ଲକଡାଉନ୍ ପରେ ଖୁବଶୀଘ୍ର ପ୍ରକାଶ ପାଇବ ମାଟ୍ରିକ ଫଳାଫଳ

କଟକ: କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରୁ ଏହାର ବିଭିନ୍ନ ଜୋନାଲ କାର୍ଯ୍ୟାଳୟକୁ ଆଜି ନବମ ଓ ଦଶମ ଶ୍ରେଣୀ ବହି ପଠାଯାଇଛି । ଲକଡାଉନ ପରେ ମାଟ୍ରିକ ଫଳାଫଳ ଖୁବଶୀଘ୍ର ପ୍ରକାଶ କରିବା ପାଇଁ ଉଦ୍ୟମ ହେଉଛି ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି ।

ପିଲା ଯେଭଳି ସୁରୁଖୁରୁରେ ବହି ପାଇବେ ସେଥିପାଇଁ ସୋମବାର ଠାରୁ ବିଭିନ୍ନ ଜୋନ କାର୍ଯ୍ୟାଳୟକୁ ବହି ପଠାଯିବା ଆରମ୍ଭ ହୋଇଛି ।  ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ଭୁବନେଶ୍ୱର ଜୋନାଲ କାର୍ଯ୍ୟାଳୟକୁ କଟକରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ପଠାଯାଇଛି ବହି ।

ଲକ୍‌ଡାଉନ୍‌ ଉଠିବା ପରେ ଡିଲରମାନେ ଜେନାଲ କାର୍ଯ୍ୟାଳୟରୁ ବହି ନେବେ । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି । ସେହିପରି ମାଟ୍ରିକ୍‌ ପରୀକ୍ଷା ଖାତା ମୂଲ୍ୟାୟନ ନେଇ ବୋର୍ଡ ପକ୍ଷରୁ ସବୁ ପ୍ରସ୍ତୁତି ସରିଛି । ଲକ୍‌ଡାଉନ୍‌ ପରେ ମୂଲ୍ୟାୟନ କରି ଶୀଘ୍ର ପରୀକ୍ଷାଫଳ ପ୍ରକାଶ କରିବାକୁ ପଦକ୍ଷେପ ନିଆଯାଉଥିବା ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ।

Leave a Reply