ମୃତ୍ୟୁ ପରେ ପଡ଼ିରହିଲା ଅସହାୟ ମହିଳାଙ୍କ ମୃତଦେହ, କରୋନା ଭୟରେ ଛୁଇଁଲେନି ସାହିପଡ଼ିଶା

ସମ୍ବଲପୁର: ସମ୍ବଲପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମୃତ୍ୟୁ ପରେ ଘଣ୍ଟା ଘଣ୍ଟା ଧରି ପଡିରହିଲା ଅସହାୟ ମହିଳାଙ୍କ ମୃତଦେହ । କରୋନା ଭୟରେ ମୃତଦେହକୁ ଛୁଇଁଲେନି ସାହିପଡିଶା । ସମ୍ବଲପୁର ସାକ୍ଷୀପଡା ଅଞ୍ଚଳର ସରଲାକାନି ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁୟାୟୀ ସ୍ଥାନୀୟ ଅଞ୍ଚଳର ଅସହାୟ ମହିଳା ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । ଲକଡାଉନ୍‌ ସମୟରେ ଖାଇବାକୁ ନ ପାଇ ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା ।

ତେବେ ମୃତଦେହ ଗାଁକୁ ଆସିବା ପରେ ଗାଁ ଲୋକେ କେହି  ଛୁଇଁନଥିଲେ । ପରେ ସାମାଜିକ କର୍ମୀଙ୍କ ସହାୟତାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ବର୍ଷକ ପୂର୍ବରୁ ସବିତାଙ୍କ ସ୍ୱାମୀ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଏକ ୯ ବର୍ଷର ଝିଅ ଏବଂ ୬ ବର୍ଷର ପୁଅ ଅଛି । ମହିଳାଙ୍କ ମୃତ୍ୟୁପରେ ପୁଅ ଝିଅଙ୍କୁ ଚାଇଲ୍ଡଲାଇନ୍‌ ପଠାଇ ଦିଆଯାଇଛି ।

Leave a Reply