ତରୁଣ ବଜାଜ ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ସେଣ୍ଟ୍ରାଲ ବୋର୍ଡର ନୂଆ ନିର୍ଦ୍ଦେଶକ

1 min read

ନୂଆଦିଲ୍ଲୀ: ତରୁଣ ବଜାଜ ହେଲେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସେଣ୍ଟ୍ରାଲ ବୋର୍ଡର ନୂଆ ନିର୍ଦ୍ଦେଶକ । କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ନିଯୁକ୍ତି ଦିଆଯାଇଛି । ତରୁଣ ପୂର୍ବରୁ କେନ୍ଦ୍ରୀୟ ବୋର୍ଡର ଅର୍ଥନୈତିକ ବ୍ୟାପାର ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ । ଏପ୍ରିଲ ୩୦ରେ ପୂର୍ବତନ ନିର୍ଦ୍ଦେଶକ ଅତନୁ ଚକ୍ରବର୍ତ୍ତୀ ଅବସର ନେବା ପରେ ତାଙ୍କ ସ୍ଥାନରେ ତରୁଣଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ଆରବିଆଇ ପକ୍ଷରୁ ଏକ ପ୍ରେସ୍‌ ବିବୃତ୍ତି ଜାରି କରଯାଇଛି । ବଜାଜଙ୍କ ନାମାଙ୍କନ ମେ ୫ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ବିବୃତ୍ତିରେ ଦର୍ଶାଯାଇଛି ।

ତରୁଣ ହେଉଛନ୍ତି ୧୯୮୮-ବ୍ୟାଚ୍ ହରିୟାଣା କ୍ୟାଡର ଆଇଏଏସ୍ ଅଧିକାରୀ । ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସେ ନେଇସାରିଛନ୍ତି । ଅର୍ଥନୈତିକ ବ୍ୟାପାର ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି ।

ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗତ ୨୦୧୫ ରେ ଯୋଗଦେବା ପୂର୍ବରୁ ଅର୍ଥନୈତିକ ବ୍ୟାପାର ବିଭାଗର ଯୁଗ୍ମ ସଚିବ ଥିଲେ ଏବଂ ବହୁପକ୍ଷୀୟ ପାଣ୍ଠି ଏଜେନ୍ସି ବିଭାଗର ତଦାରଖ କରୁଥିଲେ । ସେ ଆର୍ଥିକ ବିଭାଗର ଯୁଗ୍ମ ସଚିବ ଏବଂ ନିର୍ଦ୍ଦେଶକ ଭାବରେ ଚାରି ବର୍ଷ ଧରି ବୀମା ବିଭାଗର ଦାୟିତ୍ୱ ମଧ୍ୟ ତୁଲାଇସାରିଛନ୍ତି ।

Leave a Reply