କରୋନାକୁ ନେଇ ‘ମନ୍‌ କି ବାତ୍’‌ରେ କ’ଣ କହିଲେ ମୋଦି ?

1 min read

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ବିରୋଧରେ ଲଢ଼େଇ ଜାରି ରଖିଛି । ଏହା ମଧ୍ୟରେ ଭାରତ କରୋନା ଯୁଦ୍ଧରେ ସମସ୍ତଙ୍କଠାରୁ ଆଗରେ ଥିବା ନେଇ ବିଶ୍ୱର ବଡ଼ ବଡ଼ ଦେଶ ମାନେ ସ୍ୱୀକାର କରିଛନ୍ତି ।

ତେବେ ବର୍ତ୍ତମାନ ସାରା ଭାରତ ଲକ୍‌ଡାଉନ୍‌ ସ୍ଥିତି ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍‌ କି ବାତ୍’‌ କାର୍ଯ୍ୟକ୍ରମ ଜରିଆରେ ପୁଣି ଦେଶବାସୀଙ୍କୁ ନିଜର‌ ମନର କଥା କହିଛନ୍ତି । ସେ ଏହି କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଧନ୍ୟବାଦ ଦେବା ସହ ଚାଷୀ ଭାଇଙ୍କୁ ମଧ୍ୟ ଧନ୍ୟବାଦ ଜଣେଇଛନ୍ତି । ଏହା ସହ ସେ ଆଶା ରଖିଛନ୍ତି ଯେ, ଖୁବ୍‌ ଶୀଘ୍ର ପରିସ୍ଥିତି ସ୍ୱାଭାବିକ୍‌ ହେବ । ଲୋକମାନେ ସାମାଜିକ ଦୂରତା ନିୟମ ପାଳନ କରିବାକୁ ସେ ପୁଣି ନିବେଦନ କରିଛନ୍ତି । ଏହା ସହ ମୋଦି ଆହୁରି କହିଛନ୍ତି ଯେ, ଆଜି ଦେଶର ଗାଁ ଗୁଡ଼ିକ ପୁରା ବିଶ୍ୱକୁ ସାମାଜିକ ଦୂରତାର ଏକ ନୂଆ ଶିକ୍ଷା ଦେଇଛି ।

କରୋନା ଭାଇରସ୍‌ ବିରୋଧରେ ଜନତାଙ୍କ ସହ ମିଶି ପ୍ରଶାସନ ମଧ୍ୟ ଲଢେଇ ଜାରି ରଖିଛି । ଆଜି ସମସ୍ତ ଦେଶବାସୀ ଗୋଟିଏ ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି । ଦେଶର ପ୍ରତ୍ୟେକ ନାଗରିକ ଏହି ଲଢେଇରେ ଜଣେ ଜଣେ ସିପାହୀ ବୋଲି କହିଛନ୍ତି ମୋଦି ।

ଅନ୍ୟପଟେ ଡାକ୍ତରଖାନରେ ଉତ୍ତମ ଚିକିତ୍ସା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । covidwarriors.gov.in ମାଧ୍ୟମରେ ଶହେ କୋଟି ଲୋକ ଯୋଡ଼ି ହୋଇଛନ୍ତି ବୋଲି ମନ୍‌ କି ବାତ୍‌ରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କରୋନା ବିରୋଧରେ କେନ୍ଦ୍ର ଓ ରାଜ୍ୟ ସରକାର ଏକ ହୋଇ ଲଢୁଛନ୍ତି । ଲକ୍-ଡାଉନ୍ ବେଳେ ୧୦୦ରୁ ଅଧିକ ପାର୍ସଲ ଟ୍ରେନ୍ ଚାଲିଛି । ଜରୁରୀ ସାମଗ୍ରୀ ପହଞ୍ଚାଇବା ବାଇଁ ରେଳ ବିଭାଗ ମଧ୍ୟ ଅହରହ କାମ ଚଳାଇଛି । କରୋନା ସଙ୍କଟ ସମୟରେ ଆମେ ଅନ୍ୟ ଦେଶକୁ ଔଷଧ ପଠାଉଛୁ ବୋଲି ମଧ୍ୟ ମୋଦି କହିଛନ୍ତି ।

ଖାଲି ସେତିକି ନୁହେଁ ରମଜାନ୍‌ରେ ଲୋକମାନେ ଏତିକି ପ୍ରାର୍ଥନା କରନ୍ତୁ ଯେମିତି ଇଦ୍‌ ପୂର୍ବରୁ କରୋନାର ଚିହ୍ନ ବର୍ଣ୍ଣ ନଥିବ । ଆଉ ସାରା ଦେଶରେ ଧୁମ୍‌ ଧାମ୍‌ରେ ଇଦ୍‌ ପାଳନ ହେବ ।

Leave a Reply