spot_img
Home Blog Page 7193

ଭାଇରାଲ୍ ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନବରଙ୍ଗପୁର ଆରଟିଓ ଗଣେଶ୍ୱର କହଁରଙ୍କ ନବରଙ୍ଗପୁର ଥିବା ଭଡ଼ା ଘରେ  ଭିଜିଲାନ୍ସ ଚଢ଼ାଉ । ଏକକାଳୀନ ୬ଟି ଜାଗାରେ ଜୟପୁର ଭିଜିଲାନ୍ସ ଦ୍ୱାରା ଚଢ଼ାଉ l ପୂର୍ବରୁ ଆରଟିଓଙ୍କୁ ଲାଞ୍ଚ ଟଙ୍କା ଫେରସ୍ତ ମାଗୁଥିବାବେଳେ ହୋଇଥିବା ଯୁକ୍ତିତର୍କର ଏକ  ଭିଡିଓ ଗତ ୨୧ ତାରିଖରେ ଭାଇରଲ ହୋଇଥିଲା l

ପରବର୍ତ୍ତୀ ସମୟରେ ୨୨ ତାରିଖରେ ଆରଟିଓ ଅଫିସର ଡାଟା ଏଣ୍ଟ୍ରି ଅପରେଟର ଆକାଶ ହରିଜନ ଏନେଇ ନବରଙ୍ଗପୁର ଥାନାରେ ଆରଟିଓଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ନବରଙ୍ଗପୁର ପୋଲିସ କେସ ନମ୍ବର ୪୮/୨୦ରେ ରେଜିଷ୍ଟର କରି ୪୨୦, ୫୦୬ ଓ  privention of corruption act ୭(କ) ଦଫା ଲଗାଇଥିଲା l  ତେଣୁ ଆଜି ଜୟପୁର ଭିଜିଲାନ୍ସ ଟିମ ତାଙ୍କର ନବରଙ୍ଗପୁର ସ୍ଥିତ ଭଡା ଘର, ଅଫିସ, ଫୁଲବାଣୀର ଘରେ, ଭୁବନେଶ୍ୱର ଘରେ,  ପାରଳାଖେମୁଣ୍ଡି ଘରେ ଓ  ଅନ୍ୟ ଏକ କର୍ମଚାରୀଙ୍କ ଘରେ ଚଢ଼ାଉ ଚାଲିଛି  ।

କରୋନା ପାଇଁ ନୂଆ ନିୟମ, ଜାଣନ୍ତୁ କାହା ପାଇଁ ଉଦ୍ଦିଷ୍ଟ କେଉଁ ରଙ୍ଗର ପାସ୍

ନୂଆଦିଲ୍ଲୀ: ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ସଂସଦ ବା ପାର୍ଲିଆମେଣ୍ଟ ପରିଦର୍ଶନ ଉପରେ କଟକଣା । ମହାମାରୀ ପ୍ରାଣଘାତୀ କରୋନା ପାଇଁ ସଂସଦ ପରିଦର୍ଶନ ଉପରେ କଟକଣା ଜାରି କରାଯାଇଛି । ହୋଲି ପରେ ଅର୍ଥାତ୍ ମାର୍ଚ୍ଚ ୧୧ରୁ କେହି ଆଗନ୍ତୁକ ସଂସଦ ପରିଦର୍ଶନ କରିପାରିବେ ନାହିଁ । ଉଭୟ ସଂସଦର ସଦସ୍ୟ ଆସନ୍ତା ୧୧ ତାରିଖରୁ ପାର୍ଲିଆମେଣ୍ଟ ପରିସରରେ ପରିଦର୍ଶନକାରୀଙ୍କୁ ଭେଟି ପାରିବେ ନାହିଁ ।ହୋଲି ପରେ ୧୧ ତାରିଖରୁ ସଂସଦକୁ ସାଂସଦମାନେ କାହାରିକୁ ନେଇ ପାରିବେ ନାହିଁ । ଏହାକୁ କଡ଼ାକଡ଼ି ପାଳନ କରିବାକୁ ବିଜ୍ଞପ୍ତି ଜାରି ହୋଇଛି । ଏଥିସହ କରୋନାର ଭୟାବହତାକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

ଭାଇରସ୍ ସଂକ୍ରମଣ ରୋକିବାକୁ ଆଡଭାଇଜରି ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସଂସଦ ପରିସରରେ ଅଧିକ ଗହଳି ନକରିବାକୁ କୁହାଯାଇଛି । ଏନେଇ ସଂସଦ ପରିସରରେ ଥିବା ସବୁ ରାଜନୀତିକ ଦଳର କାର୍ଯ୍ୟାଳୟକୁ ମଧ୍ୟ ଜଣାଇ ଦିଆଯାଇଛି । ଏଥିପାଇଁ କଲର କୋଡେଡ୍ ପାସର ବ୍ୟବସ୍ଥା କରାଯାଇଛି ।

କାର୍ଯ୍ୟାଳୟରେ କରୋନା ସତର୍କତା, ଆଡଭାଇଜରି ଜାରି କଲେ ଏସଆରସି

ପବ୍ଲିକ୍ ଗ୍ୟାଲେରୀ ପାଇଁ ଧଳା ରଙ୍ଗର ପାସ୍ ରହିଛି । ଯାହାକି କେବଳ ଗୃହର କାର୍ଯ୍ୟକ୍ରମ ଦେଖିବା ପାଇଁ ଉଦ୍ଦିଷ୍ଟ । ଏଥିସହ ଗୃହ କାର୍ଯ୍ୟ ସରିବା ମାତ୍ରେ ଭ୍ରମଣକାରୀ ଯେପରି ସଂସଦ ଛାଡ଼ନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ସୁରକ୍ଷାକର୍ମୀଙ୍କୁ କୁହାଯାଇଛି । ସେହିପରି ବୁଲିବାକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ବ୍ଲୁ ବା ନୀଳ ରଙ୍ଗର ପାସ୍ ଦିଆଯିବ । ସାଂସଦ ସେମାନଙ୍କୁ ଭେଟିବାକୁ ଆସୁଥିବା ବ୍ୟକ୍ତିଙ୍କୁ ସଂସଦ ପରିସରରେ ଦେଖା ନକରି ରିସେପସନ୍ ଏରିଆରେ ଦେଖିବାକୁ କୁହାଯାଇଛି ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

ସେହିଭଳି ରାଜ୍ୟସଭା ଓ ଲୋକସଭାର ଅଧ୍ୟକ୍ଷ, ସାଧାରଣ ସଚିବ, ପ୍ରଧାନମନ୍ତ୍ରୀ, ବାଚସ୍ପତି, ଉପ ବାତସ୍ପତି, ମନ୍ତ୍ରୀ ଓ ମନ୍ତ୍ରାଳୟ ସହ ଜଡ଼ିତ କର୍ମଚାରୀଙ୍କ ପାଇଁ ରେଡ୍ କଲର ପାସ୍ କରାଯାଇଛି । ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଗେଟରେ ପାସକୁ ଦେଖାଇ ସେମାନେ ସଂସଦ ଆସିପାରିବେ ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

YES ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଆରବିଆଇର କଟକଣା

ମୁମ୍ବାଇ: YES ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କର କଟକଣା । ଏହି ବ୍ୟାଙ୍କରୁ ଗ୍ରାହକଙ୍କ ଟଙ୍କା ଉଠାଣ ସୀମା ୫୦ ହଜାର ଟଙ୍କା ନିର୍ଦ୍ଧାରଣ କରିଛି ରିଜର୍ଭ ବ୍ୟାଙ୍କ । ଗୋଟିଏ ମାସରେ ସର୍ବାଧିକ ୫୦ ହଜାର ଟଙ୍କା ହିଁ ଉଠାଇ ପାରିବେ । ଏପରିକି ଏଟିଏମ ଓ ଇଣ୍ଟରନେଟ ବ୍ୟାଙ୍କିଂ ସେବା ବନ୍ଦ କରାଯାଇଛି । ନୂଆ ନିୟମ ମାର୍ଚ୍ଚ ୫ରୁ ଲାଗୁ ହୋଇଛି । ଏହା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ବ୍ୟାଙ୍କର ସ୍ଥିତି ସୁଧାରିବାକୁ ଆରବିଆଇ ଏଭଳି ନିଷ୍ପତ୍ତି ନେଇଛି ।ଅନ୍ୟପକ୍ଷରେ YES ବ୍ୟାଙ୍କରେ ଏସବିଆଇ ନିବେଶ କରିପାରେ । ଏଥିପାଇଁ ବୋର୍ଡ ପକ୍ଷରୁ ମଞ୍ଜୁରି ମିଳିସାରିଥିବା କୁହାଯାଉଛି । SBIର ପୂର୍ବତନ ମୁଖ୍ୟ ବିତ୍ତୀୟ ଅଧିକାରୀ ପ୍ରଶାନ୍ତ କୁମାରଙ୍କୁ ୟେସ୍‌ ବ୍ୟାଙ୍କର ପ୍ରଶାସକ ନିଯୁକ୍ତ କରାଯାଇଛି । ଋଣ ଭାରରେ ବୁଡ଼ିଥିବା ବ୍ୟାଙ୍କକୁ ସଙ୍କଟରୁ  ମୁକୁଳାଇବାକୁ ଉଦ୍ୟମ ଆରମ୍ଭ କରିଛି ଆରବିଆଇ ।

 

ବିଜୁଙ୍କ ଜିବନୀକୁ ନେଇ କମିକ୍ସ ବୁକ୍ ‘ଆଡଭେଞ୍ଚର୍ସ ଅଫ୍ ଡେୟାର ଡେଭିଲ ଡେମୋକ୍ରାଟ୍’

ଭୁବନେଶ୍ୱର: ବିଜୁ ପଟ୍ଟନାୟଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି କମିକ୍ସ ବୁକ୍ ଡେୟାର ଡେଭିଲ୍ ଡେମୋକ୍ରାଟ୍ । କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ହୋଟେଲ ମେ ଫେୟାରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ ।

ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କୁ କିମ୍ବଦନ୍ତୀ ଭାବେ ବର୍ଣ୍ଣନା କରିଥିଲେ । ୧୦୪ ତମ ଜନ୍ମ ଦିନରେ ତାଙ୍କ ସ୍ମୃତିକୁ ସ୍ନେହରେ ସମସ୍ତେ ମନେ ରଖୁଛନ୍ତି । ଡେୟାର ଡେଭିଲ ବହି ପାଇଁ ମୁଁ ବହୁତ ଖୁସି । ଇଣ୍ଡୋନେସିଆ ସ୍ୱାଧୀନତାରେ ତାଙ୍କ ଯୋଗଦାନ, ଗରିବ କଲ୍ୟାଣ କଥା ଏବେ ମଧ୍ୟ ମନେ ରହିଛି । ସେ ଜଣେ ସଚ୍ଚା ଜାତୀୟତାବାଦୀ ନେତା । କାଶ୍ମୀର ମିଶନରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ବହି ବିଜୁ ବାବୁଙ୍କ ଜନ୍ମଭୂମି ପ୍ରତି ସେବା ମନୋଭାବକୁ ପିଲାଙ୍କ ପାଖରେ ପହଞ୍ଚାଇବ ।

ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ ଏହି ଅବସରରେ ସ୍ୱର୍ଗୀୟ ବିଜୁ ପଟନାୟକଙ୍କ ସ୍ମୃତି ଚାରଣ କରିଥିଲେ । ୧୯୯୦ ଦଶକରେ ବିଜୁ ପଟ୍ଟନାୟକ ତାଙ୍କୁ ୨୧ ଦିନ ଜେଲ ପଠାଇ ଫ୍ରି ପବ୍ଲିସିଟି ଦେଇଥିଲେ ବୋଲି ସିଂଦେଓ କହିଥିଲେ । ଏହାସହ ତାଙ୍କ ଜେଜେବାପାଙ୍କ ମରଶରୀରକୁ ଟ୍ରକରେ ବଲାଙ୍ଗିର ପର୍ଯ୍ୟନ୍ତ ବିଜୁ ବାବୁ ନେଇକରି ଯାଇଥିଲେ ବୋଲି ସିଂଦେଓ କହିଥିଲେ ।

କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ଏହି ଅବସରରେ ଯୋଗ ଦେଇ ବିଜୁ ବାବୁ ଡେମୋକ୍ରାଟ୍ ଓ ଡେୟାର ଡେଭିଲ ଥିଲେ ବୋଲି କହିଥିଲେ । କୌଣସି ଲୋକ ବିରୋଧାଚରଣ କଲେ ମଧ୍ୟ ସେ ଶତ୍ରୁତା ଆଚରଣ କରୁନଥିଲେ । ଏବେ ରାଜନୀତିରେ ସହିଷ୍ଣୁତା ଶବ୍ଦ ହଜିବାକୁ ଲାଗିଲାଣି । ବିଜୁ ବାବୁ ସହିଷ୍ଣୁ ଥିଲେ ଓ ଡେୟାର ଡେଭିଲ ମଧ୍ୟ ଥିଲେ । ୧୯୬୨ରେ ଓଡ଼ିଶାର ପରିଚୟ ଥିଲା ଜଗନ୍ନାଥଙ୍କ ଦେଶ କିମ୍ବା ବିଜୁ ବାବୁଙ୍କ ରାଜ୍ୟ  ।

ଶ୍ରୀ ମିଶ୍ର କହିଥିଲେ ଯେ, ବିଜୁ ବାବୁ ମୋ ରାଜନୈତିକ ଜୀବନର ଟର୍ଣ୍ଣିଂପଏଣ୍ଟ୍ ଥିଲେ । ୧୯୨ରେ ପ୍ରଥମ ଦେଖା ବେଳେ ମୁଁ ଛାତ୍ର ଥିଲି । ତାଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲୁ । ମୋ ବଡ଼ ବାପାଙ୍କୁ ସେ ମୋ ବିଷୟରେ ପଚାରିଥିଲେ। ସେ ମୋତେ ଦେଖାକରିବାକୁ ଡକାଇଥିଲେ । କିନ୍ତୁ ମୁଁ ମନା କରିଥିଲି । ତେବେ, ବଡ଼ ବାପା ମୋତେ ତାଙ୍କ ପାଖକୁ ନେଇକି ଯାଇଥିଲେ । ବିଜୁ ବାବୁ ମୋତେ ଗାଡ଼ିରେ ବସିବାକୁ କହିଲେ । ମୁଁ ମନା କରି ଦେଇଥିଲି । ଆଉ ଥରେ ବିଜୁ ବାବୁଙ୍କୁ ପଥର ମାଡ଼ ହୋଇଥିଲା । ତାଙ୍କୁ ସୁରକ୍ଷା ଦେବାକୁ ବଡ଼ବାପା ଥିଲେ । ହେଲେ ତାଙ୍କୁ ହଟାଇ ନିଜେ ମାଡ଼ ଖାଇଲେ । ରକ୍ତାକ୍ତ ହେଲେ କିନ୍ତୁ, କୌଣସି ପୋଲିସ କେସ ହୋଇନଥିଲା । ଏପରି ବ୍ୟକ୍ତିତ୍ୱ ଥିଲେ ବିଜୁ । ପରେ ଓକିଲ ଭାବେ କଟକ ଆସିଥିଲି । ଖବର ପାଇ ବିଜୁ ଡକାଇଲେ ଅଫିସ । ଯାହା ବିରୋଧୀ ଦଳ ନେତାଙ୍କ ଘର ଥିଲା । ବିଜୁ ମୋତେ ନିର୍ବାଚନ ଲଢ଼ିବାକୁ କହିଲେ । ମୁଁ କହିଲି ଆପଣ ଜନତା ଦଳ, ମୁଁ ବାମ ପନ୍ଥୀ। ନିର୍ବାଚନ ଲଢ଼ିବାକୁ ମୋର ଇଚ୍ଛା ନାହିଁ । CPI ନେତା ଲୋକନାଥ ଚୌଧୁରୀଙ୍କ ସହ ବିଜୁବାବୁ ଏ ସମ୍ପର୍କରେ ଆଲୋଚନା କରିଥିଲେ । ତେଣୁ ଦଳରୁ ଇସ୍ତଫା ନ ଦେଇ ବି ଇଚ୍ଛା ବିରୋଧରେ ଜନତା ଦଳ ଟିକେଟରେ ଲଢିଲି, ଜିତିଲି ଓ କ୍ୟାବିନେଟ ମନ୍ତ୍ରୀ ହେଲି ।

ଗରିବଙ୍କ ଦୁଃଖ ବେଳର ସାଥୀ ସାଜିଛି ସ୍ୱର୍ଗରଥ

ରାୟଗଡ଼ା: ବିଭିନ୍ନ ସମୟରେ ଶବକୁ ଅସମ୍ମାନ ଖବର ସାମନାକୁ ଆସୁଛି । କିନ୍ତୁ ଏବେ ନିସ୍ୱାର୍ଥପର ସେବା ଦେଇଛି ନୂଆ ପରିଚୟ । ୨୪ ଘଣ୍ଟା ନିଜ ସେବାକୁ ନେଇ ତତ୍ପର ଥିବା ଦୁଇ ଜଣ ସମାଜସେବୀଙ୍କର ଏହି କଥା ।  ଦୟାନିଧି ଓ ସଂଜୟ ନାମକ ଦୁଇଜଣ ବ୍ୟକ୍ତି ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ରାୟଗଡ଼ା ଜିଲ୍ଲା ଗୁଣପୁରରେ ସ୍ଥାନୀୟ ଅଞ୍ଚଳରେ ମାଗଣାରେ ଶବ ବୋହି ଏହି ଦୁଇ ଜଣ ବ୍ୟକ୍ତି ବେଶ ପରିଚିତ ହୋଇ ପାରିଛନ୍ତି । ସ୍ୱାର୍ଥପର ଦୁନିଆରେ ନିସ୍ୱାର୍ଥପରତା ସେମାନଙ୍କୁ ଦେଇଛି ଆତ୍ମତୃପ୍ତି । ମାଗଣାରେ ୪୨୦ଜଣଙ୍କ ଶବବୋହି ପାଲଟିଛନ୍ତି ଉଦାହରଣ । ରାୟଗଡ଼ା ଜିଲ୍ଲା ଗୁଣୁପୁରର ଦୁଇ ସମାଜସେବୀ ସାଉଁଟୁଛନ୍ତି ଏହି ପ୍ରଶଂସା ।

ସେବା ଯୋଗାଉଛି ସ୍ୱର୍ଗରଥ । ଗରିବ ଅସହାୟଙ୍କ ଦେବଦୂତ ପାଲଟିଛନ୍ତି ଗୁଣୁପୁରର ଦୟାନିଧି ବାରିକ ଓ ସଂଜୟ ସାହୁ ।  ୨୪ ଘଣ୍ଟା ନିଜ ସେବାକୁ ନେଇ ଉଭୟେ ବେଶ ସଜାଗ ।  ଆଜି ପର୍ଯ୍ୟନ୍ତ ଦୟାନିଧି ୪୨୦ଜଣଙ୍କ ଶବ ମାଗଣାରେ ଗାଡ଼ିରେ ବୋହି ନେଇଛନ୍ତି । ଏଥିରେ ତାଙ୍କୁ ସହଯୋଗ କରିଛନ୍ତି ସଂଜୟ ସାହୁ ନାମକ ଜଣେ ବ୍ୟକ୍ତି । ଗାଡ଼ିର ଆବଶ୍ୟକୀୟ ଖର୍ଚ୍ଚ ବହନ କରୁଛନ୍ତି ସଂଜୟ ।

ନିଜସ୍ୱ ଉଦ୍ୟମରେ ଦୟାନିଧି ଓ ସଞ୍ଜୟ ଜୟ ଜଗନ୍ନାଥ ମହାପ୍ରୟାଣ ସଂସ୍ଥା ଖୋଲିଛନ୍ତି ଏବଂ ଶବ ବୋହିବା ପାଇଁ ରହିଛି ସ୍ୱର୍ଗରଥ ନାମକ ଏକ ଗାଡ଼ି । ବିଭିନ୍ନ ସମୟରେ ସଂସ୍ଥା ପକ୍ଷରୁ ଅଜଣା ମହିଳା ଓ ପୁରୁଷଙ୍କ ଶବ ସଂସ୍କାର କରାଯାଇଛି । ସ୍ୱର୍ଗରଥ ସେବା ଦ୍ଵାରା ସ୍ଥାନୀୟ ବାସିନ୍ଦା ବେଶ ଉପକୃତ ହେଉଛନ୍ତି ।

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଟିଓ । ନବରଂଗପୁର ଆରଟିଓ ଗଣେଶ୍ୱର କହଁରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଚାକିରି କରାଇଦେବା ନାଁରେ ଲକ୍ଷ୍ମୀ ହରିଜନ ନାମକ ଜଣେ ଯୁବକଙ୍କ ଠାରୁ ଲାଞ୍ଚ ନେଉଥିଲେ । ଲାଞ୍ଚ କାରବାର ପରେ ଟଙ୍କା ଫେରାଇବା ପାଇଁ ଯୁକ୍ତିତର୍କର ଏକ ଭିଡ଼ିଓ ଗତ ୨୧ ତାରିଖରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

ପରେ ୨୨ତାରିଖରେ ଆର୍‌ଟିଓ ଅଫିସର ଡାଟା ଏଣ୍ଟ୍ରି ଅପରେଟର୍‌  ଲକ୍ଷ୍ମୀ ହରିଜନ, ଆର୍‌ଟିଓଙ୍କ ବିରୋଧରେ ନବରଙ୍ଗରପୁର ଥାନାରେ ଏତଲା ଦେଇଥିଲେ । ବାସଭବନ, ଅଫିସ ଓ ଭଡ଼ାଘର ସହ ଏକକାଳୀନ ୬ ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍‌ । କନ୍ଧମାଳ, ବୌଦ୍ଧ, ଭୁବନେଶ୍ୱର ଓ ଗଜପତିରେ ମଧ୍ୟ ରେଡ୍‌ ଚାଲିଛି । ଭିଜିଲାନ୍ସର ୩ ଜଣିଆ ଟିମ୍‌ ଏହି ଚଢାଉରେ ସାମିଲ ହୋଇଛନ୍ତି ।

ଆଜି ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ବଲିଉଡର ବିଗ ବଜେଟ ଫିଲ୍ମ ବାଗି-ଥ୍ରୀ

ଆଜି ଫ୍ରାଇଡେ ରିଲିଜରେ ପରଦାକୁ ଆସିବ ବଲିଉଡର ବିଗ ବଜେଟ ଫିଲ୍ମ ବାଗି-ଥ୍ରୀ । ଆକ୍ସନ ଷ୍ଟାର ଟାଇଗର ସ୍ରାେଫ୍ ଏବଂ ଶ୍ରଦ୍ଧା କପୁର ଲିଡ ରୋଲରେ ଅଛନ୍ତି । ଏଥିସହ ବିଜୟ ବର୍ମା, ରିତେଶ ଦେଶମୁଖ, ଅଙ୍କିତା ଲୋଖଣ୍ଡେ ମଧ୍ୟ ଫିଲ୍ମରେ ଚମତ୍କାର ଅଭିନୟ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅହମ୍ମଦ ଖାନ୍‌ ।

ଫିଲ୍ମରେ କିଛି ଷ୍ଟଣ୍ଟ ସିନ୍‌କୁ ନେଇ ଚର୍ଚ୍ଚା ହେଉଛି । ଫିଲ୍ମର ଅଧିକାଂଶ ସୁଟିଂ ବିଦେଶରେ ହୋଇଛି । ଏଥିସହ ଚମତ୍କାର ଗୀତ ମଧ୍ୟ ଫିଲ୍ମରେ ରହିଛି । ପାଖାପାଖି ୧୦୦ କୋଟି ଟଙ୍କା ଫିଲ୍ମର ବଜେଟ ରହିଛି । ଫିଲ୍ମର କାହାଣୀ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି ।

ଆଉ ଦିନକ ପରେ ମହିଳା ଟି-୨୦ କ୍ରିକେଟର ଫାଇନାଲ ମ୍ୟାଚ, ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

0

ଅଷ୍ଟ୍ରେଲିଆ: ଆଉ ଦିନକ ପରେ ମହିଳା ଟି-୨୦ କ୍ରିକେଟର ଫାଇନାଲ ମ୍ୟାଚ । ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ-ସାଉଥ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତ ପୂର୍ବରୁ ଫାଇନାଲରେ ସ୍ଥାନ ପାଇ ସାରିଛି । ବର୍ଷା କାରଣରୁ ଇଂଲଣ୍ଡ ସହ ମ୍ୟାଚ ବାତିଲ ହେବା ପରେ ପଏଣ୍ଟ ଅଧିକ ଦୃଷ୍ଟିରୁ ଫାଇନାଲକୁ ଯାଇଛି ଭାରତ ।

ପୂର୍ବରୁ ଭାରତ କେବେବି ଫାଇନାଲରେ ପହଁଚି ପାରିନଥିଲା । ସେପଟେ ଲଗାତାର ଚାମ୍ପିଆନ ଅଷ୍ଟ୍ରେଲିଆକୁ ଭେଟିବ ଦଳ । ଏଥିପାଇଁ ଦଳକୁ ସତର୍କତାର ସହ ଖେଳିବାକୁ ପଡ଼ିବ । ଭାରତ ଫାଇନାଲ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଅଧିନାୟକ ହରମନପ୍ରିତ କୈାର । ଭାରତ ପ୍ରଥମ ଥର ଫାଇନାଲକୁ ଯାଇଥିବାରୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଆସନ୍ତା ରବିବାର ସିଡନି ମ୍ୟାଚ ଅନୁଷ୍ଠିତ ହେବ ।

ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ କଚ୍ଚା ଘରେ ବାସ କରୁଥିବା ୨୫ ଲକ୍ଷ ପରିବାରଙ୍କୁ ଇତି ମଧ୍ୟରେ ପକ୍କାଘର ଯୋଗାଇ ଦେଇ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଛି । ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଏହି ସଫଳତାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,  ଗ୍ରାମାଞ୍ଚଳ ରହୁଥିବା ପ୍ରତ୍ୟେକ ନାଗରିକର ମୁଣ୍ଡ ଉପରେ ଖଣ୍ଡେ ଭଲ ଛାତ ଥାଉ ଏହା ଥିଲା ଜନନାୟକ ବିଜୁବାବୁଙ୍କ ଅଭିଳାଷ । ଏହାକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇ ରାଜ୍ୟକୁ କଚ୍ଚାଘର ମୁକ୍ତ କରିବା ଲକ୍ଷ୍ୟରେ ଉଦ୍ୟମ ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳର ଯୋଗ୍ୟ ୨୦ ଲକ୍ଷ ପରିବାରଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଯେଉଁମାନଙ୍କୁ ପ୍ରାଥମିକତା ଭିତ୍ତିରେ ପର୍ଯ୍ୟାୟକ୍ରମେ ପକ୍କାଘର ଯୋଗାଇ ଦିଆଯିବ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୯ ଜଣ ହିତାଧିକାରୀଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ବଣ୍ଟନ କରିଥିଲେ ।

ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ୫-ଟି ପ୍ରୟାସ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନ୍‌ଲାଇନ୍‌ କେସ୍ ରେକର୍ଡ ପରିଚାଳନା ଏବଂ ଆମ ଘର ମୋବାଇଲ ଆପ୍‌ର ଶୁଭାରମ୍ଭ କରିଥିଲେ । ଏହି ଅନ୍‌ଲାଇନ୍‌ କେସ୍ ରେକର୍ଡ ପରିଚାଳନା ମାଧ୍ୟମରେ ହିତାଧିକାରୀମାନେ ବ୍ୟକ୍ତିଗତ ଭାବରେ ଗ୍ରାମୀଣ ବାସଗୃହ ଯୋଗାଣ ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ । ପୁନଶ୍ଚ ଆମ ଘର ମୋବାଇଲ୍‌ ଆପ୍ ମାଧ୍ୟମରେ ଗୃହ ନିର୍ମାଣ ନିମନ୍ତେ ଥିବା ବିଭିନ୍ନ ଥିବା ବିଭିନ୍ନ କିସ୍ତି ଗୁଡ଼ିକର ପ୍ରକ୍ରିୟା ଏବଂ ଫଟୋ ଅପ୍‌ଲୋଡ୍‌  କରାଯାଇପାରିବ । ଆଜିର ଏହି ଉତ୍ସବ ପାଳନ ଅବସରରେ ଗ୍ରାମୀଣ ବାସଗୃହ ଯୋଜନାରେ ରାଜ୍ୟରେ ଉପକୃତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ୨୧ଟି ଅନନ୍ୟ ସଫଳ କାହାଣୀକୁ ନେଇ ସଂକଳନ ହୋଇଥିବା A Coffe Table Book ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲା ।

ସମାରୋହରେ ଯୋଗଦେଇଥିବା ମାନ୍ୟବର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଥିଲେ ।

ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଉତ୍ତମ ସେବା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ ନିମନ୍ତେ ରାଜ୍ୟ ସରକାର ୪ଟି ବିଭାଗ ଯଥା ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଚିକିତ୍ସାଳୟ, ଅଙ୍ଗନଓ୍ୱାଡି କେନ୍ଦ୍ରର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଏଣିକି ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଦ୍ୱାରା କରାଯିବ । ଏଥିପାଇଁ ଆଜିର ପବିତ୍ର ଦିବସରେ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ଆମ ବିଭାଗର ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏହି ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଅର୍ଥମନ୍ତ୍ରୀ , ଯୋଜନା ଓ ସମନ୍ୱୟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ଅନନ୍ୟ ସଦସ୍ୟ ବୃନ୍ଦ, ମାନ୍ୟବର ସାଂସଦ ବୃନ୍ଦ, ମାନ୍ୟବର ବିଧାୟକ ବୃନ୍ଦ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ଶାସନ ସଚିବ ବୃନ୍ଦ ଏବଂ ଅନ୍ୟାନ୍ୟ ସରକାରୀ ପଦାଧିକାରୀ ଉପସ୍ଥିତ ଥିଲେ ।

ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସମାରୋହରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ ସମାରୋହରେ ଉପସ୍ଥିତ ଥିବା ସମସ୍ତ ବରେଣ୍ୟ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରି କରିଥିଲେ ।

ସୋସିଆଲ ମିଡିଆରେ କରୋନା କୋକୁଆ ଭୟ,କେତେ ସତ କେତେ ମିଛ !

କରୋନା ଡରାଉଛି । ଦୁନିଆ କରୋନା ଡରରେ ଥରହର କହଲେ ଭୁଲ ହେବନି । କରୋନାର କୋକୁଆ ଭୟକୁ ଇନ୍ଧନ ଯୋଗାଉଛି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୁଜବ ସବୁ । ଚୀନରୁ ବାହାରିଥିବା ଏହି ମହାମାରିରେ ଏପର୍ଯ୍ୟନ୍ତ  3,283 ଜଣ ପ୍ରାଣ ହରାଇଲେଣି ।  ଭାରତରେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ୨୯ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି  । ଏମିତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର କେତେ ମିଛ କେତେ ସତ ତାହା ଜାଣିବା ଜରୁରୀ । ଆସନ୍ତୁ ଜାଣିବା ଏମିତି ୧୦ ଗୁଜବ ବିଶୟରେ ଯାହା ସଂପୂର୍ଣ୍ଣ ମିଛ..

  1. ଭାଇରାଲ ପୋଷ୍ଟଆପଣଙ୍କ ରଙ୍ଗ ଯଦି କଳା,ତେବେ କରୋନା ଆପଣଙ୍କର କିଛି ବିଗାଡି ପାରିବ ନାହିଁ । ସୋସିଆଲ ମିଡିଆରେ ଜୋରରେ ଭାଇରାଲ ହେଉଥିବା ଏକ ପୋଷ୍ଟ ଅନୁସାରେ ଜଣେ ବ୍ୟକ୍ତି କରୋନା କବଳରୁ ଏଥିପାଇଁ ବଂଚିଗଲେ ଯେ, ତାଙ୍କ ରଙ୍ଗ କଳା ଥିଲା । କଳା ରଙ୍ଗ ବାଲାଙ୍କ କରୋନା ପ୍ରତିରୋଧକ ଶକ୍ତି ଅଧିକ ବୋଲି ଏହି ଭାଇରାଲ ପୋଷ୍ଟ ଦାବି କରୁଛି ।
    ସତବିଶେଷଜ୍ଞଙ୍କ ଅନୁସାରେ କରୋନା କଳା ଗୋର ଦେଖି ଆକ୍ରମଣ କରେନା । କଳା ରଙ୍ଗ ଲୋକଙ୍କ କରୋନା ପ୍ରତିରୋଧକ ଶକ୍ତି ଅଧିକ ବୋଲି ହେଉଥିବା ଦାବି ମିଛ । ସେମିତି ହୋଇଥିଲେ ଆଫ୍ରିକୀୟ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇ ନଥାନ୍ତେ ।
  2. ଭାଇରାଲ ପୋଷ୍ଟ:ମଦ ପିଇଲେ କରୋନା କିଛି କରି ପାରିବ ନାହିଁ

ସତବିଶ୍ୱସ୍ସସ୍ଥ୍ୟ ସଂଗଠନ ତରଫରୁ କରୋନାକୁ ନେଇ ଜାରି କରା ଯାଇଥିବା ଗାଇଡ୍ ଲାଇନରେ ମଦ ସମ୍ବନ୍ଧରେ ଉଲ୍ଲେଖ ତ’ ଅଛି । କିନ୍ତୁ କେଉଁଠି ମଧ୍ୟ ଏହା ଦାବି କରିନି ଯେ, ମଦ ପିଇବା ଦ୍ୱାରା କରୋନା ସଂକ୍ରମଣରୁ ବଂଚା ଯାଇ ପାରିବ । ଡବ୍ଲ୍ୟୁଏଚଓ କହିଛି ଯେ, ହାତ ଧୋଇବା କରୋରନାରୁ ବଂଚିବାର ଏକ ଉପାୟ । ହାତ ଅଧିକ ମଇଳା ହୋଇଥିଲେ ମଦ ଆଧାରିତ ହ୍ୟାଣ୍ଡ୍ ୱାସ୍ ବ୍ୟବହାର କରିବାକୁ ବିଶ୍ୱସ୍ୱସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି । କିନ୍ତୁ ମଦ ପିଇବା ଦ୍ୱାରା କରୋନାରୁ ବର୍ତ୍ତି ହେବ ଏକଥା କହିନାହିଁ ।

  1. ଭାଇରାଲ ପୋଷ୍ଟଇସଲାମ୍ ଧର୍ମ ଗ୍ରହଣ କଲେ କରୋନା କିଛି କରିବ ନାହିଁ । ଚୀନରେ ଲୋକ ଇସଲାମ ଧର୍ମ ଗ୍ରହଣ କରୁଛନ୍ତି,କୋରାନରେ ଅଛି କରୋନାରୁ ବଂଚିବା ଉପାୟ

ସତଡାହା ମିଛ । ରୋଗ ଧର୍ମ ଦେଖେ ନାହିଁ । ଏତିକି ବୁଝିବା ନିଶ୍ଚୟ ରକେଟ୍ ସାଇନ୍ସ ନୁହେଁ ।

  1. ଭାଇରାଲ ପୋଷ୍ଟ: ଥାଇଲାଣ୍ଡରେ ଆଣ୍ଟି ଏଚଆଇଭି ଡ୍ରଗ୍ ଦ୍ୱାରା କରୋନା ରୋଗୀ ୪୮ ଘଣ୍ଟାରେ ଠିକ୍ ହେଲେ ।

ସତ:  କରୋନା ଭାଇରସ ସଂକ୍ରମିତଙ୍କୁ ୪୮ ଘଣ୍ଟାରେ ଠିକ୍ କରାଯିବା ଦାବି ସଂପୂର୍ଣ୍ଣ ରୂପେ ଭୁଲ । ଥାଇଲାଣ୍ଡ୍ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ  ରୋଗୀଙ୍କୁ ଆଣ୍ଟି ଏଚଆଇଭି ଡ୍ରଗ୍ ଦିଆଯାଇଥିଲା  । ୪୮ ଘଣ୍ଟାରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିଲା କିନ୍ତୁ ସେ ପୁରାପୁରି ଠିକ୍ ହୋଇନଥିଲେ ।

  1. ଭାଇରାଲ ପୋଷ୍ଟଚୀନରେ କରୋନା ସଂକ୍ରମିତଙ୍କୁ ସରକାର ହତ୍ୟା କରୁଛନ୍ତି
    ସତ: ଏଭଳି ଦାବି ମିଛ ପ୍ରମାଣିତ ହୋଇଛି । ଚାଇନା ଗ୍ଲୋବାଲ ଟେଲିଭିଜନ୍ ନେଟୱର୍କ ଏଭଳି ଦାବିକୁ ଖଣ୍ଡନ କରିଥିଲା ।
  2. ଭାଇରାଲ ପୋଷ୍ଟ ରସୁଣ କରୋନା ଭାଇରସ ବିରୋଧରେ ବ୍ରହ୍ମାସ୍ତ୍ର
    ସତବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଏଭଳି ଦାବିକୁ ଖଣ୍ଡନ କରିଛି ।
  3. ଭାଇରାଲ ପୋଷ୍ଟ ହୋଲିରେ ଚୀନ ସାମଗ୍ରୀ ନକିଣିବାକୁ ଭାରତ ସରକାରଙ୍କ ଅପିଲ
    ସତନା ଭାରତ ସରକାର ନା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କେହି ମଧ୍ୟ ଏଭଳି ଗାଇଡ୍ ଲାଇନ୍ ଜାରି କରି ନାହାନ୍ତି ।
  4. ଭାଇରାଲ ପୋଷ୍ଟ:ଗୋଟିଏ ଭାଇରାଲ ଭିଡିଓରେ ଚୀନ ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଦେଶ ଭିତରେ କିଛି ଅଂଚଳ ମଧ୍ୟକୁ ସଡକ ବନ୍ଦ କରିଦେଇଛି ।

ସତ: ଏଭଳି ଦାବି ମିଥ୍ୟା ବୋଲି ଚୀନ ଦାବି କରିଛି ।

  1. ଭାଇରାଲ ପୋଷ୍ଟ: ଭାରତ କରୋନା ଭାଇରସର ଟିକା ଉଦ୍ଭାବନ କରିଛି ।

ସତ: ସୋସିଆଲ ମିଡିଆରେ ଉଡିଥିବା ମିଛ । ଭାରତ ଏପର୍ଯ୍ୟନ୍ତ କୌଣସି ଟିକା ବିକଶିତ କରିନାହିଁ ।

  1. ଭାଇରାଲ ପୋଷ୍ଟ:ସୋସିଆଲ ମିଡିଆରେ କାର୍ଟୁନ ପ୍ରୋଗ୍ରାମ ’ଦ ସିମ୍ପସନ୍ସ’ର ଫଟୋ ଭାଇରାଲ ହୋଇଥିଲା । ୧୯୯୩ ମସିହାରେ ପ୍ରସାରିତ ଗୋଟିଏ ଏପିସୋଡରେ କରୋନା ଭାଇରସ ସମ୍ପର୍କରେ ଭବିଷ୍ୟବାଣୀ କରା ଯାଇଥିଲା ବୋଲି ଦାବି କରା ଯାଉଛି ।

 ସତ‘‘ଦ ସିମ୍ପସନ୍ସ’’ର ଏଭଳି କୌଣସି ଦାବି କରା ଯାଇନଥିଲା । ୧୯୯୩ର ସିଜନ ୪ର ଗୋଟିଏ ଏପିସୋଡରେ ଓସାକା ଫ୍ଲୁ ବାବଦରେ କୁହା ଯାଇଥିଲା । କରୋନା ସଂପର୍କରେ ନୁହେଁ ।