ଓଡ଼ିଶାକୁ ୫୫୨ କୋଟି ଟଙ୍କା ବାତ୍ୟା ‘ବୁଲବୁଲ୍’ ସହାୟତା

ଭୁବନେଶ୍ୱର: ମିଳିଲା ବାତ୍ୟା ‘ବୁଲବୁଲ୍’ ସହାୟତା । କେନ୍ଦ୍ର ସରକାର ଆଜି ଷ୍ଟେଟ ଡିଜାଷ୍ଟର ରେସପନ୍ସ ଫଣ୍ଡରୁ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ସହାୟତା ଯୋଗାଇ ଦେଇଛନ୍ତି । ଓଡ଼ିଶାକୁ ୫୫୨ କୋଟି ଟଙ୍କା ସହାୟତା ମିଳିଥିବା ବେଳେ ପଶ୍ଚିମବଙ୍ଗକୁ ୪୧୪ କୋଟି ୯୦ ଲକ୍ଷ ଟଙ୍କା ମିଳିଛି ।ବାତ୍ୟା ‘ବୁଲବୁଲ୍’ ତାଣ୍ଡବ ପରେ ୭ଜଣିଆ କେନ୍ଦ୍ରୀୟ ଟିମ୍ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ଟିମ୍ ବାତ୍ୟା ପ୍ରଭାବିତ ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଆଦି ଜିଲ୍ଲା ପରିଦର୍ଶନ କରିବା ସହ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲା । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ଜିଲ୍ଲାରେ କ୍ଷୟକ୍ଷତି ହୋଇଥିବା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ରିପୋର୍ଟ ଦେଇଥିଲେ ।ବାତ୍ୟାରେ ୩ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା । କ୍ଷତିଗ୍ରସ୍ତ ହୋଇଥିଲା ୨ ଲକ୍ଷ ହେକ୍ଟର ଜମିରେ ପ୍ରାୟ ୩୩ ପ୍ରତିଶତ ଫସଲ । ୫ ହଜାର ୫ ଶହ ଘର ମଧ୍ୟ ଭାଙ୍ଗିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବା ସହ ପ୍ୟାକେଜ ଘୋଷଣା କରିଥିଲେ ।

Leave a Reply