ଭାରତରେ ୨୪ ଘଣ୍ଟା ମଧ୍ୟରେ ୭୩ ଜଣଙ୍କ ଜୀବନ ନେଇଛି କରୋନା… ୩୩ ହଜାରରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଭୟାନକ୍‌ ହେଉଛି କରୋନା ଭୂତାଣୁ । ଏପର୍ଯ୍ୟନ୍ତ ଭାରତରେ ୧ ହଜାର ରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଲାଣି ଏହି ଭୂତାଣୁ । ଗତ ୨୪ ଘଣ୍ଟା ମଧ୍ୟରେ ୭୩ ଜଣଙ୍କ ଜୀବନ ନେଇଛି ଭୂତାଣୁ । ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ରିପୋର୍ଟ ଅନୁଯାୟୀ, ଦେଶରେ ୩୨ ହଜାର ୮ଶହ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରାୟ ୮ ହଜାର ୩୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ  ମହାରାଷ୍ଟ୍ରରେ ମାତ୍ରାଧିକ ଭାବେ ବଢିଚାଲିଛି କରୋନା ମତ୍ୟୁ ସଂଖ୍ୟା । ଏଠାରେ ୪ଶହରୁ ଅଧିକ ଲୋକଙ୍କ ଜୀବନ ନେଲାଣି କରୋନା । ସେହିଭଳି ଗୁଜରାଟରେ ୧୯୭ ପାର କରିଛି ମୃତ୍ୟୁ ସଂଖ୍ୟା ।

ଏଠାରେ ୪ ହଜାରରୁ ଅଧିକ  ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଛନ୍ତି । ମଧ୍ୟପ୍ରଦେଶରେ ୨ ହଜାର ୫ ଶହରୁ ଅଧିକ ଜଣ କେରାନାରେ ଆକନ୍ତ ହୋଇଥିବା ବେଳେ ୧୩୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ରାଜସ୍ଥାନରେ ଅକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ପାର କରିଥିବା ବେଳେ ୫୨ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୩ ହଜାରରୁ ଅଧିକ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାମିଲନାଡୁରେ ୨ହଜାରରୁ ଅଧିକ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ପ୍ରଥମରାଜ୍ୟ ଭାବେ ତୃତୀୟ ପର୍ଯ୍ୟାୟ ଲକଡାଉନ ଅବଧି ବୃଦ୍ଧି କରିଛି ପଞ୍ଜାବ । ପଞ୍ଜାବ ସରକାର ରାଜ୍ୟରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆହୁରି ୨ ସପ୍ତାହ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି ।

Leave a Reply