spot_img
Home Blog Page 7125

ଫଟୋ ଖରାପ କରୁଛି ସ୍ମାର୍ଟ ଫୋନ୍‌: ଫଟୋଗ୍ରାଫର କହିଲେ କିଛି ଏଭଳି କାରଣ

କିଛି ଦିନ ପୂର୍ବେ ଆଣ୍ଡରୋଏଡ୍ ୟୁଜର ଗୋଟିଏ ଫଟୋକୁ ନେଇ ଅଭିଯୋଗ କରିଥିଲ । ଏହି ଫଟୋକୁ ଓ୍ୱାଲ୍‌ପେପର ସେଟ୍ କରିବା ପରେ ଫୋନ୍ କ୍ରାସ ହେଇଯାଉଛି । ଚିତ୍ରରେ ପାହାଡ, ନଦୀ ଏବଂ ବାଦଲର ଦୃଶ୍ୟ ରହିଛି । କିନ୍ତୁ କେହି ବୁଝି ପାରୁନଥିଲା ଏହା ଦ୍ୱାରା ଫୋନ୍‌ କାହିକି ଖରାପ ହେଉଛି । ତେବେ ଯେଉଁ ବ୍ୟକ୍ତି ଜଣଙ୍କ ଏହାର ଫଟୋ ଉଠାଇଥିଲେ ସେ ଏଭଳି ହେବାର କାରଣ ଦର୍ଶାଇଛନ୍ତି ।

https://twitter.com/HorsemanCrypto/status/1270630716066246656?ref_src=twsrctfwtwcamptweetembedtwterm1270630716066246656&ref_url=httpshindi.news18.comnewstechviral-wallpaper-scene-photo-crashing-android-phone-photographer-tells-the-reason-3150622.html

ଫଟୋଟିକୁ ଓ୍ୱାଲପେପର ସେଟ୍ କରିବା ପରେ ଫଟୋଟି ଆପେଆପେ ବାରମ୍ୱାର ଅନ୍‌ ଏବଂ ଅଫ୍‌ ହେଉଛି । ବିଶେଷ କରି ଗୁଗୁଲ ପିକ୍ସଲ ଓ ସାମସଙ୍ଗ ଫୋନ୍‌ରେ ଏଭଳି ଅସୁବିଧା ଦେଖିବାକୁ ମିଳିଛି ।  ଏନେଇ ଫଟୋଗ୍ରାଫର ଗୌରବ ଅଗ୍ରଓ୍ୱାଲ ସୂଚନା ଦେଇ କହିଛନ୍ତି ଯେ, ୨୦୧୯ରେ ଗ୍ୱାଲିୟର ନ୍ୟାସନାଲ ପାର୍କ ଓ ସେଣ୍ଟ ମ୍ୟାରୀ ଲେକ୍‌ଠାରେ ଏହି ସବୁ ଫଟୋ ଉଠାଯାଇଥିଲା ।

ଏହା ପରେ ସେ ଏହି ଫଟୋଗୁଡ଼ିକୁ ଲାଇଟ୍‌ରୁମ୍‌ରେ ଏଡିଟ୍ କରିଥିଲେ ଓ ପରେ ଫ୍ଳିକର୍‌ରେ ଅପଲୋଡ୍‌ କରିଥିଲେ । ସେ କେବେ ଅନ୍ଦାଜ କରିନଥିଲେ ଯେ, ଫଟୋ ଲୋକଙ୍କ ମୋବାଇଲ ଖରାପ କରିବ ।

https://twitter.com/Lokioddin0x/status/1269646833988624384?ref_src=twsrctfwtwcamptweetembedtwterm1269646833988624384&ref_url=httpshindi.news18.comnewstechviral-wallpaper-scene-photo-crashing-android-phone-photographer-tells-the-reason-3150622.html

ମିଳିଥିବା ସୂଚନା ମୁତାବକ ଲାଇଟରୁମ୍‌ରେ ଫଟୋ ଏଡିଟ କରିବା ପୂର୍ବରୁ କଲର ମୋଡ୍‌ ଚେଞ୍ଜ କରିବାକୁ ପଡ଼ିଥାଏ । ଏବଂ ଯେଉଁ ମୋଡରେ ଅଗ୍ରଓ୍ୱାଲ ସିଲେକ୍ୱ କରିଥିଲେ ବୋଧହୁଏ ତାହା ଆଣ୍ଡରୋଏଡ୍‌ ଫୋନ୍‌କୁ ସପୋର୍ଟ କରୋ ନାହିଁ । ତେବେ ତାଙ୍କ ପାଖରେ ଆଇ ଫୋନ୍‌ ଥିବାରୁ ତାଙ୍କ ଫୋନ୍‌ରେ ସପୋର୍ଟ କରିଥିଲା

ସୁଶାନ୍ତ କ୍ୟାରିୟରର ପିକ୍‌ ପଏଣ୍ଟରେ ଥିଲେ, ସେ କେବେ ବି ଆତ୍ମହତ୍ୟା କରିପାରିବେନି ! ମୃତ୍ୟୁ ପଛରେ ଚକ୍ରାନ୍ତ…

ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି ! ସୁଶାନ୍ତ ହେଉଛନ୍ତି ବିହାର ମାଟିର ପୁଅ । ସେ ଜଣେ ବୀର‌ । ସେ ଭୀରୁ ନୁହେଁ ଯେ ଆତ୍ମହତ୍ୟା କରିବେ । ଏକଥା ଆମେ କହୁ ନାହୁଁ ଏକଥା, ଦୁଃଖରେ ମ୍ରିୟମାଣ ହୋଇ କହିଛନ୍ତି ସୁଶାନ୍ତଙ୍କ ଜଣେ ଦୂର ସମ୍ପର୍କୀୟ ମାମୁଁ । ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମାମୁଁ ଅଭିଯୋଗ କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ସେ ସିଧା ସଳଖ କହିଛନ୍ତି ସୁଶାନ୍ତ କେବେ ବି ଆତ୍ମହତ୍ୟା କରିପାରିବନି । ଏହା ପଛରେ କିଛି ନା କିଛି ଚକ୍ରାନ୍ତ ରହିଛି ।

ରବିବାର ସୁଶାନ୍ତଙ୍କ ମୃତ୍ୟୁରେ ସାରା ବଲିଉଡ୍‌ ସ୍ତବ୍ଧ ହୋଇଯାଇଛି । ସୁଶାନ୍ତ ନିଜ ମୁମ୍ବାଇ ସ୍ଥିତ ବାସଭବନରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପ୍ରଥମେ ଏନେଇ ତାଙ୍କ ଘରର ଚାକର ଜାଣିବା ପରେ ସେ ପୋଲିସକୁ ସୂଚନା ଦେଇଥିଲା, ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲା । ସୁଶାନ୍ତଙ୍କ ବେକରେ ରଶି ଲାଗିଥିବା ଦାଗ ରହିଛି ।

ତେବେ ସୁଶାନ୍ତଙ୍କ ମାମୁଁ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ମ୍ୟାନେଜରକୁ ମଧ୍ୟ ଚକ୍ରାନ୍ତ କରି ହତ୍ୟା କରାଯାଇଥିଲା । ଏହି ଘଟଣା ପରେ ଆଜି ସୁଶାନ୍ତଙ୍କ ମୃତ୍ୟୁ ପଛରେ ମଧ୍ୟ କିଛି ନା କିଛି ଚକ୍ରାନ୍ତ ଥିବା ସେ ସନ୍ଦେହ କରୁଛନ୍ତି ଏବଂ ଏହାର ତଦନ୍ତ ଦାବି କରିଛନ୍ତି ।

ମୃତ୍ୟୁ ବେଳକୁ ସୁଶାନ୍ତୁଙ୍କୁ ୩୪ ବର୍ଷ ବୟସ ହୋଇଥିଲା । ସେ ତାଙ୍କ ଅଭିନୟ କ୍ୟାରିୟରରେ ଅନେକ ସୁପରହିଟ୍‌ ଫିଲ୍ମ ଲୋକଙ୍କୁ ଦେଇଛନ୍ତି । ଖୁବ୍‌ କମ୍‌ ବୟସରେ ସେ ତାଙ୍କ କ୍ୟାରିୟରରେ ସଫଳତା ମଧ୍ୟ ପାଇଥିଲେ । ଭଲ ଅଭିନେତା ସାଙ୍ଗକୁ ସେ ଜଣେ ଭଲ ଛାତ୍ର ମଧ୍ୟ ଥିଲେ । ପାଠ ପଢ଼ାରେ ସେ ବେଶ ପୁରଷ୍କାର ମଧ୍ୟ ପାଇଛନ୍ତି ।

ସୁଶାନ୍ତଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘କାଇ ପୋ ଚେ’ ଥିଲା । ଏହି ଫିଲ୍ମ ଦର୍ଶକଙ୍କୁ ବେଶ୍‌ ଭଲ ଲାଗିଥିଲା । ପରେ ସୁଶାନ୍ତଙ୍କ ପିକେ, ସୁଦ୍ଧ ଦେଶୀ ରୋମାନ୍ସ ଭଳି ଫିଲ୍ମ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା । ତାଙ୍କର ଶେଷ ଫିଲ୍ମ ଛିଛୋରେ ଥିଲା ।

ବ୍ୟାକଗ୍ରାଉଣ୍ଡ ଡ୍ୟାନସରରୁ ବଲିଉଡର ଧୋନି, ଏମିତି ଥିଲା ସୁଶାନ୍ତ ସିଂହ ରାଜପୁତଙ୍କ କ୍ୟାରିଅର

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି । ସୁଶାନ୍ତଙ୍କ ସୁଇସାଇଡ ପରେ ଶୋକରେ ଡୁବି ରହିଛି ପୂରା ବି-ଟାଉନ୍ । ଛୋଟ ପରଦାରୁ ଅଭିନୟ ଜୀବନ ଆରମ୍ଭ କରିଥିବା ସୁଶାନ୍ତ ବଡ଼ ପରଦାରେ ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍ ଫିଲ୍ମ ଏମ୍.ଏସ୍. ଧୋନି- ଦି ଅନଟୋଲ୍ଡ ଷ୍ଟୋରୀ ଖୁବ୍ ଧମାଲ କରିଥିଲା ।

ଛୋଟ ପରଦାରୁ କେମିତି ଥିଲା କ୍ୟାରିଅର ?

ଟିଭିରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ସୁଶାନ୍ତ । କିନ୍ତୁ, ଅଳ୍ପ କିଛି ଲୋକଙ୍କୁ ଜଣାଥିବ ସେ ପ୍ରଥମେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଥିଲେ । ସେ ୨୦୦୮ ମସିହାରେ ଷ୍ଟାର ପ୍ଲସରେ ପ୍ରସାରିତ ‘ଦେଶ ମେଁ ହେ ମେରା ଦିଲ୍’ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା କ୍ୟାରିୟର । ୨୦୧୦ରେ ଟିଭି ରିଏଲିଟି ସୋ ‘ଜରା ନଚକେ ଦିଖା’ରେ ସେ ନଜର ଆସିଥିଲେ । ପରେ ଟିଭି ସୋ ‘ଝଲକ ଦିଖଲା ଜା’ର ଚତୁର୍ଥ ସିଜିନରେ ନଜର ଆସିଥିଲେ ସୁଶାନ୍ତ । ଛୋଟ ପରଦାରେ ସୁଶାନ୍ତଙ୍କ ସବୁଠୁ ଚର୍ଚ୍ଚିତ ଥିଲା ଏକତା କପୁରଙ୍କ ସହ ଅଭିନୟ କରୁଥିବା ସୋ ‘ପବିତ୍ର ରିସ୍ତା’ ।

ବଡ଼ ପରଦାରେ ଯାତ୍ରା 

୨୦୧୩ ମସିହାରେ ବଡ଼ ପରଦାରେ ଏଣ୍ଟ୍ରି ମାରିଥିଲେ ସୁଶାନ୍ତ ସିଂହ ରାଜପୁତ । ‘କୋଇ ପୋ ଚେ!’ରୁ ଆରମ୍ଭ ହୋଇଥିଲେ ରୂପେଲି ପରଦାର ସଫର । ପରେ ଶୁଦ୍ଧ ଦେଶୀ ରୋମାନ୍ସ ଫିଲ୍ମରେ ସେ ନଜର ଆସିଥିଲେ । ୨୦୧୪ରେ ଆମିର ଖାନଙ୍କ ଷ୍ଟାର ଫିଲ୍ମ ପିକେର ଅନୁଷ୍କାଙ୍କ ଲଭର ଭୂମିକାରେ ଥିଲେ ସୁଶାନ୍ତ । ୨୦୧୫ରେ ରିଲିଜ୍ ହୋଇଥିବା ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସିରେ ସେ କରିଥିଲେ ଦମଦାର ଅଭିନୟ ।

୨୦୧୬ରେ ମୁକ୍ତିଲାଭ କରିଥିବା ବାୟୋପିକ ଫିଲ୍ମ ଏମ୍.ଏସ୍. ଧୋନି- ଦି ଅଲଟୋଲ୍ଡ ଷ୍ଟୋରୀରେ ବେଶୀ ଲୋକପ୍ରିୟତା ଅର୍ଜନ କରିଥିଲେ । ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍ ପାଇଁ ବେଶ୍ ପ୍ରଶଂସିତ ହୋଇଥିଲେ ସୁଶାନ୍ତ । ସେ ରାୱତା, ୱେଲକମ୍ ଟୁ ନ୍ୟୁୟର୍କ, କେଦାରନାଥ, ସୋନଚିଡ଼ିୟା, ଓ ଛିଛୋର ଫିଲ୍ମରେ ଦର୍ଶକଙ୍କ ମନ ଜିଣିଥିଲେ ।

ପୂର୍ବରୁ ରିଲିଜ୍ ହୋଇଥିବା ସୁଶାନ୍ତ ସିଂହ ରାଜପୁତଙ୍କ ଅଭୀନିତ ଫିଲ୍ମ ‘ଡ୍ରାଇବ୍’କୁ ଭଲ ରେସପନ୍ସ ମିଳିନଥିଲା । ‘ଦିଲ୍ ବେଚାରା’ ଫିଲ୍ମ ଏବେ ରିଲିଜ୍ ଅପେକ୍ଷାରେ ଅଛି । ସୁଶାନ୍ତଙ୍କ କ୍ୟାରିୟର ବେଶ୍ ଭଲ ଥିବାବେଳେ ତାଙ୍କୁ ଅନେକ ଆୱାର୍ଡ ମଧ୍ୟ ମିଳିଛି । ଇଣ୍ଡିଆନ୍ ଟେଲିଭିଜନ୍ ଏକାଡେମୀ ଆୱାର୍ଡ, ବିଗ୍ ଷ୍ଟାର ଏଣ୍ଟରଟେନମେଣ୍ଟ ଆୱାର୍ଡ, କଳାକାର ଆୱାର୍ଡ ଓ ସ୍କ୍ରିନ୍ ଆୱାର୍ଡ ତାଙ୍କୁ ମିଳିଛି ।

ସୁଶାନ୍ତଙ୍କ ଚରମ ନିଷ୍ପତ୍ତି: ସ୍ତବ୍ଧ ପ୍ରଶଂସକ ଓ ବଲିଉଡ୍ ଜଗତ

ଶେଷ ପୋଷ୍ଟରେ କଣ ଲେଖିଥିଲେ ସୁଶାନ୍ତ ସିଂହ ରାଜପୁତ ?

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ, କାଇ ପୋ ଚେ! ପରି ହିଟ୍ ଫିଲ୍ମରେ ଲିଡ୍ ରୋଲରେ ଅଭିନୟ କରିଥିବା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ସେ ଅବସାଦ ଯୋଗୁଁ ଜୀବନ ହାରୁଥିବା କୁହାଯାଉଛି । ତେବେ, ଏହି କଥାରେ କେତ ସତ୍ୟତା ଅଛି ତାହା ଜଣାପଡ଼ିନାହିଁ । ଆତ୍ମହତ୍ୟାର ୧୧ ଦିନ ପୂର୍ବରୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସୁଶାନ୍ତ ସିଂହ ରାଜପୁତ ଶେଷ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ମାଆଙ୍କୁ ମନେ ପକାଇଥିଲେ ।

https://www.instagram.com/p/CA-S3cIDWOx/

ଜୁନ୍ ୩ ତାରିଖରେ ସୁଶାନ୍ତ ସିଂହ ରାଜପୁତ ନିଜ ସହ ମାଆଙ୍କ ଫଟୋ ସେୟାର୍ କରିଥିଲେ । ଯେଉଁଥିରେ ଲେଖିଥିଲେ ‘ଅସ୍ପଷ୍ଟ ଅତୀତ ଆଖିରୁ ଲୁହ ଗାଏବ ହେଉଛି । ପୂରଣ ହୋଇନଥିବା ସ୍ୱପ୍ନରୁ ଖୁସି ଆସୁଛି । ଖୁବଶୀଘ୍ର ସରି ଯାଉଥିବା ଜୀବନ ଦୁହିଁଙ୍କ ଭିତରେ ବୁଝାମଣା କରୁଛି ମାଆ ।’

ମହାମାରୀ କରୋନା ଭାଇରସ୍ ପାଇଁ ଅଧିକାଂଶ ଅଭିନେତା, ଅଭିନେତ୍ରୀ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ଅଛନ୍ତି । ତେବେ, ଜୁନ୍ ୩ ଅର୍ଥାତ୍ ଶେଷ ପୋଷ୍ଟ ପରେ ସୁଶାନ୍ତଙ୍କୁ ଆଉ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ଦେଖିବାକୁ ମିଳୁନଥିଲା । ସେ କୌଣସି ପୋଷ୍ଟ ବି କରିନଥିଲେ ।  ତେବେ, ସେ ଆଜି ମୁମ୍ବାଇ ସ୍ଥିତ ବାନ୍ଦ୍ରା ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ସୁଶାନ୍ତଙ୍କ ଚରମ ନିଷ୍ପତ୍ତି: ସ୍ତବ୍ଧ ପ୍ରଶଂସକ ଓ ବଲିଉଡ୍ ଜଗତ

 

ସୁଶାନ୍ତଙ୍କ ଚରମ ନିଷ୍ପତ୍ତି: ସ୍ତବ୍ଧ ପ୍ରଶଂସକ ଓ ବଲିଉଡ୍ ଜଗତ

ମୁମ୍ୱାଇ: ନିଜ ସିନେମା ‘ଛିଛୋରେ’ ଜରିଆରେ ଆତ୍ମହତ୍ୟା ସମାଧାନର ବାଟ ନୁହେଁ, ଜୀବନର ପ୍ରତିଟି ପରିସ୍ଥିତିରେ ସଂଘର୍ଷ କରିବାକୁ ପଡ଼ିଥାଏ ବୋଲି ଅନ୍ୟଙ୍କୁ ଶିଖାଇଥିଲେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ । କିନ୍ତୁ ସେ ଆଜି ନିଜେ ନିଜ ଜୀବନ ପ୍ରତି ବିତସ୍ପୃତ ହୋଇ ଆତ୍ମହତ୍ୟା କରିଛନ୍ତି । ବନ୍ଦ୍ରା ସ୍ଥିତି ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ । ତାଙ୍କର ଏଭଳି ଚରମ ନିଷ୍ପତ୍ତି ପରେ ସ୍ତବ୍ଧ ପ୍ରଶଂସକ ଓ ପୂରା ବଲିଉଡ୍‌ ଜଗତ । ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ତାଙ୍କ ଘରେ ତନାଘନା ଚଳାଇଛି ମୁମ୍ୱାଇ ପୋଲିସ । ଫୋନ୍‌ କରି ପୋଲିସକୁ ସୂଚନା ଦେଇଛନ୍ତି ସୁଶାନ୍ତଙ୍କ ଚାକର ।

Image

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସୁଶାନ୍ତଙ୍କ ମ୍ୟାନେଜର ଦିଶା ସାଲିଆନ୍‌ ମଧ୍ୟ ଆତ୍ମହତ୍ୟା କରିଥିଲେ । ମ୍ୟାନେଜରଙ୍କ ଆତ୍ମହତ୍ୟା ପରଠାରୁ ସେ ମାନସିକ ଆଶାନ୍ତି ଦେଇ ଗତି କରୁଥିଲେ । ଏହା ମଧ୍ୟ ତାଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି କୁହାଯାଉଛି ।

Sushant Singh Rajput's ex-manager Disha Salian dies at 28. Unreal ...

୨୧ ଜାନୁଆରୀ ୧୯୮୬ ମସିହାରେ ଜନ୍ମିତ ଏହି ଷ୍ଟାର ଜଣଙ୍କ ଟେଲି ଧାରାବାହିକ କିସ୍‌ ଦେଶ ମେ ହେ ମେରା ଦିଲ୍‌ରୁ ନିଜ କ୍ୟାରିୟର୍‌ର ଆରମ୍ଭ କରିଥିଲେ । ଲୋକପ୍ରିୟ ଟେଲି ଧାରାବାହିକ ପବିତ୍ର ରିସ୍ତା ତାଙ୍କୁ ଦର୍ଶକଙ୍କୁ ଖୁବ୍‌ ନିକଟତର କରିଥିଲା । ଏହାପରେ ସେ ବଲିଉଡ୍‌ ଆରମ୍ଭ କରିଥିଲେ ନିଜ କ୍ୟାରିୟର୍‌ ।

Pavitra Rishta' to go off air soon | Avenue Mail

କାଇ ପୋ ଛେ ଜରିଆରେ ସେ ବଲିଉଡ଼୍‌ରେ ପାଦ ଥାପିଥିଲେ । ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଏମ୍‌ଏସ୍‌ ଧୋନୀ ଦି ଅନ୍‌ ଟେଲ୍ଡ ଷ୍ଟୋରୀରେ ତାଙ୍କ ନିଖୁଣ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ । ୨୦୧୮ରେ ତାଙ୍କ ଦ୍ୱାରା ଅଭିନୀତ କେଦାରନାଥ ଚଳଚ୍ଚିତ୍ର ମଧ୍ୟ ବ୍ୟବସାୟୀକ ଦୃଷ୍ଟିକୋଣରୁ ଭଲ ସଫଳତା ହାସଲ କରିଥିଲା ।

ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ତାଙ୍କ ବିୟୋଗ ପରେ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତ ମଧ୍ୟ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । ବରିଷ୍ଠ ଆଇପିଏସ୍‌ ଅମିତାଭ୍‌ ଠାକୁର ମଧ୍ୟ ତାଙ୍କ ସହ ଏକ ଫଟୋ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି ।

 

ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣୁଛନ୍ତି ଓଡ଼ିଆ ପାଇଲଟ: ଆକାଶରେ ଗୁଞ୍ଜରିତ ହେଲା ଜୟ ଜଗନ୍ନାଥ

ଆପଣମାନଙ୍କୁ ସମସ୍ତଙ୍କୁ ରଜର ଅଭିନନ୍ଦନ । ମୁଁ କ୍ୟାପଟେନ୍‌ ମଧୁସ୍ମିତା ଆପଣମାନଙ୍କୁ AIRARABIA ଫ୍ଳାଇଟରେ ସ୍ୱାଗତ କରୁଛି । ମୋର ସୌଭାଗ୍ୟ ଆଜି ଭଳିଆ ଶୁଭଦିନରେ ଆପଣମାନଙ୍କୁ ଆପଣଙ୍କ ପରିବାର ଲୋକଙ୍କ ନିକଟକୁ ଉଡ଼େଇ ନେବାର ଦାୟିତ୍ୱ ଦିଆଯାଇଛି … ଜୟ ଜଗନ୍ନାଥ..

ୟୁଏଇରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ସ୍ୱତନ୍ତ୍ର ବିମାନରେ କିଛି ଏଭଳି ଶୁଣିବାକୁ ମିଳିଥିଲା । ଆଉ ଘୋଷଣା କରୁଥିବା ପାଇଲଟ୍‌ ଜଣଙ୍କ ବି ଓଡ଼ିଆ ହୋଇଥିବା ବେଳେ ସେ ଘୋଷଣା ମଧ୍ୟ ଓଡ଼ିଆାରେ କରିଥିଲା । ଏହା ଶୁଣି ଫ୍ଳାଇଟରେ ବସିଥିବା ଯାତ୍ରୀ ଅଧିକ ଆଶ୍ୱସ୍ତ ଓ ଖୁସି ଅନୁଭବ କରିଥିଲେ । ସେମାନେ ମଧ୍ୟ ଏକ ସ୍ୱରରେ ଜୟ ଜଗନ୍ନାଥ କହିଥିଲେ । ତେବେ ପ୍ରଥମ ଥର ପାଇଁ କୌଣସି ଅନ୍ତର୍ଜାତୀୟ ଫ୍ଳାଇଟରେ ଏଭଳି ଓଡ଼ିଆରେ ଘୋଷଣା ହୋଇଥିବା ଶୁଣିବାକୁ ମିଳିଛି ।

ସୂଚନା ଯୋଗ୍ୟ ଯେ, ଏହି ସ୍ୱତନ୍ତ୍ର ଚାର୍ଟଡ ବିମାନଟି ୟୁଏଇରେ ଫସିରହିଥିବା ୨୧୫ ଓଡ଼ିଆଙ୍କୁ ନେଇ ଓଡ଼ିଶା ଆସୁଛି । ୟୁଏଇସ୍ଥିତ ଭାରତୀୟ ଦୂତାବାସ, ଓଡ଼ିଆ ସୋସାଇଟି ଓ  ୟୁଏଇ ସରକାରଙ୍କ ସହାୟତାରେ ସେମାନଙ୍କ ପାଇଁ ଏହି ଚାର୍ଟଡ ବିମାନର ବ୍ୟବସ୍ଥା କରାଯାଇଛି ।

 

୫୦ ଜଣ ଶୁଦ୍ଧ ସୁଆର ନିଯୋଗ ସଦସ୍ୟ ରଥଟଣାରେ ନିୟୋଜିତ ହେବେ, ରଥକୁ ମେସିନ୍‌ ଟାଣିବା ପ୍ରସଙ୍ଗକୁ ବିରୋଧ

ପୁରୀ: କରୋନା କଟକଣାରେ ରହିଛି ରଥଯାତ୍ରା । ଆଉ ମାତ୍ର କିଛି ଦିନ ରଥଯାତ୍ରା ଥିବା ବେଳେ ରଥ ଟଣା ହେବ କି ନାହିଁ ସେନେଇ ଦ୍ୱନ୍ଦ୍ୱ ଛିଡ଼ୁନି । ସେପଟେ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଯଦି ରଥ ଟଣା ହେବ ତେବେ କିଏ ରଥ ଠାଣିବା କେଉଁ ମାନେ ରଥ ଟାଣିବେ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।

ସେପଟେ ରଥଯାତ୍ରା ନେଇ ହାଇକୋର୍ଟଙ୍କ ରାୟ ପରେ ଶୁଦ୍ଧ ସୁଆର ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ରଥ ଟାଣିବା ପାଇଁ ସେବାୟତଙ୍କ ତାଲିକା ଦେଇଛି । ୫୦ ଜଣ ଶୁଦ୍ଧ ସୁଆର ନିଯୋଗ ସଦସ୍ୟ ରଥଟଣାରେ ନିୟୋଜିତ ହେବେ । ୬୦ବର୍ଷରୁ ଅଧିକ ଓ ୧୮ବର୍ଷରୁ କମ୍‌ ସଦସ୍ୟଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଛି। ରଥକୁ ମେସିନ୍‌ ଟାଣିବା ପ୍ରସଙ୍ଗକୁ ବିରୋଧ କରାଯିବା ସହ ରଥକୁ ହାତୀ ଟାଣିବାକୁ ପ୍ରସ୍ତାବ ଦେଇଛି ନିଯୋଗ।

ରଥଯାତ୍ରା ନେଇ ମତ ରଖିଲେ ରାଜନୈତିକ ଦଳ, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା

ନୀତିକାନ୍ତି ନେଇ ନୀତି ପ୍ରଶାସକଙ୍କ ସହ ନିଯୋଗ ଆଲୋଚନା କରିଛି । ଭୋର ୪ଟା କିମ୍ବା ୭ଟାରେ ପହଣ୍ଡି ହେବ । ସେଦିନ ଆଡ଼ପ ମଣ୍ଡପ ବିଜେ ନୀତି ହୋଇପାରିବ ନାହିଁ ବୋଲି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ର କହିଛନ୍ତି। ଶୁଦ୍ଧ ସୁଆର ନିଯୋଗ ପରି ନିଜ ପକ୍ଷରୁ ରଥଯାତ୍ରାରେ ଯୋଗଦାନ ପାଇଁ ଅନ୍ୟ ନିଯୋଗ ମଧ୍ୟ ପ୍ରସ୍ତାବ ଦେବେ ।

ଖୋର୍ଦ୍ଧାରୁ ୨୧ ପଜିଟିଭ ଚିହ୍ନଟ, ସେଥିରୁ ୧୬ ଜଣ ହେଉଛନ୍ତି ଭୁବନେଶ୍ୱରର

ଭୁବନେଶ୍ୱର: ରାଜ୍ୟରେ ଆଜି ୧୮୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ପଜିଟିଭ ସଂଖ୍ୟା ୩ ହଜାର ୯୦୯କୁ ବୃଦ୍ଧି ପାଇଛି । ଆଜି କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୧୭୧ ଓ ଲୋକାଲରୁ ୧୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ତେବେ ଆଜି ଖୋର୍ଦ୍ଧାରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସେଥି ମଧ୍ୟରୁ ଭୁବନେଶ୍ୱରରୁ ୧୬ କରୋନା ପଜିଟିଭ ।  ସେମାନଙ୍କ ମଧ୍ୟରୁ ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ୧୪ ଓ ଲୋକାଲ କେସ୍‌ ୨ ଥିବା ଜଣା ପଡିଛି ।  ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ଓ ୩ ଜଣ ମହିଳା ବୋଲି ଜଣା ପଡିଛି । ପଟିଆ ଶ୍ରୀବିହାରରୁ ଗୋଟିଏ ପରିବାରର ୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଜୟଦେବ ବିହାରରୁ ଗୋଟିଏ ପରିବାରର ୨ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୧୮୬ ଆକ୍ରାନ୍ତ ଚିହ୍ନଟ… ରାଜ୍ୟରେ ମୋଟ ୩ ହଜାର ୯୦୯ ସଂକ୍ରମିତ

ଶାସ୍ତ୍ରୀ ନଗର ୟୁନିଟ-୪ରୁ ଗୋଟିଏ ପରିବାରର କୋଲକାତା ଫେରନ୍ତା ୨ ଜଣ ଚିହ୍ନଟ ହୋଇଥିବାବେଳେ ଡୁମୁଡୁମାରୁ ଜଣେ ପୁନେ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଅପରପକ୍ଷରେ କଳିଙ୍ଗ ବିହାରରୁ ଓମାନ୍‌ ଫେରନ୍ତା ଓ ସତ୍ୟ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିଭଳି ନୟାପଲ୍ଲୀ, ରସୁଲଗଡ, ଯଦୁପୁର, ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ହୋଇଛନ୍ତି । ୟୁନିଟ-୩ ମସଜିଦ୍‌ କଲୋନୀରୁ ଜଣେ ୬୦ ବର୍ଷର ବୃଦ୍ଧା ଚିହ୍ନଟ ହୋଇଥିବା ବେଳେ ୨ ଲୋକାଲ କେସ୍‌ ମଧ୍ୟରୁ ଗୋଟିଏ ପଳାଶୁଣି କପିଳେଶ୍ୱର ବିହାରର ବୋଲି ଜଣା ପଡିଛି ।

ଗଞ୍ଜାମରେ ବଢ଼ିଲା ଲକ୍‌ଡାଉନ୍‌ କଟକଣା, ସକାଳ ୭ରୁ ଦିନ ୧୨ ଯାଏଁ ଖୋଲା ରହିବ ଦୋକାନ

ଗଞ୍ଜାମ: ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ଜିଲ୍ଲାରେ କଟକଣା ଆହୁରି କଡ଼ାକଡ଼ି ହେଲା । ଜୁନ୍‌ ମାସ ୩୦ ଯାଏଁ ଲକଡାଉନ କଟକଣା ନୂଆ ରୂପରେ ଜାରି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି । କରୋନାକୁ ମାତ ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଦିନକୁ ଦିନ କରୋନା ଆକ୍ରାନ୍ତ ବଢୁଥିବା ନେଇ ଗଞ୍ଜାମ ପ୍ରଶାସନ ଜୁନ୍ ୩୦ ଯାଏଁ ସଟଡାଉନ୍ ଘୋଷଣା କରିଛି ।

ତେବେ ସଟଡାଉନ ଓ ଲକଡାଉନ୍ ଭଳି ନିୟମ ଯେତେ ଲାଗୁ କରାଯିବ କରୋନାକୁ ପରାସ୍ତ କରିବାରେ ଲୋକେ ସେତେ ସଫଳ ହେବେ । ନୂଆ ନିୟମ ଅନୁଯାୟୀ ସକାଳ ୭ ଟାରୁ ଦିନ ୧୨ ଟା ମଧ୍ୟରେ ଦୋକାନ ଖୋଲା ରହିବ । ଦିନ ୧୨ଟାରୁ ସକାଳ ୭ ପର୍ଯ୍ୟନ୍ତ ଲକଡାଉନ ନୀୟମ ବଳବତର ରହିବ ବାେଲି ସୂଚନା ଦିଆଯାଇଛି ।

ତେବେ ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଓ ଅନ୍ୟାନ ଜରୁରୀକାଳୀନ ସେବା ଜାରି ରହିବ । ଗାଡି ଚଳାଚଳ ସମ୍ପୂର୍ଣ୍ଣ ରୂପରେ ବନ୍ଦ ରହିବ । ସେହିପରି ସାପ୍ତାହିକ ସଟଡାଉନ ଅନୁଯାୟୀ ଶନିବାର ଓ ରବିବାର କଟକଣା ପୂର୍ବବତ ଜାରି ରହିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।

ସାଢେ ୫ ଘଣ୍ଟାର ଚୋର ପୋଲିସ ଖେଳ ପରେ ଧରା ପଡିଲା ଇଶ୍ୱର

ବାଲେଶ୍ୱର: ଶେଷରେ ଧରାପଡ଼ିଲା ଘରେ ଭିତରେ ରହି ପୋଲିସ ଉପରକୁ ପଥର ଓ ବୋମା ପିଙ୍ଗୁଥିବା ଅଭିଯୁକ୍ତ । ଦୀର୍ଘ ସାଢେ ୫ ଘଣ୍ଟାର କସରତ ପରେ ପୋଲିସ ଏବଂ ଓଡ୍ରାଫ୍‌ ଟିମ୍‌ ଅଭିଯୁକ୍ତ ଈଶ୍ୱରକୁ କାବୁ କରିବାରେ ସଫଳ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ରେମୁଣା ସାମରାଇପୁରରେ ସକାଳୁ ପୋଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ଲାଗିଥିଲା ଲୁଚଲୁଚି ଖେଳ । ଘରେ ଲୁଚି ରହି ଅଭିଯୁକ୍ତ ପୋଲିସ ସହ ଖେଳୁଥିଲା । ପୋଲିସ ଉପରକୁ କେତେବେଳେ ବୋମା ତ କେତେବେଳେ ଫିଙ୍ଗୁଥିଲା ପଥର ।

ବହୁ ସମୟ ଧରି ଅଭିଯୁକ୍ତକୁ କାବୁ କରିବାକୁ ଚେଷ୍ଟା କରୁଥିଲା ପୋଲିସ । ହେଲେ ଅଭିଯୁକ୍ତ ଈଶ୍ୱର ପ୍ରତିଥର ଚକ୍‌ମା ଦେବାରେ ସକ୍ଷମ ହେଉଥିଲା । ଏମିତିକି ଛାତ ଉପରୁ ହାତ ହଲାଇ ପୋଲିସକୁ ଥଟ୍ଟ। କରିବାକୁ ବି ପଛାଉ ନଥିଲା ଅଭିଯ଼ୁକ୍ତ । ଗ୍ୟାସ୍‌ ସିଲିଣ୍ଡର ଦେଖାଇ ବି ଡରାଉଥିଲା। ଅଭିଯୁକ୍ତର ଏ ହରକତରେ ନାକେଦମ ହୋଇପଡ଼ିଥିଲା ପୋଲିସ। ଶେଷରେ ସାଢେ ୫ ଘଣ୍ଟା ପରେ ଅଭିଯୁକ୍ତ ଈଶ୍ୱରକୁ କାବୁ କରାଯାଇଛି । ଈଶ୍ୱର ନାଁରେ ହତ୍ୟା, ରାହାଜାନୀ, ଲୁଟ୍‌ ଭଳି ସଙ୍ଗୀନ ମାମଲା ରହିଛି । ପୂର୍ବରୁ ପୋଲିସ ଉପରକୁ ଗରମ ପାଣି ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ ଇଶ୍ୱର ।