ଓଲଟିଲା ପ୍ରବାସୀଙ୍କୁ ନେଇ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍

1 min read

ଭୁବନେଶ୍ୱର: ସୁରତ ଫେରନ୍ତାଙ୍କୁ ପିଛା ଛାଡ଼ୁନି ବିପଦ । ସ୍ୱତନ୍ତ୍ର ବସରେ ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଅଭିମୁଖେ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ନାଗପୁର-ଅମରାବତି ଜାତୀୟ ରାଜପଥ ୬ରେ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି ।

ଦୁର୍ଘଟଣାରେ ୫ ଜଣ ପ୍ରବାସୀ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ତେଲଙ୍ଗାନାର କରଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତେବେ, ଦୁର୍ଘଟଣା କେମିତି ଘଟିଲା କାରଣ ସ୍ପଷ୍ଟ ହୋଇନାହିଁ । ଡ୍ରାଇଭରଙ୍କ ଆଖି ଲାଗି ଯାଇବାରୁ ବସ୍ ଓଲଟି ପଡ଼ିଥିବା ଅନୁମାନ କରାଯାଉଛି ।

କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ

ଗତକାଲି କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସୁରତରୁ ପ୍ରବାସୀଙ୍କୁ ନେଇ ଫେରୁଥିବା ପଟେଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ସେହିଭଳି ଛତିଶଗଡ଼ରେ ବସ୍ ଭିତରେ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଥିଲା ।

କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ

Leave a Reply