କରୋନାକୁ ମାତ ଦେଉଛି ଭାରତ, ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬ ଶହରୁ ଅଧିକ ଲୋକ

1 min read

ନୂଆଦିଲ୍ଲୀ: କରୋନାକୁ ମାତ ଦେଉଛି ଭାରତ । ସଂକ୍ରମଣ ରୋକିବାରେ ସହାୟକ ହୋଇଛି ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ । ଗତ ୨୪ ଘଣ୍ଟାରେ ଦେଶରେ ୬ ଶହରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି , ମାତ୍ର ୧ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ମୃତ୍ୟା ସଂଖ୍ୟା ୫୩ ରହିଛି । ଏହାକୁ ମିଶାଇଲେ ଭାରତରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ଟପିଛି । ମୃତ୍ୟୁ ସଖ୍ୟା ୯ ଶହ ପାର କରିଥିବା ବେଳେ ୭ ହଜାରରୁ ଅଧିକ ଜଣ ସୁସ୍ଥ ହୋଇଛନ୍ତି ।

ଆରୋଗ୍ୟ ହାର ୨୨.୧୭ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୧୪  ଦିନରେ ୮୫ ଜିଲ୍ଲାରୁ ଆସିନି କୈାଣସି କରୋନା କେସ । ମୁମ୍ବାଇରେ କିନ୍ତୁ ସ୍ଥିତି ଗମ୍ଭୀର ରହିଛି । ୧୫ ମେ ସୁଦ୍ଧା ମୁମ୍ବାଇ ମହାନଗରୀରେ ୭୫ ହଜାର ଛୁଇଁପାରେ କରୋନା ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସରକାରଙ୍କ ଆସେସ୍‌ମେଣ୍ଟ ଟିମ୍‌ ଏହି ଅନୁମାନ କରିଛି । ତେଣୁ ମେ ମାସର ତୃତୀୟ ସପ୍ତାହ ମୁମ୍ବାଇ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି।

ମୁକାବିଲା ପାଇଁ ବିଏମ୍‌ସି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛି। କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଲକ୍ଷଣ ନଥିବା ରୋଗୀଙ୍କ ପାଇଁ ଅଧିକ ସଂଖ୍ୟାରେ କୋଭିଡ୍‌-୧୯ କେୟାର ସେଣ୍ଟର, ଘରୋଇ ହସପିଟାଲର କ୍ଷମତା ବୃଦ୍ଧି କରାଯିବା ନେଇ ପ୍ରସ୍ତୁତି ଚାଲିଛି । ମୁମ୍ବାଇରେ ମୋଟ୍‌ ୮ ହଜାରରୁ ଅଧିକ ଜଣ କରୋନା କବଳକୁ ଆସିସାରିଛନ୍ତି । ଏଠାରେ ମୃତ୍ୟୁ ସଂଖ୍ୟା ୩୬୯  ରହିଛନ୍ତି । ସେପଟେ ଗୁଜୁରାତରେ ୩ ହଜାରରୁ ଅଧିକ ଜଣ କରୋନାରେ ଆକ୍ରନ୍ତ ହୋଇଛନ୍ତି ।

Leave a Reply