spot_img
Home Blog Page 7164

ଲକ୍‌ଡାଉନ୍‌ ପରେ ବଢ଼ିବ କାର ବିକ୍ରି, ଗ୍ରାହକମାନେ ଘରେ ବସି ଅନଲାଇନରେ କିଣିବେ ଗାଡ଼ି!

ନୂଆଦିଲ୍ଲୀ: କରୋନାଭାଇରସ ଯୋଗୁଁ ଲୋକେ ଅନେକ ସତର୍କତା ଅବଲମ୍ବନ କରୁଛନ୍ତି । ଏହା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି ସତ ହେଲେ ଲୋକମାନଙ୍କୁ ଅନେକ ଶିକ୍ଷା ମଧ୍ୟ ଦେଇଛି । ପରିସ୍କାର ରହିବା ସହ ନିଜ କାମ ନିଜେ କରିବା ତଥା ସତର୍କ ରହିବା ଲୋକମାନଙ୍କ ପାଇଁ କୌଣସି ଶିକ୍ଷାରୁ କମ ନୁହେଁ । ତେବେ କରୋନା ଯୋଗୁଁ ବିଶ୍ୱର ଅନେକ ପରିବର୍ତ୍ତନ ହୋଇଛି । ନିକଟରେ ଗାଡ଼ି ନେଇ ଏକ ଖବର ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଯେ, କରୋନାଭାଇରସ ସଂକଟ ପରେ ଗାଡ଼ି ବିକ୍ରି କରିବା ଉପାୟରେ ପରିବର୍ତ୍ତନ ଆସିପାରେ । ଗ୍ରାହକମାନେ ଅନ୍‌ଲାଇନ୍‌ରେ କାର କିଣି ପାରିବେ ।

ରିପୋର୍ଟ ଅନୁସାରେ ମହାମାରୀ ପରେ ଗ୍ରାହକମାନେ ଅଧିକ ସତର୍କ ହୋଇଯିବେ । ବାହାରକୁ ଯିବାଆସିବା ପସନ୍ଦ କରିବେ ନାହିଁ । ତେବେ ଏଥିପାଇଁ ଅନ୍‌ଲାଇନ୍‌ରେ ଗାଡ଼ି କିଣିବା ପ୍ରକ୍ରିୟା ଉତ୍ତମ ରହିବ । ଗ୍ରାହକମାନେ ଶୋ’ ରୁମ ନଯାଇ ମଧ୍ୟ ଅନଲାଇନରେ କାର କିଣିପାରିବେ । ଏହା ବ୍ୟତୀତ କୋଭିଡ -୧୯ ପରେ ସଂକ୍ରମଣ ଭୟ ଯୋଗୁଁ ଲୋକମାନେ ସାଧାରଣ ପରିବହନ ପରିବର୍ତ୍ତେ ନିଜ ଗାଡିରେ ଯାତ୍ରା କରିବାକୁ ପସନ୍ଦ କରିବେ । ଯେଉଁଥିପାଇଁ କାର ବିକ୍ରିର ଡିମାଣ୍ଡ ବଢିପାରେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, କରୋନାଭାଇରସ ସଙ୍କଟ ପରେ ଗ୍ରାହକମାନେ ବଜାରକୁ ଯାଇ କିଣାକିଣି କରିବା ବ୍ୟତୀତ ଅଧିକ ଅନଲାଇନ୍ ସପିଂ କରିବେ ।

ସାମାଜିକ ଦୂରତାକୁ ଧ୍ୟାନରେ ରଖି ଏଭଳି ଏକ ପ୍ରକ୍ରିୟା ଆରମ୍ଭ ହୋଇପାରେ । ତେବେ ଆଜିକାଲି ଗ୍ରାହକମାନେ ମଧ୍ୟ କାର କିଣିବା ପାଇଁ  ପ୍ରଥମେ ଫିଚର୍ସ ବିଷୟରେ ସୂଚନା ପାଇବା ପାଇଁ ଅନଲାଇନ୍ ଅନୁସନ୍ଧାନ କରନ୍ତି । ହେଲେ ଏଯାଏଁ ଭାରତରେ ଅନଲାଇନ୍ ଗାଡି ବିକ୍ରି ହୋଇନାହିଁ । କିନ୍ତୁ ଖୁବ ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବ । ଚାଇନାରେ ଏକ ରିପୋର୍ଟରେ କୁହାଯାଇଛି ଯେ ସଂକ୍ରମଣ ଭୟ ଏବଂ ସାଧାରଣ ପରିବହନରେ ସ୍ୱଚ୍ଛତା ଅଭାବରୁ ଲୋକମାନେ ବର୍ତ୍ତମାନ ନିଜ ଗାଡି ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। କୋଭିଡ -୧୯ ସଙ୍କଟ ହେତୁ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ହେଉଛି ଯେ ଲୋକମାନେ ଏବେ ବ୍ୟକ୍ତିଗତ ଗାଡି ବ୍ୟବହାର କରୁଛନ୍ତି। ଏଭଳି ପରିସ୍ଥିତିରେ କାରର ଅନଲାଇନ୍ ବିକ୍ରି ବୃଦ୍ଧି ପାଇବ।

 

କୁଆଖିଆ ବ୍ରିଜ ଉପରେ ଓଲଟିଲା କଦଳୀ ବୋଝେଇ ଟ୍ରକ: ୨ ମୃତ ଓ ଜଣେ ଗୁରୁତର

ଯାଜପୁର: ୧୬ନଂ ଜାତୀୟ ରାଜପଥର ଯାଜପୁର କୁଆଖିଆ ଫ୍ଲାଇଓଭର ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଦଳୀ ବୋଝେଇ ଟ୍ରକ ସହ ଅନ୍ୟ ଏକ ଟ୍ରକର ମୁହାଁମୁହିଁ ଧକ୍କା। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଆହତଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଆନ୍ଧ୍ରରୁ ରାଞ୍ଚି ଅଭିମୁଖେ ଯାଉଥିବା କଦଳୀ ବୋଝେଇ ଟ୍ରକ କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟିଥିଲା । ଫଳରେ ପାର୍ଶ୍ୱରେ ଯାଉଥିବା ଏକ ଟ୍ରକକୁ ଧକ୍କା ହୋଇଥିଲା ।

ଏହି କଦଳୀ ବୋଝେଇ ଟ୍ରକରେ ଡ୍ରାଇଭର ଓ ହେଲପରଙ୍କ ସମେତ ଅନ୍ୟ ଜଣେ ଯୁବକ ଥିଲେ । ତେବେ ଦୁର୍ଘଟଣାରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଉଭୟ ଡ୍ରାଇଭର ଓ ହେଲପରଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଗାଡିର ହେଲପରର ମୃତ୍ୟୁ ଘଟିଛି।

ମୃତ ହେଲପର ଜଣଙ୍କ ଟାଟା ଜାମସେଦପୁର ଗରିବନବାଜ ଅଞ୍ଚଳର ଏସ.କେ ରାଜୁ ବୋଲି ଜଣାପଡିଛି। ଗୁରୁତର ଆହତ ହୋଇଥିବା ଡ୍ରାଇଭର ମହମ୍ମଦ ହାପିଜଙ୍କୁ କଟକ ମେଡିକାଲକୁ  ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ କୁଆଖିଆ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ କଦଳୀ ବୋଝେଇ ଗାଡ଼ିରେ ମୃତ ଯୁବକ ଜଣକ ଲିଫ୍ଟ ଅବା ଭଡା ଦେଇ ଆସିଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ।

ଋଷି କପୁରଙ୍କ ପାଇଁ ପ୍ରାର୍ଥନା ସଭା ରଖିଲେ ନୀତୁ-ରଣବୀର…

ଏପ୍ରିଲ ୩୦ରେ ଋଷି କପୁର ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଥିଲେ ଆରପାରିକୁ । ଏମିତି ପରିସ୍ଥିତିରେ କପୁର ପରିବାର ଋଷି କପୁରଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି । ଏଥିପାଇଁ ସ୍ତ୍ରୀ ନୀତୁ କପୁର ଏବଂ ପୁଅ ରଣବୀର କପୁର ତାଙ୍କ ଅମର ଆତ୍ମାର ଶାନ୍ତି ପାଇଁ ଘରେ ପ୍ରାର୍ଥନା ସଭା ରଖିଥିଲେ ।

ରଣବୀର କପୁର ଏବଂ ନୀତୁ କପୁରଙ୍କ ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦୁହେଁ ଋଷି କପୁରଙ୍କ ଏକ ଫୁଲ ଚଢ଼ା ଫଟୋ ପାଖରେ ବସିଥିବା ଦେଖିବାକୁ  ମିଳିଛି । ରଣବୀର କପୁର ଏକ ଧଳା ରଙ୍ଗର କୁର୍ତ୍ତା ସହ ନାରଙ୍ଗୀ ରଙ୍ଗର ଏକ ପଗଡ଼ି ପିନ୍ଧିଥିବା ବେଳେ ନୀତୁ ଏକ ଧଳା କୁର୍ତ୍ତୀ ପିନ୍ଧିଥିବା ନଜର ଆସିଥିଲେ ।

ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ ପରିବାର ସମେତ ବଲିଉଡ ଇଣ୍ଡଷ୍ଟ୍ରିର ଅଳ୍ପ କିଛି ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । କିନ୍ତୁ ଲକଡାଉନ କାରଣରୁ ଋଷିଙ୍କ ଝିଅ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିନଥିଲେ । ଜଣାଇ ରଖୁଛୁ ଯେ ଋଷିଙ୍କ ଝିଅ ରିଦ୍ଦିମା କପୁର ବର୍ତ୍ତମାନ ମୁମ୍ବାଇ ପହଞ୍ଚିସାରିଛନ୍ତି । ରିଦ୍ଦିମା ବାପାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ପାରିନଥିଲେ କିନ୍ତୁ ସେ ପ୍ରାର୍ଥନା ସଭାରେ ସାମିଲ ରହିବେ ।

ଦରିଆପାରିରେ ଦୁଇ ଓଡ଼ିଆ ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ଦରିଆପାରିରେ ଦୁଇ ଓଡ଼ିଆ ଯୁବକଙ୍କ ମୃତ୍ୟୁ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟ।ମୁଣ୍ଡାଇର ଦୁଇ ଓଡ଼ିଆ ଯୁବକଙ୍କର ଦୁବାଇରେ ମୃତ୍ୟୁ ହୋଇଛି । ପଟାମୁଣ୍ଡାଇ ପୌରାଞ୍ଚଳର ବାବାଜି ସେଠୀ ଓ ମାଳିପୁରର ନିରଞ୍ଜନ ମଲ୍ଲିକ ଦୁବାଇରେ କାମ କରୁଥିବା ବେଳେ ଥଣ୍ଡାରେ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପରେ ଫୋନ୍‌ ଆସିଥିଲା ଯେ ବାବାଜି ଓ ନିରଞ୍ଜନଙ୍କର ମୃତ୍ୟୁ ହୋଇଛି । ଖବର ପାଇବା ପରେ ଉଭୟଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି । ନିର୍ଦ୍ଦିଷ୍ଟ ଭାବେ ନିରଞ୍ଜନ ଓ ବାବାଙ୍କର କେମିତି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ । କରୋନାରେ ଆକ୍ରାନ୍ତ ହୋଇ ଉଭୟଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତଦେହ ଗାଁକୁ ଆଣିବା ପାଇଁ ଉଭୟଙ୍କ ପରିବାର ପ୍ରଶାସନକୁ ଅନୁରୋଧ କରିଛନ୍ତି  । ତେବେ ଘଟଣାର ତଦନ୍ତ କରାଯିବ ଓ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ଶର୍ମା କହିଛନ୍ତି ।

ମୃତ୍ୟୁ ପରେ ପଡ଼ିରହିଲା ଅସହାୟ ମହିଳାଙ୍କ ମୃତଦେହ, କରୋନା ଭୟରେ ଛୁଇଁଲେନି ସାହିପଡ଼ିଶା

ସମ୍ବଲପୁର: ସମ୍ବଲପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମୃତ୍ୟୁ ପରେ ଘଣ୍ଟା ଘଣ୍ଟା ଧରି ପଡିରହିଲା ଅସହାୟ ମହିଳାଙ୍କ ମୃତଦେହ । କରୋନା ଭୟରେ ମୃତଦେହକୁ ଛୁଇଁଲେନି ସାହିପଡିଶା । ସମ୍ବଲପୁର ସାକ୍ଷୀପଡା ଅଞ୍ଚଳର ସରଲାକାନି ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁୟାୟୀ ସ୍ଥାନୀୟ ଅଞ୍ଚଳର ଅସହାୟ ମହିଳା ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । ଲକଡାଉନ୍‌ ସମୟରେ ଖାଇବାକୁ ନ ପାଇ ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା ।

ତେବେ ମୃତଦେହ ଗାଁକୁ ଆସିବା ପରେ ଗାଁ ଲୋକେ କେହି  ଛୁଇଁନଥିଲେ । ପରେ ସାମାଜିକ କର୍ମୀଙ୍କ ସହାୟତାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ବର୍ଷକ ପୂର୍ବରୁ ସବିତାଙ୍କ ସ୍ୱାମୀ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଏକ ୯ ବର୍ଷର ଝିଅ ଏବଂ ୬ ବର୍ଷର ପୁଅ ଅଛି । ମହିଳାଙ୍କ ମୃତ୍ୟୁପରେ ପୁଅ ଝିଅଙ୍କୁ ଚାଇଲ୍ଡଲାଇନ୍‌ ପଠାଇ ଦିଆଯାଇଛି ।

ଗ୍ରୀନ୍ ଜୋନରେ ଗଡ଼ିବନି ଘରୋଇ ବସ୍‌, ଗାଇଡ୍‌ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଗ୍ରୀନ ଜୋନରେ ଗଡ଼ିବନି ଘରୋଇ ବସ୍‌ । କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ଚାଲିପାରିବନି ବସ୍‌ । ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସୂଚନା ଦେଇଛି । ତୃତୀୟ ପର୍ଯ୍ୟାୟ ଲକଡାଉନ ବେଳେ ୫୦ ପ୍ରତିଶତ ଯାତ୍ରୀରେ ବସ୍‌ ଚଳାଚଳ ସମ୍ଭବ ନୁହେଁ । ୫୦ ପ୍ରତିଶତ ଯାତ୍ରୀରେ ବସ୍‌ ଚଳାଚଳ ଅନୁମତି ଦେଇଥିଲା କେନ୍ଦ୍ର  । ରାଜ୍ୟ ଘରୋଇ ବସ ମାଲିକ ସଂଘ ବୈଠକରେ ଏବଳି ନିଷ୍ପତ୍ତି ହୋଇଛି ।

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ଗ୍ରୀନ୍‌ଜୋନ୍‌ରେ ସିଟ୍‌ ସଂଖ୍ୟାର ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ କରିବା ସମ୍ଭବ ନୁହେଁ । ଏହାଦ୍ଵାରା କ୍ଷତି ହେବ । ଏନେଇ ଘରୋଇ ବସ୍‌ ମାଲିକଙ୍କ ସହ ସହମତ ହୋଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ କରିବାକୁ ଗାଇଡ୍‌ଲାଇନ୍‌ ଜାରି କରିଥିବା କେନ୍ଦ୍ର ସରକାରଙ୍କୁ ଏହା ଜଣାଇ ଦିଆଯିବ । ପରବିହନ ବିଭାଗର ବୈଠକରେ ଏ ସଂପର୍କରେ ଆଲୋଚନା କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ସେପଟେ ଆଜି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ବୈଠକ ବସୁଛି ।

 

ମାନସିକ ରୂପେ ଭାଙ୍ଗିପଡ଼ିଥିଲେ ମହମ୍ମଦ ସାମୀ, ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ..!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳ‌ର ଦ୍ରୁତ ବୋଲର ମୋହମ୍ମଦ ସାମୀ, ୨୦୧୫ ବିଶ୍ୱକପ୍‌ ପରେ ଆଘାତ କାରଣରୁ ଘରକୁ ଫେରୁଥିବା ବେଳେ ତିନିଥର ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ।

ଇନଷ୍ଟାଗ୍ରାମରେ ରୋହିତ ଶର୍ମାଙ୍କ ସହ କଥା ହେଉଥିବା ବେଳେ ସାମୀ ଏଭଳି କହିଛନ୍ତି । ସେ କହିଛନ୍ତି ୨୦୧୫ ବିଶ୍ୱକପ୍‌ ପରେ ଆଘାତ କାରଣରୁ ସେ ଘରକୁ ଫେରି ଆସିଥିଲେ । ଏହା ପରେ ନିଜର ବ୍ୟକ୍ତିଗତ ଜୀବନର ସମସ୍ୟା କାରଣରୁ ମାନସିକ ଚାପଗ୍ରସ୍ତ ଥିଲେ । ନିଜର ଏକାଗ୍ରତା ବଜାୟ ରଖିବାକୁ ସେ ନିଜ ଭିତରେ ଅନେକ ସଂଘର୍ଷ କରିଛନ୍ତି ।

ସାମୀ କହିଛନ୍ତି, ‘ମୁଁ ୨୦୧୫ ବିଶ୍ୱକପରେ ଆହତ ହୋଇଥିଲି । ଏହା ପରେ ଦଳରେ ପ୍ରତ୍ୟାବର୍ତ୍ତନ କରିବାକୁ ମତେ ୧୮ ମାସ ସମୟ ଲାଗିଥିଲା । ଏହି ସମୟ ଅତିକ୍ରମ କରିବା ସାମୀଙ୍କ ଜୀବନର ସବୁଠାରୁ ବଡ଼ କଷ୍ଟଦାୟକ ଥିଲା ।

ସାମୀ ଆହୁରି କହିଛନ୍ତି, ଖାଲିରେ ଘରେ ରହିବା କଷ୍ଟ ଦାୟକ । ଏହାସହ ପାରିବାରିକ ସମସ୍ୟା ରହିଥିଲେ ତାହା ଅଧିକ କଷ୍ଟଦାୟକ । ଖାଲି ସେତିକି ନୁହେଁ ଆଇପିଏଲ୍‌ର ୧୦-୧୨ ଦିନ ପୂର୍ବରୁ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯାହାକି ତାଙ୍କୁ ସମ୍ପୂର୍ଣ୍ଣ ରୂପେମାନସିକ ସ୍ତରରେ ଭାଙ୍ଗି ଦେଇଥିଲା । ଅନ୍ୟପଟେ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ମିଡିଆରେ ଅନେକ ଚର୍ଚ୍ଚା ହେଉଥିଲା । ଏହି ସବୁ କାରଣରୁ ସାମୀ ୩ ଥର ଆତ୍ମ ହତ୍ୟା କରିବା କଥା ଚିନ୍ତା କରିଛନ୍ତି ।

ସାମୀ ଶେଷରେ କହିଛନ୍ତି କ୍ରିକେଟ୍‌କୁ ପୁଣି ଫେରିବା ପଛରେ ତାଙ୍କ ପରିବାର ଲୋକଙ୍କ ହାତ ରହିଛି । ପରିବାର ପକ୍ଷରୁ ଯଦି ସହଯୋଗ ମିଳିନଥାନ୍ତା ସେ କ୍ରିକେଟ୍‌ ଦୁନିଆଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥାନ୍ତେ । ସାମୀ ଏତେ ମାତ୍ରାରେ ମାନସିକ ଚାପଗ୍ରସ୍ତ ଥିଲେ ଯେ, ପ୍ରାକ୍ଟିସ୍‌ ମଧ୍ୟ କରିପାରୁ ନଥିଲେ । ପରିବାର ଲୋକ ସବୁବେଳେ ସାଥିରେ ଥିଲେ ଓ ସାହସ ଦେଉଥିଲେ ବୋଲି ସେ ଆଜି କ୍ରିକେଟକୁ ଫେରି ପାରିଛନ୍ତି ।

ବସରେ ଫେରୁଥିବା ପ୍ରବାସୀ ମାନିବେ ଏହି ସବୁ ନିୟମ…

ଭୁବନେଶ୍ୱର: ବାହାରେ ରାଜ୍ୟରେ ଫସିଥିବା ଓଡ଼ିଆ ରାଜ୍ୟ ସରକାରଙ୍କ ପଦକ୍ଷେପ ପରେ ବସ୍ ଯୋଗେ ରାଜ୍ୟକୁ ଫେରୁଛନ୍ତି । ତେବେ, ଫେରିବା ବେଳେ କେତକ ବସରେ ଥିବା ପ୍ରବାସୀ ନିୟମ ମାନୁନାହାଁନ୍ତି । କେଉଁଠି ଓଭର ଲୋଡିଂ ହୋଇ ଫେରୁଛନ୍ତି ତ କେଉଁଠି ଆବଶ୍ୟକୀୟ ପାସ୍ ନାହିଁ । ଏଭଳି ନିୟମ ଉଲ୍ଲଂଘନକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ।

ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଆବଶ୍ୟକ ପାସ୍ ନେଇ ଆସିବା ଦରକାର । ପାସ୍ ନଥିଲେ ରାଜ୍ୟ ବର୍ଡରରୁ ସେମାନଙ୍କୁ ଫେରାଇ ଦିଆଯିବ । କେତେକ ବସରେ ପ୍ରବାସୀ ଓଭର ଲୋଡିଂ ହୋଇ ଆସୁଛନ୍ତି । ସେମାନଙ୍କ ନିକଟରେ ପାସ୍ ଥିଲେ ବି ରାଜ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ସେମାନଙ୍କୁ ସୀମାରୁ ଫେରାଇ ଦିଆଯିବ ।

ରାଜ୍ୟକୁ ଆସୁଥିବା ସମସ୍ତ ଫେରନ୍ତାଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରେ କୌଣସି ବିଶୃଙ୍ଖଳା ସୃଷ୍ଟି କଲେ ସେମାନଙ୍କୁ ଅନ୍ୟତ୍ର ଦୂରକୁ ସ୍ଥାନାନ୍ତର କରାଯିବ । କ୍ୱାରେଣ୍ଟାଇନ୍ ଅବଧି ଶେଷ ପରେ ସରକାର ଦେଉଥିବା ଇନସେଣ୍ଟିଭ୍ ମଧ୍ୟ ଦିଆଯିବ ନାହିଁ ।

ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

 

କେନ୍ଦୁଝରରେ ଆଉଜଣେ କରୋନା ସଂକ୍ରମିତ, ରାଜ୍ୟରେ ସଂଖ୍ୟା ୧୬୨କୁ ବୃଦ୍ଧି

ଭୁବନେଶ୍ୱର: ପ୍ରତି ଘଣ୍ଟାରେ ବଢ଼ିବାକୁ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ସାଂଘାତିକ ରୂପ ନେଉଛି କରୋନା । ସଂକ୍ରମଣ ଚିନ୍ତାରେ ଏବେ ପୁରା ରାଜ୍ୟ । କେନ୍ଦୁଝରରେ ପୁଣି ଆଉଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହେବା ପରେ କେନ୍ଦୁଝରରେ କରୋନା ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଏହା ସହ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୨କୁ ବୃଦ୍ଧି ପାଇଛି ।

ତେବେ ଆଜି ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୨, ବାଲେଶ୍ୱରରେ ୧, ଝାରସୁଗୁଡ଼ାରେ ୧ ଏବଂ କେନ୍ଦୁଝରରେ ୧ କୋରୋନା ରୋଗି ଚିହ୍ନଟ ହୋଇଛନ୍ତି ।  ଏବେ ରାଜ୍ୟରେ ୧୬୨ ଜଣ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୧୦୫ ଜଣ ଏବେ ସକ୍ରିୟ ରହିଛନ୍ତି । ସୁସ୍ଥ ହୋଇଛନ୍ତି ୫୬ ଜଣ ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।

ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

ଫେରନ୍ତା କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ, ନହେଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅନ୍ୟ ରାଜ୍ୟଠାରୁ ଆମ ସ୍ଥିତି ଭଲ ଅଛି । କୌଣସି ପରିସ୍ଥିତିରେ ନିୟମ ଉଲ୍ଲଂଘନକାରୀଙ୍କୁ ବରଦାସ୍ତ କରାଯିବ ନାହିଁ । ଅନ୍ୟ ରାଜରୁ ଫେରୁଥିବା ଓଡ଼ିଆଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛୁ । ଫେରୁଥିବା ୯୦ ପ୍ରତିଶତ ଲୋକ ରେଜିଷ୍ଟ୍ରେସନ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ତେବେ, ପ୍ରବାସୀ ଫେରୁଥିବା ବସ୍ ଦିଆଯାଇଥିବା ରୁଟ୍ ଅନୁସାରେ ଆସୁନାହାଁନ୍ତି । ସେହି ରୁଟରେ ନଗଲେ ବସ୍ ସିଜ୍ କରାଯିବ । ପଞ୍ଚାୟତରେ କ୍ୱାରେଣ୍ଟାଇନ ନକରି ଦୂରରେ କ୍ୱାରେଣ୍ଟାଇନରେ ରଖାଯିବ । ଏପରିକି କ୍ୱାରେଣ୍ଟାଇନ ଅବଧିକୁ ବୃଦ୍ଧି କରାଯିବ । ନିୟମ ନମାନିଲେ କ୍ୱାରେଣ୍ଟାଇନ୍ ସରିଲେ ଇନସେଣ୍ଟିଭ୍ ମିଳିବ ନାହିଁ । କାର୍ଯ୍ୟାନୁଷ୍ଠାନ ନିଆଯିବ, ଜେଲ୍ ଯାଇପାରନ୍ତି ।

ପାସ୍ ନଥିଲେ ରାଜ୍ୟ ଭିତରକୁ ଅନୁମତି ପ୍ରବାସୀଙ୍କ ବସକୁ ଅନୁମତି ଦିଆଯିବ ନାହିଁ । ବସ୍ ପାସ୍ ଥାଇ ଓଭର ଲୋଡିଂ ହୋଇଥିଲେ ରାଜ୍ୟକୁ ପଶିପାରିବେ ନାହିଁ । ବର୍ଡର ଚେକ୍ ପଏଣ୍ଟରୁ ଫେରାଇ ଦିଆଯିବ । କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

ଅନ୍ୟ ରାଜ୍ୟରୁ ଫେରିବାକୁ ଚାହୁଁଥିବା ଭାଇ, ଭଉଣୀ ରାଜ୍ୟକୁ ଫେରିପାରିବେ । ରେଜିଷ୍ଟ୍ରେସନ୍ କରିବା ବେଳେ କ୍ୱାରେଣ୍ଟାଇନରେ ରହିବେ ବୋଲି ଆପଣ ସର୍ତ୍ତକୁ ମାନିଛନ୍ତି । ଏହି ସର୍ତ୍ତକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

https://youtu.be/SzW41-Jd_xw