spot_img
Home Blog Page 7148

କରୋନା ପାଇଁ ଆର୍ଥିକ ସଙ୍କଟ: ଆପଣଙ୍କ ଖାତାକୁ ଟଙ୍କା ପଠାଇବେ କେନ୍ଦ୍ର ସରକାର !

ନୂଆଦିଲ୍ଲୀକରୋନା ଭାଇରସର ବଢୁଥିବା ଆତଙ୍କ ଭିତରେ ବିଶ୍ୱ ଅର୍ଥନୀତିରେ ବଡ଼ ଧରଣର ମାନ୍ଦାବସ୍ଥା ସୃଷ୍ଟି ହୋଇଛି ଏମିତିରେ ଭାରତୀୟ ଅର୍ଥନୀତି ମଧ୍ୟ କରୋନା ପ୍ରଭାବରୁ ବାଦ ପଡ଼ିନି କରୋନା ପ୍ରଭାବକୁ ରୋକିବା ପାଇଁ ସରକାର କଂପାନି ଗୁଡିଙ୍କୁ ନିଜ ଅଫିସ ସାମୟିକ ଭାବେ ବନ୍ଦ କରିବାକୁ କହିଛନ୍ତି   କର୍ମଚାରୀଙ୍କୁ ଘରୁ କାମ କରିବାକୁ ସୁଯୋଗ ଦେବାକୁ ସରକାର କହିଛନ୍ତି ଆର୍ଥିକ ମାନ୍ଦାବସ୍ଥା କାରଣରୁ ଲୋକଙ୍କ ଚାକିରି ଯିବାର ଆଶଙ୍କା ରହିଛି   ଏମିତିରେ ମିଣ୍ଟ ତାର ଏକ ରିପୋର୍ଟରେ ଦାବି କରିଛି ଯେ, କରୋନା ପ୍ରଭାବିତଙ୍କୁ ସରକାର ୟୁନିଭର୍ସାଲ ବେସିକ୍ ଇନକମ୍ୟୁବିଆଇ ଜରିଆରେ ଆର୍ଥିକ ସାହାଯ୍ୟ କରିବେ  

ଲାଇଭ୍ ମିଣ୍ଟ୍ ଅନୁସାରେ ଯଦି ୟୁବିଆଇ ସ୍କିମ୍ ଲାଗୁ ହୁଏ ତେବେ  ତେବେ ଏହା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ରୂପ ନେବାର ସମ୍ଭାବନା ରହିଛି । ପିଏମ୍ କିସାନ ନିଧି ଯୋଜନାରେ କୃଷକଙ୍କୁ ବିନା କୌଣସି ସର୍ତ୍ତରେ ସେମାନଙ୍କ ଖାତାକୁ ଟଙ୍କା ଟ୍ରାନସଫର କରାଯାଇଥାଏ ।

ୟୁନିଭର୍ସାଲ ବେସିକ୍ ଇନକମ୍ ସ୍କିମର ବିଚାର ପ୍ରଥମ ଥର ପାଇଁ ଲଣ୍ଡନ ବିଶ୍ୱବିଦ୍ୟାଳୟର ପ୍ରଫେସର ଗାଏ ଷ୍ଟାଣ୍ଡିଂ ରଖିଥିଲେ ।  ମଧ୍ୟପ୍ରଦେଶର ଏକ ପଂଚାୟତରେ ଏହାକୁ ପରିକ୍ଷମୁଳକ ଭାବେ ଲାଗୁ କରାଯାଇଥିଲା । ଯାହାର ସକରାତ୍ମକ ପରିଣାମ ଆସିଥିଲା । ୟୁନିଭର୍ସାଲ ବେସିକ୍ ଇନକମ ଏକ ନିଶ୍ଚିତ ଆୟ ହୋଇଥାଏ, ଯାହା ଧନି, ଗରିବ, ରୋଜଗାରକ୍ଷମ ଓ ବେକାର ସମସ୍ତଙ୍କୁ ସରକାର ଦେଇଥାନ୍ତି । ଏହି ଆୟ ପାଇଁ କୌଣସି ସର୍ତ୍ତ ଲାଗୁ ହୋଇ ନଥାଏ । ସମାଜର ସମସ୍ତ ବ୍ୟକ୍ତି ଯେମିତି ଜୀବନ ଧାରଣ ପାଇଁ  ସର୍ବନିମ୍ନ ଆୟ ପାଇବେ, ତାହା ହେଉଛି ଏହି ସ୍କିମର ଲକ୍ଷ୍ୟ ।

ଅନେକ ଅର୍ଥନୀତିଜ୍ଞଙ୍କ ବିଶ୍ୱାସ ଯେ, UBI ଲକ୍ଷାଧିକ ଚାକିରିଆଙ୍କୁ କରୋନା ଭଳି ପରିସ୍ଥିତିରେ ସାହାଯ୍ୟ କରିବ ।  କରୋନା କାରଣରୁ ବିନା ଦରମାରେ ହୋମ ଆଇସୋଲେସନରେ ରହିବାକୁ ବାଧ୍ୟ ଅନେକ ଲୋକ ଏହାଦ୍ୱାରା ଉପକୃତ ହେବେ ।

ଦିନ ମଜୁରିଆଙ୍କୁ ଭତ୍ତା ଦେବ ଉତ୍ତର ପ୍ରଦେଶ ସରକାର

ଭାରତ ସରକାର ୟୁବିଆଇ ଆଣିବାକୁ ଚିନ୍ତା କରୁଥିବା ବେଳେ ଉତ୍ତର ପ୍ରଦେଶ ସରକାର ଦିନ ମଜୁରିଆଙ୍କୁ ଦୈନିକ ଭତ୍ତା ଦେବାକୁ ଘୋଷଣା କରିଛନ୍ତି । କରୋନା କାରଣରୁ କାମ ପାଉନଥିବା ଦିନ ମଜୁରିଆଙ୍କ ଭରଣ ପୋଷଣ ରାଜ୍ୟ ସରକାର କରିବେ ବୋଲି ଯୋଗି ଆଦିତ୍ୟନାଥ କହିଛନ୍ତି ।

ହଂକଂ ସରକାର ପ୍ରତି ନାଗରିକଙ୍କୁ ଦେଉଛନ୍ତି ୯୪,୪୨୦ ଟଙ୍କା

ହଂକଂ ସରକାର ଅର୍ଥନୀତି ଉପରେ ପଡିଥିବା ପ୍ରଭାବର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି । ଦେଶର ୭୦ ଲକ୍ଷ ନାଗରିକଙ୍କୁ ସହାୟତା ରାଶି ଦିଆଯିବ ବୋଲି ସେଠାକାର ସରକାର ଘୋଷଣା କରିଛନ୍ତି । ଏହି କ୍ରମରେ ହଂକଂ ସରକାର ପ୍ରତି ନାଗରିକଙ୍କୁ ୯୪,୭୨୦ ଟଙ୍କା ପ୍ରଦାନ କରିବେ ।

ଆମେରିକା ସରକାର ମଧ୍ୟ ଦେବେ ପ୍ରତି ନାଗରିକଙ୍କୁ ୭୪ ହଜାର ଟଙ୍କାର ଚେକ୍ !

କରୋନା ମାଡରେ ଅସ୍ତବ୍ୟସ୍ତ ଆମେରିକୀୟ ଅର୍ଥବ୍ୟବସ୍ଥାକୁ ପୁଣି ଟ୍ରାକକୁ ଫେରାଇବା ପାଇଁ ଆମେରିକା ରାଷ୍ଟ୍ରପତି ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ସ୍କିମ୍ ଜରିଆରେ ଆମେରିକୀୟ କର୍ମଚାରୀଙ୍କୁ ନଗଦ ଟଙ୍କା ଦିଆଯିବ । ପ୍ରତି ଆମେରିକୀୟ ନାଗରିକ ସରକାରଙ୍କଠାରୁ ୧ ହଜାର ଡଲାର ବା  ୭୪ ହଜାର ଟଙ୍କା ପାଇବେ ବୋଲି କୁହାଯାଉଛି ।

ଫାଶୀ ପୂର୍ବରୁ ମୁକେଶ ଏବଂ ବିନୟଙ୍କ ଜେଲ ଅଧିକାରୀଙ୍କୁ ଅନୁରୋଧ, କହିଲେ ଏହି ଦୁଇଟି ଜିନିଷକୁ ସାଇତିକି ରଖିବେ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଚାରିଜଣ ଦୋଷୀଙ୍କୁ ଶୁକ୍ରବାର ଦିନ ୫.୩୦ ମିନିଟରେ ଦିଲ୍ଲୀର ତିହାର ଜେଲରେ ଫାଶୀ ଦିଆଗଲା । ସାତ ବର୍ଷର ଦୀର୍ଘ ଅପେକ୍ଷା ପରେ ଶେଷରେ ନିର୍ଭୟାଙ୍କ ପରିବାର ନ୍ୟାୟ ପାଇଲେ। ଫାଶୀ ଦେବା ପୂର୍ବରୁ ଜେଲ ମାନୁଆଲ ଅନୁଯାୟୀ, ଦୋଷୀଙ୍କ ଶେଷ ଇଚ୍ଛା ପୂରଣ ହୁଏ | ସେମାନଙ୍କୁ ଫାଶୀ ଦେବା ପୂର୍ବରୁ ଅପରାଧୀଙ୍କୁ ପଚରାଯାଏ ଯେ ସେମାନେ ମୃତ୍ୟୁ ପରେ ସେମାନଙ୍କ ସମ୍ପତ୍ତି ସହିତ କଣ କରିବେ। ଏହା ବ୍ୟତୀତ ଅଙ୍ଗ ଦାନ ବିଷୟରେ ମଧ୍ୟ ପଚରାଯାଏ | ଏଥିସହ ସେମାନଙ୍କୁ ପଚରାଯାଇଛି ଯେ ଜେଲରେ ଥିବା ତାଙ୍କ ସାମଗ୍ରୀ କାହାକୁ ଦେବାକୁ ଚାହୁଁଛନ୍ତି। ଏହି ପୁସ୍ତିକା ଅନୁଯାୟୀ ଚାରିଜଣ ଦୋଷୀଙ୍କୁ ସେମାନଙ୍କର ଇଚ୍ଛା ପଚରାଯାଇଥିଲା। ଏହି ସମସ୍ତ ପ୍ରକ୍ରିୟା ଶୁକ୍ରବାର ସକାଳ ୪.୪୫ମିନିୟ ରୁ ୫୦ ଟା ମଧ୍ୟରେ ହୋଇଥିଲା |

ଏସବୁ ଜିନିଷ ସମ୍ଭାଲି ରଖିଥିବେ

ଜେଲ ପ୍ରଶାସନ ଅନୁଯାୟୀ, କେହି ବି ସେମାନଙ୍କର ଶେଷ ଇଚ୍ଛା ପ୍ରକାଶ କରିନାହାଁନ୍ତି। ତେବେ ଦୁଇ ଦୋଷୀ ସେମାନଙ୍କ କିଛି ଜିନିଷର ଯତ୍ନ ନେବା ବିଷୟରେ କହିଥିଲେ। ଦୋଷୀ ମୁକେଶ ଜେଲ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ କହିଛନ୍ତି ଯେ ସେ ତାଙ୍କ ଶରୀରକୁ ଦାନ କରିବାକୁ ଚାହୁଁଛନ୍ତି, ଅର୍ଥାତ୍ ତାଙ୍କ ଶରୀରର ଅଙ୍ଗ ଦାନ କରାଯିବ। ଫାଶୀ ଦେବା ପୂର୍ବରୁ ବିନୟ ଜେଲ ଅଧୀକ୍ଷକଙ୍କୁ ସେ ଆଙ୍କିଥିବା ପେଣ୍ଟିଂସ୍ ଦେଇଥିଲେ । ଏହା ବ୍ୟତୀତ ତାଙ୍କର ହନୁମାନ ଚଲିସା ମଧ୍ୟ ଦେଇଥିଲେ । ପରିବାରକୁ ଏହି ଦୁଇଟି ଜିନିଷ ହସ୍ତାନ୍ତର କରିବାକୁ ସେ କହିଥିଲେ। ବିନୟ ମୋଟ ୧୧ଟି ଚିତ୍ର କରିଥିଲେ। ନିକଟରେ ବିନୟଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ତାଙ୍କ ଚିତ୍ରଗୁଡ଼ିକ ତିହାର ହାଟରେ ମଧ୍ୟ ବିକ୍ରି ହୋଇଛି ।

କ’ଣ କହିଲେ ଅକ୍ଷୟ ଏବଂ ପୱନ –

ଜେଲ ପ୍ରଶାସନଙ୍କ କହିବା ଅନୁଯାୟୀ ପୱନ ଏବଂ ଅକ୍ଷୟ କିଛି ବି କହିନଥିଲେ । ତିହାର ଜେଲ ପ୍ରଶାସନଙ୍କ ସୂଚନା ଅନୁଯାୟୀ, ଦୋଷୀ ଜେଲରେ ଆୟ କରିଥିବା ସବୁ ଟଙ୍କା ସହିତ ତାଙ୍କ ପୋଷାକ ସବୁ ପରିବାର ଲୋକଙ୍କୁ ଫେରାଇ ଦିଆଯିବ ।

 

 

ଫାଶୀ ପୂର୍ବରୁ ମୁକେଶ ଏବଂ ବିନୟଙ୍କ ଜେଲ ଅଧିକାରୀଙ୍କୁ ଅନୁରୋଧ, କହିଲେ ଏହି ଦୁଇଟି ଜିନିଷକୁ ସାଇତିକି ରଖିବେ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଚାରିଜଣ ଦୋଷୀଙ୍କୁ ଶୁକ୍ରବାର ଦିନ ୫.୩୦ ମିନିଟରେ ଦିଲ୍ଲୀର ତିହାର ଜେଲରେ ଫାଶୀ ଦିଆଗଲା । ସାତ ବର୍ଷର ଦୀର୍ଘ ଅପେକ୍ଷା ପରେ ଶେଷରେ ନିର୍ଭୟାଙ୍କ ପରିବାର ନ୍ୟାୟ ପାଇଲେ। ଫାଶୀ ଦେବା ପୂର୍ବରୁ ଜେଲ ମାନୁଆଲ ଅନୁଯାୟୀ, ଦୋଷୀଙ୍କ ଶେଷ ଇଚ୍ଛା ପୂରଣ ହୁଏ | ସେମାନଙ୍କୁ ଫାଶୀ ଦେବା ପୂର୍ବରୁ ଅପରାଧୀଙ୍କୁ ପଚରାଯାଏ ଯେ ସେମାନେ ମୃତ୍ୟୁ ପରେ ସେମାନଙ୍କ ସମ୍ପତ୍ତି ସହିତ କଣ କରିବେ। ଏହା ବ୍ୟତୀତ ଅଙ୍ଗ ଦାନ ବିଷୟରେ ମଧ୍ୟ ପଚରାଯାଏ | ଏଥିସହ ସେମାନଙ୍କୁ ପଚରାଯାଇଛି ଯେ ଜେଲରେ ଥିବା ତାଙ୍କ ସାମଗ୍ରୀ କାହାକୁ ଦେବାକୁ ଚାହୁଁଛନ୍ତି। ଏହି ପୁସ୍ତିକା ଅନୁଯାୟୀ ଚାରିଜଣ ଦୋଷୀଙ୍କୁ ସେମାନଙ୍କର ଇଚ୍ଛା ପଚରାଯାଇଥିଲା। ଏହି ସମସ୍ତ ପ୍ରକ୍ରିୟା ଶୁକ୍ରବାର ସକାଳ ୪.୪୫ମିନିୟ ରୁ ୫୦ ଟା ମଧ୍ୟରେ ହୋଇଥିଲା |

ଏସବୁ ଜିନିଷ ସମ୍ଭାଲି ରଖିଥିବେ

ଜେଲ ପ୍ରଶାସନ ଅନୁଯାୟୀ, କେହି ବି ସେମାନଙ୍କର ଶେଷ ଇଚ୍ଛା ପ୍ରକାଶ କରିନାହାଁନ୍ତି। ତେବେ ଦୁଇ ଦୋଷୀ ସେମାନଙ୍କ କିଛି ଜିନିଷର ଯତ୍ନ ନେବା ବିଷୟରେ କହିଥିଲେ। ଦୋଷୀ ମୁକେଶ ଜେଲ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ କହିଛନ୍ତି ଯେ ସେ ତାଙ୍କ ଶରୀରକୁ ଦାନ କରିବାକୁ ଚାହୁଁଛନ୍ତି, ଅର୍ଥାତ୍ ତାଙ୍କ ଶରୀରର ଅଙ୍ଗ ଦାନ କରାଯିବ। ଫାଶୀ ଦେବା ପୂର୍ବରୁ ବିନୟ ଜେଲ ଅଧୀକ୍ଷକଙ୍କୁ ସେ ଆଙ୍କିଥିବା ପେଣ୍ଟିଂସ୍ ଦେଇଥିଲେ । ଏହା ବ୍ୟତୀତ ତାଙ୍କର ହନୁମାନ ଚଲିସା ମଧ୍ୟ ଦେଇଥିଲେ । ପରିବାରକୁ ଏହି ଦୁଇଟି ଜିନିଷ ହସ୍ତାନ୍ତର କରିବାକୁ ସେ କହିଥିଲେ। ବିନୟ ମୋଟ ୧୧ଟି ଚିତ୍ର କରିଥିଲେ। ନିକଟରେ ବିନୟଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ତାଙ୍କ ଚିତ୍ରଗୁଡ଼ିକ ତିହାର ହାଟରେ ମଧ୍ୟ ବିକ୍ରି ହୋଇଛି ।

କ’ଣ କହିଲେ ଅକ୍ଷୟ ଏବଂ ପୱନ –

ଜେଲ ପ୍ରଶାସନଙ୍କ କହିବା ଅନୁଯାୟୀ ପୱନ ଏବଂ ଅକ୍ଷୟ କିଛି ବି କହିନଥିଲେ । ତିହାର ଜେଲ ପ୍ରଶାସନଙ୍କ ସୂଚନା ଅନୁଯାୟୀ, ଦୋଷୀ ଜେଲରେ ଆୟ କରିଥିବା ସବୁ ଟଙ୍କା ସହିତ ତାଙ୍କ ପୋଷାକ ସବୁ ପରିବାର ଲୋକଙ୍କୁ ଫେରାଇ ଦିଆଯିବ ।

 

 

ଇଟାଲୀ ଫେରନ୍ତାଙ୍କ ରାଜସ୍ଥାନରେ ମୃତ୍ୟୁ: କରୋନାରେ ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି

ଦେଶରେ COVID-19 ଯୋଗୁଁ ଆଉ ଜଣେ ରୋଗୀଙ୍କ ମୃତ୍ୟୁ । ଏଥିସହିତ ଦେଶରେ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ମୃତକ ଜଣଙ୍କ ରାଜସ୍ଥାନର, ସେ ନିକଟ ଅତୀତରେ ଇଟାଲିରୁ ଫେରିଥିଲେ । ତାଙ୍କୁ ସବାଇ ମାନସିଂହ ହସ୍ପିଟାଲର ଆଇସୋଲେସନ୍‌ ଓ୍ୱାର୍ଡରେ ରଖାଯାଇଥିଲା । କିନ୍ତୁ କିଛି ଦିନ ପୂର୍ବରୁ ତାଙ୍କ ରିପୋର୍ଟ ପଜେଟିଭ୍‌ ଆସିଥିଲା । କିନ୍ତୁ କିଡନୀ ଏବଂ ହୃତପିଣ୍ଡ ଇନ୍‌ଫେକସନ୍‌ ଅଧିକ ହେବାରୁ ତାଙ୍କୁ ବଞ୍ଚାଇବା କଷ୍ଟକରି ହୋଇପଡ଼ିଥିଲା ଏବଂ ତାଙ୍କର ମୃତ୍ୟୁ ଘଟିଥିଲା ।

ଅପରପକ୍ଷରେ ଏହି ମହାମାରୀରୁ ରୋକିବା ନେଇ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ଏ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ବାହାର ଦେଶରୁ ଆସୁଥିବା ଲୋକଙ୍କ ରେଜିଷ୍ଟ୍ରେସନ୍ କରାଇବା ନେଇ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗତକାଲି ରାଜ୍ୟର ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ନିର୍ଭୟା ଦୋଷୀଙ୍କୁ ମୃତ୍ୟୁଦଣ୍ଡ: ଫାଶୀ ପୂର୍ବରୁ ପୋଷାକ ବଦଳାଇ ନଥିଲା ବିନୟ, କାନ୍ଦିବା ସହିତ ମାଗିଥିଲା କ୍ଷମା

ନୂଆଦିଲ୍ଲୀ: ସାତ ବର୍ଷ ପରେ ନିର୍ଭାୟଙ୍କ ଚାରି ଦୋଷୀଙ୍କୁ ସମସ୍ତ ଆଇନଗତ ବାଧାବିଘ୍ନ ପରେ ଆଜି ଫାଶୀ ଦିଆଯାଇଛି । ତାଙ୍କୁ ଦିଲ୍ଲୀର ତିହାର ଜେଲରେ ସକାଳ ୫.୩୦ ମିନିଟରେ ଫାଶି ଦିଆଗଲା । ସୁରକ୍ଷାକୁ କଡାକଡି କରିବା ପାଇଁ ତିହାର ଜେଲ ବାହାରେ ପାରାମିଲିଟାରୀ କର୍ମଚାରୀ ମାନେ ମଧ୍ୟ ନିୟୋଜିତ ହୋଇଥିଲେ।

ଫାଶୀ ଦେବା ପୂର୍ବରୁ, ତିହାର ଜେଲର ବହୁ ଅଧିକାରୀ ଫାଶୀ ଘର ନିକଟରେ ପହଞ୍ଚିଥିଲେ, ଯାହାଙ୍କ ତତ୍ତ୍ୱାବଧାନରେ ଫାଶୀ ପ୍ରକ୍ରିୟା ଶେଷ ହୋଇଥିଲା | ଯେତେବେଳେ ଦୋଷୀମାନଙ୍କୁ ଫାଶୀ ଦେବା ପୂର୍ବରୁ ଗାଧୋଇବା ଏବଂ ପୋଷାକ ବଦଳାଇବାକୁ କୁହାଯାଇଥିଲା, ଦୋଷୀ ବିନୟ ପୋଷାକ ବଦଳାଇବାକୁ ମନା କରିଦେଇଥିଲ। ଏହା ବ୍ୟତୀତ ସେ କାନ୍ଦିବାକୁ ଲାଗିଲେ ଏବଂ ହାତ ଯୋଡ଼ି କ୍ଷମା ମାଗିବାକୁ ଲାଗିଲା।

ଦୋଷୀମାନଙ୍କୁ ଫାଶୀ ଦେବା ପୂର୍ବରୁ ତିହାର ଜେଲ ବାହାରେ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଦିଲ୍ଲୀର ସ୍ଥାନୀୟ ଲୋକ, କିଛି କାର୍ଯ୍ୟକର୍ତ୍ତା ଫାଶୀ ଦେବା ପୂର୍ବରୁ ଜେଲ ବାହାରେ ଠିଆ ହୋଇଥିଲେ ଏବଂ ମାର୍ଚ୍ଚ ୨୦ର ଏହି ଦିନକୁ ନିର୍ଭୟା ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ବର୍ଣ୍ଣନା କରିଥିଲେ। ଦୋଷୀମାନଙ୍କୁ ଫାଶୀ ଦିଆଯିବା ପରେ ଅନେକ ଲୋକ ଏଠାରେ ମିଠା ମଧ୍ୟ ବାଣ୍ଟିଥିଲେ ।

– ଫାଶୀ ଦେବା ପୂର୍ବରୁ ଚାରିଜଣ ଦୋଷୀଙ୍କୁ ସକାଳ ୪ ଟାରେ ଉଠାଇ ଗାଧୋଇବା ପରେ ନୂଆ ପୋଷାକ ପିନ୍ଧିବାକୁ କୁହାଯାଇଥିଲା ।

– ଏହା ପରେ ଦୋଷୀମାନଙ୍କୁ ଜେଲ ପ୍ରଶାସନ ତରଫରୁ ଚା ଏବଂ ସ୍ନାକ୍ସ ଦିଆଯାଇଥିଲେ ହେଁ ସେମାନଙ୍କ ମଧ୍ୟରୁ କେହି ବି ଜଳଖିଆ କରିନଥିଲେ ।

– ଏହା ପରେ ଜେଲ କର୍ତ୍ତୃପକ୍ଷ ଅପରାଧୀଙ୍କୁ ସେମାନଙ୍କର ଶେଷ ଇଚ୍ଛା ପଚାରିଥିଲେ।

– ପ୍ରାତଃ ପ୍ରାୟ ୫:୩୦ ସମୟରେ ଚାରିଜଣ ଦୋଷୀଙ୍କୁ ତିହାର ଜେଲର ଫାଶୀ ଘରେ ଫାଶୀ ଦିଆଯାଇଥିଲା ।

ଆଜି ପଖାଳ ଦିବସ

ଭୁବନେଶ୍ୱର: ‘ଓଃ କି ଶାନ୍ତି…’। ଏମିତି କିଛି ଭାବନା ଗଣ୍ଡେ ପଖାଳ ଖାଇଦେଲେ ମନରେ ଆସେ। ଖରାରେ ବାହାରୁ ଆସି ପଖାଳ କଂସା ଆଖି ଆଗରେ ଦେଖିଦେଲେ ଏକ ପ୍ରକାର ଆନନ୍ଦ ଭରିଯାଏ । ପଖାଳ ଆମ ଓଡ଼ିଆ ପରମ୍ପରାରେ ପାରମ୍ପରିକ ଖାଦ୍ୟ। ଘରେ ଘରେ ସବୁବେଳେ ପଖାଳ ସାଙ୍ଗକୁ ଶାଗ ଭଜା ବଡ଼ି ଚୁରା ଆଳୁ ଚଟଣି ମାଛ ଭଜା ଆଦି ମା ବାଢି ଦିଅନ୍ତି । ଆଉ ତାକୁ ଖାଇଦେଲେ ପେଟ ସହ ମନ ବି ଖୁସି ହେଇଯାଏ । ଏହି ସ୍ୱତନ୍ତ୍ର ଖାଦ୍ୟ ନିହାତି ଭାବେ ଓଡ଼ିଆଙ୍କ ପରିଚୟର ପ୍ରତୀକ।

ଖାଲି ଓଡ଼ିଆ କାହିଁକି ସେମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ବି ପଖାଳକୁ ଭୁଲନ୍ତି ନାହିଁ । ଶ୍ରୀକୃଷ୍ଣ ଦହି ପଖାଳ ଖାଇବା କାହାଣୀ ବି ପୁରାଣରେ ରହିଛି। ହେଲେ ଚଳିତ ଖରା ଦିନରେ ବିଶ୍ୱବ୍ୟାପୀ କରୋନା ଭୟ ପଖାଳ କଂସାକୁ ବି ଶକ୍ତ ଚାପୁଡ଼ା ଦେଇଛି। କରୋନାର ମୁଖ୍ୟ ଲକ୍ଷଣ ଥଣ୍ଡା ହୋଇଥିବାରୁ ପଖାଳ ଖାଇବାରୁ ଏବେ ସମସ୍ତେ ନିବୃତ୍ତ ରହିବାର ସ୍ଥିତି ଉପୁଜିଛି ।

କିନ୍ତୁ ରାଜଧାନୀରେ ଖୁବ୍‌ ନିଆରା ଢଙ୍ଗରେ ଏହାକୁ ଘରେ ଘରେ ପାଳନ କରାଯାଉଛି। ହୋଟେଲ ବନ୍ଦ ଥିବାରୁ ଏଥର ହୋଟେଲ କି ରେସ୍ତୋରାଁତ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇନାହିଁ । କିନ୍ତୁ କରୋନା ଯୋଗୁଁ ବିଭିନ୍ନ କଟକଣା ପାଇଁ ଚଳିତ ‘ପଖାଳ ଦିବସ’ ଫିକା ପଡ଼ିଛି ।

ଫାଶୀ ଖୁଣ୍ଟରେ ଝୁଲିଲେ ୪ ପିଶାଚ, ପଢ଼ନ୍ତୁ କେମିତି ଥିଲା ଶେଷ ଅଧ ଘଣ୍ଟାର ପ୍ରକ୍ରିୟା

ପ୍ରତୀକ୍ଷାର ହେଲା ଅନ୍ତ । । ଦୀର୍ଘ ୭ ବର୍ଷରେ ବ୍ୟବଧାନ ପରେ ଦଣ୍ଡ ପାଇଲେ ନିର୍ଭୟା ଦୋଷୀ । ଫାଶୀ ଖୁଣ୍ଟରେ ଝୁଲିଲେ ୪ ପିଶାଚ । ମାନ୍ୟବର କୋର୍ଟଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ସକାଳ ସାଢ଼େ ୫ଟାରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯାଇଛି ।

ଫାଶୀ ପୂର୍ବର ଅଧ ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲ । ଜେଲ୍‌ ଅଧିକାରୀଙ୍କ କହିବନୁଯାୟୀ ୪ ଦୋଷୀ ଏକାସାଙ୍ଗରେ ଫାଶୀରେ ଝୁଲାଗଲା ।  ୨ ଜଣଙ୍କୁ ଗୋଟିଏ ଫାଶୀ ଖୁଣ୍ଟ ଉପରେ ଅନ୍ୟ ୨ ଜଣଙ୍କୁ ଆଉ ଏକ ଫାଶୀ ଖୁଣ୍ଟ ଉପରେ ରଖାଗଲା ।

ଫାଶୀ ପାଇଁ ପବନ ଜହ୍ଲାଦ ଗୋଟିଏ ଲିବର୍‌ ଭିଡିଥିବା ବେଳେ ଅନ୍ୟ ଏକ ଲିବରକୁ ଜେଲ୍‌ର ଜଣେ କର୍ମଚାରୀ ଟାଣିଥିଲେ । ଏହିଭଳି ଭାବେ ସମସ୍ତଙ୍କୁ ଏକାସାଙ୍ଗରେ ଫାଶୀ ଦିଆଗଲା । ଏହି ଫାଶୀ କାର୍ଯ୍ୟ ସମ୍ପାଦନ ଲାଗି ପବନ ଜହ୍ଲାଦଙ୍କୁ ୬୦ ହଜାର ଟଙ୍କା ଦିଆଯିବ ।

ଦୋଷୀଙ୍କୁ ସକାଳ ୩.୧୫ରେ ଉଠାଯାଇଥିଲା

ଶୁକ୍ରବାର ୩ଟା ୧୫ ମିନିଟରେ ୪ଜଣଙ୍କୁ ସେଲ୍‌ରୁ ଉଠାଇ ଅଣାଗଲା । ୪ ଜଣଙ୍କ ମଧ୍ୟରୁ କେହି ବି ଶୋଇନଥିଲେ । ସକାଳର ଆବଶ୍ୟକ ପ୍ରକ୍ରିୟା ପୂରା କରାଯିବା ପରେ ଏମାନଙ୍କୁ ଗାଧୋଇବାକୁ କୁହାଯାଇଥିଲା । ଏହା ପରେ ସେମାନଙ୍କୁ ଚା’ ପିଇବା ନେଇ ପଚାରାଗଲା । ସେଲ୍‌ରୁ ଆଣିବା ପୂର୍ବରୁ ଏମାନଙ୍କୁ ଧଳା କୁର୍ତ୍ତା ଓ ପାଇଜାମା ପିନ୍ଧାଯାଇଥିଲା ।

୪ ଜଣଙ୍କ ହାତକୁ ପଛପଟୁ ବାନ୍ଧି ଦିଆଗଲା । ଏହି ସମୟରେ ଦୋଷୀ ହାତ ବାନ୍ଧିବାକୁ ମନା କରିଦେଇଥିଲେ । କିନ୍ତୁ ତାହା କରାଯାଇନଥିଲା ।

ଫାଶୀ ନେଇ ଦୋଷୀଙ୍କୁ ନେଇ ଗଲାବେଳେ ସେମାନଙ୍କ ମଧ୍ୟରୁ ଜଣେ ଭୟଭୀତ ହୋଇଯାଇଥିଲା । ଏବଂ ଆଗକୁ ଯିବାକୁ ମନାକରିଦେଇଥିଲା । ବହୁ ଚେଷ୍ଟା ପରେ ତାକୁ ଆଗକୁ ନିଆଗଲା । ସେଲ୍‌ ବାହାରକୁ ଅଣାଯିବା ପରେ ସେମାନଙ୍କ ମୁହଁ କଳା କପଡ଼ାରେ ଘୋଡ଼ାଇଦିଆଯାଇଥିଲା ।

ଫାଶୀ ପୂର୍ବରୁ ସେମାନଙ୍କ ବେକରେ ରଶି ବନ୍ଧାଯାଇଥିଲା । ଅନ୍ୟ ସେମାନଙ୍କ ଗୋଡ଼ରେ ମଧ୍ୟ ଦଉଡି ବାନ୍ଧି ଦିଆଯାଇଥିଲା । ଯାହାଦ୍ୱାରା ସେମାନଙ୍କ ଗୋଡ଼ ନହଲିବ । ଏହା ପରେ ପବନ ଜହ୍ଳାଦ ଲିବର ଟାଣିବା ଅନୁମତି ଲାଗି ୩ ନମ୍ୱାର ବାରାକ୍‌ ସୁପରିଣ୍ଟେଣ୍ଡେଣ୍ଟ ଆଡ଼କୁ ଚାହିଁଥିଲା ।

ଲିବର ଟାଣିବାକୁ ଅନୁମତି ମିଳୁମିଳୁ ଲିବରକୁ ଟାଣିଥିଲା ପବନ ଜହ୍ଲାଦ । ଏହାର ଅଧ୍ୟ  ଘଣ୍ଟା ପରେ ଦୋଷୀଙ୍କୁ ମୃତ ଘୋଷିତ କରାଯାଇଥିଲା ।

ସାହାସିକ ପଦକ୍ଷେପ ଯୋଗୁ ସଫଳ ପାଇବେ, ଅର୍ଥ ଲାଭ ହୋଇପାରେ

ମେଷ ରାଶୀ

ଅଶ୍ବିନୀ ମେଷ-ମାଙ୍ଗଳିକ କାର୍ଯ୍ୟରେ ସମୟ କଟିବ, ଅର୍ଥ ଲାଭ ହୋଇପାରେ

ଦ୍ବିଜା ମେଷ-ପରିବାର ମଧ୍ୟରେ ଭୁଲ୍‌ ବୁଝାମଣା ଯୋଗୁ ମନ ଅଶାନ୍ତ ରହିବ

କୃତ୍ତିକା ମେଷ-ମହିଳାମାନେ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ

ବୃଷ ରାଶୀ

କୃତ୍ତିକା ବୃଷ-ସାହାସିକ ପଦକ୍ଷେପ ଯୋଗୁ ସଫଳ ପାଇବେ

ରୋହିଣୀ-ନିଜ ଲୋକମାନେ ଶତୃଭଳି ଆଚରଣ କରିବେ

ମୃଗଶିରା-କର୍ମକ୍ଷେତ୍ରରେ ସହଯୋଗ ଭରପୁର ପାଇବେ

ମିଥୁନ ରାଶୀ

ମୃଗଶିରା ମିଥୁନ-ସାମାଜିକ କାର୍ଯ୍ୟରେ ସଫଳତା ପାଇବେ,ପାରିବାରିକ ସୁଖ

ଆର୍ଦ୍ରା ମିଥୁନ-କୈାଣସି ଧାର୍ମିକସ୍ଥଳୀକୁ ଯାଇପାରନ୍ତି

ପୁର୍ନବସୁ-ପରିବାରରେ ଅଶାନ୍ତିକୁ ଦୁର କରନ୍ତୁ

କର୍କଟ ରାଶୀ

ପୁର୍ନବସୁ-ନିଜର କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ,ଶରୀର ସୁସ୍ଥ ରହିବ

ପୁଷ୍ୟ।-ପରିବାରର ପୂର୍ଣ୍ଣ ସହଯୋଗ ପାଇବେ

ଅଶ୍ଳେଷା-ବିଭିନ୍ନ ବାଧା, ପ୍ରତିବନ୍ଧକ ଯୋଗୁ ମନ ଅଶାନ୍ତ ରହିବ

ସିଂହ ରାଶୀ

ମୃଘା ସିଂହ-ବନ୍ଧୁଙ୍କ ସହଯୋଗ ପାଇବେ,ହସଖୁସିରେ ସମୟ କଟିବ

ପୂର୍ବାଫାଲଗୁନି-ସ୍ବାସ୍ଥ୍ୟ ପ୍ରତି ବିପଦ ରହିବ, ସତର୍କ ରୁହନ୍ତୁ

ଉତ୍ତରା ଫାଲ୍‌ଗୁନି-ବିବାଦୀୟ କାର୍ଯ୍ୟରେ ଜୟଯୁକ୍ତ ହେବେ

କନ୍ୟା ରାଶୀ

ଉତ୍ତରାଫାଲଗୁନି-ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇବେ,ମାନସିକ ଶାନ୍ତି ରହିବ

ହସ୍ତା କନ୍ୟା-କୈାଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ

ଚିତ୍ରା କନ୍ୟା-ଅଧାଅଧୁରା କାର୍ଯ୍ୟ ପୁରା ହେବ,କର୍ମକ୍ଷେତ୍ରରେ ଉନ୍ନତି ରହିବ

ତୁଳା ରାଶୀ

ଚିତ୍ରା ତୁଳା-କୈାଣସି କ୍ଷେତ୍ରରୁ ସୁସମ୍ବାଦ ପାଇପାରନ୍ତି,ଶରୀର ସୁସ୍ଥ ରହିବ

ସ୍ବାତୀ ତୁଳା-ପାରିବାରିକ ଓ ଦାମ୍ପତ୍ୟ ଜୀବନ ଖୁସିରେ କଟିବ

ବିଶାଖା ତୁଳା-ଧନହାନୀ ହୋଇପାରେ, ସତର୍କ ରୁହନ୍ତୁ

ବିଛା ରାଶୀ

ବିଶାଖା-ଆର୍ଥିକ ଓ ପାରିବାରିକ  ସମସ୍ୟାର ସମାଧାନ ହେବାର ଯୋଗ

ଅନୁରାଧା-ଅନେକ ଦିନର ଆଶା ପୂରଣ ହୋଇଯିବ

ଜ୍ୟେଷ୍ଠା-ପାରିବାରିକ ଓ ଆର୍ଥିକ କ୍ଷେତ୍ରରେ ଅଶାନ୍ତି ଲାଗି ରହିବ

ଧନୁ ରାଶୀ

ମୂଳା-କର୍ମକ୍ଷେତ୍ରରେ ପୂର୍ବରୁ ରହୁଥିବା ବାଧାପ୍ରତିବନ୍ଧକ ଦୁର ହୋଇଯିବ

ପୂର୍ବାଷାଢା-କୈାଣସି କଥାକୁ ନେଇ ବିବାଦୀୟ ପରିସ୍ଥିତି ହୋଇପାରେ

ଉତ୍ତରାଷାଢା-ମହିଳାମାନେ ପ୍ରଗତିକ୍ଷେତରେ ଉନ୍ନତି କରିବେ

ମକର ରାଶୀ

ଉତ୍ତରାଷାଢା-କର୍ମକ୍ଷେତ୍ରରେ ଉନ୍ନତି ସହ ଅନ୍ୟମାନଙ୍କର ସହଯୋଗ ପାଇବେ

ଶ୍ରବଣା-ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ, ବିଳମ୍ବରେ କାର୍ଯ୍ୟ ସଫଳ ହେବ

ଧନିଷ୍ଠା-କର୍ମ ସନ୍ଧାନରେ ରହିଥିଲେ ଆଜି ତାହା ପାଇଯିବେ

କୁମ୍ଭ ରାଶୀ

ଧନିଷ୍ଠା-ପରିବାରର ସହଯୋଗ ପାଇବେ,ଦିନଟି ସୁଖରେ କଟିବ

ଶତଭିଷା-ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ

ପୂର୍ବଭାଦ୍ରପଦ-ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ,ଉଧାର ଟଙ୍କା ଅନ୍ୟକୁ ଦେବେନାହିଁ

ମୀନ ରାଶୀ

ପୂର୍ବଭାଦ୍ରପଦ-ଅଧାଅଧୁରା କାର୍ଯ୍ୟ ପୁରା ହୋଇଯିବ

ଉତ୍ତରଭାଦ୍ର-ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ

ରେବତୀ-ଆଜି ଦିନଟି ଜଗିରଖି ଚଳନ୍ତୁ,ମାନସମ୍ମାନରେ କ୍ଷତି ହୋଇପାରେ

  ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍‌

ଓଡିଶାରେ ଆଉଜଣେ କରୋନା ରୋଗୀ ଚିହ୍ନଟ, ସଂଖ୍ୟା ଦୁଇକୁ ବୃଦ୍ଧି

ଭୁବନେଶ୍ୱର: କରୋନା ପାଇଁ ସାରା ବିଶ୍ୱରେ ଏକ ପ୍ରକାରର ଭୟ ଦେଖା ଦେଇଛି । ଯାହାକୁ ନେଇ ସତର୍କ ରହିବା ପାଇଁ ବିଭିନ୍ନ ଦେଶ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଓଡିଶାରେ ମଧ୍ୟ ଏନେଇ ବିଭିନ୍ନ ପଦକ୍ଷେପ ମାନ ନିଆଯାଇଛି ।

ଏଇ ଭିତରେ ରାଜ୍ୟରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହୋଇଛି । ଆଜି ୧୪ଟି ସାମ୍ପୁଲ ଟେଷ୍ଟ ପାଇଁ ଆର୍‌ଏମ୍‌ଆର୍‌ସି କୁ ପଠାଯାଇଥିଲା । ସେଥିମଧ୍ୟରୁ ଜଣଙ୍କର ନମୂନା ପଜେଟିଭ ଆସିଛି ।

ମାଲେସିଆରେ ଭୋକ ଉପାସରେ ଫସିଛନ୍ତି ଓଡ଼ିଆ ନବବିବାହିତ ଦମ୍ପତି, ସହାୟତା ପାଇଁ କଲେ ନିବେଦନ

ଏନେଇ ଟ୍ୱିଟରରେ ସ୍ୱାସ୍ଥ୍ୟ ଏବଂ ପରିପାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ଚିହ୍ନଟ ବ୍ୟକ୍ତି ପୂର୍ବରୁ କରୋନା ପ୍ରଭାବିତ ଦେଶକୁ ଯାତାୟତ କରିଛନ୍ତି । ଚିହ୍ନଟ ହେବା ବ୍ୟକ୍ତି କାହା କାହା ସହ ସମ୍ପର୍କରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ଷ୍ଟେଟ ସର୍ଭିଲାନ୍ସ ୟୁନିଟକୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ଭୟା ଦୋଷୀ ଫାଶୀ ପାଇବା ବେଳେ କେମିତି କଥା ହେବେ ଉପସ୍ଥିତ ଅଧିକାରୀ

ନିର୍ଭୟା ଦୋଷୀଙ୍କର ସବୁ ପ୍ଲାନ ଫେଲ ହୋଇଛି । ଆସନ୍ତା କାଲି ସକାଳ ୫ଟା ୩୦ରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ।  ଫାଶୀ ଦେବା ପାଇଁ ସେଠାରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ପୋଲିସ, ଓକିଲ, ବ୍ରାହ୍ମଣ, ଜହ୍ଲାଦ ଉପସ୍ଥିତ ରହିବେ ।  ଫାଶୀ ଦେବା ପୂର୍ବରୁ ଜେଲ ପ୍ରଶାସନ ପକ୍ଷରୁ ସେମାନଙ୍କୁ କିଛି ଖାଇବାକୁ ଦିଆଯିବ ।

ଜେଲ ମାନୁଆଲ ଅନୁଯାୟୀ କଏଦୀଙ୍କୁ ଫାଶୀ ଦେବା ଖାଇବାକୁ ଦିଆଯିବ । ଖାଇବା ପରେ ଦୋଷୀଙ୍କ ଗାଧୋଇ ଦିଆଯିବ। ଏହା ପରେ ସେମାନଙ୍କୁ ନୂଆ ପୋଷାକ ପିନ୍ଧାଇ ଦିଆ ଯାଇ ଫାଶୀ ଦିଆଯିବା ସ୍ଥାନକୁ ନିଆଯିବ ।

ନିର୍ଭୟା ଦୋଷୀଙ୍କୁ ଫାଶୀ: ଦିଲ୍ଲୀରେ ପହଞ୍ଚିଲେ ପୱନ ଜହ୍ଲାଦ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଫାଶୀ ଦେବା ବେଳେ ସେଠାରେ ଉପସ୍ଥିତ ଥିବା ଅଧିକାରୀ ମାନେ ମୁହଁ ଖୋଲି କଥା ହୁଅନ୍ତି ନାହିଁ । ଶବ୍ଦ କରି କଥା ହେଲେ ଦୋଶୀ ଚାଲାଖ ହୋଇଯିବେ ବୋଲି ସେଠାରେ କୌଣସି ପ୍ରକାରର ଶବ୍ଦ କରାଯାଇନଥାଏ । ଟାଙ୍ଗିବା ସମୟରେ ସେଠାରେ ଉପସ୍ଥିତ ଥିବା ଅଧିକାରୀ ମାନେ ଅଙ୍ଗଭଙ୍ଗୀରେ କଥାବାର୍ତ୍ତା ହୋଇଥାନ୍ତି ।  ଅଧୀକ୍ଷକଙ୍କ ନିର୍ଦ୍ଦେଶରେ, ନିର୍ବାହକାରୀ ଲିଭର ଟାଣନ୍ତି ଏବଂ ଅପରାଧୀ ଫାଶୀ ପାଇଥାଏ । କଥାବାର୍ତ୍ତା ଅଙ୍ଗଭଙ୍ଗୀରେ ଘଟିଥାଏ ଯାହା ଦ୍ୱାରା କଏଦୀଙ୍କ ମୁହଁରେ କଳା ପକଡ଼ା ଥିବାରୁ ଦୃଷ୍ଟି ଆକର୍ଷଣ ନହୁଏ ନାହିଁ ।

ଫାଶୀ ଲଗାଇବା ପରେ ଶରୀର ୨ ଘଣ୍ଟା ଧରି ଦଉଡ଼ିରେ ଝୁଲିବ, ତା’ପରେ ଡାକ୍ତର ଯାଞ୍ଚ କରିବେ ଏବଂ ମୃତ ଘୋଷଣା କରାଯିବ।