spot_img
Home Blog Page 7182

ଜମା ଟଙ୍କା ଫେରି ପାଇବାକୁ ଉଦ୍ୟମ କରନ୍ତୁ, ରାଜନୀତି ନୁହେଁ: ବିଜେଡି

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଜମା ଟଙ୍କା ପ୍ରସଙ୍ଗରେ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଟଙ୍କା ପାଇଁ ରାଜନୀତି ନକରି ଯେଭଳି ଜମା ଟଙ୍କା ମିଳିବ ସେଥିପ୍ରତି ଉଦ୍ୟମ କରିବା ଉଚିତ୍ ବୋଲି କହିଛନ୍ତି । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାର ଓ ଆରବିଆଇ, ୟସ୍ ବ୍ୟାଙ୍କର ଜମାକର୍ତ୍ତା ଓ ଜଗନ୍ନାଥ ଟେମ୍ପଲ ଟ୍ରଷ୍ଟ କିବଳି ଜମା ରାଶି ଫେରି ପାଇବେ ସେନେଇ ଉଦ୍ୟମ କରନ୍ତୁ ।

YES ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଆରବିଆଇର କଟକଣା

ଏଭଳି ଏକ ପ୍ରସଙ୍ଗକୁ ଅଯଥା ରାଜନୀତିକ ରୂପ ଦେବା ଅନୁଚିତ । ବିଜେପି ନେତା ହରିଚନ୍ଦନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ, ବିଜେପି ଲୋକଙ୍କ ମତି ଭ୍ରମ କରୁଛି । ରାଜ୍ୟ ସରକାର ଯାହା ପଦକ୍ଷେପ ନେବା କଥା ନେଉଛନ୍ତି । ବିଜେପି କେବଳ ଲୋକଙ୍କୁ ଦିଗହରା ଓ ଭୟଭୀତ କରିବା ପାଇଁ ମିଥ୍ୟା ଆରୋପ କରୁଥିବା ସେ କହିଛନ୍ତି । ବିଜେପି ସକାଳେ ସାମ୍ବାଦିକ ସମ୍ନିଳନୀ କରି ରାଜ୍ୟ ସରକାର ଏନେଇ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରିଥିଲା ।

ୟେସ୍ ବ୍ୟାଙ୍କରେ ଥିବା ଜଗନ୍ନାଥଙ୍କ ଜମା ଟଙ୍କା ଉଠାଣ ପାଇଁ ରାଜ୍ୟ ଲୋଡ଼ିଲା କେନ୍ଦ୍ରର ହସ୍ତକ୍ଷେପ

ଭୁବନେଶ୍ୱର: ଜଗନ୍ନାଥଙ୍କ ଜମା ଟଙ୍କା ନେଇ କେନ୍ଦ୍ର ସରକାରଙ୍କୁ ଚିଠି । ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର ଗଚ୍ଛିତ ଥିବା ୫୪୫ କୋଟି ଟଙ୍କା ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ।ହିନ୍ଦୁ ଆସ୍ଥା ସହିତ ଜଡ଼ିତ ଜଗନ୍ନାଥ ମନ୍ଦିରର କର୍ପସ୍ ଫଣ୍ଡକୁ ୟେସ୍ ବ୍ୟାଙ୍କର ପୁରୀ ଶାଖାରେ ଜମା ରଖାଯାଇଛି । ମିଆଦି ଜମା ଚଳିତ ମାସରେ ମାଚ୍ୟୁରିଟି ହେଉଛି । ତେବେ, ବ୍ୟାଙ୍କର ସଙ୍କଟ ଅବସ୍ଥାକୁ ନେଇ ଆରବିଆଇ ଜମା ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଛି ।ଏହା ଉପରେ ହସ୍ତକ୍ଷେପ କରି ବ୍ୟାଙ୍କରୁ ଟଙ୍କାକୁ ସୁରକ୍ଷିତ ଉଠାଣ ପାଇଁ ପଦେକ୍ଷପ ନେବାକୁ ଅନୁରୋଧ କରିଛନ୍ତି ଅର୍ଥମନ୍ତ୍ରୀ । ଶ୍ରୀମନ୍ଦିରର ଜମା ଟଙ୍କା ଉଠାଣ ପାଇଁ କେନ୍ଦ୍ର ସରକାର, ଆରବିଆଇକୁ ନିର୍ଦ୍ଦେଶ ଦେବାକୁ ନିରଞ୍ଜନ ପୂଜାରୀ ଚିଠି ଲେଖିଛନ୍ତି ।

YES ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଆରବିଆଇର କଟକଣା

ମାସ୍ କ୍ୱାରେଣ୍ଟାଇନ୍ ପାଇଁ ଜଟଣୀ, କଟକ, ବୁର୍ଲା ଓ ବ୍ରହ୍ମପୁରରେ ସ୍ଥାନ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାକୁ ନାହିଁ କରୋନା ଭୟ । ସନ୍ଦିଗ୍ଧ ଆୟରଲ୍ୟାଣ୍ଡ ନାଗରିକଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଆୟରଲ୍ୟାଣ୍ଡ ନାଗରିକ । ଏଥିସହ ଏସ୍‌ସିବି, ଏମ୍‌କେସିଜି,  ଭୀମ୍‌ସାର ଓ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୦ ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଦେଶରେ ୪୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ଥିବା ବେଳେ ଏ ଯାଏଁ ରାଜ୍ୟରେ କୌଣସି କୋରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି । ତେବେ, ରାଜ୍ୟ ସରକାର କରୋନା ସତର୍କତା ପାଇଁ ୧୦ ସୂତ୍ରୀ ଦିଗ ଉପରେ ଫୋକସ୍ କରିଛନ୍ତି ।

ସ୍କୁଲରେ ରହିବ ଉପଯୁକ୍ତ ମାସ୍କ, ବିଦେଶ ଯିବେନି ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀ

ସୂତ୍ର ଗୁଡ଼ିକ ହେଉଛି-

୧) ମାସ୍ କ୍ୱାରେଣ୍ଟାଇନ୍ ପାଇଁ ଜଟଣୀ, କଟକ, ବୁର୍ଲା ଓ ବ୍ରହ୍ମପୁରରେ ସ୍ଥାନ ଚିହ୍ନଟ ହୋଇଛି ।

୨) ସମସ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲା ମନିଟରିଂ ମୁଖ୍ୟ ଭାବେ ମନୋନୀତ କରାଯାଇଛି ।

୩) କଣ କରିବା ଦରକାର, କଣ ନ କରିବା ଦରକାର ସେଇ ପ୍ରଚାରପତ୍ର ଓଡ଼ିଆ ଓ ଇଂରାଜୀରେ ସମସ୍ତ ଦୈନିକ ଖବରକାଗଜରେ ସର୍କୁଲେଟ୍ କରାଯାଇଛି ।

୪) ସମସ୍ତ ସ୍କୁଲରେ କରୋନାରୁ ବଞ୍ଚିବା ପାଇଁ କଣ କରିବାକୁ ପଡ଼ିବ ସେ ସବୁ ପରାମର୍ଶ ଦିଆସରିଛି ।

୫) ସମସ୍ତ ସରକାରୀ, ଘରୋଇ କର୍ପୋରେଟ୍ କାର୍ଯ୍ୟାଳୟରେ କରୋନାକୁ ନେଇ ଆଡଭାଇଜରି ଜାରି ସରିଛି ।

୬) ନମୁନା ଟେଷ୍ଟ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ ପ୍ରସ୍ତୁତ ରଖାଯାଇଛି  ।

୭) ସ୍ଥାନୀୟ ଆର୍‌ଏମ୍‌ଆରସିରେ ଟେଷ୍ଟିଂ ସୁବିଧା ଆରମ୍ଭ ହୋଇଛି । ଦିନକୁ ୨୦ଟି ନମୁନା ପରୀକ୍ଷା କରାଯାଇ ପାରିବ ।

୮) ବିମାନ ବନ୍ଦର ଓ ଜଳ ବନ୍ଦରରେ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି ।

୯) ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ ରଖାଯାଇଛି ।

୧୦) ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ସମେତ ୩ଟି ଟେଲିଫୋନ୍ ନମ୍ବର ଜାରି କରାଯାଇଛି ।

କାୟା ମେଲାଉଥିବା କରୋନାରୁ କେମିତି ଦୁରେଇ ରହିବେ ?

ସୁସ୍ଥ ଲୋକ ମାସ୍କ ନ ପିନ୍ଧିବାକୁ କୁହାଯାଇ ଥିବା ଅସୁସ୍ଥ ଲୋକ ମାସ୍କ ପିନ୍ଧନ୍ତୁ । ଯାହାଙ୍କୁ ଥଣ୍ଡା, କାଶ ହେଉଛି ସେମାନେ ମାସ୍କ ପିନ୍ଧନ୍ତୁ । ସୁସ୍ଥ ହେବା ଯାଏଁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ । କରୋନା ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । କେନ୍ଦ୍ର ସରକାରଙ୍କ ସହିତ ମିଳିତ ଭାବେ କାମ କରୁଛୁ । ଏମ୍ସ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରହିଛି । ଆମ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ କହିଛନ୍ତି । ଅଯଥା ଭୟଭୀତ ହୁଅନ୍ତୁ ନାହିଁ, କି କରନ୍ତୁ ନାହିଁ । ଗୁଜବ ଉପରେ ଭରସା କରନ୍ତୁ ନାହିଁ । ହାତ ଧୋଇବା ଅଭ୍ୟାସ ଜାରି ରଖିବାକୁ ଡିଏମଟିର ସିବିକେ ମହାନ୍ତି ଅନୁରୋଧ କରିଛନ୍ତି ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

ଇସଲାମିକ୍ ଷ୍ଟେଟ୍ ସହ ଲିଙ୍କ୍ ସନ୍ଦେହରେ ସିଏଏ ବିରୋଧୀ ଦମ୍ପତି ଅଟକ

ନୂଆଦିଲ୍ଲୀ: ସିଏଏ ବିରୋଧରେ ଦିଲ୍ଲୀରେ ଚାଲିଥିବା ବିକ୍ଷୋଭରେ ସକ୍ରିୟ ଥିବା କାଶ୍ମୀରୀ ଦମ୍ପତିଙ୍କୁ ସୁରକ୍ଷା ଏଜେନ୍ସୀ ଇସଲାମିକ୍ ଷ୍ଟେଟ୍ ସହ ସମ୍ପର୍କ ଥିବା ସନ୍ଦେହରେ ଅଟକ ରଖିଛନ୍ତି । ଦକ୍ଷିଣ ଦିଲ୍ଲୀର ଜାମିଆ ନଗରରେ ଏହି ଦମ୍ପତି ରହୁଥିଲେ । ଜହନଜିବ ସାମି ଓ ତାଙ୍କ ପତ୍ନୀ ହିନା ବାସିର ବେଗଙ୍କର ଆଫଗାନିସ୍ତାନରେ ସକ୍ରିୟ ଥିବା ଇସଲାମିକ୍ ଷ୍ଟେଟ୍-ଖୋରସାନ ସହ ସମ୍ପର୍କ ରହିଛି ଓ ଉଭୟ ସିଏଏକୁ ବିରୋଧ ନାଁରେ ଭାରତ ବିରୋଧୀ ଗତିବିଧିରେ ସାମିଲ ଥିବା ଗୁଇନ୍ଦା ଏଜେନ୍ସୀ ସନ୍ଦେହ କରୁଛନ୍ତି ।

ଲୋକସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ୍, ରାଜ୍ୟସଭାରେ ହେବ ଆଗତ

ନିକଟରେ ପାକ୍ ଗୁଇନ୍ଦା ଏଜେନ୍ସୀ ଆଇଏସଆଇ ସିଏଏ ବିରୋଧ ନାମରେ ଭାରତରେ ହିଂସାକାଣ୍ଡ ପାଇଁ ପାଣ୍ଠି ଯୋଗାଉଥିବା ଖବର ସାମନାକୁ ଆସିଥିଲା ।

ଶ୍ରୀନଗରର ମୁଳବାସିନ୍ଦା ସାମି ଓ ହିନା ଇସଲାମିକ୍ ଷ୍ଟେଟର ଆତଙ୍କବାଦୀଙ୍କ ସଂପର୍କରେ ଥିବା ଏଜେନ୍ସି ସନ୍ଦେହ କରୁଛନ୍ତି । ସେମାନେ ଯୁବ ମୁସଲିମଙ୍କୁ ଟାର୍ଗେଟ୍ କରୁଥିବା କୁହାଯାଉଛି ।

ଦିଲ୍ଲୀରେ ସିଏଏ ହିଂସା ନେଲାଣି ୧୩ ଜୀବନ, ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

 

ଦୋଳ ମେଲଣ ସାରି ଫେରୁଥିବା ବେଳେ ବୁଡ଼ିଗଲା ଡଙ୍ଗା

ସାଲେପୁର: ବିରୂପାରେ ଅଘଟଣ । ଦୋଳ ମେଲଣ ସାରି ଫେରୁଥିବା ବେଳେ ବୁଡ଼ିଗଲା ଡଙ୍ଗା । ବିରୂପା ନାଳିକୂଳ ଘାଟିରେ ଏ ଅଘଟଣ ଘଟିଛି । ଗୋବିନ୍ଦପୁର ଦୋଳ ମେଲଣ ସାରି ଫେରୁଥିବା ବେଳେ ଠାକୁରଙ୍କ ସହ ବୁଡ଼ି ଯାଇଛି ଡଙ୍ଗା । ଦୋଳ ବିମାନ ସହ ପ୍ରାୟ ୨୦ ଜଣ ଲୋକ ଡଙ୍ଗାରେ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ।

FILE PHOTO

ଡଙ୍ଗା ବୁଡ଼ି ଖବର ପାଇ ସ୍ଥାନୀୟ ଲୋକ ନାଳିକୂଳ ଘାଟରେ ପହଞ୍ଚିଥିଲେ । ଦୋଳ ବିମାନ ସହ ବୁଡ଼ି ଯାଇଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଜଣେ ନିଖୋଜ ରହିଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକ ଉଦ୍ୟମ କରୁଛନ୍ତି ।

ଟି-୨୦ ବିଶ୍ୱକପ୍‌ରେ ଭାରତକୁ ହରାଇ ଟାଇଟଲ ହାତେଇଲା ଅଷ୍ଟ୍ରେଲିଆ

0

ଆଇସିସି ମହିଳା ଟି -୨୦ ବିଶ୍ୱକପ୍‌ର ଅନ୍ତିମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୮୫ ରନ୍‌ରେ ଭାରତକୁ ପରାସ୍ତ କରି ପଞ୍ଚମ ଥର ପାଇଁ ବିଶ୍ୱକପ୍‌ ଟ୍ରଫି ହାତେଇଛି। ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ବାହାରି ନିସ୍ପତି ନେଇ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କରି ଭାରତ ସମ୍ମୁଖରେ ବିଶ୍ୱକପ୍ ବିଜୟ ପାଇଁ ୧୮୫ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।

ଏହାର ଜବାବରେ ଭାରତୀୟ ମହିଳା ଦଳ ୧୯.୧ ଓଭରରେ ୯୯ ରନ୍ ସଂଗ୍ରହ କରିଥିଲା । ଅଷ୍ଟ୍ରେଲିଆ ରେକର୍ଡ ପଞ୍ଚମ ଥର ପାଇଁ ଏହି ଟାଇଟଲ ଜିତିଛି ।

ଏହା ବ୍ୟତୀତ ସେ ଏଥର ନିଜ ଟାଇଟଲକୁ ମଧ୍ୟ ରକ୍ଷା କରିଛନ୍ତି । ଭାରତୀୟ ଦଳ ପ୍ରଥମ ଥର ପାଇଁ ଫାଇନାଲ ଖେଳୁଥିବାବେଳେ ଆୟୋଜକ ଦଳ ଷଷ୍ଠ ଥର ଫାଇନାଲରେ ପ୍ରବେଶ କରିଥିଲା ।

ଦୀପ୍ତି ଶର୍ମା ଭାରତ ପାଇଁ ୩୩ ରନ୍ ସଂଗ୍ରହ କରିଥିଲେ । ସେମାନଙ୍କ ବ୍ୟତୀତ ବେଦ କୃଷ୍ଣମୂର୍ତ୍ତି ୧୯ ଓ ରିଚା ଘୋଷ ୧୮ ରନ କରିଥିବାବେଳେ ସ୍ମୃତି ମଣ୍ଡନା ୧୧ ରନ ସ୍କୋର କରିଥିଲେ।

ଅଷ୍ଟ୍ରେଲିଆ ପାଇଁ ମେଗାନ୍ ସ୍କଟ୍ ଚାରିଟି ଏବଂ ଜେସ୍ ଜୋନାସନ୍ ତିନୋଟି, ସୋଫି ମୋଲିନେକ୍ସ, ଡେଲିସା କିମିନ୍ସ ଏବଂ ନିକୋଲା କାରୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ମେଲବର୍ଣ୍ଣ: ICC ମହିଳା ବିଶ୍ୱକପ୍ କ୍ରିକେଟ । ଭାରତକୁ ୮୫ ରନରେ ହରାଇ ବିଶ୍ୱ ବିଜେତା ହେଲା ଅଷ୍ଟ୍ରେଲିଆ ।

ମେଲବର୍ଣ୍ଣ: ICC ମହିଳା ବିଶ୍ୱକପ୍ କ୍ରିକେଟ । ଭାରତକୁ ୮୫ ରନରେ ହରାଇ ବିଶ୍ୱ ବିଜେତା ହେଲା ଅଷ୍ଟ୍ରେଲିଆ ।

ମୁଖା ପିନ୍ଧା ଯୁବକଙ୍କ ଉନ୍ମତ୍ତକାଣ୍ଡ: ରାଜଧାନୀରେ ବ୍ଳାଙ୍କ ଫାୟରିଂ

ଭୁବନେଶ୍ୱର: ଜିମରେ ଗଣ୍ଡଗୋଳ ତାପରେ ଫାୟରିଂ । ୩୦ରୁ ଅଧକ ଯୁବକ ମାରଣାସ୍ତ୍ର ଧରି ଜିମ୍‌ ଭିତରେ ପଶି କଲେ ଆକ୍ରମଣ । ସୂଚନା ଅନୁସାରେ ସକାଳେ ଜିମ୍‌ରେ ଉଭୟ ଗୋଷ୍ଠୀର ଗଣ୍ଡୋଗଳ ହୋଇଥିଲା । ଗଣ୍ଡଗୋଳକୁ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ଅଭିଯୋଗ ପରେ ବିପକ୍ଷ ଗୋଷ୍ଠୀର ଡମ୍ବୁର ଜୟସିଁଙ୍ଗ ଓ ତା’ର ସହଯୋଗୀ ଜିମରେ ପଶି ଆକ୍ରମଣ କରିଛନ୍ତି ।

କିନ୍ତୁ ଆକ୍ରମଣ ସମୟରେ ଜିମରେ କେହି ନଥିବାରୁ ସେଠାରେ କେବଳ ବିମ୍ବାଧରଙ୍କୁ ଦେଖି ସବୁ ଆକ୍ରମଣକାରୀଙ୍କ ଶିକାର ହୋଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ପ୍ରାୟ ୨୦ଟି ବାଇକରେ ଆସିଥିଲେ ଆକ୍ରମଣକାରୀ ଏବଂ ସେମାନେ ମୁହଁରେ କଳାପଟି ବାନ୍ଧିଥିଲେ ସମସ୍ତଙ୍କ ହାତରେ କିଛି ନା କିଛି ମାରଣାସ୍ତ୍ର ମଧ୍ୟ ଥିଲା । ତେବେ ଏଥିରେ ଆହତ ହୋଇଥିବା ବିମ୍ବାଧର ସୁନ୍ଦରରାୟ ଆମ୍ରି ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍‌ର ଆକାଉଣ୍ଟରୁ ଦେଶବାସୀଙ୍କୁ ବାର୍ତ୍ତା ଦେଲେ ସଫଳ ମହିଳା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନିଜ ସୋସିଆଲ ଆକାଉଣ୍ଟ ଚଳାଇବା ଦାୟିତ୍ୱ ୭ ଜଣ ମହିଳାଙ୍କୁ ପ୍ରଦାନ କରିଛନ୍ତି । ସେହି ୭ ମହିଳାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାଳବିକା ଆୟର । ମାଳବିକା ପିଏମଙ୍କ ଟ୍ୱିଟର ହ୍ୟାଣ୍ଟେଲରୁ ଯାହା କହିଛନ୍ତି ତାହା ଆସନ୍ତାକାଲିର ଭାରତୀୟ ନାରୀଙ୍କ କଥା କହୁଛି । ମାଳବିକା ଆୟର ଟ୍ୱିଟ୍ କରି କହିଛନ୍ତି  ହାର ମାନିବା କୌଣସି ବିକଳ୍ପ ନୁହେଁ । ସମାଜ ନାରୀଙ୍କୁ ସମ୍ମାନ ଦେଉ । ..

. ସମାଜସେବୀ ମାଳବିକା ଆୟର   ମାତ୍ର ୧୩ ବର୍ଷ ବୟସରେ ବୋମା ବିସ୍ଫୋରଣରେ ନିଜ ଦୁଇ ହାତ ହରାଇଥିଲେ । ।  କିନ୍ତୁ ହାରି ଯାଇନଥିଲେ । ଦୁଇ ହାତ ନଥାଇ ବି ସେ ସବୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ଆଗଭର ହୋଇଥିଲେ । ଯାହା ତାଙ୍କ ଟ୍ୱିଚରୁ ଜଣା ପଡୁଛି । ମାଳବିକା ଦିବ୍ୟାଙ୍ଗଙ୍କ ଅଧିକାର ପାଇଁ ଲଢେଇ ଲଢନ୍ତି । ସେ ସମାଜ ସେବା ଉପରେ ପିଏଚଡି କରିଛନ୍ତି ।

ସେହିଭଳି ସ୍ନେହା ମୋହନ ଦାସ । ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରିଛନ୍ତି ।  ଭୋକିଲାଙ୍କ ପାଇଁ ଫୁଡ୍ ବ୍ୟାଙ୍କ ଚଳାନ୍ତି ସ୍ନେହା । ସ୍ନେହା ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରିଛନ୍ତି ଯେ, ‘ ଆପଣ ବିଚାର ପାଇଁ ଖାଦ୍ୟ କଥା ଶୁଣିଥିବେ,ଏବେ ଗରିବଙ୍କ ଉତ୍ତମ ଭବିଷ୍ୟତ ପାଇଁ ପଦକ୍ଷେପ ନେବାର ସମୟ’ । ନିଜ ଜେଜେବାପାଙ୍କ ଜନ୍ମଦିନରେ ଭୋକିଲାଙ୍କୁ ଦିନେ ଖାଦ୍ୟ ଦେବାକୁ ଯାଇଥିବା ସ୍ନେହା ସେବେଠାରୁ ଫୁଡ୍ ବ୍ୟାଙ୍କ ଜରିଆରେ ଭୋକିଲାଙ୍କ ମୁହଁରେ ଦେଉଛନ୍ତି ଦାନା । ତାଙ୍କ ମା’ ତାଙ୍କର ପ୍ରେରଣା

ଆରିଫା । କାଶ୍ମୀରର ଆରିଫା ମଧ୍ୟ ଏହି ୭ ଜଣଙ୍କ ମଧ୍ୟରେ ଅଛନ୍ତି । ଆରିଫା କାଶ୍ମିରର ପାରମ୍ପାରିକ ହସ୍ତଶିଳ୍ପର ଉତ୍ଥାନ ଦିଗରେ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ସେ ଟ୍ୱିଟ୍ କରିଛନ୍ତି ଯେ, ମୁଁ ସବୁବେଳ କାଶ୍ମିର ହସ୍ତଶିଳ୍ପର ପୁନଃଉତ୍ଥାନ କରିବା ପାଇଁ ଚାହୁଁଥିଲି କାରଣ ଏହା ହିଁ ମହିଳା ଶସକ୍ତିକରଣର ରାସ୍ତା ।

କଳ୍ପନା ରମେଶ: ଜଳ ସଂରକ୍ଷଣ ଦିଗରେ ଅଭିଯାନ ଚଳାଇଥିବା କଳ୍ପନା ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍‌ର ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି ‘ କ’ଣ ଆପଣ ମଧ୍ୟ ଜଳ ଅଭାବ ସମ୍ପର୍କରେ କେବେ ଚିନ୍ତା କରିଛନ୍ତି କି? ଆମେ ସମସ୍ତେ ସାମୁହିକଭାବେ ନିଜ ନିଜ ସନ୍ତାନଙ୍କ ଭବିଷ୍ୟତ ପାଇଁ ଜଳ ସଂରକ୍ଷଣ ଦିଗରେ କାର୍ଯ୍ୟ କରିପାରିବା । ଏହା ଲେଖି ସେ ଜଳ ସଂରକ୍ଷଣ ଦିଗରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଇବା ସହ ଏ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ।

 

ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶାର ମହିଳା ସାରା ଦେଶ ପାଇଁ ଆଦର୍ଶ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହିଳାସଶକ୍ତି କରଣ କ୍ଷେତ୍ରରେ ଓଡ଼ିଶା ଆଗୁଆ ରାଜ୍ୟ । ବିକାଶର ସବୁ କ୍ଷେତ୍ରରେ ମା’ ମାନେ ଆଗରେ । ମା’ ମାନଙ୍କ ସଂଗ୍ରାମ, ଆତ୍ମବିଶ୍ୱାସ ଓ ସଫଳତା ଆମକୁ ମନ୍ତ୍ରମୁଗ୍ଧ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ତର୍ଜାତୀୟ ମହିଳା ଦିବସର ରାଜ୍ୟସ୍ତରୀୟ ସମାରୋହ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସେ ଆହୁରି କହିଛନ୍ତି, ୭୦ ଲକ୍ଷ ମହିଳାଙ୍କୁ ନେଇ ମିଶନଶକ୍ତି, ମମତା କାର୍ଯ୍ୟକ୍ରମ, ପଞ୍ଚାୟତିରାଜରେ ୫୦% ସଂରକ୍ଷଣ ମହିଳାମାନଙ୍କ ପାଇଁ ସାମାଜିକ ଆର୍ଥିକ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିପାରିଛି । କ୍ରୀଡ଼ାଠାରୁ ଆରମ୍ଭ କରି ଏଣ୍ଟରପ୍ରେନରସିପ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମା’ ମାନଙ୍କ ସଫଳତା ବେଶ ପ୍ରେରଣାଦାୟୀ । ଓଡ଼ିଶା ସରକାର ସବୁବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଆସିଛନ୍ତି ।ଚଳିତ ବର୍ଷ ସ୍ୱତନ୍ତ୍ର ନ୍ୟୁଟ୍ରିସିଆନ୍ ବଜେଟ୍‌ ଅଣାଯାଇଛି । ମା’ ଓ ଶିଶୁଙ୍କ ନ୍ୟୁଟ୍ରିସିଅନ୍‌ କ୍ଷେତ୍ରରେ ଏହା ଫୋକସ୍‌ କରିବ । ଓଡ଼ିଶାର ମା’ ଓ ଝିଆ ମାନେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି  । ଦୂତି ଚାନ୍ଦ, ପ୍ରତିଭା ରୟ, ନନ୍ଦିତା ଦାସ ଭଳି ମହିଳାମାନେ ଦେଶ ବିଦେଶରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଏମାନେ ସାରା ଦେଶରେ ମହିଳାମାନଙ୍କ ପାଇଁ ଆଦର୍ଶ ।ମା’ ମାନଙ୍କ ଅଧିକାର ଓ କଲ୍ୟାଣ ମୋ ସରକାର ପ୍ରତିଶ୍ରୁତିବଦ୍ଧତାର ସହ କାମ କରୁଛି ଓ କରିବ। ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠାରେ SHG ପାଇଁ ସ୍ୱତନ୍ତ୍ର ବିଭାଗ ରହିଛି । ଯାହାର ନାମ ’ମିଶନ ଶକ୍ତି’ ବିଭାଗ  । ଏହା ରାଜ୍ୟର ସମସ୍ତ ମହିଳାଙ୍କ ସମର୍ପିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।