ଜଳ ସଙ୍କଟକୁ ଏଡ଼ାଇବା ପାଇଁ ନୂଆ ପଦକ୍ଷେପ

1 min read

ଭୁବନେଶ୍ୱର: ଆଗକୁ ହେବନି ଜଳ ସଙ୍କଟ । ଏନେଇ ସରକାରଙ୍କ ନୂଆ ପଦକ୍ଷପ ସମସ୍ତଙ୍କ ହିତରେ ଜାରି ହେବ । ଆଗକୁ କିଭଳି ଜଳ ସଙ୍କଟକୁ ଏଡ଼ାଇ ହେବ ସେନେଇ ସରକାରଙ୍କ ଏହି ପଦକ୍ଷପ ଏକ ନୂଆ ପ୍ରୟାସ ସାବ୍ୟସ୍ତ ହେବ । ଚଳିତ ବର୍ଷ ରାଜ୍ୟରେ ବର୍ଷାର ପରିମାଣ କମ ରହିଛି । ଏବଂ ନଦୀଗୁଡ଼ିକରେ ଜଳ ସ୍ତର ମଧ୍ୟ କମୁଛି । ତେଣୁ ସବୁ ପ୍ରକାର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଣ ସମ୍ପଦ ବିଭାଗ ଏକ ବଡ଼ ଘୋଷଣା କରିଛନ୍ତି ।

ଜଳ ସଂପଦ ବିଭାଗ ପକ୍ଷରୁ instream storage structure କରାଯିବ ନେଇ ଘୋଷଣା କରାଯାଇଛି । ଏଥିରେ କେହି ଲୋକ ବିସ୍ଥାପିତ ହେବନି କି ଜଙ୍ଗଲ ଜମି ବୁଡ଼ିବନାହିଁ । ଏହି ପ୍ରକଳ୍ପ ଦ୍ୱାରା ନଦୀ ଭିତରେ ହିଁ ଜଳ ସଂରକ୍ଷଣ କରିହେବ । ଯାହା ଭୂତଳ ଜଳକୁ ଉପରକୁ ଉଠାଇବାରେ ସହାୟକ ହେବ ।

ପ୍ରତି ନଦୀରେ ୫ରୁ ୧୦ କିଲୋମିଟର ବ୍ୟବଧାନରେ ଏହା କରାଗଲେ ଲାଭ ମିଳିବ । ଏଥିପାଇଁ ଆର୍ଥିକ ପ୍ରବଧାନ ବି ହୋଇଛି । ଏହା ଦ୍ୱାରା ଆଗକୁ ଯେଉଁ ଜଳ ସଂକଟ ଆଶଙ୍କା ଦେଖାଗଲେ, ତାକୁ ଏଡାଇ ଯାଇପାରିବ। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।(ଭୁବନେଶ୍ୱରରୁ ପ୍ରିୟପ୍ରୀତମ ମହାନ୍ତି )

Leave a Reply