ସୁରତରୁ ବସ୍‌ରେ ଫେରିଲେ ୨୨୮ ଜଣ ପ୍ରବାସୀ ଓଡ଼ିଆ

1 min read

ଗଞ୍ଜାମ: ସୁରତରୁ ବାହାରିଥିବା ବସ୍‌ ବିଳମ୍ବିତ ରାତିରେ ଆସି ଓଡ଼ିଶାରେ ପହଞ୍ଚିଛି । ତିନି ଦିନ ବସ୍‌ ଯୋଗେ ଯାତ୍ରା ପରେ ସୁରତରୁ ଗଞ୍ଜାମକୁ ଫେରିଛନ୍ତି ପ୍ରବାସୀ ଓଡ଼ିଆ l ଚାରୋଟି ବସ୍‌ ରେ ୨୧୭ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି । ପ୍ରଥମ ବସ୍‌ରେ ଆସିଛନ୍ତି ୫୨ ଜଣ ଦ୍ୱିତୀୟ ବସରେ ଆସିଛନ୍ତି ୫୬ ଜଣ ତୃତୀୟ ବସରେ ଆସିଛନ୍ତି ୫୬ ଏବଂ ଚତୁର୍ଥ ବସରେ ୫୩ ଜଣ ଆସିଛନ୍ତି । ସମସ୍ତ ୨୧୭ ଜଣ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ତିଆରି ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରେ ରହିଛନ୍ତି ।

୨୧୭ ଜଣଙ୍କ ମଧ୍ୟରେ ୭ ମହିଳା ଓ ୬ ଶିଶୁ ଅଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସେରଗଡ଼ରୁ ୭ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସେଠାରେ ଚିକିତ୍ସା ପରେ ସେମାନଙ୍କୁ ସେରଗଡ଼ ଅଣାଯିବ ।

ସେମାନଙ୍କୁ ଜିଲ୍ଲା ପ୍ରଶାସନ ର କଡ଼ା ସୁରକ୍ଷା ମଧ୍ୟରେ ବିଳମ୍ବିତ ରାତିରେ କ୍ୱାରେଣ୍ଟାଇନ ରୁମକୁ ପଠାଯାଇଥିଲା ।  ବିଳମ୍ବିତ ରାତିରେ ସ୍ଥାନୀୟ ବିଡ଼ିଓ,  ତହସିଲଦାର,ପୋଲିସ ବିଭାଗ ଓ ଡାକ୍ତରୀ ଟିମ ଉପସ୍ଥିତ ଥିବା ଦେଖିବାକୁ ମିଳିଛି l କ୍ୱାରେଣ୍ଟାଇନ କକ୍ଷ ରେ ସମସ୍ତ ସୁବିଧା ରଖାଯାଇଥିବା ବେଳେ ଡାକ୍ତରୀ ଟିମ , ୪ଟି ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ର ଗୋଟିଏ ଟିମ ଉପସ୍ଥିତ ରହିଛନ୍ତି ।

ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ରାଜ୍ୟ ସରକାର ଙ୍କ ଗାଇଡ଼ ଲାଇନ ଅନୁଯାୟି ପ୍ରଥମେ ୧୪ ଦିନ କ୍ୱାରେଣ୍ଟାଇନ ରେ ରହିବେ । ସେମାନଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଖାଇବା ପିଇବା ଓ ଚିକିତ୍ସା ବ୍ୟବସ୍ତା କରିଛନ୍ତି । ସେପଟେ ଆଉ ୪ଟି ବସରେ ଦ୍ୱିତୀୟ ପର୍ଯ୍ୟାୟରେ ୨୨୦ଜଣ ପ୍ରବାସୀ ଓଡିଆ ରାଜ୍ୟକୁ ଫେରୁଛନ୍ତି । ବସ ଛାଡ଼ିବା ପୂର୍ବରୁ ସାନିଟାଇଜ୍‌ କରାଯାଇଛି । ୩ଟି ବସ ପାଣ୍ଡେସରା ରୁଜୁ ଓ ଗୋଟିଏ ସୁରତରୁ ୬୦ କିଲୋମିଟର ଦୂରରୁ ବାହାରିଛି । ପ୍ରବାସୀ ଓଡିଆ ସମାଜ ଟ୍ରଷ୍ଟ ନେତୃତ୍ୱରେ ୪ଟି ବସ ବାହାରିଛି।

Leave a Reply