ର ଗୁଡ଼ିକ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିଭଳି ଗ୍ରସରୀ, ବେକେରୀ, ବ୍ରେଡ୍‌ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ସ୍ଥିର କରାଯାଇଛି । ପରିବା ଦୋକାନ ସବୁଦିନ ଖୋଲା ରଖିବାକୁ ଅନୁମତି ଥିବାବେଳେ ଆମିଷ ଦୋକାନ ଗୁଡ଼ିକ କେବଳ ବୁଧବାର ଶୁକ୍ରବାର ଓ ରବିବାର ଖୋଲା ରହିବ ବୋଲି କୁହାଯାଇଛି ।

ସପ୍ତାହକୁ ଗୋଟେ ଦିନ ପିଲାଙ୍କ ପାଠ ପଢ଼ା ପାଇଁ ବହି ଦୋକାନ ଖୋଲା ରହିବ । ଏଲ୍‌ପିଜି ଗ୍ୟାସ୍‌ ଏଜେନ୍ସି ଖୋଲା ରହିବ ଏବଂ ଏହାର ଟ୍ରାନ୍ସପୋଟେସନ୍‌ ମଧ୍ୟ ଜାରି ରହିବ । କୃଷି ଭିତ୍ତିକ ସାମଗ୍ରୀ ବିକ୍ରୟ କେନ୍ଦ୍ର ବା ଦୋକାନ, ରଡ୍‌-ସିମେଣ୍ଟ-ଚିପ୍ସ ଓ ଘର ତିଆରି ସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ । ଏହା ସହ ହାର୍ଡ ଓୟାର ଷ୍ଟୋର, ଇଲେକ୍ଟ୍ରିକାଲ୍ସ ଓ ଇଲେକ୍ଟ୍ରୋନିକ୍ସ ଦୋକାନ, ମୋବାଇଲ୍‌ ରିଚାର୍ଜ ସେଣ୍ଟର, ଗାଡ଼ି ସ୍ପେୟାର ପାର୍ଟ୍ସ ଦୋକାନ, ବାଇକ୍‌ ଗ୍ୟାରେଜ୍‌, ସାଇକେଲ ରିପ୍ୟାରିଂ ଦୋକାନ, ଫଳ ଦୋକାନ, କ୍ଷୀର ଏବଂ କ୍ଷୀର ଜାତୀୟ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ, ଜାତୀୟ ରାଜପଥ କଡ଼ରେ ଥିବା ମଞ୍ଜୁରିପ୍ରାପ୍ତ ଢ଼ାବା ୨୪*୭ ଖୋଲା ରହିବ । ସେହିଭଳି ଆମ୍ବୁଲାନ୍ସ ସେବା ଓ ସ୍ୱାସ୍ଥ୍ୟ ସଂସ୍ଥା ମଧ୍ୟ ୨୪*୭ ଖୋଲା ରହିବ ବୋଲି ନିର୍ଦ୍ଦେଶ ରହିଛି । ମେଡିସିନ୍‌ ଦୋକାନ ଓ ଅପ୍ଟିକାଲ ସେଣ୍ଟର ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି ।

ଏହାସହ ଜାତୀୟ ରାଜପଥ କଡ଼ରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ୨୪*୭ ଘଣ୍ଟା ଖୋଲା ରହିବ । ମୁନିସିପାଲଟି ଓ ବ୍ଲକ୍‌ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦିଆଯାଇଛି ।

ମୁମ୍ବାଇରେ କରୋନା ଆକ୍ରାନ୍ତ ପୋଲିସ୍ କନଷ୍ଟେବଳଙ୍କ ମୃତ୍ୟୁ… ରାଜ୍ୟରେ ମୋଟ ୯୬ ପୋଲିସ୍ ସଂକ୍ରମିତ

ମୁମ୍ବାଇ: କରୋନା କବଳରେ ସମଗ୍ର ବିଶ୍ୱ । ଏହି ଭୂତାଣୁ ଯୋଗୁଁ ସାରା ଦେଶରେ ମୋଟ୍‌ ୭୭୯ ଜଣକ ମୃତ୍ୟୁ ହୋଇଛି । ୨୬ ହଜାର ୨୮୩ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ୭ ହଜାର ୬୨୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୨୩ ଜଣକଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସ୍ଥିତି ସଂଗୀନ । ଏଥିସହ ୯୬ ଜଣ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ କରୋନା ସଂକ୍ରମଣରେ ଜଣେ ୫୭ ବର୍ଷୀୟ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଯୋଗୁଁ ପୋଲିସ ବିଭାଗର ଏହା ପ୍ରଥମ ମୃତ୍ୟୁ। ଏହି ପୋଲିସ କନଷ୍ଟେବଳ ଜଣକ ୱର୍ଲି ନାକା ଅଞ୍ଚଳରେ ରହୁଥିଲେ । ତାଙ୍କୁ ମୁମ୍ବାଇର ଭକୋଲା ଅଞ୍ଚଳରେ ପୋଷ୍ଟ କରାଯାଇଥିଲା। ଏହା ମୁମ୍ବାଇର ଏଚଇ ଇଷ୍ଟ ୱାର୍ଡରେ ଆସେ, ଯେଉଁଠାରେ ଅଧିକାଂଶ କରୋନା ସଂକ୍ରମିତ ରୋଗୀ ଅଛନ୍ତି । କନଷ୍ଟେବଳଙ୍କ ପରିବାରେ ଏବେ ତାଙ୍କ ପତ୍ନୀ ଏବଂ ଦୁଇ ପିଲା ଅଛନ୍ତି ।

ମହାରାଷ୍ଟ୍ରରେ ଲକଡାଉନ୍ ଅବଧି ସମୟରେ ଶନିବାର ପର୍ଯ୍ୟନ୍ତ ମୋଟ୍ ୯୬ ଜଣ ପୋଲିସକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥିମଧ୍ୟରେ ୧୫ ଜଣ ପୋଲିସ ଅଧିକାରୀ ସାମିଲ ଅଛନ୍ତି। ଜଣେ ଅଧିକାରୀଙ୍କଠାରୁ ଏହି ସୂଚନା ମିଳିଛି । ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୧୫ ଜଣ ପୋଲିସ କର୍ମଚାରୀଙ୍କ ସମେତ ମୋଟ ୯୬ ପୋଲିସ କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ତିନିଜଣ ପୋଲିସ ଅଧିକାରୀ ଏବଂ ଚାରି ଜଣ ପୋଲିସକର୍ମୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ସେମାନେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।

 

ଲକଡାଉନରେ ହୋମଗାର୍ଡଙ୍କୁ ବସଉଠ୍ କରାଇଥିବା ଅଧିକାରୀଙ୍କୁ ବିହାର ସରକାର ଦେଲେ ପଦୋନ୍ନତି

ବିହାର : ବିହାର ସରକାର ଅରରିଆରେ ହୋମ ଗାର୍ଡର ଭାଇରାଲ ଭିଡିଓ ମାମଲାରେ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କର ପଦୋନ୍ନତି କରିଛନ୍ତି। କିଛି ଦିନ ପୂର୍ବେ ଅରରିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ରାକ୍ଷୀ ପୋଲିସ ବିଭାଗରେ ହୋମଗାର୍ଡ ଥିବା ଗଣେଶ ତତ୍ମାଙ୍କୁ ଦଣ୍ଡ ସ୍ୱରୂପ ଉଠବସ୍ କରାଉଥିବା ଦେଖିବାକୁ ମିଳିଥିଲା।

 ହୋମଗାର୍ଡଙ୍କର ମାତ୍ର ଏତିକି ଭୁଲ ଥିଲା ଯେ ସେ ଲକଡାଉନ ବେଳେ ଡ୍ୟୁଟି କରୁଥିବାବେଳେ ମନୋଜ କୁମାରଙ୍କ କାରକୁ ଅଟକାଇଥିଲେ | କୃଷି ଅଧିକାରୀ ମନୋଜ କୁମାର ଏତେ ରାଗିଯାଇଥିଲେ ଯେ ହୋମଗାର୍ଡଙ୍କୁ ଜେଲକୁ ପଠାଇବାକୁ ମଧ୍ୟ ଧମକ ଦେଇଥିଲେ। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ବିଭାଗ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏଏସଆଇ ଗୋବିନ୍ଦ ସିଂଙ୍କୁ ନିଲମ୍ବନ କରିଥିଲେ, କାରଣ ସେ ମଧ୍ୟ କୃଷି ଅଧିକାରୀଙ୍କୁ ସମର୍ଥନ କରିଥିଲେ ଏବଂ ହୋମଗାର୍ଡଙ୍କି ବସଉଠ୍ ହେବାକୁ କହିଥିଲେ ।

ଏହି ସମଗ୍ର ବିଷୟକୁ ଦୃଷ୍ଟିରେ ରଖି ବିହାର ମାନବ ଅଧିକାର ଆୟୋଗ ଜିଲ୍ଲା କଲେକ୍ଟର ତଥା ଅରରିଆର ଏସପିଙ୍କୁ ନୋଟିସ ଜାରି କରି ସେମାନଙ୍କୁ ଆସନ୍ତା ତାରିଖ ସୁଦ୍ଧା ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏଏସଆଇ ଗୋବିନ୍ଦ ସିଂଙ୍କ ନିଲମ୍ବନ ପରେ କୃଷି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା, କିନ୍ତୁ ବିହାର ସରକାର ତାଙ୍କୁ କୃଷି ବିଭାଗରେ ଡେପୁଟି ଡାଇରେକ୍ଟର ଭାବରେ ପଦୋନ୍ନତି ଦେଇଛନ୍ତି।

 ଏହି ପରିପ୍ରେକ୍ଷୀରେ ସରକାର ୨୫ ଏପ୍ରିଲରେ ଏକ ବିଜ୍ଞପ୍ତି ଜାରି କରିଥିଲେ ଯେଉଁଥିରେ ସୂଚନା ଦିଆଯାଇଥିଲା ଯେ ଅରରିଆ ଅଧିକାରୀ ଭାବରେ ନିଯୁକ୍ତ ମନୋଜ କୁମାରଙ୍କୁ ମୁଖ୍ୟାଳୟକୁ ଡକାଯାଇଛି ଏବଂ ତାଙ୍କୁ ଡେପୁଟି ଡାଇରେକ୍ଟର ଭାବରେ ନିଯୁକ୍ତ କରାଯାଇଛି।

କୃଷି ମନ୍ତ୍ରୀଙ୍କ ବିବୃତ୍ତି

 ଏହି ପରିପ୍ରେକ୍ଷୀରେ କୃଷି ମନ୍ତ୍ରୀ ପ୍ରେମ କୁମାର କହିଛନ୍ତି, ମନୋଜ କୁମାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ସରକାର ପ୍ରଥମେ ଅରରିଆରେ ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ଅରରିଆରେ ଅନୁସନ୍ଧାନ ପ୍ରଭାବିତ ହେବା ଉଚିତ ନୁହେଁ, ସେଥିପାଇଁ ତାଙ୍କୁ ବର୍ତ୍ତମାନ ପୋଷ୍ଟ କରାଯାଇ ମୁଖ୍ୟାଳୟକୁ ଡକାଯାଇଛି। ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ। ଦୋଷୀ ଅଧିକାରୀଙ୍କ ପଦୋନ୍ନତି ପାଇଁ ସରକାରଙ୍କୁ ରକ୍ଷା କରି କୃଷି ମନ୍ତ୍ରୀ କହିଛନ୍ତି ଯେ ଆଇନଗତ ପ୍ରସଙ୍ଗରେ ସରକାର ଅସୁବିଧାରେ ପଡ଼ନ୍ତି ନାହିଁ, ଯେଉଁଥିପାଇଁ ତାଙ୍କୁ ଅରରିଆରୁ ହଟାଇ ପ୍ରଥମ ମୁଖ୍ୟାଳୟରେ ପୋଷ୍ଟ କରାଯାଇଛି।

କରୋନା ଯୋଦ୍ଧାଙ୍କୁ ଅପମାନ : ଅଧିକାରୀଙ୍କୁ ପାସ ମାଗିଲେ ବୋଲି ଚୌକିଦାର ହେଲେ ବସଉଠ୍ !

ରାମାୟଣ ପୂର୍ବରୁ ମଧ୍ୟ ଏକାଠି କାମ କରିଛନ୍ତି ‘ସୀତା-ଲକ୍ଷ୍ମଣ’… ଫଟୋ ଭାଇରାଲ

ମୁମ୍ବାଇ: ଲକଡାଉନ୍ ପରଠୁ ପ୍ରସିଦ୍ଧ ଟିଭି ଶୋ’ ରାମାୟଣ ଏବେ ବେଶ ଚର୍ଚ୍ଚାରେ ଅଛି । ଦୁରଦର୍ଶନରେ ପ୍ରସାରିତ ହେବା ଅନେକ ବର୍ଷ ପରେ ଏହି ଶୋ ପୁଣି ଥରେ ଟେଲିକାଷ୍ଟ କରାଯାଉଛି । ତେବେ ରାମାୟଣ ଶୋ’ରେ ରାମ ଭୂମିକାରେ ଅରୁଣ ଗୋବିଲ ଓ ସୀତା ଭୂମିକାରେ ଦୀପିକା ଚିଖାଲିଆ ଅଭିନୟ କରିଛନ୍ତି । ଅପରପକ୍ଷରେ ଲକ୍ଷ୍ମଣଙ୍କ ଭୂମିକାରେ ସୁନୀଲ ଲାହିରି ଏବଂ ରାବଣ ଭୂମିକାରେ ଅରବିନ୍ଦ ତ୍ରିବେଦୀ ନଜର ଆସିଛନ୍ତି । ତେବେ ରାମାୟଣ ରିଟେଲିକାଷ୍ଟ ଯୋଗୁଁ ଏବେ ଏହାର କଳାକାରମାନେ ସୋସିଆଲ ମିଡିଆରେ ବେଳ ଚର୍ଚ୍ଚାରେ ଅଛନ୍ତି।

ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରୁଥିବା ସୁନୀଲ ଲାହିରି ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସୀତା ତଥା ଦୀପିକା ଚିଖାଲିଆଙ୍କ ସହ ନଜର ଆସିଛନ୍ତି। ଟୁଇଟରରେ ସୁନୀଲ ଏହି ଫଟୋ ସେୟାର କରି କ୍ୟାପସନରେ ” ମୁଁ ଏବଂ ଦୀପିକା ରାମାୟଣ ପୂର୍ବରୁ ଏକ ସିରିଏଲରେ” ବୋଲି ଲେଖିଛନ୍ତି । ରାମାୟଣ ସିରିଏଲ ପୂର୍ବରୁ ମଧ୍ୟ ଉଭୟ ଗୋଟେ ସିରିଏଲରେ ଏକାଠି କାମ କରିସାରିଥିଲେ ।

ଏହା ବ୍ୟତୀତ ସୁନୀଲ ରାମାୟଣର ରିଟେଲିକାଷ୍ଟରେ କିଛି ଦୃଶ୍ୟ କାଟିବା ବିଷୟରେ ମଧ୍ୟ କହିଛନ୍ତିଲ । ତାଙ୍କ କହିବା ଅନୁସାରେ ‘ଏହା ସତ୍ୟ ଯେ ଲକ୍ଷ୍ମଣ-ଉର୍ମିଲାଙ୍କୁ ଭେଟିବାର ପ୍ରସଙ୍ଗ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା। । ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ସବୁ କଥା ପ୍ରକାଶ କରନ୍ତି । ଅବଶ୍ୟ ସୁନୀଲ ଜାଣିନାହାନ୍ତି ଯେ,କେଉଁ କାରଣ ଯୋଗୁଁ ଦୁରଦର୍ଶନରେ କିଛିଟା ଦୃଶ୍ୟ ଏଡିଟ କରାଯାଇଥିଲା, ହେଲେ ଏଥିପାଇଁ ସେ ମଧ୍ୟ ଦୁଃଖିତ । ତେବେ ଲକଡାଉନ୍ ପାଇଁ ରାମାୟଣର ରିଟେଲିକାଷ୍ଟ ଆରମ୍ଭ ହୋଇଥିଲା ଏବଂ ଏହା ହିଟ୍ ହେବାରେ ସଫଳ ହୋଇଛି । ଏହା କେବଳ ଲୋକଙ୍କ ମଧ୍ୟରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଜବରଦସ୍ତ ଚର୍ଚ୍ଚାର ବିଷୟ ପାଲଟିଛି।

ଚେନ୍ନାଇ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ସ୍ୱାବ୍‌ ସଂଗ୍ରହ

ଚେନ୍ନାଇରୁ ଡଙ୍ଗା ସହାଯ୍ୟରେ ଶନିବାର ସନ୍ଧ୍ୟାରେ ଗୋପାଳପୁର ବନ୍ଦରରେ ପହଞ୍ଚିଥିବା ପ୍ରବାସୀ ଓଡ଼ିଆଙ୍କର ଆଜି ସ୍ୱାବ୍‌ ସଂଗ୍ରହ କରାଯିବ । ସେମାନେ ବେଆଇନ୍‌ ଓ ବିପଦପୂର୍ଣ୍ଣ ଭାବେ ସୁଦୂର ଚେନ୍ନାଇରୁ ଡଙ୍ଗା ଯୋଗେ ଓଡ଼ିଶା ଆସିଛନ୍ତି । ଖବର ପାଇ ସ୍ଥାନୀୟ ପ୍ରଶାସନ ସମୂଦ୍ରକୂଳରେ ପହଞ୍ଚି ସେମାନଙ୍କୁ ଅଟକାଇଥିଲା । ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବାର ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ ।

ଚେନ୍ନାଇରୁ ଗୋଟିଏ ଯାନ୍ତ୍ରୀକ ଡଙ୍ଗା‌ ସାହାଯ୍ୟରେ ଓଡିଶା ଓ ଆନ୍ଧ୍ର ପ୍ରଦେଶର ଲୋକେ ଶନିବାର ଗଞ୍ଜାମ ପାତିସୁନାପୁରରେ ପହଞ୍ଚିଛନ୍ତି । ୧୪ ଦିନ ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ସେମାନେ ନିଜ ଘରକୁ ଯାଇପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଘର ଲୋକଙ୍କ ଠାରୁ ଲକ୍ଷେ ଟଙ୍କା ମଗାଇ ସେମାନେ ଏକ ଡଙ୍ଗା କିଣି ଭୋକ ଉପାସରେ ଆସି ଓଡ଼ିଶାରେ ପହଞ୍ଚିଥିବା ଜଣାପଡ଼ିଛି ।

ଲକ୍‌ଡାଉନ୍‌ ସମୟରେ ରାଜ୍ୟ ବାହାରେ ରହୁଥିବା ଲୋକେ ଏବେ ଘର ମୁହାଁ ହୋଇଛନ୍ତି । ପୂର୍ବରୁ ମଧ୍ୟ ଏକ ଟ୍ରଲର ମାଧ୍ୟମରେ ଓଡ଼ିଶାରେ କିଛି ପ୍ରବାସୀ ଓଡ଼ିଆ ଓଡ଼ିଶାରେ ପହଞ୍ଚିଥିଲେ । ସେମାନଙ୍କୁ ଚିହ୍ନଟ କରାଯାଇ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି ।

ତେବେ ଶନିବାର ଚେନ୍ନାଇରୁ ଆସିଥିବା ଏହି ଡଙ୍ଗାରେ ପାତିସୁନାପୁର ଗାଁର ୨୮ ଜଣ, ରାମେୟାପାଟଣା ୪ଜଣ, ଆନ୍ଧ୍ରପ୍ରଦେଶର ୬ ଜଣ ଲୋକ ଥିବା ଜଣାପଡିଛି । ବିପଦ ସଙ୍କୁଳ ଅବସ୍ଥାରେ ଭୋକ ଉପାସରେ ଅଧିକ ଖର୍ଚ୍ଚାନ୍ତ ହୋଇ ଏହି ପ୍ରବାସୀ ଓଡ଼ିଆମାନେ ଘରକୁ ଫେରିଥିବା କୂହାଯାଉଛି ।

୧୦୦ ଉବେରକୁ ମିଳିଲା କୋଭିଡ୍‌ ପାସ୍‌‌, ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଓଲା ପରେ ଏବେ ଉବେରକୁ ମିଳିଲା କୋଭିଡ୍‌ ପାସ । ଜରୁରୀ କାଳୀନ ପରିସ୍ଥିତରେ ଯାଆ ଆସ କରିବା ପାଇଁ କମିଶନରେଟ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ୧୦୦ଟି ଉବେର ଗାଡ଼ିକୁ ପାସ୍‌ ଦିଆଯାଇଛି । ଅତି ଆବଶ୍ୟକ ହେଲେ ସେମାନେ ଗାଡ଼ି ନେଇ ବାହାରକୁ ବାହାରି ପାରିବେ । କଟକ ଓ ଭୁବନେଶ୍ୱର ମଧ୍ୟରେ ଏହି ଗାଡ଼ିଗୁଡ଼ିକ କେବଳ ସ୍ୱାସ୍ଥ୍ୟସେବାରେ ନିୟୋଜିତ ହୋଇପାରିବେ ବୋଲି ନିର୍ଦ୍ଦେଶ ରହିଛି ।

ତେବେ ୧୦୦ଟି ୟୁବେର୍‌ ଗାଡ଼ିକୁ ପାସ୍‌ ଦିଆଯିବା ସହ କିଛି କଟକଣା ମଧ୍ୟ ଜାରି କରାଯାଇଛି । ପ୍ରତ୍ୟେକ ଗାଡ଼ିରେଳ ଡ୍ରାଇଭରକୁ ମିଶାଇ ୩ ଜଣ ଯାଇପାରିବେ ବୋଲି ଅନୁମତି ରହିଛି । ଯଦି କୌଣସି ଗାଡ଼ି ମେଡିକାଲ ସେବା ବ୍ୟତୀତ ଅନ୍ୟ କୌଣସି କାମରେ ନିୟୋଜିତ ହୁଅନ୍ତି ତେବେ ସେମାନଙ୍କ ପାସ୍‌ ଜବତ କରାଯିବ ବୋଲି କଡ଼ା ନିର୍ଦ୍ଦେଶ ରହିଛି । ଏହା ସହ ଜରିମାନା ମଧ୍ୟ କରାଯିବାର ମଧ୍ୟ ବ୍ୟବସ୍ଥା ରହିଥିବା ସୂଚନା ମିଳିଛି । ତେବେ ନିୟମ ଉଲଂଘନ କଲେ କେବଳ ଗାଡ଼ି ଡ୍ରାଇଭର ନୁହେଁ, ସେଥିରେ ଥିବା ଯାତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ଓ କମିଶନରେଟ୍‌ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ନିରାପଦରେ ଘରକୁ ଫେରିବେ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁଁ ଗୁଜରାଟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି । ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ କିଭଳି ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବେ ସେନେଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ନବୀନ ।

ଆଜି ଭିଡିଓ କନ୍‌ଫରେନ୍‌ସିଂ ଯ଼ୋଗେ ଏନେଇ ନବୀନ ଆଲୋଚନା କରିଥିବା ବେଳେ ତାଙ୍କ ସହ ସଚିବ ଭିକେ ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ଭିଡିଓ କନ୍‌ଫରେନ୍‌ସିଂରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ଥିଲେ । ଲକ୍‌ଡାଉନ୍‌ ଯ଼ୋଗୁ ସୁରଟ ସମେତ ଗୁଜରାଟର ବହୁ ସ୍ଥାନରେ ହଜାର ହଜାର ଓଡ଼ିଆ ଶ୍ରମିକ ଫିସି ରହିଛନ୍ତି । ସେମାନଙ୍କୁ ଫେରାଇ ଆଣିବା ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଯ଼ୋଗେ ଆଲୋଚନା କରିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିବା ପରେ ଖୁବ୍‌ ଶୀଘ୍ର ଗୁଜରାଟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରାଯାଇପାରିବ ବୋଲି ଆଶା କରାଯାଉଛି । ଶ୍ରମିକଙ୍କୁ ଉଦ୍ଧାର କରାଯିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ସ୍ଥିର ହୋଇଛି ।

କରୋନାକୁ ନେଇ ‘ମନ୍‌ କି ବାତ୍’‌ରେ କ’ଣ କହିଲେ ମୋଦି ?

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ବିରୋଧରେ ଲଢ଼େଇ ଜାରି ରଖିଛି । ଏହା ମଧ୍ୟରେ ଭାରତ କରୋନା ଯୁଦ୍ଧରେ ସମସ୍ତଙ୍କଠାରୁ ଆଗରେ ଥିବା ନେଇ ବିଶ୍ୱର ବଡ଼ ବଡ଼ ଦେଶ ମାନେ ସ୍ୱୀକାର କରିଛନ୍ତି ।

ତେବେ ବର୍ତ୍ତମାନ ସାରା ଭାରତ ଲକ୍‌ଡାଉନ୍‌ ସ୍ଥିତି ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍‌ କି ବାତ୍’‌ କାର୍ଯ୍ୟକ୍ରମ ଜରିଆରେ ପୁଣି ଦେଶବାସୀଙ୍କୁ ନିଜର‌ ମନର କଥା କହିଛନ୍ତି । ସେ ଏହି କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଧନ୍ୟବାଦ ଦେବା ସହ ଚାଷୀ ଭାଇଙ୍କୁ ମଧ୍ୟ ଧନ୍ୟବାଦ ଜଣେଇଛନ୍ତି । ଏହା ସହ ସେ ଆଶା ରଖିଛନ୍ତି ଯେ, ଖୁବ୍‌ ଶୀଘ୍ର ପରିସ୍ଥିତି ସ୍ୱାଭାବିକ୍‌ ହେବ । ଲୋକମାନେ ସାମାଜିକ ଦୂରତା ନିୟମ ପାଳନ କରିବାକୁ ସେ ପୁଣି ନିବେଦନ କରିଛନ୍ତି । ଏହା ସହ ମୋଦି ଆହୁରି କହିଛନ୍ତି ଯେ, ଆଜି ଦେଶର ଗାଁ ଗୁଡ଼ିକ ପୁରା ବିଶ୍ୱକୁ ସାମାଜିକ ଦୂରତାର ଏକ ନୂଆ ଶିକ୍ଷା ଦେଇଛି ।

କରୋନା ଭାଇରସ୍‌ ବିରୋଧରେ ଜନତାଙ୍କ ସହ ମିଶି ପ୍ରଶାସନ ମଧ୍ୟ ଲଢେଇ ଜାରି ରଖିଛି । ଆଜି ସମସ୍ତ ଦେଶବାସୀ ଗୋଟିଏ ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି । ଦେଶର ପ୍ରତ୍ୟେକ ନାଗରିକ ଏହି ଲଢେଇରେ ଜଣେ ଜଣେ ସିପାହୀ ବୋଲି କହିଛନ୍ତି ମୋଦି ।

ଅନ୍ୟପଟେ ଡାକ୍ତରଖାନରେ ଉତ୍ତମ ଚିକିତ୍ସା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । covidwarriors.gov.in ମାଧ୍ୟମରେ ଶହେ କୋଟି ଲୋକ ଯୋଡ଼ି ହୋଇଛନ୍ତି ବୋଲି ମନ୍‌ କି ବାତ୍‌ରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କରୋନା ବିରୋଧରେ କେନ୍ଦ୍ର ଓ ରାଜ୍ୟ ସରକାର ଏକ ହୋଇ ଲଢୁଛନ୍ତି । ଲକ୍-ଡାଉନ୍ ବେଳେ ୧୦୦ରୁ ଅଧିକ ପାର୍ସଲ ଟ୍ରେନ୍ ଚାଲିଛି । ଜରୁରୀ ସାମଗ୍ରୀ ପହଞ୍ଚାଇବା ବାଇଁ ରେଳ ବିଭାଗ ମଧ୍ୟ ଅହରହ କାମ ଚଳାଇଛି । କରୋନା ସଙ୍କଟ ସମୟରେ ଆମେ ଅନ୍ୟ ଦେଶକୁ ଔଷଧ ପଠାଉଛୁ ବୋଲି ମଧ୍ୟ ମୋଦି କହିଛନ୍ତି ।

ଖାଲି ସେତିକି ନୁହେଁ ରମଜାନ୍‌ରେ ଲୋକମାନେ ଏତିକି ପ୍ରାର୍ଥନା କରନ୍ତୁ ଯେମିତି ଇଦ୍‌ ପୂର୍ବରୁ କରୋନାର ଚିହ୍ନ ବର୍ଣ୍ଣ ନଥିବ । ଆଉ ସାରା ଦେଶରେ ଧୁମ୍‌ ଧାମ୍‌ରେ ଇଦ୍‌ ପାଳନ ହେବ ।