spot_img
Home Blog Page 7163

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ, ଖାଦ୍ୟ ଫେରାଇଲେ ଅନ୍ତେବାସୀ

ବ୍ରହ୍ମପୁର: ଖାଦ୍ୟ ଦେବାରେ ବିଳମ୍ୱ କରିବା ସହ ନିମ୍ନମାନର ଖାଦ୍ୟ ଦେଇଥିବା ଅଭିଯୋଗରେ ଖାଦ୍ୟ  ଫୋପାଡ଼ି ଦେଇଛନ୍ତି କ୍ୱାରେଣ୍ଟାଇନ୍‌ରେ ଥିବା ପ୍ରବାସୀ ଓଡ଼ିଆ । ଗଞ୍ଜାମ ଜିଲ୍ଲା ସୁବୁଳିଆ ସ୍ଥିତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କ୍ୱାରେଣ୍ଟାଇନରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ଅଭିଯୋଗ ହେଲା ଯେ, ସେମାନଙ୍କୁ ଦିନ ୧୨ଟାରେ ଖାଇବାକୁ ଦିଆଯାଇଛି । ଖାଇବାରେ ଭାତ ଡାଲି ଓ ଆଚାର ଦେଉଛନ୍ତି । ଯାହାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି । ଏଭଳି ଖାଦ୍ୟ ଖାଇବାକୁ ବାରଣ କରିବା ସହ ସାମୁହିକ ଭାବେ ଖାଦ୍ୟ ଫୋପାଡ଼ି ଦେଇଥିଲେ କ୍ୱାରେଣ୍ଟାଇନ୍‌ରେ ରହିଥିବା ପ୍ରବାସୀ ।

https://www.facebook.com/NandighoshaTV/videos/2548741585225286/

ଗତକାଲି ରାତିରେ ମଧ୍ୟରେ ସମାନ ପ୍ରକାର ଖାଦ୍ୟ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପ୍ରବାସୀ । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଉଛି । ଭିଡିଓ ସୋସିଆଲ୍ ମିଡିଆାରେ ଭାଇରଲ୍ ହେବା ପରେ ପ୍ରବାସୀଙ୍କ ଏଭଳି ଆଚରଣକୁ ସାଧାରଣରେ ନାପସନ୍ଦ କରିଛନ୍ତି । ଅପରପକ୍ଷରେ ରାଗପୁର ଆଦର୍ଶ ବିଦ୍ୟାଳୟରେ ଖୋଲାଯାଇଥିବା ଅନ୍ୟ ଏକ କ୍ୱାରେଣ୍ଟାଇନ୍ ସେଣ୍ଟର ତାଲା ଭାଙ୍ଗି ଚମ୍ପଟ୍‌ ମାରିଛନ୍ତି ପ୍ରାୟ ୨ଶହ ଲୋକ । ପ୍ରଶ୍ନ ଉଠୁଛି, କେମିତି କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଫେରାର ହେଲେ ଅନ୍ତେବାସୀ ? କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଢିଲା ଥିଲା କି ସୁରକ୍ଷା ବ୍ୟବସ୍ଥା? କରୋନାର ଭୟାବହତା ଭିତରେ ଏ କିଭଳି ଦାୟିତ୍ୱହୀନତ? ତେବେ ରବିବାର ୨ ଜଣ ସୁରତ୍ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରବାସୀଙ୍କ ଏଭଳି ଆଚରଣ ଲୋକଙ୍କୁ ଚିନ୍ତିତ କରିଛି । ସେମାନେ ଏଭଳି କରିବା ଦ୍ୱାରା ନିଜ ସହିତ ନିଜ ପରିବାର ଓ ସମାଜକୁ ବିପଦ ମଧ୍ୟକୁ ଠେଲିଦେଉଛନ୍ତି ।

ସୁସ୍ଥ ହେଲେ ଆଉ ୪ କରୋନା ଆକ୍ରାନ୍ତ: ଏଯାବତ୍ ସୁସ୍ଥ ହେଲେଣି ୬୦ ରୋଗୀ

ଭୁବନେଶ୍ୱର: ସୁସ୍ଥ ହେଲେ ରାଜ୍ୟର ଆଉ ୪ କରୋନା ଆକ୍ରାନ୍ତ । ସେମାନଙ୍କ କୋଭିଡ-୧୯ ଟେଷ୍ଟ ନେଗେଟିଭ୍‌ ଆସିଛି । ସେମାନଙ୍କ ମଧ୍ୟରୁ ୩ ଜଣ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଜଣେ ବାଲେଶ୍ୱର ଜିଲ୍ଲାର । ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି ।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଏଯାବତ୍‌ ରାଜ୍ୟରେ ମୋଟ ୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହେବା ପରେ ଏବେ ମୋଟ ୧୦୨ ଜଣ କରୋନା ରୋଗୀ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

କାଲିଠୁ ଆରମ୍ଭ ହେବ ଲକ୍‌ଡାଉନ୍‌ 3.0: ଜାଣନ୍ତୁ କଣ ରହିବ କଟକଣା

 

୨ ପଜିଟିଭ୍‌ ଚିହ୍ନଟ ହେବା ପରେ ଅରେଞ୍ଜ ଜୋନ୍‌ରେ ସାମିଲ ହେଲା ଗଞ୍ଜାମ ଜିଲ୍ଲା, ପଢ଼ନ୍ତୁ ଆପଣଙ୍କ ଜିଲ୍ଲା କେଉଁ ଜୋନ୍‌ରେ

ବ୍ରହ୍ମପୁର:ରାଜ୍ୟ ସରକାରଙ୍କ ପକ୍ଷରୁ ଜାର ହୋଇଛି ନୂଆ ଜୋନ୍‌ ତାଲିକା । ଏଥିରେ ୧୧ଟି ଜିଲ୍ଲା ଅରେଞ୍ଜ ଜୋନ୍‌ରେ ସାମିଲ ହୋଇଥିବା ବେଳେ ୧୯ ଜିଲ୍ଲା ଗ୍ରୀନ୍‌ ଜୋନ୍‌ରେ ରହିଛି । ଏଥିରେ ପୂର୍ବରୁ ଗ୍ରୀନ୍‌ ଜୋନ୍‌ରେ ଥିବା ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଜିଲ୍ଲାରେ ସାମିଲ କରାଯାଇଛି । ଗତକାଲି ସୁଦ୍ଧା ଜଣେ ବି କରୋନା ପଜିଟିଭ୍‌ ଚିହ୍ନଟ ହୋଇନଥିବା ବେଳେ ରବିବାର ୨ ଜଣ ସୁରତ୍ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟ ସରକାର ଜୋନ୍‌ ତାଲିକାରେ ପରିବର୍ତ୍ତନ କରିବା ସହ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଜୋନ୍‌ରେ ସାମିଲ କରିଛନ୍ତି । ଅପରପକ୍ଷରେ ଭୁବନେଶ୍ୱର ମହାନଗର ନିଗମକୁ ରେଡ୍ ଜୋନ୍‌ରେ ସାମିଲ କରିଛନ୍ତି ରାଜ୍ୟ ସରକାର । ଗଞ୍ଜାମ ଜିଲ୍ଲା ଅରେଞ୍ଜ ଜୋନ୍‌ରେ ସାମିଲ ହେବା ପରେ ଗ୍ରୀନ୍‌ ଜୋନ୍‌ ଯୋଗୁଁ ଯେଉଁ ସବୁ କଟକଣାରେ କୋହଳ ହୋଇଥିଲା ତାହା ବଳବତ୍ତର ରହିବ ନାହିଁ ।  ଗଞ୍ଜାମ ଜିଲ୍ଲାରେ ସୋମବାର ଠାରୁ ଅରେଞ୍ଜ ଜୋନ୍‌ ଅନୁଯାୟୀ କଟକଣା ଲାଗୁ ହେବ ।

ରେଡ୍ ଜୋନ୍‌ ତାଲିକା

ବାଲେଶ୍ୱର, ଭଦ୍ରକ, ଯାଜପୁର, ଭୁବନେଶ୍ୱର ମହାନଗର ନିଗମ

ଅରେଞ୍ଜ ଜୋନ୍‌ ତାଲିକା          

ଖୋର୍ଦ୍ଧା (ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ) ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ଢେଙ୍କାନାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲା ।

ଗ୍ରୀନ୍ ଜୋନ୍‌ ତାଲିକା

ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ୱଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ ଓ ପୁରୀ ଜିଲ୍ଲା

କାଲିଠୁ ଆରମ୍ଭ ହେବ ଲକ୍‌ଡାଉନ୍‌ 3.0: ଜାଣନ୍ତୁ କଣ ରହିବ କଟକଣା

ବାୟୁ ସେନା ପରେ ଏବେ କରୋନା ଯୋଦ୍ଧାଙ୍କୁ ସଲାମ୍‌ ଜଣାଇଛନ୍ତି ନୌସେନା

ପୁରୀ: ବାୟୁ ସେନା ପରେ ଏବେ କରୋନା ଯୋଦ୍ଧାଙ୍କୁ ସଲାମ୍‌ ଜଣାଇଛନ୍ତି ନୌସେନା । ବଙ୍ଗୋପ ସାଗରରେ ପୂର୍ବତଟ ତଟରକ୍ଷୀ ବାହିନୀଙ୍କ ପକ୍ଷରୁ ଆଜି ଓଡିଶା ଉପକୂଳରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସମୁଦ୍ର ଭିତରେ ତଟରକ୍ଷୀ ବାହିନୀର ଯୋଦ୍ଧା ଜାହାଜରେ ସବୁଜ ଆଲୋକରେ ଆଲୋକିତ କରାଯାଇଥିଲା | ଏଥିସହ ସମୁଦ୍ର ଭିତରେ ଯୁଦ୍ଧ ଜାହାଜରୁ ସବୁଜ ରଙ୍ଗର ଏଲୁମୁନେସନ ଫ୍ଲେୟାର ମାଧ୍ୟମରେ ଫୁଟାଯାଇ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା |

ଓଡ଼ିଶା ଉପକୂଳରେ ପାରାଦ୍ୱୀପ ଓ ପୁରୀ ଦୁଇଟି ସ୍ଥାନ ଓ ପଶ୍ଚିମବଙ୍ଗ ଉପକୂଳର ସାଗର ଆଇସଲ୍ୟାଣ୍ଡ ଠାରେ ଓପିଭି ଶ୍ରେଣୀର ଯୁଦ୍ଧ ଜାହାଜରେ ଆଜି ସନ୍ଧ୍ୟାରେ ଏପରି କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଥିଲା | ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ପୋଲିସ, ସଫେଇ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ତଥା କରୋନା ଯୁଦ୍ଧରେ ସାମିଲ ଥିବା ସମସ୍ତ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ କୋଷ୍ଟଗାର୍ଡ ପକ୍ଷରୁ ଆଜି ଏହି କାର୍ଯ୍ୟକ୍ରମ କରାଯାଇଥିଲା |

ରେଡ୍ ଜୋନରେ ସାମିଲ ହେଲା ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ୱର: ନୂଆ ଜୋନ୍‌ ତାଲିକା ଜାରି କଲେ ରାଜ୍ୟ ସରକାର । ଭୁବନେଶ୍ୱର ମହାନଗର ନିଗମକୁ ରେଡ୍ ଜୋନ୍‌ ଅନ୍ତର୍ଭୁକ୍ତ କଲେ ସରକାର । ପୂର୍ବରୁ ସମଗ୍ର ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନ୍‌ରେ ରହିଥିଲା । ତେବେ ରାଜ୍ୟ ସରକାରଙ୍କ ନୂଆ ଜୋନ୍‌ ତାଲିକା ପରେ ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳ ଅରେଞ୍ଜ ଜୋନ୍‌ରେ ରହିବ । ଭୁବନେଶ୍ୱରକୁ ରେଡ୍ ଜୋନ୍ ଅନ୍ତର୍ଭୁକ୍ତ କରାଯିବା ପରେ କୋହଳ ହୋଇଥିବା ସମସ୍ତ କଟକଣା ପୁଣି ଲାଗୁ ହେବ । ପୂର୍ବରୁ ବାଲେଶ୍ୱର, ଯାଜପୁର ଓ ଭଦ୍ରକ ରହିଥିବା ବେଳେ ଏଥିରେ ସାମିଲ ହୋଇଛି ଭୁବନେଶ୍ୱର ମହାନଗର ନିଗମ ।

କାଲିଠୁ ଆରମ୍ଭ ହେବ ଲକ୍‌ଡାଉନ୍‌ 3.0: ଜାଣନ୍ତୁ କଣ ରହିବ କଟକଣା

କେନ୍ଦ୍ର ସରକାରଙ୍କ ଅନୁମତି ସତ୍ତ୍ୱେ ଗ୍ରୀନ ଜୋନ୍‌ରେ ଗଡ଼ିବନି ବସ୍ !

ଭୁବନେଶ୍ୱର: ଗ୍ରୀନ୍‌ଜୋନ୍‌ରେ କାଲିଠାରୁ ବସ ଚଳାଚଳ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ମଧ୍ୟ ଘରୋଇ ବସ୍‌ ମାଲିକ ନାରାଜ । ସିଟ୍‌ ସଂଖ୍ୟାର ମାତ୍ର ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ ଲାଗି କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । କିନ୍ତୁ ଏହା ଦ୍ଵାରା କ୍ଷତି ହେବ । ତେଣୁ ବସ୍‌ ଚଳାଚଳ ସମ୍ଭବ ନୁହେଁ ବୋଲି ଘରୋଇ ବସ ମାଲିକ ସଂଘ କହିଛି । ସଂଘର ଯୁକ୍ତି ସହ ସହମତ ହୋଇଛନ୍ତି ପରିବହନ ମନ୍ତ୍ରୀ। କାଲି ରାଜ୍ୟ ପରିବହନ ବିଭାଗର ବୈଠକ ବସୁଛି।

ଅନୁମୃତି ସତ୍ତ୍ୱେ ଗ୍ରୀନ୍‌ଜୋନ୍‌ରେ ଗଡ଼ିବନି ଘରୋଇ ବସ । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚଳାଇବା ସମ୍ଭବ ନୁହେଁ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ବସ ଚଳାଇବା ପାଇଁ ଘରୋଇ ବସ ମାଲିକ ରାଜି ନୁହନ୍ତି । ଏନେଇ ସଂଘ ପକ୍ଷରୁ ରବିବାର ବୈଠକ ବସିଥିଲା। ରୋଡ୍‌ ଟାକ୍ସ, ବ୍ୟାଙ୍କ ଇନ୍‌ସୁରାନ୍‌ସ ଓ ଗାଡ଼ି ଇନ୍‌ସୁରାନ୍‌ସ ୬ ମାସ ଛାଡ଼ କରିବା ସହ ଡିଜେଲ ଦର ଉପରେ ଭାଟ ଓ ସେସ ଛାଡ଼ କରିବାକୁ ସଂଘ ଦାବି କରିଛି ।

 

ସେପଟେ ବସ ମାଲିକ ସଂଘର ଯ଼ୁକ୍ତି ସହିତ ସହମତ ହୋଇଛନ୍ତି ପରିବହନ ମନ୍ତ୍ରୀ। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଇବା କଷ୍ଟସାଧ୍ୟ । ପୂର୍ବରୁ ବସ ମାଲିକ ସଂଘର ଦାବିକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଗ୍ରୀନ୍‌ ଜୋନ୍‌ରେ ଘରୋଇ ବସ ଚଳାଚଳ ନକରିବାକୁ ସଂଘ ନିଷ୍ପତ୍ତି ନେଇଛି। ସେପଟେ ସୋମବାର ରାଜ୍ୟ ପରିବହନ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବାରୁ ଏଥିରୁ କିଛି ନିଷ୍ପତ୍ତି ବାହାରିବାର ସମ୍ଭବନା ଅଛି।

କାଲିଠୁ ଆରମ୍ଭ ହେବ ଲକ୍‌ଡାଉନ୍‌ 3.0: ଜାଣନ୍ତୁ କଣ ରହିବ କଟକଣା

ଭୁବନେଶ୍ୱର: ଆଜି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରୁଥିବା ବେଳେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ଲକ୍‌ଡାଉନ୍‌ 3.0 । ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ସମୟରେ ଜୋନ୍‌ ହିସାବରେ କଟକଣାକୁ କୋହଳ କରାଯାଇଛି । ପୂର୍ବ ଦୁଇ ପର୍ଯ୍ୟାୟ ଲକ୍‌ଡାଉନ୍‌ ଠାରୁ ଏହି ପର୍ଯ୍ୟାୟରେ କଟକଣାକୁ କୋହଳ କରାଯାଇଛି ।

ଲକ୍‌ଡାଉନ୍‌ ବଢିବା ସହ ଲାଗିଲା ଜୋନ୍‌ୱାରୀ କଟକଣା । ତିନୋଟି ଜୋନରେ ଭାଗ ଭାଗ କରି କଟକଣା କୋହଳ କରିବାକୁ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଲକ୍‌ଡାଉନ ସମୟରେ ବିମାନ ସେବା, ରେଳ ସେବା, ମେଟ୍ରୋ, ଆନ୍ତଃରାଜ୍ୟ ଯାତାୟତ, ସ୍କୁଲ, କଲେଜ, କୋଚିଂ ସେଣ୍ଟର, ସିନେମା ହଲ୍‌, ସପିଂ ମଲ୍‌, ଜିମ୍‌, ସାମାଜିକ ଧାର୍ମିକ ଏକତ୍ରୀକରଣ, ବିବାହ, ବ୍ରତ, ମନ୍ଦିର ପ୍ରବେଶ ବନ୍ଦ ରହିବ । ଏଥିସହ ସଂଧ୍ୟା ୭ରୁ ସକାଳ ୭ ଯାଏଁ ଅଣ ଅତ୍ୟାବଶ୍ୟକୀୟ ସେବା ସହ ବ୍ୟକ୍ତିଗତ ଯାତାୟତ ବନ୍ଦ ରହିବ ।

ରେଡ ଜୋନରେ ସାଇକେଲ୍‌, ଅଟୋରିକ୍ସ।, ଟ୍ୟାକ୍ସି, କ୍ୟାବ୍‌, ଆନ୍ତଃରାଜ୍ୟ ଯାତାୟତ, ଲୋକାଲ୍‌ ବସ୍‌, ସେଲୁନ୍‌, ସ୍ଵା, ଅଣ ଅତ୍ୟାବଶ୍ୟକୀୟ ଜିନିଷ ଦୋକାନ ଖୋଲିବ ନାହିଁ । କେବଳ ଅନୁମତିପ୍ରାପ୍ତ ବ୍ୟକ୍ତିଗତ କାର୍ଯ୍ୟ, ଗୋଟିକିଆ ଦୋକାନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଅନଲାଇନ୍‌ ଡେଲିଭରି, ୩୩% କର୍ମଚାରୀ ରଖି ସରକାରୀ ଓ ବେସରକାରୀ ଅଫିସ୍‌ ଚାଲିବ, ଆବଶ୍ୟକୀୟ ଜିନିଷ, ମେଡିସିନ୍‌, ଆଇଟି,ହାର୍ଡୱେର୍‌ ପ୍ରସ୍ତୁତ କରୁଥିବା କାରଖାନା, ଝୋଟ କାରଖାନା, ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି ।

୩ ବର୍ଷ ପୂର୍ବରୁ ଋଷି କପୁର ତାଙ୍କ ମୃତ୍ୟୁ ବିଷୟରେ କହିଥିଲେ ଏମିତି କଥା, ଭାଇରାଲ ହେଉଛି ଏହି ଟ୍ୱିଟ

ମୁମ୍ବାଇ: ଏପ୍ରିଲ ମାସ ୩୦ ତାରିଖରେ ବଲିଉଡର ଦିଗ୍ଗଜ ଅଭିନେତା ଋଷି କପୁର ଏହି ଦୁନିଆକୁ ସବୁଦିନ ପାଇଁ ବିଦାୟ ଦେଇଥିଲେ । ସମଗ୍ର ଇଣ୍ଡଷ୍ଟ୍ରି ପାଇଁ ଏହା ଗ୍ରହଣ କରିବା କଷ୍ଟକର ଥିଲା । ଋଷି କପୁରଙ୍କ ପ୍ରଶଂସନୀୟ ଅଭିନୟ ଦର୍ଶକ କେବେ ଭୁଲିପାରିବେ ନାହିଁ । ସେ ବଲିଉଡର ଜଣେ ଏମିତି ଅଭିନେତା ଥିଲେ ଯିଏ ୪୫ରୁ ଅଧିକ ଅଭିନେତ୍ରୀଙ୍କ ସହ ପରଦାରେ ରୋମାନ୍ସ କରିଛନ୍ତି । ଚକୋଲେଟ୍ ହିରୋଠୁ ଆରମ୍ଭ କରି ତାଙ୍କର ପ୍ରତ୍ୟେକ ଭୂମିକା ଲୋକଙ୍କ ମଧ୍ୟରେ ଚର୍ଚ୍ଚିତ ଥିଲା । ଜଣେ ବାପା ଚରିତ୍ରରେ ମଧ୍ୟ ଋଷି କପୁରଙ୍କୁ ଅନେକ ଭଲ ପାଇବା ମିଳିଥିଲା ।  ନିଜକୁ ଜଣେ ଦକ୍ଷ ଅଭିନେତା ଭାବରେ ପ୍ରମାଣିତ କରିବାରେ ସଫଳ ହୋଇଥିଲେ ଏହି ଅଭିନେତା । ତେବେ ଋଷିଙ୍କର ଏକ ପୁରୁଣା ଟୁଇଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଟୁଇଟ୍ ସେ ତିନି ବର୍ଷ ପୂର୍ବରୁ କରିଥିଲେ ।

ବିନୋଦ ଖାନ୍ନାଙ୍କ ମୃତ୍ୟୁ ସମୟରେ ସେ ଏକ ଟୁଇଟ୍ କରିଥିଲେ । ଏହି ଟୁଇଟ୍ ମାଧ୍ୟମରେ ଋଷି କପୁର ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ । ଋଷି କପୁର ଓ ବିନୋଦ ଖାନ୍ନା ଚାନ୍ଦନୀ ଏବଂ ଅମର ଅକବର ଆନ୍ଥୋନି ଭଳି ଚଳଚ୍ଚିତ୍ରରେ ଏକା ସହ କାମ କରିଥିଲେ। ଏହା ବ୍ୟତୀତ ସେ ତାଙ୍କୁ ନିଜ ବଡ ଭାଇ ମାନୁଥିଲେ । ଯେତେବେଳେ ବିନୋଦ ଖାନ୍ନାଙ୍କର ମୃତ୍ୟୁ ହୋଇଥିଲା, ତାଙ୍କ ଅନ୍ତିମ ସଂସ୍କାରରେ ବହୁତ କମ୍ ଲୋକେ ଉପସ୍ଥିତ ଥିଲେ । ଏପରିକି ନୂଆ ପିଢିର କୌଣସି କଳାକାର ସେଠାରେ ପହଞ୍ଚି ନଥିଲେ। ଏଥିପାଇଁ ଋଷି କପୁର ଅସନ୍ତୋଷ ବ୍ୟକ୍ତ କରିଥିଲେ।

ତାଙ୍କର ଏହି ଟ୍ୱିଟ୍ ପୁଣି ଥରେ ପ୍ରଶଂସକଙ୍କ ମଧ୍ୟରେ ଭାଇରାଲ ହେବାରେ ଲାଗିଛି ଯେଉଁଠାରେ ସେ ତାଙ୍କ ମୃତ୍ୟୁ ବିଷୟରେ ମଧ୍ୟ କହିଥିଲେ। ଏହି ଟୁଇଟରେ ସେ ଲେଖିଥିଲେ ଯେ, ବିନୋଦ ଖାନ୍ନାଙ୍କ ଅନ୍ତିମ ସଂସ୍କାରରେ ନୂତନ ପିଢିର କୌଣସି କଳାକାର ଯୋଗ ଦେଇନଥିଲେ। ଯେଉଁମାନେ ତାଙ୍କ ସହ କାମ କରିଛନ୍ତି ସେମାନେ ମଧ୍ୟ ଆସିନଥିଲେ । ଏହା ପରେ ସେ ଲେଖିଥିଲେ ଯେ, “ଯେତେବେଳେ ମୁଁ ମରିବି, ମୁଁ ମଧ୍ୟ ମୋ ମୃତ୍ୟୁ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ”।ୱ କେହି ମୋ ମୃତ ଶରୀରକୁ କାନ୍ଧ ଦେବେ ନାହିଁ “ ।

ତେବେ ବର୍ତ୍ତମାନ ଯେତେବେଳେ ଋଷି କପୁର ପ୍ରକୃତରେ ଆଉ ନାହାଁନ୍ତି, ସେତେବେଳେ ତାଙ୍କର ଟ୍ୱିଟ୍ ଭାଇରାଲ୍ ହେବାରେ ଲାଗିଛି । ସମଗ୍ର ଦେଶରେ ଏବେ କରୋନା ଯୋଗୁଁ ଲକଡାଉନ୍ ଚାଲିଥିବା ସମୟରେ ଋଷି କପୁରଙ୍କ ଦେହାନ୍ତ ହୋଇଛି। ଏହି କାରଣରୁ, ତାଙ୍କ ଅନ୍ତିମ ସଂସ୍କାରରେ ଖୁବ୍ କମ୍ ଲୋକ ପହଞ୍ଚିଥିଲେ । ମାତ୍ର ୨୫ ଜଣଙ୍କ ମଧ୍ୟରେ ଶବଦାହ କରାଯାଇଥିଲା। ମୃତ୍ୟୁ ପୂର୍ବରୁ ତାଙ୍କର କିଛିଟା ଇଚ୍ଛା ପୂରଣ ହୋଇପାରିଲା ନାହିଁ । ପାକିସ୍ତାନରେ ଥିବା ତାଙ୍କର ପୁସ୍ତେନି ଘରକୁ ଋଷି ଶେଷ ଥର ପାଇଁ ଦେଖିବାକୁ ଚାହୁଁଥିଲେ। କେବଳ ସେତିକି ନୁହେଁ, ସେ ଚାହୁଁଥିଲେ ଯେ, ରଣବୀର ବିବାହ କରନ୍ତୁ । ଏହା ସହ ତାଙ୍କର ଜେଜେବାପା ହେବାର ମଧ୍ୟ ଭାରି ଇଚ୍ଛା ଥିଲା । ଋଷିଙ୍କ ପାଇଁ ତାଙ୍କ ପରିବାର ହିଁ ସବୁକିଛି ଥିଲା । ସମଗ୍ର କପୁର ପରିବାର ଏକତ୍ର ହୋଇ ସମସ୍ତ ପର୍ବ ପାଳନ କରନ୍ତି । ଋଷିଙ୍କୁ ଶେଷ ବିଦାୟ ମଧ୍ୟ ସମଗ୍ର କପୁର ପରିବାର ଏକାଠି ଦେଇଥିଲେ।

 

 

ଆଶ୍ୱସ୍ତ କଲେ ନିତି ଆୟୋଗ ସଦସ୍ୟ: କହିଲେ, ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ଲାଗିବ ଅଙ୍କୁଶ

ନୂଆଦିଲ୍ଲୀ: କରୋନା ଭାଇରସ୍ ଜନିତ ମାମଲା ଦେଶରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ନିତି ଆୟୋଗ ସଦସ୍ୟ ପ୍ରଫେସର ଭି.କେ ପଲ୍‌ ରବିବାର କହିଛନ୍ତି ଯେ, ଦ୍ରୁତଗତିରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପରେ ବହୁତ ଶୀଘ୍ର ଅଙ୍କୁଶ ଲାଗିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ୨ ସପ୍ତାହ ପାଇଁ ଲକ୍‌ଡାଉନ୍‌ ବୃଦ୍ଧି ନେଇ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମ ୨ ପର୍ଯ୍ୟାୟରେ ଲକ୍‌ଡାଉନ୍‌ରୁ ମିଳିଥିବା ସୁଫଳ ବଜାୟ ରହିବ ।

ସରକାର କାହିଁକି ବଢ଼ାଇଲେ ଲକ୍‌ଡାଉନ୍

ଖବର ସରବରାହ ସଂସ୍ଥାକୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀ ପଲ୍ କହିଛନ୍ତି ଯେ, ଲକ୍‌ଡାଉନ୍‌ର ପ୍ରକୃତ ଲକ୍ଷ୍ୟ କରୋନା ଚେନ୍‌କୁ ଭାଙ୍ଗିବା । ଏଣୁ ମେ’ ୩ ପରେ ପୁଣି ଲକ୍‌ଡାଉନ୍‌କୁ ବଢ଼ାଗଲା । ଯଦି ଅଚାନକ୍‌ ଲକ୍‌ଡାଉନ୍‌କୁ ହଟାଇ ଦିଆଯାଇଥାନ୍ତା ତା’ ହେଲେ ଏହାର ଲକ୍ଷ ପୂରଣ ହୋଇପାରିବ ନାହିଁ ।

ପୂର୍ବାପେକ୍ଷା ଭଲ ରହିଛି ସ୍ଥିତି

ଶ୍ରୀ ପଲ୍‌ଙ୍କ କହିବାନୁଯାୟୀ, ଲକ୍‌ଡାଉନ୍ର ପୂର୍ବରୁ ୫ ଦିନରେ କରୋନା ଆକ୍ରାନ୍ତଙ୍କ ମାମଲା ଦ୍ୱିଗୁଣା ହେଉଥିଲା । କିନ୍ତୁ ଏହା ପରେ ଏହି ମାମଲା ଦ୍ୱିଗୁଣା ହେବାକୁ ୧୧ରୁ ୧୨ ଦିନ ସମୟ ଲାଗୁଛି ।

୪୦ ହଜାର ପାଖାପାଖି ପହଞ୍ଚିଲା ସଂକ୍ରମଣ ସଂଖ୍ୟା

ଏଯାବତ୍‌ ମୋଟ ୩୯ ହଜାର ୯୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁ ମାନଙ୍କ ମଧ୍ୟରୁ ୧୩୦୧ ଜଣଙ୍କ ମୃତ୍ୟୁ ଘଟିଛି । କରୋନା ଭାଇରସ୍ ଯୋଗଁ ଏଯାବତ୍‌ ସାରା ବିଶ୍ୱରେ ମୋଟ ୩୪ ଲକ୍ଷରୁ ଅଧିକ ଲୋକ କରୋନାରେ କବଳିତ ହୋଇଛନ୍ତି ।

ଅବୈଧ ସଂପର୍କ ରଖିବାରେ କଣ୍ଟା ସାଜିବାରୁ ସ୍ତ୍ରୀକୁ ଚୌକିରେ ବାନ୍ଧି ଜିୟନ୍ତା ଜାଳିଦେଲା ସ୍ୱାମୀ

ଭଦୋହୀ: ଉତ୍ତରପ୍ରଦେଶର ଭଦୋହୀ ଜିଲ୍ଲାରେ ଏକ ସରକାରୀ ଡାକ୍ତରଖାନାର କର୍ମଚାରୀ ନିଜ ସ୍ତ୍ରୀକୁ ଚୌକିରେ ବାନ୍ଧି ଜିୟନ୍ତା ଜାଳିଦେଇଥିବା ଭଳି ଏକ ଲୋମହର୍ଷଣ ଘଟଣା ସାମ୍ନାକୁ ଆସିଛି । ତେବେ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅବୈଧ ସଂପର୍କ ରଖିବାରେ ବାଧା ସୃଷ୍ଟି କରିବାରୁ ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀକୁ ଚୌକିରେ ବାନ୍ଦି ଜିୟନ୍ତା ଜାଳିଦେଇଥିବା ସୂଚନା ମିଳିଛି ।

ପୋଲିସର ସୂଚନା ମୁତାବକ ଜିଲ୍ଲାର ସୁରୟାୱା ଥାନା ଅଞ୍ଚଳ ଇନ୍ଦ୍ରାନଗର ନିବାସୀ ସମରେଶ ନିଜ ସ୍ତ୍ରୀ ଆମିନାଙ୍କୁ ଜବରଦସ୍ତି (56) ଏକ ଚୌକିରେ ବାନ୍ଧି ଦେଇଥିଲେ । ତା ପରେ ତାଙ୍କ ଉପରେ ତେଲ ଢ଼ାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ନିଜକୁ ବଞ୍ଚାଇବା ପାଇଁ ଆନିମା ସ୍ୱାମୀ ସମରେଶଙ୍କୁ ଧରି ପକାଇଥିଲେ ଯାହା ଫଳରେ ତାଙ୍କ ଦେହରେ ମଧ୍ୟ ଅଳ୍ପ ନିଆଁ ଲାଗିଯାଇଥିଲା । ତାଙ୍କ ପୁଅ ଝିଅ ଏହି ଦୃଶ୍ୟ ଦେଖି ବିଚଳିତ ହୋଇପଡ଼ିଥିଲେ । ଜଣାଇ ରଖୁଛୁ ଯେ ଆମିନାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏବଂ ସମରେଶଙ୍କର ୬୦ ପ୍ରତିଶତ ଜଳିଯାଇଥିବାରୁ ତାଙ୍କୁ ବାରାଣାସୀ ଟ୍ରୋମା ସେଣ୍ଟରକୁ ରେଫର କରିଦିଆଯାଇଥିଲା ।

ସୂଚନା ଅନୁୟାୟୀ, ସେହି ସ୍ଥାନ ଦେଇ ଯାଉଥିବା ଲୋକମାନେ ଜଳାପୋଡ଼ା ଗନ୍ଧ ଆସୁଥିବାରୁ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମିନାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ଏହି ମାମଲାରେ ଆମିନାଙ୍କ ଭାଇ ଅମୀନ ଅହମ୍ମଦ ସମରେଶଙ୍କ ବିରୋଧରେ ଏତଲା ଦେବାପରେ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛନ୍ତି ।