କେନ୍ଦ୍ର ସରକାରଙ୍କ ଅନୁମତି ସତ୍ତ୍ୱେ ଗ୍ରୀନ ଜୋନ୍‌ରେ ଗଡ଼ିବନି ବସ୍ !

ଭୁବନେଶ୍ୱର: ଗ୍ରୀନ୍‌ଜୋନ୍‌ରେ କାଲିଠାରୁ ବସ ଚଳାଚଳ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ମଧ୍ୟ ଘରୋଇ ବସ୍‌ ମାଲିକ ନାରାଜ । ସିଟ୍‌ ସଂଖ୍ୟାର ମାତ୍ର ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ ଲାଗି କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । କିନ୍ତୁ ଏହା ଦ୍ଵାରା କ୍ଷତି ହେବ । ତେଣୁ ବସ୍‌ ଚଳାଚଳ ସମ୍ଭବ ନୁହେଁ ବୋଲି ଘରୋଇ ବସ ମାଲିକ ସଂଘ କହିଛି । ସଂଘର ଯୁକ୍ତି ସହ ସହମତ ହୋଇଛନ୍ତି ପରିବହନ ମନ୍ତ୍ରୀ। କାଲି ରାଜ୍ୟ ପରିବହନ ବିଭାଗର ବୈଠକ ବସୁଛି।

ଅନୁମୃତି ସତ୍ତ୍ୱେ ଗ୍ରୀନ୍‌ଜୋନ୍‌ରେ ଗଡ଼ିବନି ଘରୋଇ ବସ । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚଳାଇବା ସମ୍ଭବ ନୁହେଁ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ବସ ଚଳାଇବା ପାଇଁ ଘରୋଇ ବସ ମାଲିକ ରାଜି ନୁହନ୍ତି । ଏନେଇ ସଂଘ ପକ୍ଷରୁ ରବିବାର ବୈଠକ ବସିଥିଲା। ରୋଡ୍‌ ଟାକ୍ସ, ବ୍ୟାଙ୍କ ଇନ୍‌ସୁରାନ୍‌ସ ଓ ଗାଡ଼ି ଇନ୍‌ସୁରାନ୍‌ସ ୬ ମାସ ଛାଡ଼ କରିବା ସହ ଡିଜେଲ ଦର ଉପରେ ଭାଟ ଓ ସେସ ଛାଡ଼ କରିବାକୁ ସଂଘ ଦାବି କରିଛି ।

 

ସେପଟେ ବସ ମାଲିକ ସଂଘର ଯ଼ୁକ୍ତି ସହିତ ସହମତ ହୋଇଛନ୍ତି ପରିବହନ ମନ୍ତ୍ରୀ। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଇବା କଷ୍ଟସାଧ୍ୟ । ପୂର୍ବରୁ ବସ ମାଲିକ ସଂଘର ଦାବିକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଗ୍ରୀନ୍‌ ଜୋନ୍‌ରେ ଘରୋଇ ବସ ଚଳାଚଳ ନକରିବାକୁ ସଂଘ ନିଷ୍ପତ୍ତି ନେଇଛି। ସେପଟେ ସୋମବାର ରାଜ୍ୟ ପରିବହନ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବାରୁ ଏଥିରୁ କିଛି ନିଷ୍ପତ୍ତି ବାହାରିବାର ସମ୍ଭବନା ଅଛି।

Leave a Reply