ବସରେ ଫେରୁଥିବା ପ୍ରବାସୀ ମାନିବେ ଏହି ସବୁ ନିୟମ…

ଭୁବନେଶ୍ୱର: ବାହାରେ ରାଜ୍ୟରେ ଫସିଥିବା ଓଡ଼ିଆ ରାଜ୍ୟ ସରକାରଙ୍କ ପଦକ୍ଷେପ ପରେ ବସ୍ ଯୋଗେ ରାଜ୍ୟକୁ ଫେରୁଛନ୍ତି । ତେବେ, ଫେରିବା ବେଳେ କେତକ ବସରେ ଥିବା ପ୍ରବାସୀ ନିୟମ ମାନୁନାହାଁନ୍ତି । କେଉଁଠି ଓଭର ଲୋଡିଂ ହୋଇ ଫେରୁଛନ୍ତି ତ କେଉଁଠି ଆବଶ୍ୟକୀୟ ପାସ୍ ନାହିଁ । ଏଭଳି ନିୟମ ଉଲ୍ଲଂଘନକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ।

ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଆବଶ୍ୟକ ପାସ୍ ନେଇ ଆସିବା ଦରକାର । ପାସ୍ ନଥିଲେ ରାଜ୍ୟ ବର୍ଡରରୁ ସେମାନଙ୍କୁ ଫେରାଇ ଦିଆଯିବ । କେତେକ ବସରେ ପ୍ରବାସୀ ଓଭର ଲୋଡିଂ ହୋଇ ଆସୁଛନ୍ତି । ସେମାନଙ୍କ ନିକଟରେ ପାସ୍ ଥିଲେ ବି ରାଜ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ସେମାନଙ୍କୁ ସୀମାରୁ ଫେରାଇ ଦିଆଯିବ ।

ରାଜ୍ୟକୁ ଆସୁଥିବା ସମସ୍ତ ଫେରନ୍ତାଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରେ କୌଣସି ବିଶୃଙ୍ଖଳା ସୃଷ୍ଟି କଲେ ସେମାନଙ୍କୁ ଅନ୍ୟତ୍ର ଦୂରକୁ ସ୍ଥାନାନ୍ତର କରାଯିବ । କ୍ୱାରେଣ୍ଟାଇନ୍ ଅବଧି ଶେଷ ପରେ ସରକାର ଦେଉଥିବା ଇନସେଣ୍ଟିଭ୍ ମଧ୍ୟ ଦିଆଯିବ ନାହିଁ ।

ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

 

Leave a Reply