୧୦୦ ଉବେରକୁ ମିଳିଲା କୋଭିଡ୍‌ ପାସ୍‌‌, ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଓଲା ପରେ ଏବେ ଉବେରକୁ ମିଳିଲା କୋଭିଡ୍‌ ପାସ । ଜରୁରୀ କାଳୀନ ପରିସ୍ଥିତରେ ଯାଆ ଆସ କରିବା ପାଇଁ କମିଶନରେଟ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ୧୦୦ଟି ଉବେର ଗାଡ଼ିକୁ ପାସ୍‌ ଦିଆଯାଇଛି । ଅତି ଆବଶ୍ୟକ ହେଲେ ସେମାନେ ଗାଡ଼ି ନେଇ ବାହାରକୁ ବାହାରି ପାରିବେ । କଟକ ଓ ଭୁବନେଶ୍ୱର ମଧ୍ୟରେ ଏହି ଗାଡ଼ିଗୁଡ଼ିକ କେବଳ ସ୍ୱାସ୍ଥ୍ୟସେବାରେ ନିୟୋଜିତ ହୋଇପାରିବେ ବୋଲି ନିର୍ଦ୍ଦେଶ ରହିଛି ।

ତେବେ ୧୦୦ଟି ୟୁବେର୍‌ ଗାଡ଼ିକୁ ପାସ୍‌ ଦିଆଯିବା ସହ କିଛି କଟକଣା ମଧ୍ୟ ଜାରି କରାଯାଇଛି । ପ୍ରତ୍ୟେକ ଗାଡ଼ିରେଳ ଡ୍ରାଇଭରକୁ ମିଶାଇ ୩ ଜଣ ଯାଇପାରିବେ ବୋଲି ଅନୁମତି ରହିଛି । ଯଦି କୌଣସି ଗାଡ଼ି ମେଡିକାଲ ସେବା ବ୍ୟତୀତ ଅନ୍ୟ କୌଣସି କାମରେ ନିୟୋଜିତ ହୁଅନ୍ତି ତେବେ ସେମାନଙ୍କ ପାସ୍‌ ଜବତ କରାଯିବ ବୋଲି କଡ଼ା ନିର୍ଦ୍ଦେଶ ରହିଛି । ଏହା ସହ ଜରିମାନା ମଧ୍ୟ କରାଯିବାର ମଧ୍ୟ ବ୍ୟବସ୍ଥା ରହିଥିବା ସୂଚନା ମିଳିଛି । ତେବେ ନିୟମ ଉଲଂଘନ କଲେ କେବଳ ଗାଡ଼ି ଡ୍ରାଇଭର ନୁହେଁ, ସେଥିରେ ଥିବା ଯାତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ଓ କମିଶନରେଟ୍‌ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply