spot_img
Home Blog Page 7166

ଜଙ୍ଗଲ ରକ୍ଷା କରିବାକୁ ଅଣ୍ଟା ଭିଡିଛନ୍ତି ଗ୍ରାମର ମହିଳା…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଶଗଡିଆ ଗ୍ରାମର କିଛି ମହିଳା ଜଙ୍ଗଲ ସୁପକ୍ଷା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି । ରାତି ପାହିଲେ ସଂୟ୍ୱ ସହାୟିକା ଗୋଷ୍ଠୀର ମହିଳାମାନେ ସାଙ୍ଗରେ ଖାଦ୍ୟ ଓ ପାଣି ବୋତଲ ଧରି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ବାହାରି ଯାଉଛନ୍ତି । ସଂୟ୍ୱ ସହାୟିକାର ୩ ଜଣ ମହିଳା ଜଙ୍ଗଲ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜଙ୍ଗଲରେ ପ୍ରବେଶ କରୁଥିବା କାଠ ମାଫିଆଙ୍କ ଉପରେ କଡା ନଜର ରଖୁଛନ୍ତି । କାଠ ଚୋରଙ୍କୁ ସାବାଡ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହୁଛନ୍ତି । କେବଳ ଜଙ୍ଗଲ ଜଗିବା ଓ ସଚେତନତା କରିବାରେ ସେମାନେ ସିମିତ ନାହାନ୍ତି । ଲୋକେ ଗଛ କାଟିଲେ ସେମାନଙ୍କୁ ଦଣ୍ଡ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ରହୁଛନ୍ତି ଏହି ମହିଳାମାନେ ।

କେବଳ ସେତିକି ନୁହେଁ ଉଜୁଡି ଯାଇଥିବା ଜଙ୍ଗଲରେ ନୂତନ ସବୁଜିମା ଆଣିବା ପାଇଁ ଯୋଜନା କରୁଛନ୍ତି । ଗାଁ ନିକଟରେ ରହିଥିବା ସଂରକ୍ଷିତ ଜଙ୍ଗଲ ଦିନକୁ ଦିନ ପଦା ହୋଇଯାଉଛି । କାଠ ଚୋରଙ୍କ ପାଦୃଭାବ ଦିନକୁ ଦିନ ବଢିଚାଲିଛି । ନିଜ ଜଙ୍ଗଲକୁ ନିଜେ ସୁରକ୍ଷା ଦେବା ପାଇଁ ମହିଳାମାନେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଗ୍ରାମ ମହିଳାମାନଙ୍କର ଏହି ପ୍ରକାର ପ୍ରୟାସକୁ ସାଧାରଣରେ ବେଶ ପ୍ରସଂଶା କରାଯାଉଛି । ଯାହା ସେମାନଙ୍କୁ ଉତ୍ସାହିତ କରୁଛି । ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ମହିଳାମାନେ ଏହି ପଦକ୍ଷେପ ଗ୍ରହଣ କରିବା ସହ ସଚେତନତା ବାର୍ତ୍ତା ପ୍ରଦାନ କରୁଥିବା ପ୍ରକାଶ କରିଛନ୍ତି ।

 

ପ୍ରତିଷେଧକମୂଳକ ପଦକ୍ଷେପ ନେଇ ଚିଠି ଲେଖି ଅବଗତ କଲେ ମୁଖ୍ୟମନ୍ତ୍ରୀ

ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି କରୋନା ଜୀବାଣୁ । ଏହାର ପ୍ରଭାବରେ COVID-19 ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ଏଥିରୁ ବଞ୍ଚିବାଲାଗି ନିର୍ଦ୍ଦିଷ୍ଟଭାବେ ସେଭଳି କିଛି ଔଷଧ ବାହାରିନଥିବା ବେଳେ ସଚେତନାତା ଓ ସତର୍କତା ଦ୍ୱାରା ହିଁ ଏହାକୁ ବ୍ୟାପିବାରୁ ରୋକାଯାଇପାରିବ । ଏଣୁ ଏହାକୁ ରୋକିବା ଲାଗି ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଯେଉଁ ବିଷୟରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦମାନଙ୍କ ଚିଠି ଲେଖି ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଚିଠିରେ ମୁଖ୍ୟମନ୍ତ୍ରୀ ହାଡ଼ଫୁଟି ରୋଗର ଉଦାହରଣ ଦେଇ କରୋନାର ଗମ୍ଭୀରତା ସମ୍ପର୍କରେ ମଧ୍ୟ ଅବଗତ କରାଇଛନ୍ତି । ସଂକ୍ରମଣଠାରୁ ନିଜକୁ ଦୂରେଇରଖିବା ହେଉଛି ସବୁଠାରୁ ବଡ଼ ସୁରକ୍ଷା । ମା’ମାନେ ଯେପରି ହାଡ଼ଫୁଟି ପାଇଁ ଆମ ସମସ୍ତଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଅଲଗା ରଖି ଘରେ ଆମର ଯତ୍ନ ନେଉଥିଲେ । ଆମକୁ କରୋନା ପାଇଁ ମଧ୍ୟ ସେହିପରି ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ

ହିତାଧିକାରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ୍‌ ଯୋଜନା, ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତ୍ତା ଆଗାମୀ ୪ ମାସ ପାଇଁ ଏକକାଳୀନ ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।  ଜନସମାବେଶକୁ ସୀମିତ ରଖିବା ନିମନ୍ତେ ଏହି ଭତ୍ତା ରାଶିକୁ ହିତାଧିକାରୀମାନଙ୍କୁ ସେମାନଙ୍କ ନିଜ ଗାଁରେ ହିଁ ପ୍ରଦାନ କରାଯିବ ।

ଏଥିନିମନ୍ତେ ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ହେବାକୁ ଥିବା ପ୍ରତ୍ୟେକ ଗ୍ରାମପଞ୍ଚାୟତ ସଭାରେ ଗ୍ରାମଓ୍ୱାରୀ ଭତ୍ତା ବଣ୍ଟନ ତାରିଖ ଓ କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯିବ ।

NFSରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ଆସନ୍ତା ଏପ୍ରିଲ ୧ ଠାରୁ ୧୫ ମଇ ପର୍ଯ୍ୟନ୍ତ ଅର୍ଥାତ ୪୫ ଦିନ ମଧ୍ୟରେ ୩ ମାସ ପାଇଁ ଚାଉଳ, ଗହମ ଏବଂ କିରୋସିନ ଇତ୍ୟାଦି ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇ ଦିଆଯିବ । ରାସନ ଦୋକାନମାନଙ୍କୁ ଗହଳି ମୁକ୍ତ ରଖି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ଦେଶ ବାହାରୁ ଓଡ଼ିଶା ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ରେଜିଷ୍ଟ୍ରେସନ୍‌ ରେଗୁଲେସନ୍‌ ଅନୁଯାୟୀ ନିଜକୁ ପଞ୍ଜିକୃତ କରାଇବା ସହିତ ନିଜ ଗୃହରେ ୧୪ ଦିନ ସଙ୍ଗରୋଧ କରି ରହିବେ । ଉକ୍ତ ସଙ୍ଗରୋଧ ସମୟ ସୀମା ସଫଳତାର ସହିତ ଶେଷ କରିଥିବା ପଞ୍ଚକୃତ ବ୍ୟକ୍ତିମାନଙ୍କୁ ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଗ୍ରାମ ପଞ୍ଚାୟତର ସଭ୍ୟମାନେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଦେଶ ବାହାରୁ ଆସିଥିବା ବ୍ୟକ୍ତିଙ୍କର ପଞ୍ଜିକରଣ ପାଇଁ ସୂଚନା ଦେବେ ।

ତେବେ ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ରାଜ୍ୟସ୍ତରରେ କୌଣସି ରେଜିଷ୍ଟ୍ରେସନ୍‌ ଆବଶ୍ୟକ ନାହିଁ ।

ତେବେ ୬୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ଯଥାସମ୍ଭବ ଘରେ ରହିବା ନିମନ୍ତେ ପରାମର୍ଶ ଦିଆଯାଇଛି ।

ଆସନ୍ତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନଓ୍ୱାଡି କେନ୍ଦ୍ର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ତେଣୁ ୩ରୁ ୬ ବର୍ଷ ଶିଶୁମାନଙ୍କ ପାଇଁ ଉଦ୍ଧିଷ୍ଟ ସକାଳ ଜଳଖିଆ ଏବଂ ଗରମ ରନ୍ଧା ଖାଦ୍ୟ ପାଇଁ ସମସ୍ତ ଶୁଖିଲା ରାସନ୍‌ ଅଙ୍ଗନଓ୍ୱାଡି କର୍ମୀ ଓ ସହାୟିକାମାନେ ହିତାଧିକାରୀମାନଙ୍କ ଗୃହରେ ସିଧାସଳଖ ଯୋଗାଇ ଦେବାର ବ୍ୟବସ୍ଥା କରିବେ ।

ପ୍ରତି ଗ୍ରାମରେ ଅତ୍ୟାବଶ୍ୟକୀୟ ଏବଂ ଜୀବନ ରକ୍ଷାକାରୀ ଔଷଧ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ନିରାମୟ କାଉଣ୍ଟରରେ ଉପଲବ୍ଧ କରାଯିବାର ବ୍ୟବସ୍ଥା ହୋଇଛି ।

ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବିଜୁଳି, ପାଣି ଶୌଚାଳୟ ଏବଂ ପାଓ୍ୱାର ବେକ୍‌ ଅପ୍‌ ସୁବିଧା ଥିବା ଏକ ନିର୍ଦ୍ଧିଷ୍ଟ ଘରକୁ ପ୍ରସ୍ତୁତ ରଖାଯିବ । ଏଥିପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୫ ଲକ୍ଷ ଟଙ୍କା ମଞ୍ଜୁର କରିସାରିଛି ।

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିଶାଳକାୟ ଉଲ୍‌କାପିଣ୍ଡ, ଏପ୍ରିଲ ୨୯ରେ ପୃଥିବୀ…

ଆମେରିକାର ମହାକାଶ ଗବେଷଣକାରୀ ସଂସ୍ଥା ନାସା ପୃଥିବୀ ଅଭିମୁଖେ ଦ୍ରୁତ ଗତିରେ ବଢୁଥିବା ଏକ ବିଶାଳକାୟ ଉଲକା ପିଣ୍ଡର ସନ୍ଧାନ କରିଛି। କୁହାଯାଉଛି ଯେ, ଏହି ଉଲକା ପିଣ୍ଡ ମାଉଣ୍ଟ ଏଭରେଷ୍ଟଠୁ ମଧ୍ୟ ଅନେକ ଗୁଣ ବଡ ହେବ।

ମାତ୍ର ନାସାର କହିବା କଥା ଏହି ଉଲକା ପିଣ୍ଡ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। କାରଣ ଏହା ପୃଥିବୀରୁ ଅନେକ କିଲୋମିଟର ଦୂର ଦେଇ ଗତି କରିବ । ଅନ୍ୟପଟେ କିଛି ବୈଜ୍ଞାନିକ ଏହା ପୃଥିବୀ ସହିତ ଧକ୍କା ହେବାର ଆଶଙ୍କା ପ୍ରକାଶ କରିଛନ୍ତି।

ଘଣ୍ଟା ପ୍ରତି ୩୧,୩୧୯ କିଲୋମିଟର ବେଗରେ ଆସୁଥିବା ଏହି ଉଲକା ପିଣ୍ଡକୁ ୫୨୭୬୮ ର ନାମ ଦିଆଯାଇଛି। ଏହି ଉଲକା ପିଣ୍ଡକୁ ନାସା ସର୍ବ ପ୍ରଥମେ ୧୯୯୮ରେ ଦେଖିଥିଲା। ଏହି ଗ୍ରହଟି ମାର୍ଚ୍ଚ ୧୮ ରେ ୧୧:୧୫ ରେ ପୃଥିବୀ ନିକଟକୁ ଆସିବ ବୋଲି ଆଶା କରାଯାଉଛି  । ଗ୍ରହର କେନ୍ଦ୍ରଠାରୁ ପ୍ରାୟ ୩.୯ ନିୟୁତ ମାଇଲ ଦୂରରେ ରହିଛି । ଏପ୍ରିଲ ୨୯ରେ ପୃଥିବୀ ନିକଟ ଦେଇ ଗତି କରିପାରେ ।

ଶେଷ ରେକର୍ଡ ହୋଇଥିବା ଏୟାରବର୍ଷ୍ଟ ରୂଷିଆ ଚେଲାବିଙ୍କସ୍‌ ସହର ଉପରେ ଘଟିଥିଲା । ଯାହା ସୂର୍ଯ୍ୟଙ୍କଠାରୁ ୩୦ ଗୁଣ ଅଧିକ ଉଜ୍ଜ୍ୱଳ ଆଲୋକ ଉତ୍ପାଦନ କରିଥିଲା ଏବଂ ୧୮୦ ଟି ଆଖି ଯନ୍ତ୍ରଣା ଏବଂ ୭୦ ଟି ଅସ୍ଥାୟୀ ଫ୍ଲାସ୍ ଦୃଷ୍ଟିହୀନତା ସୃଷ୍ଟି କରିଥିଲା।

ଏହି ବିଷୟରେ ଡାକ୍ଟର ଷ୍ଟିଭନ ପ୍ରାଭଦୋ ଏକ ବୟାନ ଜାରି କରି କହିଛନ୍ତି  ଯେ, ଉଲକା ପିଣ୍ଡ ୫୨୭୬୮ ସୂର୍ଯ୍ୟ ଚାରି ପଟେ ଥରେ ପରିଭ୍ରମଣ କରିବାରେ ୧୩୪୦ ଦିନ କିମ୍ବା ୩ ବର୍ଷ ୭ ଦିନ ସମୟ ନେଇଥାଏ।

 

କରୋନା ପାଇଁ ପ୍ରତ୍ୟେକ କର୍ମଚାରୀଙ୍କୁ ୭୪୦୦୦ ବୋନସ ଦେଉଛି ଏହି କମ୍ପାନୀ…

କରୋନା ଜୀବାଣୁ ସଙ୍କଟ ମଧ୍ୟରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଫେସବୁକ କହିଛି ଯେ ସେ ନିଜର ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରି ସାହାଯ୍ୟ କରିଥିବାରୁ ୭୪୦୦୦ ଟଙ୍କା ବୋନସ ଦେବ। ରିପୋର୍ଟ ଅନୁସାରେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ଏହି ବିଷୟରେ ଘୋଷଣା କରିଛନ୍ତି। ଫେସବୁକରେ ପ୍ରାୟତଃ ୪୫୦୦୦ ଫୁଲ୍ ଟାଇମ୍ କର୍ମଚାରୀ ଅଛନ୍ତି। କିନ୍ତୁ ଏହା ବ୍ୟତୀତ ଅନେକ ଲୋକେ କଣ୍ଟ୍ରାକଚୁଆଲ ବେସିସ୍ ରେ ମଧ୍ୟ କାମ କରନ୍ତି । ତେବେ ସେମାନେ ଏହି ବୋନସ ପାଇବେ କି ନାହିଁ ତାହା ଜଣା ନାହିଁ । ହେଲେ ସମସ୍ତ ଫୁଲ୍ ଟାଇମ୍ କର୍ମଚାରୀଙ୍କୁ କମ୍ପାନୀ ଏହି ବୋନସ୍ ଦେବ ।

କରୋନା ଜୀବାଣୁ ଦ୍ୱାରା ପ୍ରଭାବିତ ବ୍ୟବସାୟଙ୍କୁ ଫେସବୁକ ୭୩୯ କୋଟି ଟଙ୍କା ଦେବ ବୋଲି ଘୋଷଣା କରିଛି। କରୋନା ଜୀବାଣୁ ଯୋଗୁଁ ଫେସବୁକ ପ୍ରଭାବିତ ହୋଇଛି। କମ୍ପାନୀ ସେୟାରରେ ୨୮ ପ୍ରତିଶତ ହ୍ରାସ ଘଟିଛି। ମାର୍ଚ୍ଚ ଆରମ୍ଭରୁ ଫେସବୁକ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହିବା ଆରମ୍ଭ କରିଥିଲା। ନିକଟରେ ଫେସବୁକ୍ ମେଡିକାଲ୍ ଫେସ୍ ମାସ୍କ  ବିଜ୍ଞାପନ ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଇଥିଲା। ତେବେ ଫେସବୁକ୍ ର ଏହି ନିଷ୍ପତ୍ତି ପରେ କମ୍ପାନୀର କର୍ମଚାରୀ ବେଶ ଖୁସି ହୋଇଛନ୍ତି ।