spot_img
Home Blog Page 7158

କମ୍‌ ଟଙ୍କା ଦେବାରୁ ରୋଗୀଙ୍କୁ ୩୦୦ କିଲୋମିଟର ଫେରାଇ ଆଣିଲା ଡ୍ରାଇଭର, ତାପରେ…

ସମ୍ବଲପୁର: ଅମାନବିକତାର ଆଉଏକ ଘୃଣ୍ୟ କାହାଣୀ । ସାମାନ୍ୟ କେଇଟା ଟଙ୍କା ପାଇଁ ରୋଗୀ ଓ ୫ ବର୍ଷ ଶିଶୁ ସମେତ ପୁରା ପରିବାରକୁ ଆମ୍ବୁଲାନ୍ସ ଭିତରେ ତାଲା ପକାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିଲା ଡ୍ରାଇଭର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ବୁର୍ଲା ଅଞ୍ଚଳରେ ।

ଜଣେ ଗରିବ ଶ୍ରେଣୀର ରୋଗୀ ବୁର୍ଲା ଭିମ୍‌ସାର ମେଡିକାଲରେ ଚିକିତ୍ସିତ ହେଉଥିଲା । କିଛି ଦିନ ଧରି ଚିକିତ୍ସା ପରେ ଡାକ୍ତର ତାଙ୍କୁ ଡିସ୍‌ଚାର୍ଜ କରିଥିଲେ । ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ପରିବାର ଲୋକ ତାଙ୍କୁ ଘରକୁ ନେବା ପାଇଁ ଏକ ଆମ୍ବୁଲାନ୍ସ ଭଡ଼ା କରିଥିଲେ । ଆମ୍ବୁଲାନ୍ସଟି ରୋଗୀଙ୍କ ଘରେ ପହଞ୍ଚାଇଥିଲା ସତ କିନ୍ତୁ ପୁଣି ଫେରାଇ ଆଣି ସମ୍ବଲପୁର ମେଡିକାଲରେ ଛାଡ଼ି ଦେଇଥିଲା । ଏହା ପଛର କାରଣ ହେଉଛି ରୋଗୀଙ୍କ ପରିବାର । ଯେତିକି ଟଙ୍କା ଆମ୍ବୁଲାନ୍ସକୁ ଦେବେ ବୋଲି କହିଥିଲେ ସେଥିରୁ କିଛି ଟଙ୍କା କମ୍‌ ଥିଲା ତାଙ୍କ ପାଖରେ । ଆଉ ଏଥିରେ ଉତ୍‌କ୍ଷିପ୍ତ ହୋଇ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ରୋଗୀଙ୍କୁ ଜୋରଜବରଦସ୍ତ ତାଲା ପକାଇ ପୁଣି ୩୦୦ କିଲୋମିଟର ଫେରାଇ ଆଣିଥିଲେ ।

ହେଲେ ଏଇଠି ସରୁନି ଡ୍ରାଇଭରର ଅମାନବିକତାର କାହାଣୀ । ଆମ୍ବୁଲାନ୍ସକୁ ମେଡିକାଲରେ ପୁଣି ପହଞ୍ଚାଇବା ପରେ ଗାଡ଼ିର ତାଲା ଖୋଲିନଥିଲା ଡ୍ରାଇଭର । ଅନେକ ସମୟ ଧରି ଗାଡ଼ିରେ ଥିବା ରୋଗୀ ଓ ୫ ବର୍ଷର ଶିଶୁ ପ୍ରତି ମଧ୍ୟ ଡ୍ରାଇଭରର ଦୟା ଆସିନଥିଲା । ଭୋକ ଉପାସରେ ଶିଶୁଟି ଆଉଟ ପାଉଟ ହେଉଥିଲେ ମଧ୍ୟ ଗୁହାରୀ ଶୁଣିନଥିଲା ଆମ୍ବୁଲାନ୍ସ ଡ୍ରାଇଭର ।

ତେବେ ସ୍ଥାନୀୟ ଲୋକ ଜାଣିବା ପରେ ଉକ୍ତ ପରିବାରକୁ ଆମ୍ବୁଲାନ୍ସରୁ ଉଦ୍ଧାର କରିଥିଲେ । ଏବଂ ଶିଶୁଟିର ଯତ୍ନ ନେଇଥିଲେ । ଖାଲି ସେତିକି ନୁହେଁ ଡ୍ରାଇଭରଟିକୁ ଅଟକ ରଖି ମେଡିକାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମେଡିକାଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଏପ୍ରିଲ ମାସ ୧୫ ତାରିଖରୁ ନୁଆଁପଡା ଜିଲ୍ଲା ରାଜଖରିଆର ଅଞ୍ଚଳର ଡଗ୍ରେଶ୍ୱର ମାଝୀ ଟିବି ରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଚଳିତ ମାସ ୨ ତାରିଖ ଦିନ ଡାକ୍ତର ତାଙ୍କୁ ଦିସଚାର୍ଜ କରିଥିଲେ । ଏହା ପରେ ଡଗ୍ରେଶ୍ୱର ତାଙ୍କ ସ୍ତ୍ରୀ ବିମଳା ମାଝୀ ଓ ୫ ବର୍ଷ ଶିଶୁ ପୁତ୍ର ରୂପେଶକୁ ଆମ୍ବୁଲାନ୍ସ ଭଡ଼ା କରି ଘରକୁ ଯାଇଥିଲେ ।

ମଦକୁ ଲୋଭ,ମୁହଁରେ ଲାଜ : ତେଣୁ ଏମିତି ମୁଖା ପିନ୍ଧି କିଣା ହେଉଛି ମଦ

ଦେଶରେ ଲକଡାଉନ୍ ୩.୦ ଲାଗୁ ହେବା ପରେ ସରକାର କିଛି  ନିୟମ କୋହଳ କରିଛନ୍ତି । ତେଣୁ ଲକଡାଉନ ୩.୦ରେ ମଦ ବିକ୍ରି ଉପରୁ ପ୍ରତିବନ୍ଧକ ହଟା ଯାଇଛ । ଏବଂ ମଦ ଦୋକାନ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରେଡ୍ ଜୋନ୍, ଅରେଞ୍ଜ ଜୋନ କିମ୍ବା ଗ୍ରୀନ୍ ଜୋନ୍ ହେଉ, ମଦ ସବୁ ଜୋନରେ ବିକ୍ରି ହୋଇପାରିବ ।

 ତେଣୁ ମଦ ଦୋକାନରେ ସକାଳୁ ସକାଳୁ ଲୋକମାନଙ୍କ ଲମ୍ବାଲାଇନ୍ । ଗାଇଡଲାଇନ ଅନୁଯାୟୀ, ମଦ ଦୋକାନ ବାହାରେ କେବଳ ପାଞ୍ଚ ଜଣ ଲୋକ ଛିଡ଼ା ହୋଇପାରିବେ। ଏହା ସହିତ ୬ ଫୁଟ ଦୂରତା ଅନୁସରଣ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଅନେକ ସ୍ଥାନରେ ସାମାଜିକ ଦୂରତାର ବେଖାତିର କରି ଲୋକେ ଲାଇନରେ ଛିଡ଼ା ହେବାର ଦେଖିବାକୁ ମିଳିଛି ।

ଏହି ସମୟରେ, ଏକ ବିଶେଷ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଲୋକମାନେ ମାସ୍କ ବ୍ୟତୀତ ହେଲମେଟରେ ମୁହଁ ଲୁଚାଇ ମଦ ଦୋକାନ ସାମ୍ନାରେ ଛିଡ଼ା ହୋଇଛନ୍ତି ।  କେବଳ ସେତିକି ନୁହେଁ କେହି କେହି ବ୍ୟାଗରେ ମଧ୍ୟ ମୁହଁ ଲୁଚାଇବାର ଦେଖିବାକୁ ମିଳିଛି । ତେବେ ମୁହଁ ଲୁଚାଇବାଟା କେବଳ କରୋନା ପାଇଁ ନୁହେଁ ବରଂ ଏହା ପରିଚୟ ଲୁଚାଇବାରେ ମଧ୍ୟ ସାହାଯ୍ୟ କରିଛି ।

ଫଟୋଟିରେ ଆପଣ ଦେଖିପାରିବେ ଅନେକ ଲୋକ ହେଲମେଟ ପିନ୍ଧି ଲାଇନରେ ଛିଡ଼ା ହୋଇଛନ୍ତି । ଏହି ଚିତ୍ରରୁ ସ୍ପଷ୍ଟ ହେଉଛି ଯେ, ଏମାନେ ହୁଏତ ମଦ କିଣି ଘରେ ଶୀଘ୍ର ପହଞ୍ଚିବାକୁ ଯାଇ ହେଲମେଟ ଓହ୍ଲାଇବାକୁ ଭୁଲିଯାଇଛନ୍ତି, ନହେଲେ ନିଜର ପରଚୟ ଲୁଚାଇବାକୁ ହେଲମେଟର ସାହାରା ନେଉଛନ୍ତି ।

ଗରମ ବି ଅଧିକ କିନ୍ତୁ ମଦ ବି ନବାର ଅଛି । ତେଣୁ ଗରମ ଯେତେ ହେଉ ପଛେ ମଦ ତ ଘରକୁ ନବାର ଅଛି ସେଥିପାଇଁ ଖରାରୁ ବଞ୍ଚିବାକୁ ହେଲମେଟ ସାହାରା ହୋଇଛି ।

ବେଙ୍ଗାଲୁରୁର ଏକ ଦୋକାନ ବାହାରେ ମଦ ଦୋକାନ ସାମ୍ନାରେ ଲମ୍ବା ଲାଇନ । ଏହି ଲୋକମାନେ ହେଲମେଟ ପିନ୍ଧି କ୍ୟାମେରା ଠାରୁ ବଞ୍ଚିବାକୁ ମଧ୍ୟ ଚାହିଁଛନ୍ତି । ବର୍ତ୍ତମାନ ଲୋକଙ୍କ ପାଇଁ ମାସ୍କ ବହୁତ ଉପଯୋଗୀ । ତେଣୁ ଏହା ଏହି ମଦୁଆଙ୍କୁ ଭଲ ଫାଇଦା ମଧ୍ୟ ଦେଇଛି ଯାହାଦ୍ୱାରା ଏହି ମାସ୍କ ପିନ୍ଧିଲାରୁ ତାଙ୍କୁ କେହିବି ଚିହ୍ନି ପାରୁନାହାଁନ୍ତି ।

ତେବେ ଯେଉଁମାନେ ମଦ ପେଟି ନେଇଛନ୍ତି ସେମାନଙ୍କର ଖୁସି ତ କହିଲେ ନ ସରେ । ଲକଡାଉନରେ ମଦ ଦୋକାନ ଖୋଲିବା ପରେ କେତକ ବିକଳିଆଙ୍କ ଖୁସି ତ କାହିଁରେ କଣ । ଯେମିତି ବହୁଦିନ ହେବ ସେମାନେ ଶୋସିଲା ଥିଲେ । ତେବେ ଦୋକାନ ଖୋଲିବା ପରେ ମଦ ଦୋକାନି ସପ୍ତାହକର ଷ୍ଟକ୍ ସଂଗ୍ରହ କରିଦେଇଛନ୍ତି ।

କରୋନା: ଦେଶରେ ୨୪ ଘଣ୍ଟାରେ ୨୫୫୩ ଆକ୍ରାନ୍ତ, ୧୦୭୪ ସୁସ୍ଥ

ନୂଆଦିଲ୍ଲୀ: ଥମିବାର ନାଁ ଧରୁନି କରୋନା ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ପୁଣି ୨୫୫୩ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏବେ ସୁଦ୍ଧାରେ ଦେଶରେ ୪୨୫୩୩ ଜଣ କରୋନା ସଂକ୍ରମଣ ହୋଇଛନ୍ତି ଏବଂ ମୋଟ୍‌ ୧୩୭୩ ଜଣଙ୍କ ମୃତ୍ୟୁ ହୋଇସାରିଛି । କରୋନା ସଂକ୍ରମଣ ଥମୁ ନଥିବା କାରଣରୁ ଦେଶରେ ଆଜିଠାରୁ ତୃତିୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି । ଏହି ଲକ୍‌ଡାଉନ୍‌ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲାଗୁ ରହିବ ।

ତେବେ ଆଜି ପୁଣି କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସମ୍ପର୍କିତ ଆଡ୍‌ଭାଇଜରି ଜାରି କରଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରାଳୟର ପରାମର୍ଶ ନେଇ ସବୁ ରାଜ୍ୟକୁ ଆଡ଼ଭାଇଜରି ଜାରି କରାଯାଇଛି । କାର୍ଯ୍ୟାଳୟରେ ସତର୍କତାର ସହ କାମ କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଜିଲ୍ଲାଗୁଡ଼ିକୁ ୩ ଜୋନ୍‌ରେ ବିଭକ୍ତ କରାଯାଇଛି । ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଲକ୍‌ଡାଉନ୍‌ ସମୟରେ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ଲକ୍‌ଡାଉନ୍‌ରେ ଦେଶବ୍ୟାପୀ କିଛି ଗତିବିଧି ଉପରେ କଟକଣା ଲାଗୁ କରାଯାଇଛି । ଏହା ସହ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲୋକଙ୍କ ଯିବା ଆସିବା ବନ୍ଦ କରାଯାଇଛି । ସ୍କୁଲ, କଲେଜ, ମଲ, ଜିମ୍, ବନ୍ଦ ଖୋଲାଯାଇପାରିବ ନାହିଁ । ରେଡ଼ ଜୋନ୍‌ରେ ରିକ୍ସା, ଅଟୋ ରିକ୍ସା ଚଳାଚଳ ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି । ଗ୍ରାମାଞ୍ଚଳରେ ସବୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ।

ତେବେ ଲଭ୍‌ ଅଗ୍ରଓ୍ୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଯେଭଳି ମାତ୍ରାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି ସେହିଭଳି କିଛି ଲୋକ କରୋନା କବଳରୁ ସୁସ୍ଥ ମଧ୍ୟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ମୋଟ ୧୧୭୦୬ ଜଣ ସୁସ୍ଥ ହୋଇଛନ୍ତି । ରିକଭରି ରେଟ୍‌ ଏବେ ୨୭.୫୨ ପ୍ରତିଶତକୁ ବୃଦ୍ଧି ପାଇଥିବା ମଧ୍ୟ ଶ୍ରୀ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି ।

ଶ୍ରୀ ଅଗ୍ରଓ୍ୱାଲ ଆହୁରି କହିଛନ୍ତି ଯେ, ଯଦି ଲକ୍‌ଡାଉନ୍‌ ସମୟରେ ନିୟମ କୋହଳ କରାଯାଉଛି ବୋଲି ଲୋକମାନେ ସାମାଜିକ ଦୂରତା ରଖିବେ ନାହିଁ ତେବେ ରୋଗ ବଢ଼ିବାରେ ଲାଗିବ । ଯାହାକି ନିୟନ୍ତ୍ରଣ କରିବା କଷ୍ଟ ହେବ । ଏହାପୂର୍ବରୁ ଗୃହମନ୍ତ୍ରାଳୟର ପ୍ରବକ୍ତା ପୁଷ୍ଣା ସଲିଲ ଶ୍ରୀବାସ୍ତବ କହିଛନ୍ତି ସମ୍ପୂର୍ଣ୍ଣ ଦେଶକୁ ତିନୋଟି ଜୋନ୍‌ରେ ଭାଗ କରାଯାଇଛି । ଜୋନ୍‌ ଗୁଡ଼ିକରେ କିଛି ମାତ୍ରାରେ ନିୟମ କୋହଳ କରାଯାଇଛି ହେଲେ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ନିୟମ କଡ଼ାକଡ଼ି ରହିବା ସହ କୌଣସି ଗତିବିଧି ପାଇଁ ଅନୁମତି ନାହିଁ ।

ବର୍ଷା ଧୋଇନେଲା ବର୍ଷକର ପରିଶ୍ରମ, ଚିନ୍ତାରେ ଚାଷୀ

ବାଲେଶ୍ୱର: ବର୍ଷା ଧୋଇ ନେଲା ବର୍ଷକର ପରିଶ୍ରମ । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ବର୍ଷ ଯାକ ପରିଶ୍ରମ କରି ଯାହା ଉପାର୍ଜନ କରିଥିଲା ଅଦିନିଆ ବର୍ଷା ସବୁ ନଷ୍ଟ କରିଦେଲା । ସାରା ଦେଶରେ ଲକ୍‌ ଡାଉନ୍‌ ଯୋଗୁଁ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡରେ ବୋଝ ଉପରେ ନଳିତା ବିଡ଼ା ସାଜିଛି ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଭୋଗରାଇ ଅଞ୍ଚଳରେ ଚାଷୀ ଧାନ ସଂଗ୍ରହ କରି ଖଳାରେ ରଖିଥିଲେ । ଧାନ ବିକ୍ରି ହେବା ପୂର୍ବରୁ କାଳବୈଶାଖୀ ସବୁ ଧାନ ନଷ୍ଟ କରି ଦେଇଛି । ଖଳାରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ସୁଖାଯାଇଥିବା ବେଳେ ତାହା ଓଦା ହୋଇ ନଷ୍ଟ ହୋଇଛି । କିଛି ଧାନ ଗଜା ହେବାକୁ ବସିଥିବା ବେଳେ ଆଉ କିଛି ଧାନ ବର୍ଷା ପାଣିରେ ଭାସିଯାଇଛି ।

ରାଜ୍ୟରେ ଗତ ୪-୫ ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ନିୟମିତ ଭାବେ ବର୍ଷା ହେଉଥିବାରୁ ସବୁ ଫସଲ ନଷ୍ଟ ହୋଇଛି ।

ମଦ ଦୋକାନ ଖୋଲିବା ପରେ ପବ୍ଲିକର ହାଲ୍ କ’ଣ… ସୋସିଆଲ ମିଡିଆରେ ମିମ୍‌ର ବର୍ଷା

ନୂଆଦିଲ୍ଲୀ: କେନ୍ଦ୍ରସରକାର ଲକଡାଉନ୍ ୩.୦ରେ କିଛି ଜିନିଷ ଉପରେ କୋହଳ କରିଛନ୍ତି ।  ଏଥିରେ ସବୁପ୍ରକାର ଜୋନରେ ମଦ ବିକ୍ରିକୁ ନେଇ ଅନୁମତି ଦିଆଯାଇଛି । ଏବଂ ଏହି ଅନୁମତି ପରେ ଦିଲ୍ଲୀ ସରକାର ରାଜଧାନୀରେ ସକାଳ ୯ଟାରୁ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ମଦ ବିକ୍ରି କରିବାକୁ ସରକାରୀ ମଦ ଦୋକାନ ଦୋକାନକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ମଦ ଦୋକାନରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଲାଇନରେ ସାମାଜିକ ଦୂରତାକୁ ଧ୍ୟାନ ନଦେଇ ଥିବାରୁ ପୋଲିସ୍ ଲାଠି ଚାର୍ଜ ମଧ୍ୟ କରିଛି । କାରଣ ସାମାଜିକ ଦୂରତାର ନିୟମ ପାଳନ କରାଇବା ପାଇଁ ସେଠାରେ କିଛି ପୋଲିସଙ୍କୁ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଏହି ନିୟମକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ଲାଠି ଚାର୍ଜ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

 

ତେବେ ଲୋକଙ୍କ ମଦ କିଣାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଭିନ୍ନ ପ୍ରକାରର ମିମ୍ । ତେବେ ଦେଖନ୍ତୁ ସୋସିଆଲ ମିଡିଆରେ କେମିତି ଲୋକ ନିଜ ରିଆକ୍ସନ ଦେଉଛନ୍ତି ।

ଲକଡାଉନରେ ସମସ୍ତଙ୍କ ମୁହଁରେ ବାସ ଗୋଟିଏ ପ୍ରଶ୍ନ କି ମଦ ଦୋକାନ କେବେ ଖୋଲିବ । ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ହେବା ପରେ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ରେଡ୍, ଅରେଞ୍ଜ ଆଉ ଗ୍ରୀନ ଜୋନରେ ମଦ ଦୋକାନ ଖୋଲା ଗଲା । ତେବେ ଲୋକଙ୍କ ମଦ କିଣିବାକୁ ନେଇ ଲୋକମାନେ ଯେଉଁ ଭଳି ବିକଳିଆ ହେଉଛନ୍ତି ତାହା ଏବେ କୌତୁହଳ ସୃଷ୍ଟି କରୁଛି ।

ଏହି ଭିଡିଓରେ ଲୋକମାନେ ସକାଳୁ ମଦ କିଣିବା ପାଇଁ ଲମ୍ବା ଲାଇନ ଲଗାଇଥିବା ଦେଖିବାକୁ ମିଳିଥିଲା ।

ଲାଗୁଛି ଏଠି ମାଗଣାରେ ମଦ ବଣ୍ଟା ଚାଲିଛି..

ଗବ୍ବର ସିଂଙ୍କ ଅନୁସାରେ  ନୂଆ ଆଇ ଫୋନ୍ ଲଂଚ୍ ଭଳି ଦୋକାନ ଆଗରେ ସକାଳୁ ଭିଡ..

ଏମାନେ କଣ ମଦ କିଣା ଅଭିଯାନରେ ବାହାରିଛନ୍ତି ?

ପାପି ପେଟ୍ ସ୍ଥାନରେ ଟ୍ୟାକ୍ସ କା ସୱାଲ ହୈ…ପଢନ୍ତୁ…

 

ଆଜି ଏମିତି ମଦ ଦୌକାନ ଆଡକୁ ଦୌଡ ପ୍ରତିଯୋଗୀତା…

 

କ୍ୱାରେଣ୍ଟାଇନ୍ ହୋମରୁ‌ ଫେରାର ହେଲେ ଯୁବକ, ଗିରଫ କଲା ପୋଲିସ

ଯାଜୁପର: ଯାଜୁପରର ଜଣେ କରୋନା ଆକ୍ରାନ୍ତଙ୍କୁ ପୋଲିସ ଗିରଫ କରିଛି । କରୋନା ଆକ୍ରାନ୍ତ ଜଣକ କ୍ୱାରେଣ୍ଟାଇନ୍‌ ହୋମ୍‌ରୁ ଫେରାର ହୋଇଥିବାରୁ ପୋଲିସ ତାଙ୍କୁ ଠାବ କରି ଗିରଫ କରିଥିବା ଜଣାପଡ଼ିଛି । ଏଭଳି ଘଟଣା ସାମ୍ନାକୁ ଆସିଛି, ଯାଜପୁର ଦଶରଥପୁର ବ୍ଲକର ବିରଜାପୁର ଅଞ୍ଚଳରେ ଥିବା କ୍ୱାରେଣ୍ଟାଇନ୍‌ ହୋମ୍‌ରୁ । ଆକ୍ରାନ୍ତ ଯୁବକ ଜଣକ କ୍ୱାରେଣ୍ଟାଇନ୍‌ ହେମ୍‌ରୁ ଫେରାର ହେବା ପରେ ଏକ ଗ୍ୟାରେଜ୍‌ ଖୋଲିଥିଲା, ଯାହାକୁ ପୋଲିସ ସିଲ୍‌ କରିଛି । ଖାଲି ସେତିକି ନୁହେଁ ଗ୍ୟାରେଜ୍‌ ପାଖରେ ଥିବା ଦୁଇଟି ଚିକେନ୍‌ ସେଣ୍ଟରକୁ ମଧ୍ୟ ପୋଲିସ ସିଲ୍‌ କରିଛି । ଗ୍ୟାରେଜ ପାଖାପାଖି ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ୍‌ କରାଯାଇଛି । ଏହାସହ ଜନସାଧାରଣଙ୍କୁ ନଜ ଘରେ ସୁରକ୍ଷିତ ଭାବେ ତଥା ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟରେ ଏବେ ଯାଜପୁର କରୋନା ଆକ୍ରାନ୍ତଙ୍କ ହଟ୍‌ସ୍ପଟ୍‌ ପାଲଟିଛି । ସର୍ବାଧିକ 48 ଜଣ କରୋନା ଆକ୍ରାନ୍ତଙ୍କୁ ଯାଜପୁରରେ ଚିହ୍ନଟ କରାଯାଇଛି । ଜଣେ ସୁସ୍ଥ ହୋଇ ଘରକୁ ଫରିଛନ୍ତି । ଏବେ ବି ୪୭ ଜଣ ଚିକିତ୍ସିତ ହେଉଛନ୍ତି ।

କଣ୍ଟେନମେଣ୍ଟ ଜୋନ୍‌ରେ ଉତ୍ତେଜନା: ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ

ରାଉରକେଲା: ରାଉରକେଲା କଣ୍ଟଡେନମେଣ୍ଟ ଜୋନରେ ଉତ୍ତେଜନା। କଣ୍ଟେନମେଣ୍ଟ ଅଞ୍ଚଳ‌ରେ ପୋଲିସ ଜନତା ମୁହାଁମୁହିଁ ହୋଇଛନ୍ତି। କିଛି ଲୋକ ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପରେ ଅଧିକ ଫୋର୍ସ ପଠାଯାଇଛି। କେଉଁ କାରଣକୁ ନେଇ ଉତ୍ତେଜନା ହୋଇଛି ସେନେଇ ସ୍ପଷ୍ଟ ହୋଇନି।

ଘଟଣାକୁ ନେଇ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍‌ଙ୍କ ସୂଚନା । କିଛି ବ୍ୟକ୍ତି ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେମାନେ ବ୍ୟାରିକେଡ୍ ଭାଙ୍ଗି ପାରିନଥିଲେ । ପୋଲିସକୁ ପଛପଟୁ ଦୁର୍ବୃତ୍ତମାନେ ପଥର ମାଡ଼ କରିଥିଲେ । ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ନିୟମ ଭାଙ୍ଗି କେତେ ଜଣ ଲୋକ ବାହାରେ ବୁଲୁଥିଲେ । ବାହାରକୁ ଯିବାକୁ କହିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ।

ମଦ ପାଇଁ ଡହଳ ବିକଳ: ୧ କିଲୋମିଟର ଲମ୍ବା ଲାଇନ୍ ଓ ପୋଲିସ ଲାଠିମାଡ ,ତଥାପି ସଂଘର୍ଷ ଜାରି…

ନୂଆଦିଲ୍ଲୀ: କେନ୍ଦ୍ରସରକାର ଲକଡାଉନ୍ ୩.୦ରେ କିଛି ଜିନିଷ ଉପରେ କୋହଳ କରିଛନ୍ତି ।  ଏଥିରେ ସବୁପ୍ରକାର ଜୋନରେ ମଦ ବିକ୍ରିକୁ ନେଇ ଅନୁମତି ଦିଆଯାଇଛି । ଏବଂ ଏହି ଅନୁମତି ପରେ ଦିଲ୍ଲୀ ସରକାର ରାଜଧାନୀରେ ସକାଳ ୯ଟାରୁ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ମଦ ବିକ୍ରି କରିବାକୁ ସରକାରୀ ମଦ ଦୋକାନ ଦୋକାନକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ମଦ ଦୋକାନରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଲାଇନରେ ସାମାଜିକ ଦୂରତାକୁ ଧ୍ୟାନ ନଦେଇ ଥିବାରୁ ପୋଲିସ୍ ଲାଠି ଚାର୍ଜ ମଧ୍ୟ କରିଛି । କାରଣ ସାମାଜିକ ଦୂରତାର ନିୟମ ପାଳନ କରାଇବା ପାଇଁ ସେଠାରେ କିଛି ପୋଲିସଙ୍କୁ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଏହି ନିୟମକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ଲାଠି ଚାର୍ଜ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

କେବଳ ଦିଲ୍ଲୀର ଏ ଅବସ୍ଥା ନୁହେଁ ଅନ୍ୟ କେତେ ଗୁଡ଼ିଏ ଅଞ୍ଚଳରେ ମଧ୍ୟ ଏଭଳି ଲମ୍ବା ଲାଇନ୍ ଦେଖିବାକୁ ମଳିଛି । ତେବେ ମଦ ଦୋକାନରେ ସାମାଜିକ ଦୂରତାକୁ ଧ୍ୟାନ ଦିଆଯାଉଛି କି ନାହିଁ ତାହା ଦେଖିବାକୁ ପୋଲିସ ସିଭିଲ ଡ୍ରେସରେ ମଧ୍ୟ ବୁଲିଛି ।

ତେବେ ମଦ ପାଇଁ ଲୋକେ ଏତା ବାଉଳା ଯେ ସାମାଜିକ ଦୂରତାକୁ ବେଖାତିର କରି କିଲୋମିଟର ପର୍ଯ୍ୟନ୍ତ ଲାଇନରେ ଠିଆ ହେଉଛନ୍ତି ମଦ ନେବାକୁ  । ଲାଠି ଚାର୍ଜ ପରେ ମଧ୍ୟ ଲାଇନରେ ଛିଡ଼ା ହେଉଛନ୍ତି ମଦ ନେବାକୁ  ।

ଗୃହମନ୍ତ୍ରାଳୟର ଲକଡାଉନର ନିୟମରେ କୋହଳ କରାଯିବା ପରେ ପାଖାପାଖି ୧୫୦ଟି ମଦ ଦୋକାନ ଖୋଲିବାକୁ ଅନୁମତି ମଳିଛି । ସହରରେ ସରକାରୀ ଏଜେନ୍ସି ଏବଂ ବ୍ୟକ୍ତିଗତ ଭାବେ ଚାଲୁଥିବା ୮୫୦ଟି ମଦ ଦୋକାନ ରହିଛି । ନିର୍ଦ୍ଦେଶରେ ଅବକାରୀ ବିଭାଗ ଅଧିକାରୀଙ୍କଠାରୁ ଏଲ୍-୭ ଲାଇସେନ୍ସପ୍ରାପ୍ତ ଘରୋଇ ଦୋକାନଗୁଡ଼ିକୁ ଚିହ୍ନଟ କରିବାକୁ କହିଛି , ଯାହା ଏମଏଚଏର ନିର୍ଦ୍ଦେଶନାମା ପୂର୍ଣ୍ଣ କରିଥାଏ । ଅଧିକାରୀମାନଙ୍କୁ ତିନି ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଚାରିଟି ସରକାରୀ ଏଜେନ୍ସି ଦ୍ୱାରା ପରିଚାଳିତ ସହରରେ ବର୍ତ୍ତମାନ କେବଳ ଏଲ-୭ ଏବଂ ଏଲ୍-୮ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ବିକ୍ରି କରିବାକୁ ସରକାର ଅନୁମତି ଦେଇଛନ୍ତି ।

ତେବେ ଦିଲ୍ଲୀରେ ସମସ୍ତ ମଦ ଦୋକାନ ଖୋଲିନାହିଁ । ମଲ୍ ଏବଂ ବଜାରରେ ମଦ ଦୋକାନ ବନ୍ଦ ରହିବ । ସରକାରୀ ଦୋକାନଗୁଡ଼ିକ କେବଳ ସକାଳ ୯ ଟାରୁ ରାତି ୬:୩୦ ପର୍ଯ୍ୟନ୍ତ ଖୋଲିବ । ଯେମିତି ଏକ ସମୟରେ ଦୋକାନରେ ପାଞ୍ଚରୁ ଅଧିକ ଲୋକ ଉପସ୍ଥିତ ନହେବେ ତେଣୁ ଏହି ଚାରୋଟି ଏଜେନ୍ସି ସେଠାରେ ମାର୍ଶଲ ମଧ୍ୟ ନିୟୋଜିତ କରିବେ ।

​​ଯେଉଁମାନେ ଲାଇନରେ ସାମାଜିକ ଦୂରତା ଅନୁସରଣ କରୁନଥିଲେ ସେମାନଙ୍କୁ ପୋଲିସ ଲାଠି ମାଡ କରିଥିଲା ।ସାମାଜିକ ଦୂରତା ପାଳିତ ହେଉଛି ନା ନାହିଁ ତାହା ଜାଣିବାକୁ ପୋଲିସ ଲୋକଙ୍କ ଭିତରେ ସିଭିଲ ଡ୍ରେସରେ ଥିଲା ।

ଗ୍ରୀନ୍ ଜୋନରେ ଗଡ଼ିବ ବସ୍, ପଦକ୍ଷେପ ନେଉଛନ୍ତି ସରକାର

ଭୁବନେଶ୍ୱର: ରାଜ୍ୟର ଗ୍ରୀନ୍‌ ଜୋନ୍‌ରେ ଖୁବଶୀଘ୍ର ବସ୍ ଚାଲିବ । ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।  ଉଭୟ ଘରୋଇ ଅନ୍ୟାନ୍ୟ ବସ୍ ଚଳାଚଳ ପାଇଁ କଣ ସୁବିଧା ଦେଇ ହେବ ସେ ଦିଗରେ ପଦକ୍ଷେପ ନିଆଯାଉଛି । ତେବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ପରିବହନ ବିଭାଗ ବୈଠକ ପରେ ଏସମ୍ପପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ରେଡ୍ ଜୋନ୍ତାଲିକା

ବାଲେଶ୍ୱର, ଭଦ୍ରକ, ଯାଜପୁର, ଭୁବନେଶ୍ୱର ମହାନଗର ନିଗମ

ଅରେଞ୍ଜ ଜୋନ୍ତାଲିକା          

ଖୋର୍ଦ୍ଧା (ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ) ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ଢେଙ୍କାନାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲା ।

ଗ୍ରୀନ୍ ଜୋନ୍ତାଲିକା

ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ୱଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ ଓ ପୁରୀ ଜିଲ୍ଲା

ପୁଣି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଉତ୍ତେଜନା: ସରପଞ୍ଚଙ୍କ ପ୍ରତିନିଧି ଧମକ ଦେଉଥିବା ଅଭିଯୋଗ

ଦିଗପହଣ୍ଡି, (କାଳୁ ଚରଣ ନାହାକ):  ଗଞ୍ଜାମ ଜିଲ୍ଲା  ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ଆଦିବାସୀ ହଷ୍ଟେଲ କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ । ପ୍ରତିବାଦରେ ସୋମବାର ସକାଳେ ବହୁସଂଖ୍ୟକ ସୁରତ ଫେରନ୍ତା ହୋ ହଲ୍ଲା କରିଛନ୍ତି। ତେବେ ସେମାନଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ପୋଲିସ ଡକେଇ ବାଡ଼େଇବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପ୍ରବାସୀ ଓଡ଼ିଆ ।

ଅପରପକ୍ଷରେ ସେଣ୍ଟର ଦାୟିତ୍ୱରେ ଥିବା ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁଙ୍କ କହିବା ହେଲା ଯେ, ସେ ଓ ଆଉ କିଛି ସ୍ୱେଚ୍ଛାସେବୀମାନେ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ସେମାନଙ୍କୁ ମଧ୍ୟ ଅନ୍ତେବାସୀ ଦୁର୍ବ୍ୟବହାର ପ୍ରଦର୍ଶନ କରିବାସହ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଖବର ପାଇ ବିଡ଼ିଓ ହଳଧର ଶବର ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ଜଣାପଡିଛି। ଶୋଇବା ପାଇଁ ଖଟର ବ୍ୟବସ୍ଥା ନଥିବାରୁ ଉଦ୍‌ବେଗ୍ ପ୍ରକାଶ କରିବା ସହ ହୋହଲ୍ଲା କରିଥିଲେ ।

https://www.facebook.com/NandighoshaTV/videos/553174358929857/

ଏଥିସହିତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଲୋକଙ୍କ ସଂଖ୍ୟାଙ୍କ ଦୃଷ୍ଟିରୁ ଆବଶ୍ୟକ ପାଇଖାନା ମଧ୍ୟ ନଥିବା ଅଭିଯୋଗ । ଏଭଳି କି ପାନୀୟଜଳ ବ୍ୟବସ୍ଥା ମଧ୍ୟ ନଥିବା ବେଳେ ଗାଧୋଇବା ପାଇଁ ମଧ୍ୟ ପାଣି ନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ସେମାନେ ଜଳଖିଆ ଖାଇବୁ ନାହିଁ ବୋଲି ଜିଦ୍ ଧରିବସିଥିଲେ। ପରେ ବିଡ଼ିଓ ବୁଝାସୁଝା କରିବାପରେ ସେମାନେ ଜଳଖିଆ ଖାଇଥିଲେ। ଏନେଇ ବିଡ଼ିଓଙ୍କ କହିବା ହେଲା ଯେ, ସେଠାରେ ବିଭିନ୍ନ ବ୍ଲକର  ୨୧୦ ଜଣ ସୁରତ ଫେରନ୍ତା ରବିବାର ରାତି ରେ ପହଞ୍ଚିଥିଲେ। ସେମାନଙ୍କ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଅଭିଯୋଗରେ କୌଣସି ସତ୍ୟତା ନଥିବା ସଫେଇ ଦେଇଛନ୍ତି ବିଡ଼ିଓ । ।