ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ପୁଣେ କମ୍ପାନୀ ବଜାରକୁ ଛାଡିବ କରୋନା ଭାକ‌ସିନ୍‌

ନୂଆଦିଲ୍ଲୀ: ଡେଙ୍ଗୁ ଓ ନିମୋନିଆ ଭଳି ରୋଗ ସହ ଲଢ଼ିବା ପାଇଁ ମୋନୋକ୍ଲୋନଲ୍‌ ଭ୍ୟାକ୍ସିନ୍‌ ବାହାର କରିଥିବା ପୁଣେର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ କରୋନା ଭାଇରସ୍‌ ପାଇଁ ମଧ୍ୟ ଭ୍ୟାକ୍ସିନ୍‌ ପ୍ରସ୍ତୁତ କରାଯାଉଛି । କମ୍ପାନୀର କହିବାନୁଯାୟୀ ଆସନ୍ତା ମାସଠାରୁ ଏହାର ଟ୍ରାଏଲ ଆରମ୍ଭ ହେବ । ଏହା ସହ ଭାରତରେ ଏହାର ପ୍ରତି ଡୋଜ୍‌କୁ ୧୦୦୦ ଟଙ୍କାରେ ବିକ୍ରି କରାଯିବ ।

କମ୍ପାନୀର ସିଇଓ ଅଦାର ପୁନାଓ୍ୱାଲାଙ୍କ କହିବାନୁଯାୟୀ ଆଗାମୀ ମେ’ ଠାରୁ ଭାରତରେ କରୋନା ଭ୍ୟାକ୍ସିନ୍‌ର ଟ୍ରାଏଲ ଆରମ୍ଭ ହେବାର ଆଶା ରହିଛି । ଯଦି ଟ୍ରାଏଲ ସଫଳ ହେଲା ତେବେ ଆସନ୍ତା ସେପ୍ଟେମ୍ବର ଓ ଅକ୍ଟୋବର ସୁଦ୍ଧା ପ୍ରଚୁର ମାତ୍ରାରେ ଭ୍ୟକ୍‌ସିନ୍‌ ପ୍ରସ୍ତୁତ କରାଯିବ । ଭାରତୀୟମାନେ ଯେଭଳି ସହଜରେ ଭ୍ୟକ୍‌ସିନ୍‌ କିଣିପାରିବେ,  ସେଥିପାଇଁ ଭ୍ୟାକ୍‌ସିନ୍‌କୁ ୧୦୦୦ ଟଙ୍କାରେ ଉପଲବ୍ଧ କରିବାକୁ ଚେଷ୍ଟା ଜାରି ରହିଛି ।

Corona Vacine

ସିଇଓ ପୁନାଓ୍ୱାଲା ଆହୁରି କହିଛନ୍ତି ଯେ, ଦେଶରେ ଭ୍ୟାକ୍‌ସିନ୍‌ର ଅଭାବ ଦେଖାନଯିବା ପାଇଁ, ସେପ୍ଟେମ୍ବର ସୁଦ୍ଧା ଦୁଇ ରୁ ଚାରି କୋଟି ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିବାର ଲକ୍ଷ୍ୟ ରହିଛି । ଏହି ଭ୍ୟାକ୍‌ସିନ୍‌ ପୁଣେ ସ୍ଥିତ ସିରମ୍‌ କମ୍ପାନୀରେ ହିଁ ପ୍ରସ୍ତୁତ କରାଯିବ । ନୂଆ ପ୍ଲାଣ୍ଟ ପ୍ରସ୍ତୁତ କରିବା ପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ସହ ଦୁଇ ବର୍ଷ ସମୟ ଲାଗିପାରେ । ତେଣୁ ଏବେ ନୂଆ ପ୍ଲାଣ୍ଟ ପାଇଁ ସମୟ ନାହିଁ ।

 ସିରମ୍‌ କମ୍ପାନୀରେ ଅନ୍ୟ ସବୁ ଉତ୍ପାଦନ ବନ୍ଦ କରାଯାଇ କେବଳ କରୋନା ଭ୍ୟାକ୍‌ସିନ୍‌ ହିଁ ପ୍ରସ୍ତୁତ କରାଯିବ । ଏଥିପାଇଁ ପ୍ରାୟ ୧୫ କୋଟି ଡଲାର ଖର୍ଚ୍ଚ ହେବା ବୋଲି ଆକଳନ କରାଯାଇଛି । ସରକାର ମଧ୍ୟ ଏଥିରେ ଅଂଶୀଦାର ହେବେ ବୋଲି ଆମର ଆଶା ରହିଛି । ଯାହା ଫଳରେ କମ୍ପାନୀ ନିଜ ଖର୍ଚ୍ଚ ଭରଣା କରିପାରିବ ।

Leave a Reply