spot_img
Home Blog Page 7197

କୋଣାର୍କ ସୁରକ୍ଷା ପାଇଁ ଡ୍ରୋନ ଦ୍ୱାରା ନିଆଗଲା ଥ୍ରୀ-ଡି ଚିତ୍ର

କୋଣାର୍କ: ସୂର୍ଯ୍ୟମନ୍ଦିର ସୁରକ୍ଷା ଚିନ୍ତା। ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଡ୍ରୋନ୍‌ କ୍ୟାମେରାରେ ଥ୍ରୀ-ଡି ଚିତ୍ର ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହୋଇଛି। ମୁମ୍ବାଇସ୍ଥିତ ସେନ୍ସ ଟେକ୍ନୋଲୋଜି ନାମକ ଏକ ଘରୋଇ ସଂସ୍ଥା ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର ଥିବା ଜମି, ଚାରିପାଖ ସ୍ଥିତି, ମନ୍ଦିରରେ ଥିବା ପ୍ରତିଟି ମୂର୍ତ୍ତିର ଡକ୍ୟୁମେଣ୍ଟେସନ୍‌ ପାଇଁ ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ଥ୍ରୀଡି ଚିତ୍ର ଉତ୍ତୋଳନ କରାଯାଇଛି ।

ଏହାପରେ ମନ୍ଦିରରେ ସଂସ୍ଥା ଦ୍ଵାରା ଲେଜର ସ୍କାନିଂ କରାଯାଇ ମନ୍ଦିରର ବାହ୍ୟ ଓ ଆଭ୍ୟନ୍ତରସ୍ଥିତି ପୁଣି ଯାଞ୍ଚ କରାଯିବ। ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ସଂସ୍ଥା ଦ୍ଵାରା ଆୟୋଜିତ କର୍ମଶାଳାରେ କୋଣାର୍କର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ।

କରୋନାକୁ ନେଇ ବଡ଼ ଅପଡେଟ୍‌, ଭାରତରେ ୧୫ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାକୁ ନେଇ ବଡ଼ ଅପଡେଟ୍‌ । ଇଟାଲୀରୁ ଦିଲ୍ଲୀ ଆସିଥିବା ୧୫ ପର୍ଯ୍ୟଟକଙ୍କ ଦେହରେ କରୋନା ଭାଇରସ । ସମସ୍ତଙ୍କ ରିପୋର୍ଟ ପଜେଟିଭ ଆସିଥିବା କହିଛି ଏମ୍ସ ।

ମଙ୍ଗଳବାର ଦିଲ୍ଲୀ ପହଞ୍ଚିଥିବା ୨୧ ପର୍ଯ୍ୟଟକଙ୍କୁ ଅଲଗା ଅଲଗା ରଖାଯାଇ ଯାଞ୍ଚ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ସେମାନଙ୍କୁ ହରିୟାଣା ଓ ଛାବଲାର ITBP କ୍ୟାମ୍ପରେ ରଖାଯାଇଥିବା କୁହାଯାଉଛି ।

ଏମ୍ସରେ ପରୀକ୍ଷା ପରେ ପର୍ଯ୍ୟଟକ ଦେହରେ କରୋନା ଭାଇରସ ଥିବା ଜଣାପଡ଼ିଛି ।

କାର୍ଯ୍ୟାଳୟରେ କରୋନା ସତର୍କତା, ଆଡଭାଇଜରି ଜାରି କଲେ ଏସଆରସି

ଭୁବନେଶ୍ୱର: କରୋନା ପାଇଁ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରିଛନ୍ତି ଏସଆରସି । ସାରା ଦେଶରେ କରୋନା ନିଜ କାୟା ବିସ୍ତାର କରୁଥିବା ବେଳେ ଓଡ଼ିଶାରେ କରୋନା ସନ୍ଦଗ୍ଧ ଦୁଇ ଜଣଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ତେବେ ମହାମାରୀ କରୋନା ଠାରୁ କିପରି ଦୂରେଇ ରହିବେ ତା ପାଇଁ ସରକାର ଆଡଭାଇଜରି ଜାରି କରିଛନ୍ତି ।

. କାର୍ଯ୍ୟାଳୟରେ ସ୍ୱଚ୍ଛତା ରଖିବା ସହ ସାବଧାନତା ପାଇଁ ଆଡଭାଇଜରି  ।

. ନିଜ କାର୍ଯ୍ୟାଳୟର ସମସ୍ତ ଉପକରଣ ସଫାସୁତୁରା ରଖିବାକୁ ପରାମର୍ଶ ।

. ଟେବୁଲ ଡେସ୍କ, ଟେଲିଫୋନ, କିବୋର୍ଡଗୁଡ଼ିକୁ ସଫା ରଖିବାକୁ ପରାମର୍ଶ ।

. ଅଫିସ ଉପକରଣକୁ ଅଲକହଲ ଯୁକ୍ତ ବିଶୋଧନରେ ପୋଛିବା ଉଚିତ ।

. ବାରମ୍ବାର ହାତକୁ ଧୋଇ ସଫା ରଖିବାକୁ ପରାମର୍ଶ ।

. ଥଣ୍ଡାର ଲକ୍ଷଣ ଦେଖାଦେଲେ ଘରେ ରହିବାକୁ ପରାମର୍ଣ ।

ପରସ୍ପରକୁ ହାତ ମିଳାଇବା ଓ ଆଲିଙ୍ଗନ ଠାରୁ ଦୂରେଇ ରହନ୍ତୁ ।

ଥଣ୍ଡାରେ ସଂକ୍ରମିତ ବ୍ୟକ୍ତିଠାରୁ ନିକାପଦ ଦୂରତା ରଖନ୍ତୁ ।

କାୟା ମେଲାଉଥିବା କରୋନାରୁ କେମିତି ଦୁରେଇ ରହିବେ ?

ଭାରତରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ରବିବାର ଦିନ ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ମଧ୍ୟ ଏହି ମାରାତ୍ମକ ଜୀବାଣୁର ଶିକାର ହୋଇଥିବା ଜଣାପଡିଛି । ଏହି ବ୍ୟକ୍ତି ନିକଟରେ ଇଟାଲୀ ଗସ୍ତ କରିଥିଲେ। ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଥିବା କରୋନା ଜୀବାଣୁ ବର୍ତ୍ତମାନ ଭାରତରେ ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ଏଠାରେ ସମୁଦାୟ ୧୮ ଟି ମାମଲା ରୁଜୁ ହୋଇଛି । ତେବେ କରୋନା ଜୀବାଣୁକୁ କିପରି ଏଡାଯାଇପାରିବ ତାହା ଆପଣଙ୍କୁ ଆମେ କହିବୁ ।

 

୧. କୋରାନା ଜୀବାଣୁକୁ ଏଡାଇବା ପାଇଁ ସ୍ୱଚ୍ଛତା ରକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ଆପଣଙ୍କ ଚାରିପାଖରେ ଥିବା ପରିଷ୍କାର ପରିଚ୍ଛନ୍ନତାର ଯତ୍ନ ନିଅନ୍ତୁ  । ଭଲ ଭାବରେ ହାତ ଧୋଇବା ପାଇଁ ସାବୁନ୍ କିମ୍ବା ସାନିଟାଇଜର ବ୍ୟବହାର କରନ୍ତୁ | ଏହା ପରେ, ପ୍ରାୟ ୨୦ ସେକେଣ୍ଡ ପାଇଁ ହାତକୁ ଭଲ ଭାବରେ ସ୍କ୍ରବ୍ କରନ୍ତୁ । ହାତ ଧୋଇବା ପରେ, ଏକ ସଫା କପଡାରେ ପୋଛି ଦିଅନ୍ତୁ କିମ୍ବା ଏକ ଡ୍ରାୟର୍ ସହିତ ହାତ ଶୁଖାନ୍ତୁ |

୨. କାଶିବା ସମୟରେ, ଟିସୁକୁ ପାଟିରେ ରଖନ୍ତୁ ଏବଂ ଏହାକୁ ଆଚ୍ଛାଦିତ ଡଷ୍ଟବିନରେ ପକାନ୍ତୁ  । ଅନ୍ୟ ଜଣେ ଛିଙ୍କିବା କିମ୍ବା କାଶ ହେଲେ ମଧ୍ୟ ନିଜକୁ ରକ୍ଷା କରିବା ପାଇଁ ଟିସୁ ବ୍ୟବହାର କରନ୍ତୁ  ।

୩. ବାହାର ଲୋକ ସହିତ ହାତ ମିଳାନ୍ତୁ ନାହିଁ  । ଯଦିଓ ଆପଣ ଏହା କରନ୍ତି, ତୁରନ୍ତ ହାତ ଧୋଇ ଦିଅନ୍ତୁ  ।

୪. ବସ୍, ମେଟ୍ରୋ କିମ୍ବା କୌଣସି ସର୍ବସାଧାରଣ ସ୍ଥାନରେ କୌଣସି ଜିନିଷ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ । ଏପରି ଜାଗାରେ ବହୁତ ସଚେତନ ହେବା ଆବଶ୍ୟକ  ।

୫. ଫଳ ଏବଂ ପନିପରିବା ଖାଇବା ପୂର୍ବରୁ ଭଲ ଭାବରେ ଧୋଇ ଦିଅନ୍ତୁ । ବଜାରରୁ ସିଧାସଳଖ ଖାଇବାରେ ଭୁଲ କରନ୍ତୁ ନାହିଁ।

୬. ରୋଷେଇ କରିବା ସମୟରେ ଯତ୍ନ ନିଅନ୍ତୁ । ପ୍ରଥମେ ପନିପରିବା ଭଲ ଭାବରେ ଫୁଟାନ୍ତୁ । ରାନ୍ଧିବା ପାଇଁ ବ୍ୟବହୃତ କେବଳ ଉଷୁମ ପାଣି ବ୍ୟବହାର କରନ୍ତୁ ।

୭. ମାଂସ କିମ୍ବା ଅଣ୍ଡା କଞ୍ଚା ଖାଆନ୍ତୁ ନାହିଁ  । ସେଗୁଡିକୁ ସଠିକ୍ ଭାବେ ଫୁଟାଇବା ପରେ ହିଁ ଖାନ୍ତୁ  ।

୮. ଆପଣଙ୍କ ଘର ଚାରିପାଖରେ ମଇଳା କରିବାକୁ ଦିଅନ୍ତୁ ନାହିଁ  । ଘରେ ଏବଂ ଘର ବାହାରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ |

୯. ବାରମ୍ବାର ହାତ କିମ୍ବା ମୁହଁରେ ହାତ ରଖନ୍ତୁ ନାହିଁ  । ଯଦିଓ ଆପଣ ଏହା କରନ୍ତି, ତୁରନ୍ତ ହାତ ଏବଂ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ  ।

୧୦. କୌଣସି ରୋଗୀ ବ୍ୟକ୍ତିଙ୍କ ସହିତ ସମ୍ପର୍କରୁ ଦୂରେଇ ରୁହନ୍ତୁ  । ରୋଗୀ ସହିତ ଯୋଗାଯୋଗ କରିବା ଏହି ସମୟରେ ବିପଦରୁ ମୁକ୍ତ ହେବ ନାହିଁ  ।

୧୧. ସର୍ବସାଧାରଣ ସ୍ଥାନକୁ ଯିବା ପୂର୍ବରୁ ପାଟି ଭଲ ଭାବରେ ଘୋଡାନ୍ତୁ  । ଏଥିପାଇଁ N95 ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ |

୧୨. ଭଲ ଖାଦ୍ୟର ବିଶେଷ ଯତ୍ନ ନିଅନ୍ତୁ। ଖାଦ୍ୟ ଅନ୍ତର୍ଭୂକ୍ତ କରନ୍ତୁ ଯାହା ଆପଣଙ୍କ ଖାଦ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ  । ତୁମର ଡାଏଟ୍ ଯେତେ ଭଲ ହେବ ଭାଇରସ୍ ହେବାର ଆଶଙ୍କା ସେତେ କମ ହେବ ।

ଜାଣନ୍ତୁ କେଉଁ ରାଜ୍ୟରେ କେତେ ରହିଛି ସୁନାଦର ?

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ବଜାରରେ ବଢୁଛି ସୁନା ଦର । ବିଭିନ୍ନ ରାଜ୍ୟରେ ଗତ ମଙ୍ଗଳବାର ଦିନ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୧୨୯ ଟଙ୍କା ବୃଦ୍ଧି ପାଇ ୪୨,୦୮୫ ଟଙ୍କା ହୋଇଛି ।

ବିଶ୍ଳେଷକମାନେ କହିଛନ୍ତି ଯେ ବଜାରରୁ ସକରାତ୍ମକ ସଙ୍କେତ ଉପରେ ବ୍ୟବସାୟୀଙ୍କ କାର୍ଯ୍ୟକଳାପରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ନ୍ୟୁୟର୍କରେ ସୁନା ମୂଲ୍ୟ ୦.୩୦ ପ୍ରତିଶତ ବୃଦ୍ଧି ହୋଇ ୧,୫୯୯.୬୦ ଡଲାରରେ ପହଞ୍ଚିଛି । ରୂପା ମୂଲ୍ୟ ମଧ୍ୟ ଅତି ଦ୍ରୁତ ଗତିରେ ବଢିବାପେ ଲାଗିଛି । ଏହା ୦.୭ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଏକ କିଲୋଗ୍ରାମ ରୂପା ମୂଲ୍ୟ ୪୫,୩୧୩ ଟଙ୍କା ।

ସେହିପରି ଆଜି ଦିଲ୍ଲୀରେ ୧୦ ଗ୍ରାମ ସୁନା ମୂଲ୍ୟ ୪୩,୨୯୦ ଟଙ୍କା ରହିଛି।  ମୁମ୍ବାଇରେ ୧୦ ଗ୍ରାମ ସୁନା, ଚେନ୍ନାଇରେ ୪୩,୩୫୦ ଏବଂ ୪୩,୪୪୦ ଏବଂ ଲକ୍ଷ୍ନରେ ୧୦ ଗ୍ରାମ ସୁନା ମୂଲ୍ୟ ୪୩,୩୪୦ ଟଙ୍କା ରହିଛି । କୋଲକତାରେ ୪୩,୪୧୫ଟଙ୍କା, ଭୁବନେଶ୍ୱରରେ ୪୩,୮୦୦ ରହିଛି ।

ଭାରତରେ ଧିରେ ଧିରେ କାୟା ମେଲାଉଛି କରୋନା ଭାଇରସ୍‌

ସାରା ବିଶ୍ୱରେ କରୋନା ଆତଙ୍କ । ଭାରତରେ ବି ଭାଇରସର ଭୟ । ଦେଶରେ ୧୮ ଆକ୍ରାନ୍ତ ଚିହ୍ନଟ ଚିନ୍ତା ବଢ଼ାଇଛି । ଦିଲ୍ଲୀ, ତେଲେଙ୍ଗାନା, ଜୟପୁର ପରେ ଚଣ୍ଡୀଗଡ଼ରେ ଆଉ ୨ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ତେବେ ସତର୍କ ରହିବା ସହ ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ମୁକାବିଲା ପାଇଁ ଆଜି କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

ସେପଟେ ସତର୍କତା ଦୃଷ୍ଟିରୁ ଦିଲ୍ଲୀ-ଏନସିଆରରେ ୫ଟି ସ୍କୁଲ ବନ୍ଦରହିଛି । ଦିଲ୍ଲୀରେ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୨ ଛାତ୍ରଙ୍କ ନମୁନା ସଂଗ୍ରହ ପରେ ଆଜି ସ୍କୁଲ ବନ୍ଦ କରାଯାଇଛି । ସେପଟେ କରୋନା ଆକ୍ରାନ୍ତ ଯାଇଥିବା ଉତ୍ତର ପ୍ରଦେଶର ୩ ସହରରେ ଯାଞ୍ଚ ଚାଲିଛି । ଇଟାଲୀରୁ ଆସିଥିବା ଆକ୍ରାନ୍ତ ନୋଏଡ଼ା, ଆଗ୍ରା ଓ ବୁଲନ୍ଦ ସହରକୁ ଯାଇଥିବା କୁହାଯାଉଛି ।

ସେଥିପାଇଁ ବୁଲନ୍ଦସହରରେ ଥିବା ଆକ୍ରାନ୍ତଙ୍କ ସଂପର୍କୀୟଙ୍କର ମଧ୍ୟ ନମୁନା ସଂଗ୍ରହ କରାଯାଉଛି । ପ୍ରାୟ ୨୩ ଜଣଙ୍କ ଉପରେ ନଜର ରଖିଛି ସ୍ୱାସ୍ଥ୍ୟବିଭାଗ । ସାରା ବିଶ୍ୱରେ ୯୧ ହଜାର ୭୦୦ରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇସାରିଛି । ସେହିପରି ଏହି ଭାଇରସ ବର୍ତ୍ତମାନ ସୁଦ୍ଧା ୩ ହଜାର ୧୦୦ ଜଣଙ୍କ ଜୀବନ ନେଇସାରିଛି ।

ମଝି ଚିଲିକାରେ ଅଟକିଲା ଡଙ୍ଗା: ଫଶିଲେ ୩୦ରୁ ଅଧିକ ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ଚିଲିକା: ପୁଣି ଚିଲିକା ମଝିରେ ଅଟକିଲା ଡଙ୍ଗା । ଏଥିର ଫଶି ରହିଛନ୍ତି ୩୦ଜଣ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ଚଳିତ ବର୍ଷ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷା ଯିବା ପୂର୍ବରୁ ଏଭଳି ଘଟଣା ସାମ୍ନାକପ ଆସିଛି । ୩୦ରୁ ଅଧିକ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ସହ ଫଶିରହିଥିଲେ ୫୦ ଯାତ୍ରୀ । ଡଙ୍ଗାରେ ସାତପଡ଼ା କଲେଜର ୩୦ରୁ ଅଧିକ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ରହିଥିଲେ ।

ଆଜି ସକାଳ ପ୍ରାୟ ୯ଟା ସମୟରେ ଡଙ୍ଗାଟି କୃଷ୍ଣପ୍ରସାଦ ବ୍ଲକର ଜହ୍ନକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିଲା । ତେବେ ଏହି ଯାତ୍ରୀବାହୀ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଚିଲିକା ମଝିରେ ଡଙ୍ଗା ଅଟକିଥିଲା । ତେବେ ଦୀର୍ଘ ଘଣ୍ଟାଏ ପରେ ନାଉରିଆଙ୍କ ବୁଦ୍ଧି ଯୋଗୁଁ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ଘାଟରେ ପହଞ୍ଚିଛନ୍ତି ।

ଭଦ୍ରକ ୧୬ ନମ୍ବର ଜାତାୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର

ଭଦ୍ରକ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା-ଧାମରା ଓଭରବ୍ରିଜ ନିକଟରେ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି।

ଗତକାଲି ରାତିରେ ଦୁର୍ଘଟଣାଗ୍ରସ୍ତ କାରଟି ଭଦ୍ରକ ଆଡୁ ବାସୁଦେବପୁର ମନ୍ଦାରୀ ଯାଉଥିଲା। ପୂର୍ବରୁ ରାସ୍ତା କଡ଼ରେ ଥିବା ଏକ କଣ୍ଟେନରକୁ କାରଟି ପଛପଟୁ ଧକ୍କା ଦେଇଥିଲା। କାରରେ ଥିବା ୪ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବାସୁଦେବପୁର ସୁରେଶପୁର ଗାଁର କଟି ମଲ୍ଲିକ। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

୪ ଦିନ ପାଇଁ ଘଡ଼ଘଡ଼ି ସହ କିଛି ସ୍ଥାନରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଘଡ଼ଘଡ଼ି ସହ ବର୍ଷା ସହ କିଛି ସ୍ଥାନରେ ଝଡ଼ବର୍ଷା ମଧ୍ୟ ହୋଇପାରେ। ଏହାକୁ ଆଖିରେ ରଖି ଆସନ୍ତା ୪ଦିନ ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ଥିବାରୁ ସତର୍କତା ଜାରି କରାଯାଇଛି। ଆଜି ପଶ୍ଚିମ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ, ଦୁଇଟି ସ୍ଥାନରେ ଝିପିଝିପି ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଗ୍ୟାସ ବୋଝେଇ ଟ୍ରକ୍

ଅନୁଗୁଳ: ଅନୁଗୁଳ-ସମ୍ବଲପୁର ଏନଏଚ୍-୫୫ ରେ ଦୁର୍ଘଟଣା । କମରେଇ ନିକଟରେ ଓଲଟିଲା ଗ୍ୟାସ ବୋଝେଇ ଭ୍ୟାନ୍‌ । ସମ୍ବଲପୁରରୁ କଟକକୁ ଆସୁଥିବା ଭ୍ୟାନ ଭାରସାମ୍ୟ ହରାଇ କମରେଇରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତାରେ ଭ୍ୟାନ ଓଲଟି ପଡ଼ିବାରୁ ଭ୍ୟାନରୁ ଗ୍ୟାସ ଲିକ୍‌ ହୋଇଥିଲା । ଖବର ପାଇ ବାମୁର ଅଗ୍ନିଶମ ବିଭାଗ ଓ ହଣ୍ଡପା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଅଘଟଣ ଆଶଙ୍କାରେ ଜାତୀୟ ରାଜପଥର ୩ କିଲୋମିଟର ପର୍ଯ୍ୟନ୍ତ ସିଲ୍‌ କରିଦିଆଯାଇଛି । ଆଖପାଖ ଅଞ୍ଚଳରେ ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରାଯାଇଥିଲା ।  ଜାତୀୟ ରାଜପଥରେ ରାସ୍ତା ନିର୍ମାଣ କାମ ଚାଲୁଥିବାରୁ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ମଙ୍ଗଳବାରଠୁ ଭ୍ୟାନ ଓଲଟିଥିଲେ ବି ବର୍ତ୍ତମାନ ସୁଦ୍ଧା ଭ୍ୟାନକୁ ରାସ୍ତାରୁ ହଟାଯାଇପାରିନି । କମ୍ପାନୀ କର୍ତ୍ତୃପକ୍ଷ ଆସିଲେ ଭ୍ୟାନ୍‌କୁ ହଟାଯିବ ବୋଲି କୁହାଯାଉଛି ।