ଅନୁମତି ଦେଲା ସୁରତ ପ୍ରଶାସନ: ବସ୍‌ ଭଡ଼ା କରି ଫେରୁଛନ୍ତି ୨୧୬ ପ୍ରବାସୀ ଓଡ଼ିଆ

1 min read

ବ୍ରହ୍ମପୁର: ନୈକା ପରେ ଏବେ ବସ୍‌ରେ ବାହୁଡ଼ା । ସୁରତରୁ ଓଡ଼ିଶା ଅଭିମୁଖେ ବାହାରିଲେ ପ୍ରବାସୀ ଓଡ଼ିଆ । ନିଜ ଖର୍ଚ୍ଚରେ ବସ୍‌ ଭଡ଼ା କରି ଓଡ଼ିଶା ଫେରୁଛନ୍ତି ପ୍ରବାସୀ । ୪ଟି ବସ୍‌ ଭଡ଼ା କରି ୨୧୬ ଜଣ ପ୍ରବାସୀ ଫେରୁଥିବା ସୂଚନା । ପ୍ରତି ବସ୍‌ରେ ରହିଛନ୍ତି ୫୦ରୁ ଊର୍ଦ୍ଦ୍ୱ ଯାତ୍ରୀ ।  ସୁରତ୍ ଜିଲ୍ଲାପାଳଙ୍କ ଅନୁମତି ପରେ ବସ୍‌ ଭଡ଼ା କରି ଓଡ଼ିଶା ଫେରୁଛନ୍ତି । ଫେରୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାର । ଏ ବାବଦରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅବଗତ ଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପଳ ବିଜୟ ଅମୃତ କୁଲାଙ୍ଗେ । ସେମାନେ ଆସିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ । ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯିବ, ତା’ ପରେ ଲକ୍ଷଣ ଦେଖାଯିବ । ସେମାନଙ୍କ ମଧ୍ୟରୁ କାହାର ଟେଷ୍ଟ କରାଯିବ, ସେନେଇ ମେଡିକାଲ ଟିମ୍ ନିଷ୍ପତ୍ତି ନେବେ । ମେଡିକାଲ ଟିମ୍ ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏ ସମସ୍ତ ପ୍ରକ୍ରିୟା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୂଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

https://www.facebook.com/NandighoshaTV/videos/2499445130273144/

ତେବେ ଗତକାଲିର ଆଲୋଚନା ପରେ ଆଜି ଆକ୍ସନ ଦେଖିବାକୁ ମିଳିଛି ।  ଗତକାଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା ହୋଇଥିଲା । ଫେରିବାକୁ ବ୍ୟାକୁଳ ଥିବା ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷିତ ଫେରିବା ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାପରେ ଲକ୍‌ଡାଉନ୍‌ କଟକଣା ସତ୍ତ୍ୱେ ଆଜି ସୁରତ୍‌ ପ୍ରଶାସନ ପକ୍ଷରୁ ପ୍ରବାସୀ ଓଡ଼ିଆଙ୍କ ଫେରିବା ନେଇ ଅନୁମତି ଦିଆଯାଇଛି ।

ନିରାପଦରେ ଘରକୁ ଫେରିବେ ଓଡ଼ିଆ ଶ୍ରମିକ

ବସ୍‌ରେ ଯାତ୍ରା ପୂର୍ବରୁ ସୁରତ ପୌରପାଳିକା କର୍ମଚାରୀଙ୍କ ପକ୍ଷରୁ ବସ୍‌କୁ ସମ୍ପୂର୍ଣ୍ଣଭାବେ ବିଶୋଧନ କରାଯାଇଥିଲା । ତା’ ପରେ ସେମାନେ ଯାତ୍ରା ଆରମ୍ଭ କରିଥିଲେ । ଏଥିସହିତ ଯାତ୍ରା ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ହୋଇଥିବା ପ୍ରବାସୀ ଓଡ଼ିଆ ପରିବାରର ସଭାପତିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

 

Leave a Reply