ଫୁଟ୍‌ବଲ୍‌ ଖେଳୁଛି ସିଂହ, ଭାଇରାଲ ହେଉଛି ଭିଡିଓ…

1 min read

ଫୁଟ୍‌ବଲ୍‌ ଖେଳୁଛି ସିଂହ । ଜୋହାନ୍ସବର୍ଗ ପ୍ରାଣୀ ଉଦ୍ୟାନରୁ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଲୋକମାନେ ବେଶ ପସନ୍ଦ ମଧ୍ୟ କରୁଛନ୍ତି ଏହି ଭିଡିଓକୁ । ପ୍ରାଣୀ ଉଦ୍ୟାନରେ ରହୁଥିବା ଏହି ସିଂହଟି ଭଡିଓରେ ଭାରି ଆନନ୍ଦରେ ଫୁଟ୍‌ବଲ୍‌ ଖେଳୁଛି । ଭିଡିଓଟି ଦେଖିଲେ ଲାଗୁଛି, ସିଂହଟି ଯେମିତି ଅନେକ ଦିନ ଧରି ଅପେକ୍ଷା କରି ରହିଥିଲା ଫୁଟ୍‌ବଲ୍‌ ଖେଳିବା ପାଇଁ । କେବଳ ସେହି ଗୋଟିଏ ସିଂହ ନୁହେଁ ତା’ ସହ ଏକ କୁନି ସିଂହ ମଧ୍ୟ ଫୁଟ୍‌ବଲ୍‌ ଖେଳୁଥିବା ଭିଡିଓରେ ଦେଖିବାକୁ ମିଳିଛି । ସାରା ବିଶ୍ୱ ଏବେ କରୋନା ଯୋଗୁଁ ଲକ୍‌ଡାଉନ୍‌‌ ଦେଇ ଗତି କରୁଛି । ଘରେ ଲୋକମାନେ ବୋର ହେଉଥିବା ବେଳେ ସିଂହଟି ମଧ୍ୟ ବୋର୍‌ ହେଉଥିଲା । ତେବେ ଏମିତିରେ ତାକୁ ବଲ୍‌ଟି ମିଳିଯିବାରୁ ସେ ଅତ୍ୟନ୍ତ ଖୁସି ହୋଇଥିବା ଦେଖାଯାଇଛି ।

LION

ଭିଡିଓରେ, ପ୍ରାଣୀ ଉଦ୍ୟାନର ସିଂହ ଖୁଆଡ଼ର ଦାୟିତ୍ୱ ନେଇଥିବା ମହିଳା ଜଣକ ପ୍ରଥମେ ସିଂହକୁ ଡାକୁଛନ୍ତି । ଉକ୍ତ ସିଂହର ନାମ କିଟ୍ଟନ । କିଟ୍ଟନକୁ ଡାକିବା ମାତ୍ରେ ସେ ହଠାତ୍‌ ଉଠି ଆସୁଛି । ଆଉ ବଲ୍‌କୁ ଦେଖି ଭାରି ଖୁସି ହେବା ସହ କୁନି ପିଲା ଭଳି ବଲ୍‌ ଖେଳିବାକୁ ଅପେକ୍ଷା କରି ରହୁଛି । ୨୦୧୦ ଫିଫା ଓ୍ୱାର୍ଲ୍ଡ କପ୍‌ରେ ମଧ୍ୟ ଗୋଟିଏ ସିଂହ ଫୁଟ୍‌‌ବ‌ଲ୍‌ ଖୁଳୁଥିବା ଭିଡିଓକୁ ଲୋକେ ବେଶ ପସନ୍ଦ କରିଥିଲେ ।

ତେବେ କିଟ୍ଟନ ବଲ୍‌ଟିକୁ ପାଇବା ମାତ୍ରେ ଭାରି ଖୁସିରେ, ପ୍ରଥମେ ଗୋଡ଼ରେ ଏଣେତେଣ ଗଡ଼ାଉଛି ଓ ପରେ ତାକୁ ପାଟିରେ ଧରି ଖେଳୁଛି । ଏହି ସମୟରେ ଛୋଟ ସିଂହଟି ମଧ୍ୟ ତା’ପାଖକୁ ଆସୁଛି । ଆଉ ବଲ୍‌ଟିକୁ ନେଇ ସେଠାରୁ ଚାଲିଯାଉଛି । କିଟ୍ଟନକୁ ଏବେ ୧୧ ବର୍ଷ ।

https://www.youtube.com/watch?v=IBDrIpyjD1Q

Leave a Reply