୨୪ ଘଣ୍ଟାରେ ଦେଶରେ ୪ ହଜାର ଆକ୍ରାନ୍ତ !

1 min read

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଏବେ କରୋନା ଭୟ ଘାରିଛି । ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ପ୍ରାୟ ସବୁ ରାଜ୍ୟରେ ଏବେ କରୋନା ଆକ୍ରାନ୍ତ ଚିହ୍ଟ ହୋଇସାରିଲେଣି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ହେଲେ ଏହାରି ମଧ୍ୟରେ କିଛି ଭଲ ଖବର ମଧ୍ୟ ସାମ୍ନାକୁ ଆସିଛି । ଦେଶରେ କରୋନା ଆକ୍ରନ୍ତ ସୁସ୍ଥ ହେବା ସଂଖ୍ୟା ମଧ୍ୟ ବଢ଼ୁଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଦେଶର ପୁନରୁଦ୍ଧାର ହାର ୩୧.୧୫ ପ୍ରତିଶତରେ ପହଞ୍ଚିଲାଣି । ଯାହା କି ଏକ ଭଲ ଖବର ବୋଲି କୁହାଯାଇପାରେ । ସେପଟେ ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୭,୧୫୨ । ମେ ପ୍ରଥମ ସପ୍ତାହ ରେ ପ୍ରତିଦିନ ୩ ହଜାର ସଂକ୍ରମଣ ରେକର୍ଡ ହେଉଥିବା ବେଳେ ଗତ ୨୪ ଘଣ୍ଚା ମଧ୍ୟରେ ୪୨୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଯୁଗ୍ମ ସଚିବ । ସୋମବାର ପ୍ରଥମ ଥର ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଛୁଇଁଛି ।

ସପଟେ ଦେଶରେ ବର୍ତ୍ତମାନ ୯.୮କୋଟି ଲୋକ ଅରୋଗ୍ୟ ସେତୁ ଆପ୍ ଡାଉନ୍‌ଲୋଡ୍‌ କରିସାରିଥିବା ଜଣାପଡ଼ିଛି । ମଙ୍ଗଳବାରଠାରୁ ଏହା ଜିଓ ଫିଚର ସ୍ମାର୍ଟଫୋନରେ ଉପଲବ୍ଧ ହେବ । ବ୍ୟବହାରକାରୀଙ୍କ ଡାଟା ଗୋପନୀୟତା ଉପରେ ବହୁତ ଧ୍ୟାନ ଦିଆଯାଉଛି ବୋଲି କୋଭିଡ୍‌ ୧୯ ସଂକ୍ରମଣ ସଶକ୍ତୀକରଣ ଗ୍ରୁପ୍ ୯ର ଚେୟାରମ୍ୟାନ୍ ଅଜୟ ସାହନି ଏନେଇ ସୂଚନା ଦେଇଛନ୍ତି ।

ସେହିଭଳି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଡିସ୍‌ଚାର୍ଜ କରିବା ନିୟମକୁ ମଧ୍ୟ ବଦଳାଯାଇଛି ।‌ ସଂଶୋଧିତ ନୀତି ଅନୁଯାୟୀ କୋଭିଡ୍‌ କେୟାର ସୁବିଧାରେ ଭର୍ତ୍ତି ହୋଇଥିବା ମୃଦୁ / ଅତି ମୃଦୁ / ପୂର୍ବ-ଲକ୍ଷଣାତ୍ମକ ମାମଲାରେ ୧୦ ଦିନ ପରେ ଡିସଚାର୍ଜ ହୋଇପାରିବେ । ଯଦି ସେମାନଙ୍କୁ ୩ ଦିନ ଜ୍ୱର ନଥାଏ ତେବେ ଡିସଚାର୍ଜ ପୂର୍ବରୁ ପରୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ । ଡିସଚାର୍ଜ ପରେ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । ଏନେଇ ଯୁଗ୍ମ ସଚିବ ଳବ୍‌ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି ।

Leave a Reply