spot_img
Home Blog Page 7191

ସ୍କୁଲରେ ଗୋଟିଏ ଦିନ ମିଳିବ ପାଠ ପଢ଼ାରୁ ମୁକ୍ତି

ଗଞ୍ଜାମ: ପ୍ରତି ଶନିବାର ହେବ ନୋ ବ୍ୟାଗ ଡ଼େ । ଏଥର ଛାତ୍ରଛାତ୍ରୀ ସ୍କୁଲ ବ୍ୟାଗ୍‌ ନ ନେଇ ଯିବେ ସ୍କୁଲ । ଗୋଟିଏ ଦିନ ଫୁରସତ ମିଳିବ ଛାତ୍ରଛାତ୍ରୀଙ୍କୁ ବ୍ୟାଗ୍‌ ବୋହିବାରୁ । ପାଠ ବଦଳରେ ସ୍କୁଲରେ ମିଳିବ ସାଠର ଜ୍ଞାନ । ଯାହାପାଇଁ ଆଜିଠୁ ଗଞ୍ଜାମରେ ଆରମ୍ଭ ହୋଇଛି ନୋ ସ୍କୁଲ ବ୍ୟାଗ ଡ଼େ । ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଏହି ପ୍ରୟାସ କରାଯାଇଛି ।

ପୂରାତନ ଯୁଗରେ ଯେଉଁସବୁ ଜ୍ଞାନ ଗୁରୁକୂଳରେ ରହି ଶିଷ୍ୟ ମାନେ ଶିଖୁଥିଲେ । ସେହି ଜ୍ଞାନ ସବୁ ଏବେ ସ୍କୁଲରେ ମିଳିବ । ସପ୍ତାହରେ ଗୋଟିଏ ଦିନ ପଢ଼ାରୁ ମୁକ୍ତି ପାଇବେ । ଶନିବାର ପାଠପଢା ବ୍ୟତିତ ଯୋଗଶିକ୍ଷା, ସଫେଇ, ପ୍ଲାଷ୍ଟିକ ବ୍ୟବହାର ନିଷେଧ ନେଇ ସଚେତନତା କରାଯିବ । ଜିଲ୍ଲା ପ୍ରଶାସନର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ଇରାନ ଓ ଇଟାଲିରେ ଚାଇନାଠୁ ସାଙ୍ଘାତିକ ରୂପ ନେଲାଣି କରୋନା ଭାଇରସ

ସାରା ବିଶ୍ୱରେ ବଢୁଛି କରୋନାର କାୟା । କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ସରକାରୀ କର୍ମଚାରୀଙ୍କ ରିପୋର୍ଟ ଅନୁଯାୟୀ କରୋନାଭାଇରସ୍ ଦ୍ୱାରା ୧ଲକ୍ଷ ୩ଶହ ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ।

ବିଶ୍ୱର ୯୧ ଦେଶରେ କରୋନା ଆତଙ୍କ ଖେଳାଇଥିବା ବେଳେ, ୩୪ ଶହ ପାର ହେଲାଣି ମୃତକଙ୍କ ସଂଖ୍ୟା । ଚୀନ ପରେ ଇରାନ ଓ ଇଟାଲୀରେ ଦୃତଗତିରେ ବଢୁଛି ମୃତକଙ୍କ ସଂଖ୍ୟା । ଇଟାଲୀରେ ୧୦୦ ଟପିଲାଣି ମୃତକଙ୍କ ସଂଖ୍ୟା । ଚୀନ ଠାରୁ ଅନ୍ୟଦେଶରେ କରୋନାର ଭୟ ଅଧିକ ରହିଛି । ଚୀନରେ ଯେଉଁ ସଂଖ୍ୟାରେ ମୃତ୍ୟୁ ହେଉଥିଲା ତାଠୁ ଅଧିକ ମାତ୍ରାରେ ଅନ୍ୟ ଦେଶରେ ମୃତ୍ୟୁ ହେଉଛି ।

ସେପଟେ ଆମେରିକାର କାଲିଫର୍ଣ୍ଣିଆରେ କୋରନା ଭୟରେ ଆପାତକାଳୀନ ସ୍ଥିତି ଘୋଷଣା କରାଯାଇଛି । ଡବ୍ଲୁଏଚ୍‌ଓ  ଏହାକୁ ବିଶ୍ୱ ସଂକଟ ଭାବେ ଘୋଷଣା କରିଥିବା ବେଳେ,  ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ହେବାକୁ ଥିବା ଫେଷ୍ଟିଭାଲ, ସଭାସମିତି  ବନ୍ଦ କରାଯାଇଛି ।

ନିର୍ଭୟା ଦୋଷୀ ମୁକେଶର ଫାଶୀରୁ ବଞ୍ଚିବା ପାଇଁ ପୁଣି ନୂଆ ଚାଲ

ନୂଆଦିଲ୍ଲୀ: ବାରମ୍ବାର ଫାଶୀ ଘୁଞ୍ଚିବା ପରେ ନୂଆ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଛନ୍ତି କୋର୍ଟ । ମାର୍ଚ୍ଚ ୨୦, ଭୋର ୫ଟା ୩୦ରେ ଏକସାଙ୍ଗରେ ୪ଜଣଙ୍କୁ ଦିଆଯିବ ଫାଶୀ । ଏପଟେ ଫାଶୀରୁ ବଞ୍ଚିବାକୁ ନିର୍ଭୟା ଦୋଷୀ ମୁକେଶର ନୂଆ ଚାଲ ।

ଶୁକ୍ରବାର ସୁପ୍ରିମକୋର୍ଟରେ ପୁଣି ଥରେ ଆବଦେନ କରି କୁରେଟିଭ ପିଟିସନ ଦାଖଲ କରିବାକୁ ଗୁହାରି କରିଛି । ମୁକେଶ ପକ୍ଷରୁ ଆଇନଜୀବୀ ଏମ ଏଲ ଶର୍ମା ଏ ଆବଦେନ କରିଛନ୍ତି ।

ମୁକେଶ ନିଜ ଆବଦେନରେ କହିଛି ତାକୁ ଧମକ ଦେଇ ତରବରିଆ ଭାବେ ଆବେଦନ କରିଥିଲେ । ପୂର୍ବତନ ଓକିଲ ବନ୍ଦା ଗ୍ରୋଭର ତାଙ୍କ ଉପରେ ଚାପ ପ୍ରୟୋଗ କରି କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ । ଏଣୁ ପୁନର୍ବାର କ୍ୟୁରେଟିଭ ପିଟିସନ୍‌ ଦାଖଲ ପାଇଁ ଅନୁମତି ଦେବାକୁ ମୁକେଶ ଅନୁରୋଧ କରିଛି ।

ଶିଶୁ ଅଦଳବଦଳ ଅଭିଯୋଗ: ମାଟି ତଳୁ ମୃତଦେହ ବାହାର କରି କରାଯିବ ଡିଏନ୍ଏ ଟେଷ୍ଟ

ନବରଙ୍ଗପୁର (ଅଜିତ ନାୟକ): ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ । ଜଣେ ଡାକ୍ତର ରିପୋର୍ଟରେ ଶିଶୁ ମାତୃଗର୍ଭରେ ସୁରକ୍ଷିତ ରହିଥିବା କହୁଥିବାବେଳେ ଅନ୍ୟ ଜଣେ ଡାକ୍ତର ଅପରେସନ୍‌ର ୧୨ ଦିନ ପୂର୍ବରୁ ଶିଶୁ ମାତୃଗର୍ଭରେ  ମୃତ୍ୟୁବରଣ କରିଥିବା ପ୍ରକାଶ କରିଛନ୍ତି । ରିପୋର୍ଟକୁ ନେଇ ପରିବାରର ସନ୍ଦେହ ମୃତଶିଶୁର ଡିଏନଏ ପରୀକ୍ଷା କରିବା ପାଇଁ ଦାବି କରିଛନ୍ତି ପରିବାର ।

ନବରଙ୍ଗପୁର ଜିଲ୍ଲା ଝରିଗାଁର ସୀମାଞ୍ଚଳ ସାହୁ ଶିଶୁ ଅଦଳବଦଳ ଅଭିଯୋଗ କରିଛନ୍ତି ।  ତାଙ୍କ କହିବା କଥା ହେଲା  ପଡ଼ୋଶୀ ଛତିଶଗଡ଼ର ଜଗଦଲପୁର ଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ସେଇଠି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାତୃଗର୍ଭରେ  ଶିଶୁ ସୁସ୍ଥ ରହିଛି  ଓ ତା’ ଓଜନ ୨ କିଲୋଗ୍ରାମ ରହିଥିବା ସୂଚନା ଦେଇଥିଲେ ।

ଏହାପରେ ସେ  ଗତ ୨୪ ତାରିଖ ଦିନ ପତ୍ନୀଙ୍କୁ ନେଇ ଉମରକୋଟ ମେଡ଼ିକାଲର ଡାକ୍ତରଙ୍କ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ତାଙ୍କୁ ଗର୍ଭସ୍ଥ  ଶିଶୁ ସୁସ୍ଥ ଥିବା ଏବଂ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ ।  ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ଗତ ୨୭ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆଣିଥିଲେ । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟର  ଡାକ୍ତର ତାଙ୍କର ଅଲ୍ଟ୍ରାସାଉଣ୍ଡ କରିବା ପାଇଁ କହିଥିଲେ ।

ସେ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ  ଡାକ୍ତରଖାନାକୁ ଯିବା ସମୟରେ  ଡାକ୍ତର ଉପସ୍ଥିତ ନ ଥିଲେ ।  ତେଣୁ ସେ ବାଧ୍ୟ ହୋଇ ଫେରି ଆସିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀଙ୍କ ସ୍ଵାକ୍ଷର ନେଇ  ସେଦିନ ସନ୍ଧ୍ୟାରେ ଅସ୍ତ୍ରୋପଚାର କରିଥିଲେ ଏବଂ ଅସ୍ତ୍ରୋପଚାର ପରେ ତାଙ୍କର ଏକ ମୃତ ଶିଶୁ ଜନ୍ମ ହୋଇଥିବା ପ୍ରକାଶ କରିଥିଲେ ।

ଏହି ଶିଶୁ ମାତୃଗର୍ଭ ରେ ହିଁ ଗତ ୧୨ ଦିନ ପୂର୍ବରୁ ମୃତ୍ୟୁ ବରଣ କରିଥିବା କହିଥିଲେ ଡାକ୍ତର । ଏଭଳି କି ମୃତଶିଶୁ ମାତୃଗର୍ଭରେ ରହିପାରିବ ବୋଲି  ଯୁକ୍ତି ବାଢ଼ିଥିଲେ ଡାକ୍ତର । ଯାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୀମାଞ୍ଚଳ । ମୃତ ଶିଶୁର ଓଜନ ପ୍ରାୟ ୧.୯ କିଲୋଗ୍ରାମ ରହିଥିବା କୁହାଯାଇଥିଲା । ମୃତଶିଶୁକୁ ହସ୍ତାନ୍ତର ପରେ ପୋତି ଦିଆଯାଇଥିଲା ।

ତେବେ ସେହି ସମୟରେ ସୀମାଞ୍ଚଳ ମୁହଁ ଖୋଲିବାକୁ ସକ୍ଷମ ନଥିଲେ କାରଣ ତାଙ୍କ ପତ୍ନୀ ମେଡିକାଲରେ ରହି ଚିକିତ୍ସିତ ହେଉଥିବାରୁ ଆକ୍ରୋଶର ଶିକାର ହେବାର ଭୟ ରହିଥିଲା । ତେଣୁ ପତ୍ନୀ ମେଡିକାଲରୁ ଡିସଚାର୍ଜ ହେବାପରେ ଅଭିଯୋଗ କରିଥିବା କହିଛନ୍ତି ସୀମାଞ୍ଚଳ । ଏଥିସହ ମେଡିକାଲର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ପୋତା ଯାଇଥିବା ଶିଶୁକୁ ବାହାର କରି ତାହାର ଡିଏନଏ ଟେଷ୍ଟ କରିବାପାଇଁ ଦାବି କରିଛନ୍ତି । ଏନେଇ ସେ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି ।

ଘଟଣା ବାବଦରେ ଅବଗତ ହେବାପରେ ଏକ ଉଚ୍ଚସ୍ତରୀୟ ଟିମ ଗଠନ କରି ଘଟଣାର ଯାଞ୍ଚ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ପୋତାଯାଇଥିବା ମୃତଶିଶୁକୁ ମାଟି ତଳରୁ ବାହାର କରି ତାର ଡିଏନଏ ଟେଷ୍ଟ କରାଯିବ ବୋଲି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

ଟ୍ୱିଟ୍ କରି ଟ୍ରୋଲର ଶିକାର ହେଲେ ଅଭିନେତ୍ରୀ ପାୟଲ ରୋହତଗୀ

ମୁମ୍ବାଇ: ୟେସ୍ ବ୍ୟାଙ୍କରେ ଜମା ଟଙ୍କାକୁ ନେଇ ଟ୍ରୋଲ୍ ହୋଇଛନ୍ତି ଅଭିନେତ୍ରୀ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କକୁ ନେଇ ବଲିଉଡ୍ ଅଭିନେତ୍ରୀ ପାୟଲ ରୋହତଗୀ ଏକ ଟ୍ୱିଟ୍ କରିଥିଲେ । ଯାହାକୁ ନେଇ ସୋସିଆଲ୍ ମିଡିଆ ଟ୍ୱିଟରେ ତାଙ୍କୁ ଟ୍ରୋଲ୍ କରାଯାଇଛି ।ପାୟଲ ୟେସ୍ ବ୍ୟାଙ୍କକୁ ନେଇ କରିଥିବା ଟ୍ୱିଟରେ ଗୃହ ମନ୍ତ୍ରାଳୟ ଓ ପିଏମଓକୁ ଟ୍ୟାଗ୍ କରିଥିଲେ । ଯେଉଁଥିରେ ଲେଖିଥିଲେ, ‘ଏହା ଠିକ୍ ନୁହେଁ… ପୂର୍ବ ଭଳି ୟେସ୍ ବ୍ୟାଙ୍କକୁ ଚାଲୁ କରାଯାଉ । ବ୍ୟାଙ୍କରେ ମୋ ବାପାଙ୍କ ଟଙ୍କା ବି ଅଛି । ଏହା ବିଗୁଡ଼ୁଥିବା ଅର୍ଥ ବ୍ୟବସ୍ଥାର ସଙ୍କେତ ନୁହେଁ ତ ।’

https://twitter.com/Payal_Rohatgi/status/1235875133547589632

କିନ୍ତୁ, କିଛି ସମୟ ପରେ ସେ ନିଜ ଟ୍ୱିଟ୍ ଡିଲିଟ କରି ଆଉ ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ ନିଜ ପିତାଙ୍କ ଜମା ଟଙ୍କା ବ୍ୟାଙ୍କରେ ଥିବା ଲେଖି ନଥିଲେ । ତା’ପରେ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ ।

ରାଜଧାନୀରେ କରୋନା ସନ୍ଦିଗ୍ଧ: ଇଜିପ୍ଟରୁ ଫେରିଛନ୍ତି ସନ୍ଦିଗ୍ଧ ଛାତ୍ର

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ସନ୍ଦିଗ୍ଧ କରୋନା ରୋଗୀ । ରୋଗୀ ଜଣକ ଇଜିପ୍ଟରେ ପଢୁଥିବା ଓଡିଆ ଯୁବକ ବୋଲି ଜଣାପଡିଛି । ଯୁବକଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖି ଚାଲିଛି ଚିକିତ୍ସା । ରୋଗୀଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯିବ । ରିପୋର୍ଟ ଆସିବା ପରେ ରୋଗ ବାବଦରେ କୁହାଯାଇପାରିବ ବୋଲି କହିଛନ୍ତି ହସ୍ପିଟାଲ ନିର୍ଦେଶକ ।

ୟେସ୍ ବ୍ୟାଙ୍କ ରି-ଷ୍ଟ୍ରକ୍ଚରିଂ ପ୍ଲାନ୍ ଘୋଷଣା, ଦୋଷୀଙ୍କୁ କରାଯିବ ଚିହ୍ନଟ

ନୂଆଦିଲ୍ଲୀ: ବୁଡ଼ିବନି ୟେସ୍ ବ୍ୟାଙ୍କ । ଫେରସ୍ତ ମିଳିବ ଜମା ରାଶି । ୟେସ୍ ବ୍ୟାଙ୍କ ସଙ୍କଟକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଏମିତି ଦମ୍ଭୋକ୍ତି ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବ୍ୟାଙ୍କକୁ ପୁନଃ ବ୍ୟବସ୍ଥିତ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଯୋଜନା ପ୍ରସ୍ତୁତ କରିଥିବା ସେ କହିଛନ୍ତି । ୟେସ୍ ବ୍ୟାଙ୍କ ଉପରେ ଆରବିଆଇ ୨୦୧୭ ମସିହାରୁ ନଜର ରଖିଥିଲା ।

ୟେସ୍ ବ୍ୟାଙ୍କ ଠାରୁ ଅନିଲ ଅମ୍ବାନୀ, ଏସେଲ୍ ଗ୍ରୁପ୍, ଡିଏଚଏଫଏଲ, ଭୋଡ଼ାଫୋନ କମ୍ପାନୀ ଋଣ ନେଇ ସୁଝିନାହାନ୍ତି । ଏହି ସବୁ ମାମଲା ୨୦୧୪ ପୂର୍ବର, ସେତେବେଳେ ୟୁପିଏ ସରକାରରେ ଥିଲା । ଏବେ ୟେସ୍ ବ୍ୟାଙ୍କକୁ ସଙ୍କଟରୁ ଟାଳିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇ ଆଗ୍ରହ ପ୍ରକାଶ କରିଛି । ମାସକ ମଧ୍ୟରେ ବ୍ୟାଙ୍କକୁ ପୁନଃ ବ୍ୟବସ୍ଥିତ କରାଯିବ ।ତେବେ, ବ୍ୟାଙ୍କ ତରଫରୁ ପୁଞ୍ଜି ଆଣିବା ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ସଫଳତା ମିଳିନଥିଲା । ୨୦୦୪ରେ ପ୍ରତିଷ୍ଠା ହୋଇଥିଲା ୟେସ୍ ବ୍ୟାଙ୍କ । ୨୦୧୮ରେ ରିଜର୍ଭ ବ୍ୟାଙ୍କ ଏହାର ବୋର୍ଡରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲା । ପରେ ଋଣ ଆବଣ୍ଟନରେ ହେରଫେର ଯୋଗୁଁ ବ୍ୟାଙ୍କର ପୁଞ୍ଜି ହ୍ରାସ ପାଇଥିଲା ।

୨୦୧୮ରେ ବ୍ୟାଙ୍କର ନୂତନ ସିଇଓ ନିଯୁକ୍ତ କରାଯାଇଥିଲା । ପରେ ଦୁର୍ନୀତି ଯୋଗୁଁ ଆରବିଆଇ ନଜରକୁ ଆସିଥିଲେ । ୨୦୧୯ ମାର୍ଚ୍ଚରେ ପୁଣି ନୂଆ ସିଇଓଙ୍କୁ ନିଯୁକ୍ତ କରାଯାଇଛି ।

YES ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଆରବିଆଇର କଟକଣା

ଜନ୍ମମାଟିରେ ମାଷ୍ଟର ସେଫ୍ ଅବିନାଶଙ୍କୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା

ଆସିକା: ଷ୍ଟାର ପ୍ଲସ ଚ୍ୟାନେଲ୍‌ରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ମାଷ୍ଟ୍ର ସେଫ୍‌ ଇଣ୍ଡିଆ ୬ଷ୍ଠ ସିଜିନ୍‌ର ଚାମ୍ପିୟନ୍‌ ହୋଇଛନ୍ତି  ଆସିକା ଜିଲ୍ଲା କାଳଷଣ୍ଢପୁର ଗାଁର ଅବିନାଶ ନାୟକ ।

ଜାତୀୟସ୍ତରର ଏହି ରୋଷେଇ ପ୍ରତିଯୋଗିତାରେ ପ୍ରଥମ ଓଡ଼ିଆଭାବେ ଚାମ୍ପିଅନ୍ ହୋଇଛନ୍ତି ଅବିନାଶ । ଚାମ୍ପିୟନ୍‌ ହେବା ପରେ ଆଜି ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟି ଆସିକାରେ ପଂହଁଚିଥିଲେ ।

ଏହାପରେ ଅବିନାଶଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ପ୍ରଥମେ ମା’ ଖମ୍ବେଶ୍ୱରୀଙ୍କୁ ଦର୍ଶନ କଲା ପରେ ଖୋଲା ଜିପ୍‌ରେ ବସାଇ ବାଣ ଫୁଟାଇ, ବାଜା ବଜାଇ ଆସିକା ସହର ପରିକ୍ରମା କରାଇଥିଲା ଗ୍ରାମବାସୀ l ସ୍ଥାନୀୟ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ସମେତ ବିଭିନ୍ନ ସଂଗଠନ ମଧ୍ୟ ସାମିଲ ହୋଇଥିଲେ ।

ଦୁର୍ଘଟଣା ପରେ ପୋଖରୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ

ଯାଜପୁର:  ଯାଜପୁର ଟାଉନ- ବରୁହାଁ  ୨୦ ନଂ ଜାତୀୟ ରାଜପଥ ରାସ୍ତାର କବୀରପୁର ଠାରେ ଭାରସାମ୍ୟ ହରାଇ ପୋଖରୀରେ ବୁଡି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ଯାଜପୁର ଟାଉନ ଅଞ୍ଚଳର ହୋଇଥିବା ବେଳେ ଜଣକଙ୍କ ନାମ ଅଭିଜିତ  ଉପାଧ୍ୟାୟ(୨୧) ଓ ଅନ୍ୟ ଜଣେ ସୁଶିଲ ରାୟ(୨୫)। ସେମାନେ ଗତକାଲି ଘରୁ ନିଜର  ବଜାଜ୍ ପଲସର ବାଇକରେ କଟକ ଯାଇଥିଲେ। କିନ୍ତୁ ଯିବା ବାଟ‌ରେ  ବଙ୍କାଣିଆ ରାସ୍ତାରେ କୌଣସି ମତେ ଭାରସାମ୍ୟ ହରାଇ ପୋଖରୀ ଭିତରୁ ପଶି ଯାଇଥିଲେ। ରାତିର ଘଟଣା ହୋଇଥିବାରୁ ଏହାକୁ ଅନ୍ୟ ଯାତ୍ରୀମାନେ ମଧ୍ୟ ଜାଣିପାରିନଥିଲେ।  ତେବେ ଆଜି ସକାଳୁ କିଛି ଲୋକ ଗୋଟିଏ ହେଲମେଟ ଭାସୁଥିବା ଦେଖିବା ସହ ପୋଖରୀ ମୂଳରେ ବାଇକଟିଏ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ସଦର ଥାନାକୁ ଖବର ଦେଇଥିଲେ। ଗ୍ରାମାବାସୀଙ୍କ ଖୋଜାଖୋଜି ବେଳେ ପୋଖରୀରୁ ଦୁଇ ଜଣଙ୍କର ମୃତ ଦେହ ଉଦ୍ଧାର କରି ଯାଜପୁର ଟାଉନ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।  ଘଟଣା ପରେ ମେଡିକାଲ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

କରୋନା ପାଇଁ ଫେରିଲା ଆଟେଣ୍ଡାନ୍ସ ରେଜିଷ୍ଟର

ନୂଆଦିଲ୍ଲୀ: ଦେଶରେ ନିଦ ହଜାଇଲାଣି କରୋନା । ସଂକ୍ରମଣ ଦ୍ୱାରା ବ୍ୟାପୁଥିବା ଏହି ମହାମାରୀକୁ ରୋକିବାକୁ ସରକାର ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରୁଛନ୍ତି । ପର୍ଯ୍ୟଟକଙ୍କ ସଂସଦ ଭ୍ରମଣ ଉପରେ କଟକଣା କରାଯାଇଥିବା ବେଳେ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବାୟୋମେଟ୍ରିକ୍ ଉପସ୍ଥାପନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

ସରକାର ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ମନ୍ତ୍ରାଳୟ ଓ ବିଭାଗରେ ଲାଗିଥିବା ବାୟୋମେଟ୍ରିକ ମେସିନକୁ କର୍ମଚାରୀ ଉପସ୍ଥାପନ ପାଇଁ ବ୍ୟବହାର କରିବେ ନାହିଁ । ତା ପରିବର୍ତ୍ତେ ସେମାନେ ପୂର୍ବଭଳି ରେଜିଷ୍ଟରରେ ଦସ୍ତଖତ କରି ଉପସ୍ଥାପ ଭରିବେ । ଏନେଇ ସମସ୍ତ ମନ୍ତ୍ରାଳୟକୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

କାର୍ଯ୍ୟାଳୟରେ କରୋନା ସତର୍କତା, ଆଡଭାଇଜରି ଜାରି କଲେ ଏସଆରସି