ଦେଶରେ କରୋନା କାୟା, ଦିନକରେ ୯୯ ମୃତ, ୨୫୬୪ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଲକଡାଉନ ଭଳି କଡ଼ା ପଦକ୍ଷେପ ପରେ ବି ଭାରତରେ ମହାମାରୀ କରୋନା ଥମୁନି । ଶନିବାର ଦେଶରେ ୨୫୬୪ଟି ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଗତକାଲି ୯୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ସଂଖ୍ୟା ଦେଶରେ ଗୋଟିଏ ଦିନରେ ସର୍ବାଧିକ । ଏଥିସହ କରୋନାରେ ଦେଶରେ ଏଯାଏଁ ୧୩୨୦ ଜଣଙ୍କ ମୃତ୍ୟୁ ହେଲାଣି ।

ଦେଶରେ ପ୍ରଥମ ପାଇଁ ଗୋଟିଏ ଦିନରେ ୨୫୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ସଂଖ୍ୟା ୪୦ ହଜାର ଠାରୁ ମାତ୍ର ୨୧୧ ମାମଲା ଦୂରରେ ରହିଛି । ବର୍ତ୍ତମାନ ଯାଏଁ ୧୦ ହଜାର ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଶନିବାର ଦିଲ୍ଲୀରେ ୩୮୪ଟି ନୂଆ ସଂକ୍ରମଣ ମାମଲା ଆସିଥିବା ବେଳେ ମହାରାଷ୍ଟ୍ରରେ ୭୯୦ଟି ମାମଲା ଚିହ୍ନଟ ହୋଇଛି । ଗୁଜରାଟରେ ୩୩୩, ତାମିଲନାଡ଼ୁରେ ୨୩୧, ପଞ୍ଜାବ ୧୮୭, ଉତ୍ତରପ୍ରଦେଶ ୧୫୯, ପଶ୍ଚିମବଙ୍ଗ ୧୨୭, ରାଜସ୍ଥାନରେ ୧୦୬ ଜଣ ଗତକାଲି ଚିହ୍ନଟ ହୋଇଛନ୍ତି ।

୯୯ ଜଣ ଗତକାଲି ମୃତ୍ୟୁବରଣ କରିଥିବା ବେଳେ ଏଥିରେ ମହାରାଷ୍ଟରୁ ୩୬ ଜଣ ରହିଛନ୍ତି । କେବଳେ ମୁମ୍ବାଇରେ ଦିନକରେ ୨୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୩, ଗୁଜରାଟ ୨୬, ପଶ୍ଚିମବଙ୍ଗ ୧୫, ମଧ୍ୟପ୍ରଦେଶ ଓ ରାଜସ୍ଥାନ ୬ ଜଣ ଲେଖାଏଁ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ୩ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଛି ।

ଝାରସୁଗୁଡ଼ାରେ ଆଉ ଜଣେ ପଜିଟିଭ, ଗଞ୍ଜାମରୁ ଚିହ୍ନଟ ୨ ସୁରତ ଫେରନ୍ତା

 

Leave a Reply