ବାଲେଶ୍ୱରକୁ ଘାରୁଛି ଫେରନ୍ତାଙ୍କ ଚିନ୍ତା, ବଢ଼ୁଛି ସଂକ୍ରମଣ

ବାଲେଶ୍ୱର: ବାଲେଶ୍ୱର ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି କଲିକତା ଫେରନ୍ତା । ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ରହିଛି । ଏବେବି ଜିଲ୍ଲାରେ ଶହ ଶହ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୪୪୯ ଜଣଙ୍କୁ ଚିହ୍ନଟ କରି ପଞ୍ଜିକୃତ କରାଯାଇଛି ।  ସେପଟେ ଲକଡାଉନ ସରିଲେ ପଶ୍ଚିମବଙ୍ଗରୁ ଘରକୁ ଫେରିବା ପାଇଁ ୩ ହଜାରରୁ ଅଧିକ ଲୋକ ଅନଲାଇନ ଓ ଫୋନ ଯୋଗେ ନାଁ ପଞ୍ଜିକୃତ କରିଛନ୍ତି । ଯାହାଫଳରେ ବାଲେଶ୍ୱରର ସ୍ଥିତି ସାଙ୍ଘାତି ହୋଇପାରେ ବୋଲି ଆସଙ୍କା ରହିଛି ।

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୨୮କୁ ବୃଦ୍ଧି

ଯଦି ସେମାନେ କୌଣସି ପ୍ରକାରର ସଚେତନ ନହୁଅନ୍ତି ତେବେ ରାଜ୍ୟରେ କରୋନାଙ୍କ ସଂଖ୍ୟା ବଢ଼ିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୋଟିଏ ଟିମ୍‌ ବାଲେଶ୍ୱରରେ ପହଞ୍ଚି କଣ୍ଟେନମେଣ୍ଟ ଜୋନରୁ ସଂଗ୍ରହ କରାଯାଉଥିବା ତଥ୍ୟ ଓ ଚିକିତ୍ସା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଏଯାଏଁ ୩୦୧୪ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଛି । ତେବେ ଗତକାଲି ଚିହ୍ନଟ ହୋଇଥିବା ୭ ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି । ସୁସ୍ଥ ହୋଇଛନ୍ତି ୩୯ ଜଣ ଆକ୍ରାନ୍ତ । ତେବେ ରାଜ୍ୟରେ ମୋଟ୍‌ ୮୮ ଟି ମାମଲା ସକ୍ରିୟ ରହିଛି ।

Leave a Reply