spot_img
Home Blog Page 7123

ଖର୍ଚ୍ଚ ବଢିବା ସହ ଅଶାନ୍ତି ବଢିବ… ଧନ ଲାଭ ହେବାର ଯୋଗ ରହିଛି

ମେ ୧୨, ୨୦୨୦ ମସିହା, ମେଷ ୩୦ ଦିନ

୧୯୪୨ ଶକାଦ୍ଦଃ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ପଞ୍ଚମୀ ତିଥି, ମଙ୍ଗଳବାର

ଉତ୍ତରାଷାଢା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ର ରହିବେ

ଯୋଗିନୀ ରହିବେ ଦକ୍ଷିଣରେ ସକାଳ ୫ଟା ୫୬ ମିନିଟ୍‌ ପର୍ଯ୍ୟନ୍ତ

ସକାଳ ୫ଟା ୫୬ ପରେ ପଶ୍ଚିମକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- ତୁଳା,କୁମ୍ଭ ପୁରୁଷ, ବୃଷ, ମିଥୁନ ରାଶିର ମହିଳା

ଘାତବାର- ମକର ରାଶିର

ଶୁଭ ସମୟ- ଦିନ ୧୧ ଟା ୪୩ ରୁ ଦିନ ୧ଟା ୨୦

ଅଶୁଭ ସମୟ- ଦିନ ୨ ଟା ୫୮ ରୁ ଦିନ ୪ ଟା ୩୫ ମିନିଟ୍‌

ମେଷରାଶି

ଅଶ୍ୱିନୀ ନକ୍ଷତ୍ର- ଖର୍ଚ୍ଚ ବଢିବା ସହ ଅଶାନ୍ତି ବଢିବ

ଦ୍ୱିଜା ନକ୍ଷତ୍ର- ଘରର ସମସ୍ୟାକୁ ନେଇ ଚିନ୍ତାରେ ରହିବେ

କୃତ୍ତିକାନକ୍ଷତ୍ର- ଭାଗ୍ୟ ସହଯୋଗରୁ କାମରେ ଉନ୍ନତି ହେବ

ପ୍ରତିକାର- ଓଁ ଦୁର୍ଗାୟ ନମଃ ମନ୍ତ୍ର ପାଠ କରନ୍ତୁ

ବୃଷରାଶି

କୃତ୍ତିକା ନକ୍ଷତ୍ର- ଅଯଥା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ

ରୋହିଣୀ ନକ୍ଷତ୍ର- ବ୍ୟାଙ୍କ ସଂପର୍ତକିତ କାମରେ ସମସ୍ୟା ଦେଖାଦେବ

ମଗଶିରା- ଗୁପ୍ତ ଶତୃଙ୍କ ଦ୍ଵାରା ପ୍ରତିଟି କାମରେ ବାଧା ରହିବ

ପ୍ରତିକାର- ଓଁ ଗଣେଶାୟ ନମଃ ପାଠ କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- କିଛି ଖୁସି ଖବର ପାଇପାରନ୍ତି

ଆର୍ଦ୍ରା ନକ୍ଷତ୍ର- ବୟସ୍କ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ପାଇପାରନ୍ତି

ପୁନର୍ବସୁ ନକ୍ଷତ୍ର- ଲୋକସଂପର୍କ ଯୋଗୁ ଫାଇଦାରେ ରହିବେ

ପ୍ରତିକାର- ଓଁ ଆଦିତ୍ୟାୟ ନମଃ ପାଠ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର- କାର୍ଯ୍ୟକୁ ନେଇ ଚିନ୍ତା ବଢିବ

ପୁଷ୍ୟ। ନକ୍ଷତ୍ର- ନିଜ ଲୋକମାନେ ଶତୃଭଳି ଆଚରଣ କରିବେ

ଅଶ୍ଲେଷା ନକ୍ଷତ୍ର- ଅନ୍ୟମାନଙ୍କର ଭଲ କରିଲେ ବି ନିନ୍ଦା ମଳିବ

ପ୍ରତିକାର- ଗାୟତ୍ରୀ ମନ୍ତ୍ର ୯ ଥର ପାଠ କରନ୍ତୁ

ସିଂହ ରାଶି

ମଘାନକ୍ଷତ୍ର- ନିଜ ପିଲାଙ୍କ ପାଇଁ କିଛି ଅଧିକ ସମୟ ଦିଅନ୍ତୁ

ପୂର୍ବା ଫାଲଗୁନୀ ନକ୍ଷତ୍ର- ସୁଖ ପ୍ରାପ୍ତିର ଯୋଗ ରହିଛି

ଉତ୍ତରା ଫାଲଗୁନୀ ନକ୍ଷତ୍ର- ନୂଆ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବେ

ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ

କନ୍ୟା ରାଶି

ଉତ୍ତରା ଫାଲଗୁନୀ ନକ୍ଷତ୍ର- କର୍ମକୁ ନେଇ ଅଶାନ୍ତି ଭୋଗ କରିବେ

ହସ୍ତା ନକ୍ଷତ୍ର- ମନରେ ଉତ୍ସାହ ଯୋଗୁଁ କାମ ସବୁ ସହଜରେ ଆଗେଇ ଯିବ

ଚିତ୍ରା ନକ୍ଷତ୍ର- ଅର୍ଥ ସମସ୍ୟାକୁ ମନକୁ ଭାରାକ୍ରାନ୍ତ କରିବ

ପ୍ରତିକାର- ବଜରଙ୍ଗ ବାଣ ପାଠ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର- କାମରେ ପ୍ରଶଂସା ପାଇବେ, ନିଷ୍ଠାର ସହ କାର୍ଯ୍ୟ କରିବେ

ସ୍ୱାତୀ ନକ୍ଷତ୍ର- ନୂଆ ଭାବନା ଆସିବ, ନୂଆ କାର୍ଯ୍ୟ କରିବେ

ବିଶାଖା ନକ୍ଷତ୍ର- ଅଯଥା କଥା ଓ କାମରେ ସମୟ ବରବାଦ ହେବ

ପ୍ରତିକାର- ମା’ସରସ୍ୱତୀ ଦ୍ଵାଦଶ ନାମାବଳୀ ପାଠ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- କଥାବାର୍ତ୍ତା ସମୟରେ ଧ୍ୟାନ ଦିଅନ୍ତୁ, ଭୁଲ ହୋଇପାରେ

ଅନୁରାଧା ନକ୍ଷତ୍ର- ଲୋକସଂପର୍କ ଉତ୍ତମ ରହିବ

ଜ୍ୟେଷ୍ଠା ନକ୍ଷତ୍ର- ଜ୍ୟୋତିଷ ଶାସ୍ତ୍ର ପ୍ରତି ଆଗ୍ରହ ବଢିବ

ପ୍ରତିକାର- ଦୁର୍ଗା କବଚ ପାଠ କରନ୍ତୁ

ଧନୁରାଶି

ମୂଳାନକ୍ଷତ୍ର- ଆବଶ୍ୟକୀୟ ଅନୁସାରେ କାର୍ଯ୍ୟ କରନ୍ତୁ

ପୂର୍ବାଷାଢା ନକ୍ଷତ୍ର- ବନ୍ଧୁମାନଙ୍କର ସହଯୋଗରେ ଆଗେଇଯିବେ

ଉତ୍ତରଷାଢା- କର୍ମକୁ ଗୁରୁତ୍ୱ ଦିଅନ୍ତୁ, ଫାଇଦାରେ ରହିବେ

ପ୍ରତିକାର- ଗୀତା ପାଠ କରନ୍ତୁ, ଶୁଭ ରହିବ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର- ବିନା କାରଣରେ ବିବାଦରେ ରହିବେ

ଶ୍ରବଣା ନକ୍ଷତ୍ର- ହଠାତ୍‌ ଖୁସିରେ ବାଧା ଆସିବ

ଧନିଷ୍ଠା ନକ୍ଷତ୍ର- ଧର୍ମ କାର୍ଯ୍ୟରେ ଅଧିକ ଖର୍ଚ୍ଚ ବଢିବ

ପ୍ରତିକାର- ଓଁ ଅଂ ଅଙ୍ଗାରକାୟ ମନ୍ତ୍ର ଜପ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର- ଅଚାନକ ଧନ ଲାଭ ହେବାର ଯୋଗ

ଶତଭିଷା ନକ୍ଷତ୍ର- ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିବ

ପୂର୍ବାଭାଦ୍ରପଦ ନକ୍ଷତ୍ର- ପ୍ରେମ ସଂପର୍କ ଆହୁରି ଆଗେଇଯିବ

ପ୍ରତିକାର- ପୁରୁଷ ସୁକ୍ତ ପାଠ କରନ୍ତୁ

ମୀନ ରାଶି

ପୂର୍ବାଭାଦ୍ରପଦ ନକ୍ଷତ୍ର- କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ

ଉତ୍ତରାଭାଦ୍ରପଦ ନକ୍ଷତ୍ର- ପୋଲିସ୍‌ ଚାକିରୀ କରୁଥିଲେ ପଦୋନ୍ନତି ରହିଛି

ରେବତୀ ନକ୍ଷତ୍ର- ନୂତନ କର୍ମ ପ୍ରାପ୍ତି , ବ୍ୟବସାୟରେ ଉନ୍ନତି ରହିବ

ପ୍ରତିକାର- ଓଁ ନମଃ ଶିବାୟ ମନ୍ତ୍ର ପାଠ କରନ୍ତୁ

 

ଜ୍ୟୋତିର୍ବିଦ୍‌ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ- 8984684801

 

 

ଦେଶରେ ସୁଧୁରୁଛି କରୋନା ସ୍ଥିତି, ପ୍ରତି ସପ୍ତାହରେ ବଢୁଛି ଆରୋଗ୍ୟ ହାର

ନୂଆଦିଲ୍ଲୀ: ଦେଶରେ ସୁଧୁରୁଛି କରୋନା ସ୍ଥିତି । ପ୍ରତି ସପ୍ତାହରେ ବଢୁଛି ଆରୋଗ୍ୟ ହାର । ଆଜିସୁଦ୍ଧା ଆରୋଗ୍ୟ ହାର ୩୧ ଦଶମିକ ୧୫ ପ୍ରତିଶତ ରହିଛି । ୨୪ ଘଣ୍ଟା ଭିତରେ ସୁସ୍ଥ ହୋଇଛନ୍ତି ୬୯୪ ଜଣ । ମୋଟ୍‌ ସୁସ୍ଥଙ୍କ ସଂଖ୍ୟା ୨୧ ହଜାର ଟପିଛି । ୧୪ଟି ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଛି । ତେବେ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ହଜାର ପାର କରିଛି  । ପୁରା ଦେଶରେ ୨୪ ଘଣ୍ଟାରେ ମାତ୍ର ୪୧ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ବି ସ୍ଥିତିରେ ସୁଧାର ଆସିଛି । ଏଠି ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ପାର କରିଛି ।

ଗତ ୨୪ ଘଣ୍ଟାରେ ସବୁଠାରୁ କମ୍‌ ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି । ଗୁଜୁରାତ ଓ ତାମିଲନାଡୁରେ ୮ ହଜାର ଟପିଛି ରୋଗୀଙ୍କ ସଂଖ୍ୟା । ଦିଲ୍ଲୀରେ କିନ୍ତୁ ୨୪ ଘଣ୍ଟାରେ ୩୧୦ ନୂଆ ମାମଲା ନଜରକୁ ଆସିଛି । ଏଠି ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ପାର କରିଛି । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗରେ ଗତକାଲି ଦେଢଶହରୁ କମ୍‌  ଆକନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ବିଶ୍ୱରେ ୪୨ ଲକ୍ଷ ପାର କରିଛି ପିଜିଟିଭ୍‌ଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮୫ ହଜାର ପାର କରିଛି । ସୁସ୍ଥ ହୋଇଛନ୍ତି ୧୫ ଲକ୍ଷ ୧୦ ହଜାରରୁ ଉଦ୍ଧ୍ୱ ।

ଲକ୍‌ଡାଉନ୍ ବଢିବ ? ପିଏମ୍-ସିଏମ୍ ମିଟିଂରୁ ମିଳିଲା ସଂକେତ

୨୪ ଘଣ୍ଟାରେ ଦେଶରେ ୪ ହଜାର ଆକ୍ରାନ୍ତ !

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଏବେ କରୋନା ଭୟ ଘାରିଛି । ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ପ୍ରାୟ ସବୁ ରାଜ୍ୟରେ ଏବେ କରୋନା ଆକ୍ରାନ୍ତ ଚିହ୍ଟ ହୋଇସାରିଲେଣି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ହେଲେ ଏହାରି ମଧ୍ୟରେ କିଛି ଭଲ ଖବର ମଧ୍ୟ ସାମ୍ନାକୁ ଆସିଛି । ଦେଶରେ କରୋନା ଆକ୍ରନ୍ତ ସୁସ୍ଥ ହେବା ସଂଖ୍ୟା ମଧ୍ୟ ବଢ଼ୁଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଦେଶର ପୁନରୁଦ୍ଧାର ହାର ୩୧.୧୫ ପ୍ରତିଶତରେ ପହଞ୍ଚିଲାଣି । ଯାହା କି ଏକ ଭଲ ଖବର ବୋଲି କୁହାଯାଇପାରେ । ସେପଟେ ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୭,୧୫୨ । ମେ ପ୍ରଥମ ସପ୍ତାହ ରେ ପ୍ରତିଦିନ ୩ ହଜାର ସଂକ୍ରମଣ ରେକର୍ଡ ହେଉଥିବା ବେଳେ ଗତ ୨୪ ଘଣ୍ଚା ମଧ୍ୟରେ ୪୨୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଯୁଗ୍ମ ସଚିବ । ସୋମବାର ପ୍ରଥମ ଥର ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଛୁଇଁଛି ।

ସପଟେ ଦେଶରେ ବର୍ତ୍ତମାନ ୯.୮କୋଟି ଲୋକ ଅରୋଗ୍ୟ ସେତୁ ଆପ୍ ଡାଉନ୍‌ଲୋଡ୍‌ କରିସାରିଥିବା ଜଣାପଡ଼ିଛି । ମଙ୍ଗଳବାରଠାରୁ ଏହା ଜିଓ ଫିଚର ସ୍ମାର୍ଟଫୋନରେ ଉପଲବ୍ଧ ହେବ । ବ୍ୟବହାରକାରୀଙ୍କ ଡାଟା ଗୋପନୀୟତା ଉପରେ ବହୁତ ଧ୍ୟାନ ଦିଆଯାଉଛି ବୋଲି କୋଭିଡ୍‌ ୧୯ ସଂକ୍ରମଣ ସଶକ୍ତୀକରଣ ଗ୍ରୁପ୍ ୯ର ଚେୟାରମ୍ୟାନ୍ ଅଜୟ ସାହନି ଏନେଇ ସୂଚନା ଦେଇଛନ୍ତି ।

ସେହିଭଳି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଡିସ୍‌ଚାର୍ଜ କରିବା ନିୟମକୁ ମଧ୍ୟ ବଦଳାଯାଇଛି ।‌ ସଂଶୋଧିତ ନୀତି ଅନୁଯାୟୀ କୋଭିଡ୍‌ କେୟାର ସୁବିଧାରେ ଭର୍ତ୍ତି ହୋଇଥିବା ମୃଦୁ / ଅତି ମୃଦୁ / ପୂର୍ବ-ଲକ୍ଷଣାତ୍ମକ ମାମଲାରେ ୧୦ ଦିନ ପରେ ଡିସଚାର୍ଜ ହୋଇପାରିବେ । ଯଦି ସେମାନଙ୍କୁ ୩ ଦିନ ଜ୍ୱର ନଥାଏ ତେବେ ଡିସଚାର୍ଜ ପୂର୍ବରୁ ପରୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ । ଡିସଚାର୍ଜ ପରେ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ଏନେଇ ଯୁଗ୍ମ ସଚିବ ଳବ୍‌ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି ।

ଘଣ୍ଟାକରେ ଦିଲ୍ଲୀ-ଭୁବନେଶ୍ୱର ଟିକେଟ ବିକ୍ରି ଶେଷ, ବଢ଼ିଲା ସନ୍ଦେହ…

ଭୁବନେଶ୍ୱର: ଶେଷ ହୋଇଗଲା ଟ୍ରେନ୍‌ ଟିକେଟ୍‌ । ମାତ୍ର ଘଣ୍ଟାକ ମଧ୍ୟରେ ଟ୍ରେନ୍‌ ଟିକଟ ବିକ୍ରି ଶେଷ ହୋଇଯାଇଛି । ଏକଥା ଆମେ କହୁନାହୁଁ କି କୌଣସି ମନଗଢ଼ା କାହାଣି ନୁହେଁ । ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାତ୍ର ଘଣ୍ଟାକ ମଧ୍ୟରେ ଭୁବନେଶ୍ୱରରୁ ଦିଲ୍ଲୀ ଓ ଦିଲ୍ଲୀରୁ ଭୁବନେଶ୍ୱର ଗଡ଼ିବାକୁ ଥିବା ପ୍ରଥମ ଟ୍ରେନ୍‌ର ଟିକଟ ଶେଷ ହୋଇଯାଇଛି ।

ଗୃହମନ୍ତ୍ରାଳୟର ଅନୁମତି ପରେ ଆସନ୍ତା କାଲିଠାରୁ ଦେଶରେ ରେଳ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ହେଲେ ଭୁବନେଶ୍ୱରୁ ନୂଆଦିଲ୍ଲୀକୁ ୧୩ ତାରିଖରେ ପ୍ରଥମ ଟ୍ରେନ୍‌ ଗଡ଼ିବ ବୋଲି ସ୍ଥିର ହୋଇଛି । ଏହା ସହ ୧୪ ତାରିଖରେ ଦିଲ୍ଲୀରୁ ଭୁବନେଶ୍ୱରକୁ ଗଡ଼ିବ ଟ୍ରେନ୍‌ ବୋଲି ପୂର୍ବତଟ ରେଳବାଇ ସୂଚନା ଦେଇଛି ।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଟ୍ରେନ୍‌ ଟିକେଟ ବୁକିଂ ପାଇଁ ଆଇଆର୍‌ସିଟିସି ଓ୍ୱେବ୍‌ସାଇଟ୍‌ ଖୋଲୁନଥିବା ବେଳେ ମାତ୍ର ଘଣ୍ଟାଏ ଭିତରେ କିଭଳି ଟିକେଟ୍‌ ଶେଷ ହୋଇଗଲା । ସାଧାରଣ ଲୋକଙ୍କୁ ତାହା ଆଶ୍ଚର୍ଯ୍ୟ କରିଛି ।

କେବଳ ଏତିକି ନୁହେଁ IRCTC ଓ ରେଳ ମନ୍ତ୍ର।ଳୟର ଓ୍ୱେବ୍‌ସାଇଟ୍‌ ପକ୍ଷରୁ, ରେଳ ଯାତ୍ରା ନେଇ ଦିଆଯାଉଥିବା ତଥ୍ୟ ଲୋକଙ୍କୁ ସମସ୍ୟାରେ ପକାଉଛି । ରେଳ ମନ୍ତ୍ର।ଳୟର ଓ୍ୱେବସାଇଟ୍‌ରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ୧୨ ତାରିଖରୁ ଦିଲ୍ଲୀରୁ ଭୁବନେଶ୍ୱରକୁ ଟ୍ରେନ୍‌ ଗଡିବ । କିନ୍ତୁ ପୂର୍ବତଟ ରେଳବାଇର ଟ୍ୱିଟ୍‌ ଅନୁଯାୟୀ ଦିଲ୍ଲୀରୁ ୧୪ ତାରିଖରେ ଭୁବନେଶ୍ୱରକୁ ଗଡିବ ଟ୍ରେନ୍‌ ବୋଲି ଦର୍ଶାଯାଇଛି । ତେବେ ବାଲେଶ୍ୱର, ହିଜଲି, ଟାଟା, ବୋକାରୋ ଷ୍ଟିଲ୍‌ ସିଟି, ଗୟା, ଦିନଦୟାଲ ଉପାଧ୍ୟାୟ ଜଙ୍କସନ, କାନପୁର ସେଣ୍ଟ୍ରାଲ ମଧ୍ୟରେ ଟ୍ରେନ୍‌ ଅଟକିବ ବୋଲି ପୂର୍ବତଟ ରେଳବାଇ ସୂଚନା ଦେଇଛି ।

ଲକ୍‌ଡାଉନ୍ ବଢିବ ? ପିଏମ୍-ସିଏମ୍ ମିଟିଂରୁ ମିଳିଲା ସଂକେତ

ନୂଆଦିଲ୍ଲୀ: କ’ଣ ଲକଡାଉନ୍ ଅବଧି ପୁଣି ବଢିବ ? କ’ଣ ମଙ୍ଗଳବାର ପୁଣି ଥରେ ଲକଡାଉନ୍ ବଢୁଛି ବୋଲି କେନ୍ଦ୍ର ସରକାର ଘୋଷଣା କରିବେ ? ଏହି ପ୍ରଶ୍ନ ଓ ଆଶଙ୍କା ଏଥିପାଇଁ ଉତ୍ପନ୍ନ ହେଉଛି ଯେ, ସୋମବାର ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନଙ୍କ ଆଲୋଚନା କାଳରେ କରୋନା ମୁକାବିଲା ରଣନୀତି ଉପରେ ଚର୍ଚ୍ଚା ସମୟରେ କିଛି ମୁଖ୍ୟମନ୍ତ୍ରୀ ଲକଡାଉନ୍ ଅବଧି ବଢାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ସବୁଠୁ ବଡ଼ କଥା ହେଉଛି, ଲକଡାଉନ୍ ବଢ଼ାଇବା ପାଇଁ ଦାବି, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ନୁହନ୍ତି ବିରୋଧୀ ଦଳ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପଟୁ ଆସିଛି । ଲକଡାଉନ୍ ଅବଧି ବଢାଇବା ସପକ୍ଷରେ ଥିବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଲକଡାଉନ୍ ନବଢିଲେ ସଂକ୍ରମଣ ରୋକିବା ଅସମ୍ଭବ

ବୈଠକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲକଡାଉନ୍ ବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଛନ୍ତି । ସେ କହିଛନ୍ତି ଯେ, ଲକଡାଉନ୍‌କୁ ନବଢାଗଲେ ସଂକ୍ରମଣ ରୋକିବା ଅସମ୍ଭବ ହୋଇପଡିବ । ସେହିଭଳି ମମତା ବାନାର୍ଜୀ ମଧ୍ୟ ଲକଡାଉନ୍ ସପକ୍ଷରେ ଯୁକ୍ତି ବାଢିଥିଲେ । ଲକଡାଉନ୍ ଅବଧିକୁ ଅଧିକ ବଢାଇବା ପାଇଁ ମମତା କହିଥିଲେ ।

ରେଡ୍ ଜୋନରୁ ଗ୍ରୀନ୍‌ଜୋନ୍‌ ମଧ୍ୟରେ ଯାତାୟତ ବନ୍ଦ ହେଉ

ଅନ୍ୟପକ୍ଷେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ସମ୍ପୂର୍ଣ୍ଣ ଦେଶରେ ଯାତାୟତ ଉପରେ ପ୍ରତିବନ୍ଧକ ଲାଗୁ ଉପରେ ଜୋର୍‌ ଦେଇଥିଲେ । ସେ ରେଡ୍ ଜୋନ୍‌ରୁ ଗ୍ରୀନ୍‌ ଜୋନ୍‌କୁ ଯାତାୟତ ଉପରେ ପ୍ରତିବନ୍ଧକ ଲାଗୁ କରିବାକୁ କହିଥିଲେ ।

ରଣନୀତି ସହ ଲକଡାଉନ୍ ବଢୁ

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ମଧ୍ୟ ଲକଡାଉନ୍ ବଢୁ ବୋଲି କହିଥିଲେ । ତେବେ ଏଥିପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସେ କହିଥିଲେ । ରାଜ୍ୟମାନଙ୍କ ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ସେ ଦାବି କରିଥିଲେ ।

୩୧ ମେ’ ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ହେଉ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ତାଙ୍କ ରାଜ୍ୟରେ ୩୧ ମେ’ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ ।ଚେନ୍ନାଇରେ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରେଳ ଚଳାଚଳା ପାଇଁ ଅନୁମତି ନଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଗତ ମିଟିଂ, ପରଦିନ ହୋଇଥିଲା ଲକଡାଉନ୍ ବୃଦ୍ଧି ଘୋଷଣା

ଲକଡାଉନ୍ ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇବାର ମୁଖ୍ୟ କାରଣ ହେଉଛି ଗତଥର ମିଟିଂ ପରଦିନ ହିଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଲକଡାଉନ୍ ୩.୦ର ଘୋଷଣା ହୋଇଥିଲା । ୨୭ ଏପ୍ରିଲରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ଓ ତା’ର ପରଦିନ ଅର୍ଥାତ ଏପ୍ରିଲ ୨୮ରେ ଲକଡାଉନ୍ ୩.୦ ଘୋଷଣା ହୋଇଥିଲା । ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ଯେ, କେନ୍ଦ୍ର ସେମାନଙ୍କ ପରାମର୍ଶ ଆଧାରରେ ନିଷ୍ପତ୍ତି ନେବ । ତେଣୁ ଲକଡାଉନ୍ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ପରାମର୍ଶ ଉପରେ ପ୍ରଧାନମନ୍ତ୍ରୀ କେଉଁ ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଜଣା ପଡିଯିବ ।

ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ ପାଇଁ ଗୁରୁତ୍ୱ

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ଆରମ୍ଭ ହେବ ପାନୀୟ ଜଳ ପ୍ରକଳ୍ପ ! ଏନେଇ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଗରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ବୈଠକରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ୍‌ର ୪୬ଟି ଗ୍ରାମକୁ ବୃହତ୍‌ ପାନୀୟ ଜଳ ପ୍ରକଳ୍ପ, କୃଷ୍ଣ ପ୍ରସାଦ ବ୍ଲକ୍‌ର ୯୯ଟି ଗ୍ରାମ, ବ୍ରହ୍ମଗିରି ବ୍ଲକ୍‌ର ୬୯ଟି ଗ୍ରାମ, କୃଷ୍ଣପ୍ରସାଦ ବ୍ଲକ୍‌ର ୭ଟି ପଞ୍ଚାୟତ, କଣାସ ବ୍ଲକ୍‌ର ୧୨୬ଟି ଗ୍ରାମ, ବ୍ରହ୍ମଗିରି ବ୍ଲକ୍‌ର ୧୮ଟି ଗ୍ରାମ, ସତ୍ୟବାଦୀ ବ୍ଲକ୍‌ର ୧୪ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ତଥା ବ୍ରହ୍ମଗିରି, ଭଣ୍ଡାରୀକୁଦାର ଗୋବର୍ଦ୍ଧନପୁରଠାରେ ନିର୍ମାଣାଧୀନ ୫୯ଟି ଗ୍ରାମକୁ ବୃହତ୍‌ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଛି ଏବଂ ଏହି ପ୍ରକଳ୍ପଗୁଡ଼ିକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ଦାସବର୍ମା ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ଚିଲିକା ହ୍ରଦ ମଧ୍ୟରେ ଥିବା ମହିଷା ଓ ବ୍ରହ୍ମପୁର ଗ୍ରାମକୁ ସ୍ୱତନ୍ତ୍ର ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ୨ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏଥି ସହିତ ପୁରୀ ସଦର ବ୍ଲକ୍‌ର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ଟି ପଞ୍ଚାୟତ ଏବଂ ପୁରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୯ଟି ପଞ୍ଚାୟତକୁ ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟସ୍ତରୀୟ ମଞ୍ଜୁର ପାଇଁ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ଏଥି ସହିତ ପୁରୀ ସଦର, ଗୋପ, ଡେଲାଙ୍ଗ, କାକଟପୁର ବ୍ଳକ୍ ଓ ଅସ୍ତରଙ୍ଗ ବ୍ଲକ୍ ତଥା ପୁରୀ ସଦର ବ୍ଲକ୍‌ରେ ବିଶୁଦ୍ଧ ପାନୀୟ ଜଳ ଆବଶ୍ୟକତାକୁ ଆଖି ଆଗରେ ରଖି ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଆଲୋଚନା କରାଯାଇଥିଲା । ଏଥି ସହିତ କ୍ୱାରାଣ୍ଟାଇନ୍ ସେଣ୍ଟରଗୁଡ଼ିକରେ ଶୌଚାଳୟ ଓ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ପାଇଁ ଶ୍ରୀ ଦାସବର୍ମା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ୪ ଶହ ପାର‌ ହେଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୩୭

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୋମବାର ସନ୍ଧ୍ୟାରେ ପୁଣି ୨୦ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୧୭ ଜଣ ଗଞ୍ଜାମର ହୋଇଥିବା ବେଳେ ବୌଦ୍ଧର ଜଣେ ଓ ସୁନ୍ଦରଗଡ଼ରୁ ଦୁଇ ଜଣ ରହିଛନ୍ତି । ତେବେ ଏହି ୨୦ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି ।

 

ତେବେ ଗଞ୍ଜାମରେ ନୂଆ ୧୭ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଛି । ସେହିଭଳି ବୌଦ୍ଧରେ ଏବେ ସୁଦ୍ଧା ମୋଟ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ଓ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି ।

ରାଜ୍ୟରେ ମୋଟ ୪୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୩୨୬ ଟି ମାମଲା ସକ୍ରିୟ ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଗୋଟିଏ ଦିନରେ ସନ୍ଧ୍ୟା ସାଢ଼େ ସାତ ସୁଦ୍ଧା ୩୭ଟି ନୂଆ ମାମଲା ଚିହ୍ନଟ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା : କରୋନା ମୁକାବିଲା ପାଇଁ ଦେଲେ ୫ ପ୍ରସ୍ତାବ

ଭୁବନେଶ୍ୱର: ଲକଡାଉନ୍ ୩.୦ ଶେଷ ହେବାକୁ ଆଉ ୬ ଦିନ ବାକି ଅଛି । ତାହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଗାମୀ ପଦକ୍ଷେପ ବାବଦରେ ଆଲୋଚନା କରୁଛନ୍ତି । ଲକଡାଉନ୍ ଅବଧି ବଢିବ କି ନାହିଁ ,କରୋନା ମୁକାବିଲା ପାଇଁ ଦେଶର ରଣନୀତି କଣ ହେବ ତାକୁ ନେଇ ଚାଲିଛି ମାନସ ମନ୍ଥନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ୫ ପ୍ରସ୍ତାବ ଦେଇଛନ୍ତି । ସେ ଲକଡାଉନ୍ ସଂପର୍କରେ ଜାତୀୟ ନୀତି ନିର୍ଦ୍ଧାରଣ କରିବାକୁ କହିଛନ୍ତି । ସ୍ଥାନୀୟ ପ୍ରଶାସନକୁ ଲକଡାଉନ ସମ୍ବନ୍ଧିତ ନିୟମ ଲାଗୁ କରିବା ଅଧିକାର ଦିଆଯାଉ ବୋଲି ସେ ମତ ରଖିଛନ୍ତି । ଏହାସହ  ଅର୍ଥନୀତିକୁ ପୁଣି ମଜବୁତ କରିବା ପାଇଁ କେନ୍ଦ୍ର ଜାତୀୟ ସ୍ତରରେ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର) ଆଣିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏସଓପି ଅର୍ଥନୀତିକୁ ଗତି ପ୍ରଦାନ କରିବ ।  ବର୍ତ୍ତମାନର ଯୋଜନା ଗୁଡିକର ଅଧିକ ଉନ୍ନତୀକରଣ କରାଯାଉ ।  କୋଭିଡ୍ ମୁକାବିଲାରେ ପଂଚାୟତି ରାଜ ଅନୁଷ୍ଠାନକୁ ସାମିଲ କରାଯିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।  ।

ସେହିଭଳି ସଂପୂର୍ଣ୍ଣ ଜିଲ୍ଲାକୁ ଜୋନ୍ ନକରାଯାଇ ,ଛୋଟଛୋଟ ଅଂଚଳକୁ ନେଇ ଜୋନ୍ ଗଠନ ହେଉ ।ସ୍ଥାନୀୟ ପ୍ରଶାସନକୁ ସେହି ଅଂଚଳକୁ ନେଇ ନିଷ୍ପତ୍ତି ନେବାର ଅଧିକାର ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଶେଷ ପ୍ରସ୍ତାବ ଭାବେ ମୁଖ୍ୟମନ୍ତ୍ରୀ  ରେଳଚଳାଚଳକୁ ଅଧିକ ନିୟନ୍ତ୍ରିତ କରାଯିବା କଥା କହିଛନ୍ତି ।

ଟିକଟ କନ୍‌ଫର୍ମ ଥିଲେ କର୍ଫ୍ୟୁ ପାସ୍‌ ଲୋଡ଼ା ନାହିଁ

ନୂଆଦିଲ୍ଲୀ: କରୋନା ଭାଇରସ୍ ଏବଂ ଲକ୍‌ଡାଉନ୍‌ କାରଣରୁ ଦୀର୍ଘ ୪୮ ଦିନ ଧରି ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ରେଳ ସେବା ଆରମ୍ଭ ହେବାକୁ ଯାଉଛି । ଏନେଇ ସୋମବାର ସନ୍ଧ୍ୟା ୬ଟାରୁ ଟିକଟ ବୁକିଂ ମଧ୍ୟ ଆରମ୍ଭ ହୋଇଛି । ତେବେ ଟିକଟ ବୁକିଂ ପରେ ବିନା ପାସ୍‌ରେ ଲୋକମାନେ ଘରୁ ବାହାରି କିଭଳି ଯାଆସ କରିବେ ସେନେଇ ଦ୍ୱନ୍ଦ୍ୱରେ ରହିଥିଲେ । ଏହି ଦ୍ୱନ୍ଦ୍ୱକୁ ଗୃହମନ୍ତ୍ରାଳୟ ପକ୍ଷରୁ ଦୂର କରାଯାଇଛି । ସୋମବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯେଉଁମାନଙ୍କ ପାଖରେ ରେଳବାଇର କନ୍‌ଫର୍ମ ଟିକଟ ରହିଥିବ ସେମାନଙ୍କୁ କର୍ଫ୍ୟୁ ପାସ୍‌ର ଆବଶ୍ୟକତା ନାହିଁ ।

ମଙ୍ଗଳବାର ଠାରୁ ପୁଣିଥରେ ଟ୍ରେନ୍ ସେବା ଆରମ୍ଭକୁ ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାରଠାରୁ ନୂଆଦିଲ୍ଲୀରୁ ୧୫ଟି ଟ୍ରେନ୍ ଚଳାଚଳ କରିବ । କନ୍‌ଫର୍ମ ଟିକେଟ୍ ଥିବା ଯାତ୍ରୀମାନେ ବିନା କର୍ଫ୍ୟୁ ପାସ୍‌ରେ ବି ଯାତ୍ରା କରିପାରିବେ ।

ଗୃହମନ୍ତ୍ରାଳୟ ପକ୍ଷରୁ ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଛି । ଯେଉଁମାନଙ୍କ ପାଖରେ କନ୍‌ଫର୍ମ ଟିକଟ ଥିବ ସେମାନେ ହିଁ ଷ୍ଟେସନ୍‌ ମଧ୍ୟରେ ପ୍ରବେଶ କରିପାରିବେ । ସେଠାରେ ସାମନଙ୍କର ସ୍କ୍ରିନିଂ କରାଯିବ । ଯଦି ଯାତ୍ରୀଙ୍କଠାରେ କୌଣସି ଲକ୍ଷଣ ନଦେଖାଯାଏ ତେବେ ତାଙ୍କୁ ଟ୍ରେନ୍‌ ଯାତ୍ରା କରିବାକୁ ଅନୁମତି ଦିଆଯିବ । ଏହାସହ ଟ୍ରେନ୍‌ରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହା କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

ପୁଣି ଲକ୍‌ଡାଉନ୍‌ ବଢ଼ାଇବା ନେଇ ୫ ମୁଖ୍ୟମନ୍ତ୍ରୀଙ୍କ ଦାବି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ବଢ଼ାଇବା ପାଇଁ ପୁଣି ଦାବି କଲେ ୫ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କାଳରେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ବଢ଼ାଇବା ପାଇଁ ଦାବି କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲକ୍‌ଡାଉନ୍‌ ବଢ଼ାଇବା ସପକ୍ଷରେ ରହିଛନ୍ତି । ସବୁଠାରୁ ବଡ଼ କଥା ହେଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଲକ୍‌ଡାଉନ୍‌ ବଢ଼ାଇବା ପସ୍ତାବକୁ ସମର୍ଥନ ଜଣାଇଛନ୍ତି ।

ଏହି ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଲକ୍‌ଡାଉନ୍‌ ବୃଦ୍ଧି ଦାବି କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲକ୍‌ଡାଉନ୍‌ ଅବଧି ନ ବଢ଼ାଇ ଆଗକୁ ବଢ଼ିବା ଅସମ୍ଭବ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଭିଡିଓ କନ୍‌ଫରେନ୍ସିଂରେ କହିଛନ୍ତି ଯେ, ଲୋକଙ୍କ ଜୀବନ ବଞ୍ଚାଇବା ଜରୁରୀ । ୩ ମାସ ପାଇଁ ଆର୍ଥିକ ସହାୟତା ଦିଆଯାଉ । ଏହା ସହ କରୋନା ଟେଷ୍ଟିଂ ରଣନୀତି ତିଆରି ପାଇଁ ମଧ୍ୟ ମତ ରଖିଛନ୍ତି ଅମରିନ୍ଦର ।